ସାନିଆଙ୍କ ଠାରୁ ଅଧିକ ସୁନ୍ଦରୀ ଥିଲେ ସୋଏବ ମଲିକଙ୍କର ପ୍ରଥମ ପତ୍ନୀ , କେହି ଜାଣିନପରିବେ ସେଥିପାଇଁ ଛାଡପତ୍ର ର ଚାରିଦିନ ପରେ …

ସାନିଆ ମିର୍ଜା ଭାରତର ଜଣେ ତାରକା ଖେଳାଳି ଅଟନ୍ତି । ତାଙ୍କ ନାମ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ବହୁ ଉଚ୍ଚରେ ଅଛି । ସାନିଆ ଜଣେ ଉତ୍ତମ ଖେଳାଳି ହେବାସହ ସୁନ୍ଦରୀ ନାରୀ ଅଟନ୍ତି । ସେ ନିଜର ଖେଳ ଓ ଷ୍ଟାଇଲିସ ଲୁକ ପାଇଁ ଜଣାଶୁଣା ଅଟନ୍ତି । କିଛି ମାସ ହେବ ସାନିଆ ନିଜର ଗର୍ଭବତୀ ହେବାର ଖବରକୁ ନେଇ ଆଲୋଚିତ ହୋଇଥିଲେ ଓ ନିକଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଯାହାର ନାମ ସେ ଇଜହାନ ମିର୍ଜା ମଲିକ ରଖିଛନ୍ତି । ଗର୍ଭବତୀ ହେବା କାରଣରୁ ସେ ଅନେକ ଦିନହେବ ଟେନିସ କୋର୍ଟରୁ ଦୂରରେ ଥିଲେ । କିନ୍ତୁ ଏହି କାରଣରୁ ତାଙ୍କର ଲୋକପ୍ରିୟତା ଉପରେ କୌଣସି ପ୍ରଭାବ ପଡିନାହିଁ। ସେ ଭାରତ ସହ ପାକିସ୍ଥାନର ମଧ୍ୟ ପ୍ରିୟ ଅଟନ୍ତି ।

 

ଜଣେଇଦେଉଛୁ ଯେ ସାନିଆଙ୍କ ଜନ୍ମ 15ନଭେମ୍ବର 1986ରେ ମୁମ୍ବାଇ ଠାରେ ହୋଇଥିଲା । ସେ ଟେନିସ ପ୍ଲେୟାର ହେବା ସହ ଜଣେ ଉଚ୍ଚକୋଟିର ସନ୍ତରଣକାରୀ ମଧ୍ୟ ଅଟନ୍ତି । ଏତିକି ନୁହେଁ ସେ ତେଲେଙ୍ଗାନା ରାଜ୍ୟର ବ୍ରାଣ୍ଡ ଆମ୍ବାସଡାର ମଧ୍ୟ ଅଟନ୍ତି । ସାନିଆଙ୍କ ନାମ ଭାରତର ସେହି ଖେଳାଳିଙ୍କ ମଧ୍ୟରେ ଗଣାଯାଏ ଯେଉଁମାନେ ଷ୍ଟାଇଲିଶ ହେବାସହ ସୁନ୍ଦରୀ ଓ ପ୍ରତିଷ୍ଠିତ ମଧ୍ୟ । ସେ ପାକିସ୍ଥାନୀ କ୍ରିକେଟର ସୋଏବ ମଲିକଙ୍କୁ ବିବାହ କରିଛନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ଯେ ସାନିଆ ସୋଏବଙ୍କ ଦ୍ଵିତୀୟ ପତ୍ନୀ ଅଟନ୍ତି ।

 

ସାନିଆ ମିର୍ଜାଙ୍କ ସହ ବିବାହ

ସୋଏବ ମଲିକ ଓ ସାନିଆ ମିର୍ଜା ଙ୍କ ବିବାହ ୨୦୧୦ରେ ହୋଇଥିଲା । ମିଡିଆ ରିପୋର୍ଟ ଅନୁଯାୟୀ ସୋଏବ ମଲିକ ସାନିଆଙ୍କ ପ୍ରେମର ଏଭଳି ପାଗଳ ହୋଇଗଲେ ଯେ ସେ ଏହା ମଧ୍ୟ ଦେଖିନଥିଲେ ଯେ ସେ ଭାରତୀୟ ଅଟନ୍ତି ।  ଏହି ବିବାହ ପରେ ଅନେକ ଲୋକ ସାନିଆଙ୍କ ଭାରତୀୟ ହେବା ଉପରେ ପ୍ରଶ୍ନ କରିଥିଲେ ଓ ତାଙ୍କୁ ଦେଶଦ୍ରୋହୀ ମଧ୍ୟ କହିଥିଲେ କିନ୍ତୁ ସାନିଆ ନିଜର ଶାଣିତ ଉତ୍ତରରେ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲେ । କିନ୍ତୁ ବହୁତ ଲୋକଙ୍କୁ ଜଣା ନାହିଁ ଯେ ସାନିଆ ସୋଏବଙ୍କ ଦ୍ଵିତୀୟ ପତ୍ନୀ ଅଟନ୍ତି । ଏହାପୂର୍ବରୁ ମଧ୍ୟ ସୋଏବଙ୍କ ବିବାହ ହୋଇଥିଲା ।

 

ଏହାଙ୍କ ସହ ହୋଇଥିଲା ସୋଏବଙ୍କ ପ୍ରଥମ ବିବାହ

ସୋଏବ ଙ୍କ ପ୍ରଥମ ବିବାହ ୨୦୦୨ରେ ଆଏଶା ଶିଦ୍ଦିକିଙ୍କ ସହ ହୋଇଥିଲା । କିନ୍ତୁ କିଛି ବର୍ଷ ପର୍ଯ୍ୟନ୍ତ ଚାଲିବା ପରେ ଏହି ସମ୍ପର୍କ ୨୦୧୦ରେ ଭାଙ୍ଗିଗଲା। କୁହାଯାଏ ଯେ ସାନିଆ ଓ ସୋଏବଙ୍କ ସମ୍ପର୍କ ଯୋଗୁ ଏମାନଙ୍କ ସମ୍ପର୍କରେ ଫାଟ ହୋଇଥିଲା କାରଣ ଆପଣ ଜାଣିଆଶ୍ଚର୍ଯ୍ୟ ହେବେ ଯେ ତଲାକ ହେବାର ୪ଦିନ ପରେ ସୋଏବ ସାନିଆଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ ଓ ଏହି ବିଷୟରେ ଖୁବ କମ ଲୋକ ଜାଣିଥିଲେ । ଆଜି ସୋଏବ ଓ ସାନିଆଙ୍କ ବିବାହକୁ ୯ବର୍ଷ ହୋଇସାରିଛି ଓ ଦୁହେଁ ନିଜର ବୈବାହିକ ଜୀବନ ଖୁସିରେ ବ୍ୟୟ କରୁଛନ୍ତି ।

Leave a Reply

Your email address will not be published.