April 17, 2024

Odia Express

News For Public

ମୋଦୀଙ୍କ ଜେମ୍ସ ବଣ୍ଡ ଅଜିତ ଡୋଭାଲ କରିଛନ୍ତି କାଶ୍ମୀର ପରିଭ୍ରମଣ , ଧାରା-୩୭୦ ଓ ୩୫A ହଟିବାର ଚର୍ଚା ଅଧିକ – ଜାଣନ୍ତୁ କଣ ଅଟେ ଧାରା-୩୭୦ ଓ ୩୫A – ଜାଣନ୍ତୁ ଏହା କଲେ କଣ ହେବ..

1 min read

ଏହି ନିକଟରେ ରାଷ୍ଟ୍ରୀୟ ସୁରକ୍ଷା ପରମର୍ଶଦାତା(ଏନଏସଏ) ଅଜିତ ଡୋଭାଲ ସିକ୍ରେଟ ମିଶନ ଦ୍ଵାରା ଘାଟି ଭ୍ରମଣରେ ଶ୍ରୀନଗରରେ ପହଞ୍ଚିଥିଲେ । ସେ ଉପରିସ୍ଥ ଅଧିକାରୀ ମାନଙ୍କ ସହ ଏକ ବୈଠକ କରିଥିଲେ । ଏହାସହ ବାବା ବର୍ଫାନୀଙ୍କ ଦର୍ଶନ କରିଥିଲେ । ସୂତ୍ର ଅନୁଯାୟୀ ଏନଏସଏ ବୁଧବାର ଶ୍ରୀନଗର ପହଞ୍ଚିଥିଲେ ସେଠାରେ ପହଞ୍ଚିବା ସହ ସେ ସୁରକ୍ଷା ଓ ଗୁପ୍ତ ଏଜେନ୍ସି ମାନଙ୍କର ଶୀର୍ଷସ୍ଥରୀୟ ଅଧିକାରୀ ମାନଙ୍କ ସହ ଅଲଗା ଅଲଗା ବୈଠକ କରି କାଶ୍ମୀର ରେ ବର୍ତ୍ତମାନ ଅବସ୍ଥା ତଥା ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥାର ତଥ୍ୟ ହାସିଲ କଲେ। ଭ୍ରମଣ କୁ ଟପସିକ୍ରେଟ ରଖାଯାଇଥିଲା ଓ ଶ୍ରୀନଗର ପହଞ୍ଚିବାର କିଛି ସମୟ ପୂର୍ବରୁ ଏ ସମ୍ବନ୍ଧୀୟ ଅଧିକାରୀଙ୍କୁ ସୂଚନା ଦିଆଯାଇ ହେବାକୁ ଥିବା ବୈଠକ ବିଷୟରେ କୁହାଗଲା ।

 

ଏନଏସଏ ରାଜୟପାଳଙ୍କ ପରମର୍ଶଦାତା କେ. ବିଜୟ କୁମାର, ମୁଖ୍ୟ ସଚିବ ବିବିଆର ସୁବ୍ରମନ୍ୟମ , ଡ଼ିଜିପି ଦିଲବାଗ ସିଂହ , ଆଇଜି ଏସପି ପାଣିଙ୍କ ସହ ସାକ୍ଷାତକାର କରିଥିଲେ । ତାଙ୍କ ସହ ଦିଲ୍ଲୀରୁ ଆଇବିର ଜଣେ ଶୀର୍ଷ ଅଧିକାରୀ ମଧ୍ୟ ଆସିଥିଲେ । ଶୁକ୍ରବାର ଦିନ ସେ ଦିଲ୍ଲୀ ଫେରିଯିବାର ଖବର ଆସିଛି । ଯଦିଓ ତାଙ୍କର ଭ୍ରମଣ ଉପରେ କୌଣସି ଅଧିକାରୀ କିଛି ମନ୍ତବ୍ୟ ଦେଇନାହାନ୍ତି ।

 

ମୋଦୀ ସରକାର ଦ୍ଵିତୀୟଥର କ୍ଷମତାକୁ ଆସିବାପରେ ଡୋଭାଲଙ୍କର ଏହା ପ୍ରଥମ କାଶ୍ମୀର ଭ୍ରମଣ ଥିଲା । ଯେବେ ଲୋକମାନଙ୍କ ମଧ୍ୟରେ ତାଙ୍କର ଏହି ଗୁପ୍ତ ଭ୍ରମଣ ବିଷୟ ଚର୍ଚା ସାଧାରଣ ହେଲା ତ ଅନୁଚ୍ଛେଦ ୩୭୦ ଓ ୩୫A କୁ ହଟେଇବାକୁ ନେଇ ଅନୁମାନ ଅଧିକ ହେଉଛି । ଚର୍ଚା ହେଉଛି ଯେ ଏହାକୁ ହଟେଇବା ପୂର୍ବରୁ ସେ ସୁରକ୍ଷା ବ୍ୟବସ୍ଥାର ସ୍ଥିତିର ନିରୀକ୍ଷଣ ନିମନ୍ତେ ଆସିଥିଲେ ।

Leave a Reply

Your email address will not be published. Required fields are marked *