April 17, 2024

Odia Express

News For Public

ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଯଦି ଜୀବନସାରା ନିସ୍ଵାର୍ଥ ଭଲ ପାଇବା ଚାହୁଁଛନ୍ତି ,ତେବେ ଥରେ ଜପି ନିଅନ୍ତୁ ଏହି ଚମତ୍କାରୀ ମନ୍ତ୍ର, ତାପରେ ଦେଖନ୍ତୁ ଚମତ୍କାର..

1 min read

ଆମ ଶାସ୍ତ୍ରରେ ସବୁ ସଂମ୍ପର୍କ ମଧ୍ୟରୁ ସ୍ୱାମୀ-ସ୍ତ୍ରୀଙ୍କ ସଂମ୍ପର୍କକୁ ଅଧିକା ଉଚ୍ଚ ସ୍ଥାନ ଦିଆଯାଇଛି , ଓ ଏହି ସଂମ୍ପର୍କକୁ ସବୁଠାରୁ ସାଶ୍ୱତ ଓ ପବିତ୍ର ସଂମ୍ପର୍କ ବୋଲି ମାନାଯାଏ , ଏମିତି କୁହାଯାଇଛି କି ସ୍ୱାମୀ-ସ୍ତ୍ରୀଙ୍କ ସଂମ୍ପର୍କ ନା କେବଳ ଦୁଇଟି ହୃଦୟର ମିଳନ ହୋଇନଥାଏ , କିମ୍ବା ଦୁଇଟି ଶରୀରର ମିଳନ ହୋଇନଥାଏ ବରଂ ଏହା ଦୁଇ ଆତ୍ମାର ମିଳନ ହୋଇଥାଏ , କିନ୍ତୁ ଏହା ସମସ୍ତଙ୍କୁ ଜଣା ଅଛି କି ବିବାହିତ ଦମ୍ପତିଙ୍କ ମଧ୍ୟରେ ଢେର ସାରା ଭଲ ପାଇବା ହୋଇଥାଏ, କିନ୍ତୁ ସମୟ ଥିବା ବେଳେ ଏହା ଧୀରେ ଧୀରେ କେବେ ଫିକା ପଡିଯାଏ ତାହା ଜଣାପଡେନି । ବାହାଘରର କିଛି ଦିନ ମଧ୍ୟରେ ଦୁହେଁ ଆପସିକ ପ୍ରେମରେ ମଜି ଯାଆନ୍ତି ଓ ସେମାନଙ୍କ ସଂମ୍ପର୍କ ସେତେବେଳେ ଅଧିକା ମଜବୁତ୍ ହୋଇଯାଏ କାରଣ ଦୁହେଁ ନୁଆ କିନ୍ତୁ ଯେବେ ଆସ୍ତେ ଆସ୍ତେ ଦୁହେଁ ଦୁହିଁଙ୍କୁ ଚିହ୍ନିବାରେ ଲାଗନ୍ତି ତେବେ ଏହି ସଂମ୍ପର୍କ କିଛି ପରିମାଣରେ କମିବାକୁ ଲାଗେ , ଓ ଆସ୍ତେ ଆସ୍ତେ ଛୋଟ ମୋଟ କଥାକୁ ନେଇ କିଛି ମତଭେଦ ଓ କଳହ ହେବାକୁ ଲାଗେ , ସେଥିପାଇଁ ଏହି ବୈବାହିକ ଜୀବନ ମଧ୍ୟରେ ଆସୁଥିବା କଳହ ଓ ମତଭେଦ ଦୁର କରିବାକୁ ଯାଇ ଆମେ ଆଜି ଆପଣଙ୍କୁ କିଛି ଏପରି ଉପାୟ କହିବୁ ଯାହା କିଛି ସମୟ ପରେ ଆପଣଙ୍କୁ ନିରନ୍ତର ଭଲ ପାଇବା ନିଜ ଜୀବନସାଥୀରୁ ମିଳିପାରିବ , ଆସନ୍ତୁ ଜାଣିବା ।

 

୧) ସବୁଠାରୁ ପ୍ରଥମେ ଦୁହେଁ ସ୍ୱାମୀ-ସ୍ତ୍ରୀ ସକାଳୁ ଉଠି ସ୍ନାନ କରିନିଅନ୍ତୁ ଓ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଶ୍ରଦ୍ଧା ପୂର୍ବକ ଶିବ ଲିଙ୍ଗରେ ଜଳ କିମ୍ବା କ୍ଷୀର ଅର୍ପଣ କରନ୍ତୁ , ଓ ଏହି ମନ୍ତ୍ରର ଜପ କରନ୍ତୁ “ଓଁ ନମଃ ସମ୍ଭବାୟ ଚ ମୟୋ ଭବାୟ ଚ ନମଃ ଶଙ୍କରାୟ ଚ ମୟସ୍କରାୟ ଚ ନମଃ ଶିବାୟ ଚ ଶିବତରାୟ ଚ “

୨) ବହୁତଥର ଦେଖାଯାଏ କି କିଛି ଛୋଟମୋଟ କଥା ସକାଶେ କଳହ ରୁପ ନେଇଥାଏ ସେହି ଝଗଡାର କିଛି ମତଲବ ବି ନଥାଏ , କିନ୍ତୁ ଏହି ଝଗଡା ଆସିବା ଦିନରୁ ବଢିବାରେ ଲାଗେ ,

 

୩) ସ୍ୱାମୀ –ସ୍ତ୍ରୀ ମଧ୍ୟରେ ପ୍ରେମ ବଢାଇବାକୁ ହେଲେ ସହନଶୀଳତା ଓ ବୁଝାମଣା ରହିବା ଉଚିତ୍ , ଏହା ଛଡା କିଛି ଅନ୍ୟ ଉପାୟ ଜ୍ୟୋତିଷ୍ୟଶାସ୍ତ୍ରରେ କୁହାଯାଇଛି । ଯେପରି ସ୍ୱାମୀ-ସ୍ତ୍ରୀ ଭଗବାନ ଗଣେଷଙ୍କ ଉପାସନା କରିଲେ ତାଙ୍କୁ ଶ୍ରଦ୍ଧା ପୁର୍ବକ ଲଡୁ ଭୋଗ ଅର୍ପଣ କରିବା ଉଚିତ୍ ।

୪) ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଆପସିକ ଭଲ ପାଇବା ବଢାଇବାକୁ ହେଲେ ସ୍ତ୍ରୀ ନିଜ ସ୍ୱାମୀଙ୍କ ନାଁରେ ଏକ ଭୋଜନ ପତ୍ରରେ ଲାଲ କଲମରେ ହଂ ହନୁମନ୍ତ୍ରେ ନମରୁ ମନ୍ତ୍ରର ଜପ କରି ଘରର କେଉଁ କୋଣରେ ରଖିଦିଅନ୍ତୁ ।

 

୫) ଆପସିକ ପ୍ରେମ,ବିଶ୍ୱାସ, ଶ୍ରଦ୍ଧା ସୃଷ୍ଟି କରିବାକୁ ହେଲେ ମାତା ପାର୍ବତୀ , ଭଗବାନ ଶିବଙ୍କ ଆରଧନା କରନ୍ତୁ , ତାହା ସହ ସୋମବାର ବ୍ରତ ରଖିଲେ ଏହାର ଉତ୍ତମ ଫଳ ପ୍ରାପ୍ତିର ଆଶଙ୍କା ବଢିଯାଏ ।

୬) ରାତିରେ ସ୍ତ୍ରୀ ନିଜ ସ୍ୱାମୀଙ୍କ ଶୋଇବା ତକିଆ ତଳେ ସିନ୍ଦୁରର ପୁଡିଆ ରଖିଦିଅନ୍ତୁ , ଦ୍ୱିତୀୟ ଦିନ ସ୍ୱାମୀ ସକାଳୁ ଉଠିବାପରେ ଅଧା ସିନ୍ଦୁର କେଉଁ ଘରେ ପକାଇଦିଅନ୍ତୁ , ଅଧା ସିନ୍ଦୁର ସ୍ତ୍ରୀର ମଥାରେ ଭରିଦିଅନ୍ତୁ , ଏହି ପରି ସ୍ୱାମୀ ବି ସ୍ତ୍ରୀର ତକିଆ ତଳେ କର୍ପୁର ରଖିଦିଅନ୍ତୁ , ତାପର ଦିନ ସ୍ତ୍ରୀ ଏହି କର୍ପୁରକୁ ସକାଳୁ ଜଳାଇ ଦିଅନ୍ତୁ , ଏହା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଆପସିକ ଝଗଡାରୁ ମୁକ୍ତି ମିଳିପାରିବ ।

 

୭) ଆପସିକ ମତାନ୍ତର କିମ୍ବା କୌଣସି ବିବାଦ ଦୂର କରିବାପାଇଁ ଏହି ମନ୍ତ୍ର ବହୁତ କାରଗର ଅଟେ , ପ୍ରାତଃ ମା କାଳୀଙ୍କ କିମ୍ବା ଦୁର୍ଗାଙ୍କ ଚିତ୍ରରେ ଲାଲ ପୁଷ୍ପ ଓ ଧୁପ ଦୀପ ଜଳାଇକରି ୧୦୮ ଥର ସ୍ଫାଟିକ ମାଳାରୁ ୨୧ ଦିନ ପର୍ଯ୍ୟନ୍ତ ନିମ୍ନ ମନ୍ତ୍ରର ଜପ କରନ୍ତୁ  “ ଧଂ ଧୀଂ ଧୁର୍ଜତେ ପତ୍ନୀ-ପତି ବାଂ ବିଂ ବୁମ ବଗ୍ଧିଶ୍ୱରୀ “

୮) ଯେଉଁଠି ସ୍ୱାମି-ସ୍ତ୍ରୀ ବସୁଛନ୍ତି ସେଠାରେ ପାର୍ବତୀଙ୍କ ଫଟୋ ନିଶ୍ଚିତ ରଖନ୍ତୁ , ଓ ଶ୍ରଦ୍ଧାର ସହ ୨୧ ଥର ଏହି ମନ୍ତ୍ରକୁ ଜ୍ପ କରନ୍ତୁ ,  “ ଅକ୍ଷୌ ନୌ ମଧୁସଂକାଶେ ଅନିକଂ ନୌ ସମଂଜନମ୍ , ଅତଃ କୃଣୁଷ୍ବ ମା ହଦି ମନ ଇତ୍ରୋ ସହସତି “ଏମିତି କରିଲେ ଆପସିକ ପ୍ରେମ ବଢିବ ।

 

୯) ସକାଳ ସୁର୍ଯୋଦୟ ପୂର୍ବରୁ ସ୍ନାନ କରନ୍ତୁ , ଏହାପରେ ମା ଦୂର୍ଗାଙ୍କ ପ୍ରତିମା ଆଗରେ ଦୀପ ଜଳାନ୍ତୁ , ମା ଙ୍କ ସାମ୍ନାରେ ଧୁପ ଲଗାନ୍ତୁ , ଓ ଫୁଲ ଚଢାନ୍ତୁ , ଅନ୍ତ ଏହି ମନ୍ତ୍ରର ଜପ ୧୦୮ ଥର ଉଚ୍ଚାରଣ କରନ୍ତୁ ।

ଧାଂ ଧିଂ ଧୁର୍ଜଟେଃ ପତ୍ନୀ ବାଂ ବିଂ ବୁଂ ବାଗଧୀଶ୍ୱରୀ କ୍ରାଂ କ୍ରିଂ କ୍ରୁଂ କାଳିକା ଦେବ ଶାଂ ଶ୍ରୀଂ ଶ୍ରୂଂ ମେ ଶୁଭ କୁରୁ “

୧୦) ଆପଣଙ୍କ ବୈବାହିକ ଜୀବନ ସବୁବେଳେ ହସ ଖୁସିରେ କଟୁ, ଏଥିରେ କୌଣସି ଅସୁବିଧା ବାଧା ବିଘ୍ନ ନ ଆସୁ ତେଣୁ ଏହି ଉପାୟମାନ କରନ୍ତୁ , ଏହା ଆପଣ ଯେ କୌଣସି ସମୟରେ କରିପାରିବେ , ଏହା ପାଇଁ କୌଣସି ଶୁଭ ମୂହୁର୍ତ୍ତ କିମ୍ବା ଲଗ୍ନର ଆବଶ୍ୟକତା ପଡିନଥାଏ ।

Leave a Reply

Your email address will not be published. Required fields are marked *