April 20, 2024

Odia Express

News For Public

ଏହି ଫଳ ଖାଇଲେ ଆପଣଙ୍କ ଜୀବନରେ କେବେ ହେବ ନାହିଁ ସୁଗାର ବା ଡାଏବେଟିସ ରୋଗ..

1 min read

ଅସ୍ଵାସ୍ଥ୍ୟକର ଖାଦ୍ୟ, ଲାଇଫଷ୍ଟାଇଲ , ଓ ଅନୁବଂଶିକ କାରଣରୁ ବହୁତ ଲୋକ ଏହି ରୋଗର ଶିକାର ହୋଇଯାନ୍ତି । ଡାଇବେଟିସ ନିୟନ୍ତ୍ରଣ କରିବାକୁ ଯାଇ ଲୋକମାନେ ଚିନି ଖାଇବା କମେଇ ଦିଅନ୍ତି ଓ ଔଷଧ ଖାଆନ୍ତି । କିନ୍ତୁ ସେମାନକୁ ଜଣା ନାହିଁଡିମିରି ଡାଇବେଟିସ ରୋଗୀ ମାନଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ । ଡିମିରି ରେ ଅନେକ ପ୍ରକାର ପୋଷକତତ୍ଵ ଥାନ୍ତି ଯାହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

 

ଶର୍କରା ସ୍ତରକୁ ନିୟନ୍ତ୍ରଣ କରେ

ଆପଣଙ୍କୁ ଜଣେଇ ଦେଉଛୁ ଡିମିରି ରେ ପୋଟାସିୟମ ଉଚ୍ଚ ମାତ୍ରାରେ ଥାଏ ଯାହା ରକ୍ତରେ ଗ୍ଳୁକୋଜ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହାଛଡା ଡିମିରିରେ କ୍ଳୋରୋଜେନିକ ଏସିଡ ମଧ୍ୟ ଥାଏ ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ । ଏହାଛଡା ଡିମିରି ଟାଇପ-୨ ଡାଇବେଟିସ ଲୋକ ମାନଙ୍କ ପାଇଁ ବହୁତ ଲାଭଜନକ ହୋଇଥାଏ । ଡିମିରି ପତ୍ରରୁ ପ୍ରସ୍ତୁତ ଚା ଡାଇବେଟିସ ରୋଗୀମାନଙ୍କ ପାଇଁ ଲାଭଜନକ ଅଟେ ।

ଏହା ସହ ଡିମିରି ରେ ଡାଏଟି ଫାଇବର  ନିହିତ ଥିବାରୁ ହଜମ କ୍ରିୟା କୁ ଉନ୍ନତ କରିବାରେ ସାହାଯ୍ୟ କରେ। କୋଷ୍ଠକାଠିନ୍ୟ , ଝାଡା, ଏସିଡିଟି ଭଳି ସମସ୍ୟାରେ ମଧ୍ୟ ଉପକାର କରିଥାଏ । ଡିମିରି କୁ ରାତିସାରା ଜଳରେ ଭିଜେଇ ଛାଡି ଦିଅନ୍ତୁ ଓ ପ୍ରାତଃ ସମୟରେ କ୍ଷୀର କିମ୍ବା ମହୁ ସହ ଖାଇ ନିଅନ୍ତୁ । ଅସ୍ଵାସ୍ଥ୍ୟକର ଖାଦ୍ୟ, ଲାଇଫଷ୍ଟାଇଲ ଓ ଅନୁବଂଶିକତା କାରଣରୁ ଅନେକ ଲୋକ ଏହାର ଶିକାର ହେଉଛନ୍ତି ।

Leave a Reply

Your email address will not be published. Required fields are marked *