April 17, 2024

Odia Express

News For Public

କ୍ରିକେଟ ଖେଳ ପଡିଆରେ ହେଲା ବଡ ଦୁର୍ଘଟଣା – ଏହି ବଡ ଖେଳାଳି ଙ୍କ ମୁଣ୍ଡରେ ବଲ ବାଜିବାରୁ ଖପୁରିରେ ଫ୍ରାକ୍ଚର ହେଲା ଆଉ ତାପରେ..

1 min read

ଯେବେ କ୍ରିକେଟରେ ବଲ ମୁଣ୍ଡରେ ବାଜିବାର ଘଟଣା ଘଟେ ସେତେବେଳେ ସମସ୍ତଙ୍କୁ ଅଷ୍ଟ୍ରେଲିୟ କ୍ରିକେଟର ଫିଲିପ ହ୍ୟୁଜଙ୍କ ଦୁଃଖଦ ମୃତ୍ୟୁ ମନରେ ତାଜା ହୋଇଯାଏ । ଯଦି ଭାରତୀୟ କ୍ରିକେଟର କଥା କହିବୁ ତେବେ 1962ର ସେହି ଭୟାବହ କାରିବିଆନ ଗସ୍ତ କ୍ରିକେଟ ବିଶାରଦ ମାନଙ୍କର ମନେ ପଡିଯାଏ ଯେବେ ତତ୍କାଳୀନ ଭାରତୀୟ ଅଧିନାୟକ ନରି କଣ୍ଟ୍ରାକ୍ଟରଙ୍କ ମୁଣ୍ଡରେ ଇଣ୍ଡିଜ ଦ୍ରୁତ ବୋଲରଙ୍କ ବଲ ବାଜିଥିଲା ଓ ତାଙ୍କର ଖପୁରି ଭାଙ୍ଗିଯାଇଥିଲା । ଏହାପରେ ତାଙ୍କ ଖପୁରିରେ ପ୍ଳେଟ ଲଗେଇବାକୁ ପଡିଥିଲା ଓ ଏଭଳି ରୂପେ ତାଙ୍କ ଜୀବନ ବଞ୍ଚିଯାଇଥିଲା । ଆଜିର ସମୟରେ ଯଦିଓ କ୍ରିକେଟର ଅନେକ ନୂତନ ସୁରକ୍ଷିତ ଉପକରଣ ଦ୍ଵାରା ସୁସଜ୍ଜିତ ହୋଇଥାଏ ତଥାପି ମଧ୍ୟ ଏପରି ଦୁର୍ଘଟଣା ଆଜି ମଧ୍ୟ ଘଟୁଛି । ତାଜା ଦୁର୍ଘଟଣାରେ ଇଂଲଣ୍ଡର ଖେଳାଳିଙ୍କ ମୁଣ୍ଡରେ ଗଭୀର ଚୋଟ ଲାଗିଛି ।

 

ବ୍ୟାଟ୍ସମ୍ୟାନଙ୍କ ସଟରେ ବୋଲର ଚିତ ହେଲେ

ସାଧାରଣତଃ ବଡ ଦୁର୍ଘଟଣା ରେ ବୋଲରର ବୋଲିଂ ଯୋଗୁ ବ୍ୟାଟ୍ସମ୍ୟାନ ଆଘାତପ୍ରାପ୍ତ ହୋଇଥାଏ । କିନ୍ତୁ ଏଥର ଘଟଣା ଓଲଟା ହୋଇଛି । ଏଠାରେ ଜଣେ ବ୍ୟାଟ୍ସମ୍ୟାନଙ୍କ ଦ୍ରୁତ ସଟ ଯୋଗୁ ବୋଲରଙ୍କ ଅବସ୍ଥା ଖରାପ ହୋଇଯାଇଛି । ପ୍ରକୃତରେ ଇଂଲଣ୍ଡରେ ୟର୍କଶୟରର ଲେଗ ସ୍ପିନର ଜୋସ ପାୟସଡନ ପ୍ରାକ୍ଟିସ ସମୟରେ ମୁଣ୍ଡରେ ବଲ ବାଜିବାରୁ ଗମ୍ଭୀର ଆଘାତ ଲାଗିଛି । ଏହି ଘଟଣା ସେତେବେଳେ ଘଟିଲା ଯେବେ ସୋମବାର ଦିନ ହେଡିଂଲେ ପଡିଆରେ ଜୋସ ପାୟସଡନ ପ୍ରାକ୍ଟିସ କରୁଥିଲେ । ଗମ୍ଭୀର ରୂପେ ଆଘାତପ୍ରାପ୍ତ ପାୟସଡନ ଙ୍କର ଯେବେ ସିଟି ସ୍କାନ କରାଗଲା ଟ ତାଙ୍କ ମୁଣ୍ଡରେ ଫ୍ରାକ୍ଚର ଥିବା ଜଣାଗଲା ଓ ତାସହ ତାଙ୍କ ମୁଣ୍ଡ ଭିତରେ ଅନ୍ତଃସ୍ରାବ ମଧ୍ୟ ହେଉଥିଲା ।

 

ବର୍ତ୍ତମାନ ବିପଦମୁକ୍ତ କିନ୍ତୁ 3ମାସ ପାଇଁ ଖେଳିପାରିବେନି କ୍ରିକେଟ

ଯେଉଁ ସମୟରେ ପାୟସଡନଙ୍କୁ ଏହି ଆଘାତ ଲାଗିଲା ସେତେବେଳେ ସେ ନିଜ ସାଥି ଖେଳାଳିଙ୍କୁ ଅଭ୍ୟାସ କରାଉଥିଲେ । ଏଥିମଧ୍ୟରେ ଏକ ଦ୍ରୁତ ସଟ ତାଙ୍କ ପାଖକୁ ଆସିଲା ଯାହାକୁ ସେ ଧରିପାରିଲେ ନାହିଁ ଓ ବଲ ସିଧା ତାଙ୍କ ମୁଣ୍ଡରେ ଯାଇ ବାଜିଲା । ପାୟସଡନଙ୍କୁ ଏହାପରେ ଲିଡ୍ସର ଡାକ୍ତରଖାନା କୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ 36ଘଣ୍ଟା ପାଇଁ ଡାକ୍ତରଙ୍କ ତତ୍ବାବଧାନରେ ରଖାଗଲା । ଭଲ କଥା ଏହା ଯେ ବୋଲରଙ୍କ ଅବସ୍ଥା ବିପଦମୁକ୍ତ ଅଟେ କିନ୍ତୁ ତାଙ୍କୁ ସଂପୂର୍ଣ୍ଣ ରୂପେ ଠିକ ହେବା ନିମନ୍ତେ ଅତିକମରେ ତିନି ମାସ ଲାଗିବ ।

 

6ସପ୍ତାହ ପର୍ଯ୍ୟନ୍ତ ମୁଣ୍ଡରୁ ପୀଡା କମିବ ନାହିଁ

ପାୟସଡନ ସଂପୂର୍ଣ୍ଣ ହୋସରେ ଅଛନ୍ତି କିନ୍ତୁ ଡାକ୍ତର ମାନେ ତାଙ୍କୁ ସାବଧାନ କରିଦେଇଛନ୍ତି ଯେ ଆସନ୍ତା 6ସପ୍ତାହ ମଧ୍ୟରେ ତାଙ୍କୁ ମୁଣ୍ଡ ବୁଲେଇବା ଓ ମୁଣ୍ଡ ବିନ୍ଧା ଭଳି ଲକ୍ଷଣ ସବୁ ସହିବାକୁ ହେବ । ଯଦିଓ ତାଙ୍କ ପାଇଁ ଅଧିକ ଚିନ୍ତାର ବିଷୟ ଏହି ଆଘାତ ଲାଗିବାର ଟାଇମିଂ ଅଟେ । ବର୍ତ୍ତମାନ ସେ ୨୦୧୯ସିଜିନରୁ ବାହାର ହୋଇଯାଇଛନ୍ତି । ଏକଥା ୟର୍କଶୟର କ୍ଲବ ମଧ୍ୟ ସ୍ପଷ୍ଟ କରିସାରିଛି । ଜଣେଇଦେଉଛୁ ଯେ ଏହି ୨୭ବର୍ଷୀୟ ଲେଗ ସ୍ପିନର ୧୪ମ୍ୟାଚରେ ୩୩ୱିକେଟ ଓ ଲିଷ୍ଟ ଏ ରେ ୩୨ମ୍ୟାଚରେ ୩୦ ୱିକେଟ ନେଇସାରିଛନ୍ତି । ଏ ମଧ୍ୟରେ କୋଚ andriyugayle ଏହି ଘଟଣାକୁ ଏକ ବଡ ଦୁର୍ଘଟଣା ରୂପରେ ବର୍ଣ୍ଣନା କରି କହିଲେ ଯେ ମୁଁ ଏହି ଖେଳାଳି ନିମନ୍ତେ ବହୁତ ଖୁସି ଅଟେ । ସେ ଓ ତାଙ୍କ ସ୍ୱାସ୍ଥ୍ୟ ଆମର ପ୍ରଥମିକତା ଅଟେ ।

Leave a Reply

Your email address will not be published. Required fields are marked *