October 2, 2023

Odia Express

News For Public

୩ ଅଗଷ୍ଟ ୨୦୧୯ ଶନିବାର ,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଶନିଦେବଙ୍କ ଆଜି ଏହି ୪ଟି ରାଶି ଉପରେ କୃପା କରିବେ

1 min read

ମେଷ : ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ଆଜିର ଦିନ ଆପଣଙ୍କପାଇଁ ଅନୁକୂଳତା ଏବଂ ପ୍ରତିକୂଳତାର ମିଶ୍ରିତ ଫଳ ମିଳିବ। ବୌଦ୍ଧିକ କାର୍ଯ୍ୟ ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣ ନୂଆ ବିଚାରରେ ପ୍ରଭାବିତ ହେବେ ଏବଂ ତାହା ଆପଣାଇବେ। ସୃଜନାତ୍ମକ କ୍ଷେତ୍ରରେ ସୃଜନଶକ୍ତିର ମଧ୍ୟ ଆପଣ ପରିଚୟ ଦେବେ। ତଥାପି ମଧ୍ୟ ମାନସିକରୂପରେ ଆପଣଙ୍କର ସ୍ଵାସ୍ଥ୍ୟ ଭଲ ରହିବ ନାହିଁ। ସନ୍ତାନମାନଙ୍କ ସମ୍ବନ୍ଧିତ ପ୍ରଶ୍ନ ଆପଣଙ୍କୁ ଦୁଃଖୀ କରିବେ। ଧନର ନିରର୍ଥକ ବ୍ୟୟରେ ସମ୍ଭାଳି କରି ଚାଲିବେ। ମାନସିକରୂପରେ ଅସୁସ୍ଥତାର ଅନୁଭବ ହେବ। ଛୋଟ ଯାତ୍ରା ଆପଣଙ୍କପାଇଁ ଆନନ୍ଦପ୍ରଦ ରହିବ। ସରକାରୀ ସଂକଟ ଉପସ୍ଥିତ ହୋଇପାରେ। ପ୍ରତିଦ୍ୱନ୍ଦିମାନଙ୍କ ସହିତ ସମ୍ଭବ ହେଲେ ବାଦ-ବିବାଦ କରିବେ ନାହିଁ।ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

ବୃଷ : ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ । ଆଜି ଲାଭଦାୟକ ଦିନ। ଆପଣଙ୍କ ବୈଚାରିକ ସମୃଦ୍ଧି ବଢ଼ିବ। ବାକଚାତୁରୀ ଏବଂ ମୀଠା ବାଣୀରେ ଆପଣ ଲାଭପ୍ରଦ ସମ୍ବନ୍ଧ ବିକସିତ କରି ପାରିବେ। ଉତ୍ତମ ଭୋଜନ, ଭେଟ ଉପହାର ଏବଂ ବସ୍ତ୍ର ପ୍ରାପ୍ତି ହେବ। ଶାରୀରିକ ତଥା ମାନସିକ ସୁସ୍ଥତା ରହିବ। ଆନନ୍ଦ ପ୍ରାପ୍ତି, ଜୀବନସାଥୀଙ୍କର ନିକଟତା ଏବଂ ଯାତ୍ରା ତଥା ପର୍ଯ୍ୟଟନରେ ଆପଣଙ୍କ ଆଜିର ଦିନ ଖୁସି ରହିବ।ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

ମିଥୁନ : ଆଜି ଆପଣ ଆରାମ କରନ୍ତୁ । ନିଜ ଚ଼ତୁଃପାର୍ଶ୍ୱର ଲୋକମାନଙ୍କ ସହିତ ମଜ୍ଜା କରନ୍ତୁ । ଏହି ସମ୍ପର୍କ ସବୁରୁ ଆପଣଙ୍କୁ ଭବିଷ୍ୟତରେ ବହୁତ ଲାଭ ହେବ । ଆପଣ ଆପଣଙ୍କ ଘର ଲୋକଙ୍କ ସହ ମଧ୍ୟ ଏକ ଗଭୀର ସମ୍ପର୍କ ମୁଳଦୁଆ ରଖିଛନ୍ତି । ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ । ଆଜିର ଦିନ କିଛି ଅନିୟନ୍ତ୍ରଣ ଏବଂ ଅନୈତିକ ବ୍ୟବହାର ଆପଣଙ୍କୁ ଅସୁବିଧାରେ ପକାଇପାରେ। ଦୁର୍ଘଟଣାରୁ ବଞ୍ଚନ୍ତୁ। ବାଣୀର ଶିଥିଲତା ଉଗ୍ର ଯୁକ୍ତି କରାଇବାର ସମ୍ଭାବନା ଅଛି। ସ୍ୱବନ୍ଧୁମାନଙ୍କ ସହିତ ମନମାଳିନ୍ୟ ହେବ। ମନୋରଞ୍ଜନ କିମ୍ବା ବୁଲିବା ପଛରେ ଅର୍ଥ ଖର୍ଚ୍ଚ ହେବ। କାମ ଇଚ୍ଛା ପ୍ରବଳ ରହିବ। ଶାରୀରିକ, ମାନସିକ ବ୍ୟଗ୍ରତା କମ କରିବା ପାଇଁ ଆଧ୍ୟାତ୍ମିକତା ସହାୟକ ପ୍ରମାଣିତ ହେବ।ପ୍ରତିକାର-ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

କର୍କଟ : ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି । ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ । ଚାକିରି- ଧନ୍ଦା କିମ୍ବା ବ୍ୟବସାୟରେ ଲାଭ ପ୍ରାପ୍ତି ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରି, ଯାତ୍ରାର ଆୟୋଜନ କରିବେ, ବିବାହୋତ୍ସୁକ ଯୁବକ-ଯୁବତୀମାନଙ୍କର ବିବାହ ପାଇଁ ସୁବର୍ଣ୍ଣ ସୁଯୋଗ ଆସିବ। ପୁତ୍ର ତଥା ପତ୍ନୀଙ୍କଠାରୁ ଲାଭ ହେବ। ବୃଦ୍ଧ ଏବଂ ବୃଦ୍ଧ ବନ୍ଧୁ ମଧ୍ୟ ଆପଣଙ୍କ ଲାଭରେ ନିମିତ୍ତ ବନିବେ। ସ୍ନେହୀଜନ ଏବଂ ମିତ୍ରମାନଙ୍କ ତରଫରୁ ଲାଭ ମିଳିବ। ଉଚ୍ଚ ପଦାଧିକାରିମାନଙ୍କର କୃପାଦୃଷ୍ଟି ରହିବ। ସାଂସାରିକ ଜୀବନରେ ଆନନ୍ଦ ଅନୁଭବ କରିବେ।ପ୍ରତିକାର :- ଜନ୍ଦା ପିମ୍ପୁଡ଼ି ଙ୍କ ପାଇଁ ଗୁଡ଼ ରଖନ୍ତୁ

ସିଂହ : ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଗିତ ବଜାନ୍ତୁ ଓ ବନ୍ଧୁମାନଙ୍କ ସହ ଖୁସି ମଜ୍ଜା କରନ୍ତୁ । ଭଲ ବନ୍ଧୁ ଆପଣଙ୍କୁ ଠିକ ଉତ୍ତର ଦେବ । ନିଜର ଜୀବନ ସୈଳି ପରିବର୍ତ୍ତନ ପାଇଁ ବନ୍ଧୁ ମାନଙ୍କର ସହିତ ଆଲୋଚନା କରନ୍ତୁ ଏବଂ ସେମାନଙ୍କ ଠାରୁ ସକାରତ୍ମକ ଉତ୍ତର ନିଅନ୍ତୁ । ଦୈନିକ କାର୍ଯ୍ୟଗୁଡ଼ିକରେ ଛୁଟିକରି ଆଜି ବାହର ବୁଲିବାକୁ ଏବଂ ମନୋରଞ୍ଜନ ପ୍ରବୃତ୍ତି ପାଇଁ ସମୟ ବାହାର କରିପାରନ୍ତି। ପରିବାରର ଲୋକ ଏବଂ ମିତ୍ରମାନଙ୍କର ସମାବେଶ କରିବେ, ଯାହା କି ଆନନ୍ଦପ୍ରଦ ରହିବ। ଶାରୀରିକ ଏବଂ ମାନସିକରୂପରେ ଆପଣ ପୂରା ଦିନ ପ୍ରଫୁଲ୍ଲିତ ରହିବେ। ଆପଣଙ୍କ ମାନସମ୍ମାନରେ ମଧ୍ୟ ବୃଦ୍ଧି ହେବ।ପ୍ରତିକାର :- ପଙ୍ଗୁ ଭିକାରୀଙ୍କୁ ଖାଇବାକୁ ଦିଅନ୍ତୁ ।

କନ୍ୟା : ଆଜି ଆପଣ କୌଣସି ପାରିବାରିକ ସମାରୋହରେ ଖୁବ୍ ଜମେଇକି ନାଚ଼ିବେ । ଆଜି କାଲି ଆପଣଙ୍କ ସମ୍ପର୍କୀୟ ସଭିଙ୍କ ସହ ମଧୁର ଅଛି, ତେଣୁ ଆପଣଙ୍କୁ ନିଜ ଲୋକଙ୍କ ଠାରୁ ବହୁତ ଖୁସି ମିଳିବ । ଆଜି ଆପଣ ନରମ ମନୋଭାବ ପୋଷଣ କରି କାହାକୁ ସାହାଯ୍ୟ କରିବେ । ନିଜର ନକାରାତ୍ମକ ଭାବନାକୁ ଦୂରେଇ ଦିଅନ୍ତୁ ଏବଂ ନିଜ ସମ୍ପର୍କକୁ ଅନ୍ୟମାନଙ୍କ ସହ ମଜବୁତ କରନ୍ତୁ । ଏହା ଆପଣଙ୍କୁ ଖୁସି ଆଣି ଦେବ । ଅନୈତିକ କାର୍ଯ୍ୟରୁ ଦୂରରେ ରହିବାକୁ ଉପଦେଶ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଏହାଦ୍ୱାରା ପାରିବାରିକ ଝଗଡ଼ାକୁ ଆପଣ ଟାଳି ପାରିବେ। ପ୍ରତ୍ୟେକ ବ୍ୟକ୍ତି, ବସ୍ତୁ କିମ୍ବା ଘଟଣାକୁ ସକାରାତ୍ମକ ଦୃଷ୍ଟିକୋଣରେ ଦେଖିବେ। ଖର୍ଚ୍ଚ ଅଧିକ ହେବାର କାରଣରୁ ଧନର ସଂକଟ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଆର୍ଥିକ ରୂପରେ ଚିନ୍ତିତ ରହିବେ। ଶାରିରିକ ଏବଂ ମାନସିକରୂପରେ ଅସୁସ୍ଥତା ରହିବ।ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ତୁଳା : ଆଜି ଆପଣ ନିଜ ଶାରୀରିକ ସୁନ୍ଦରତା ଆଡ଼କୁ ବହୁତ ଧ୍ୟାନ ଦେବେ, ଆପଣ ନିଜ ମନପସନ୍ଦର ପୋଷାକ ପିନ୍ଧିବେ ଓ ବହୁତ ସମୟ ଧରି ନିଜ କେଶ ସଜାଇବେ । ଆପଣଙ୍କ ଏହି ନୂଆ ରୂପକୁ ଦେଖି ଲୋକେ ଆପଣଙ୍କ ପ୍ରଶଂସା କରିବେ । ଏହି ସମୟରେ ଆପଣ ଧର୍ମପ୍ରତି ଆକର୍ଷିତ ରହିବେ । ସମାଜସେବାରୁ ଆଜି ଆପଣଙ୍କୁ ଶାନ୍ତି ମିଳିବ । ବ୍ୟସ୍ତ ଜୀବନକୁ ଆରାମଦେବାରେ ଏହାହିଁ ଉଚିତ ସମୟ । ଆଜି ଆପଣଙ୍କ ପରିସ୍ଥିତି ଯାହା ହେଉ ମଧ୍ୟ ନିଜର ବିସ୍ୱାଶ ବନେଇ ରଖନ୍ତୁ । ଆଜି ଆପଣଙ୍କ ବାଣୀର ଜାଦୁ କାହାକୁ ଅଭିଭୂତ କରି ଆପଣଙ୍କୁ ଲାଭ ଦେବ। ବାଣୀର ମାଧୁର୍ଯ୍ୟ ନୂଆ ସମ୍ବନ୍ଧ ସ୍ଥାପିତ କରିବାରେ ସହାୟତା କରିବ। ଶୁଭକାର୍ଯ୍ୟ କରିବାର ପ୍ରେରଣା ମିଳିବ । ପଠନ-ଲେଖନ ପରି ସାହିତ୍ୟ ପ୍ରବୃତ୍ତିଗୁଡ଼ିକରେ ଅଭିରୁଚି ବଢ଼ିବ। ପରିଶ୍ରମ ଅପେକ୍ଷିତ ପରିଣାମ ମିଳିବ ନାହିଁ ଏହା ସତ୍ତ୍ୱେ ଆପଣଙ୍କ କାମରେ ତତ୍ପରତା ଏବଂ କୁଶଲତା ଆପଣଙ୍କ ପ୍ରଗତିରେ ସହାୟକ ହେବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ସମ୍ଭବ ହୋଇପାରେ। ପେଟର ଅସୁବିଧା ଚିନ୍ତିତ କରିବ।ପ୍ରତିକାର- ଭିକାରୀକୁ ନିରାଶ କରିବେ ନାହିଁ।

ବିଚ୍ଛା : ଆଜି ଆପଣ ସାମାଜିକ ଗତି ବିଧି ଗୁଡ଼ିକ ପ୍ରତି ଆକର୍ଷିତ ରହିବେ ,ସିଏ ବନ୍ଧୁମାନଙ୍କ ଯଥେଷ୍ଟ ପିଇବା ପାଇଁ କେଉଁଠି ବାହାରକୁ ଯିବା ହେବ ବା ରାତ୍ରିଭୋଜନ ଖାଇବାର ହେବ । ଏହା ଆପଣଙ୍କ ମଜ୍ଜା କରିବାର ସମୟ ଅଟେ । ଆଜି ଆପଣ ଆତ୍ମଜ୍ଞାନ ଆଧ୍ୟାତ୍ମିକ ଦିଗରେ ନିଜର ପ୍ରକୃତ ରୂପକୁ ଚିହ୍ନନ୍ତୁ ଓ ଆଧ୍ୟାତ୍ମିକଜ୍ଞାନକୁ ବଢାଇବାକୁ ଚେଷ୍ଟା କରନ୍ତୁ । ଏହି ମାର୍ଗରେ ଗତି କଲେ ଆଜି ଆପଣଙ୍କୁ ବହୁତ ଲାଭ ହେବ ଓ ଶାନ୍ତି ମଧ୍ୟ ମିଳିବ । ଦ୍ୱନ୍ଦ୍ୱ ଯୋଗୁଁ ଆପଣ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେଇପାରିବେ ନାହିଁ। ବୈଚାରିକ ତୋଫାନରେ ମାନସିକ ଅସୁସ୍ଥତା ଅନୁଭବ କରିବେ। ଅତ୍ୟଧିକ ଭାବନାଶୀଳତା ଆପଣଙ୍କ ଦୃଢ଼ତାକୁ କମଜୋର କରିବ। ପାଣି ତଥା ଅନ୍ୟ ତରଳ ପଦାର୍ଥରୁ ସାବଧାନ ରୁହନ୍ତୁ। ପରିବାର କିମ୍ବା ଜମି ସମ୍ବନ୍ଧିତ ମାମଲାରେ ଚର୍ଚ୍ଚା ଏବଂ ଯାତ୍ରା ଟାଳିବାକୁ ଉପଦେଶ। ଶାରୀରିକ ଏବଂ ମାନସିକ ସୁସ୍ଥତାର ଅଭାବ ରହିବ।ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ଧନୁ : ଆଜି ପୂରା ଦିନ ଆପଣ ଖୁସି ମଜ୍ଜାରେ ମଜ୍ଜି ରହିବେ । ଆଜି ନିଜର ପରିବାର ଓ ବନ୍ଧୁମାନଙ୍କ ସହିତ କିଛି ସମୟ କାଟନ୍ତୁ । ଏଥିଯୋଗୁଁ ଆପଣ ନିଜେ ଖୁସି ହେବା ସହିତ ନିଜ ପରିବାରବର୍ଗଙ୍କୁ ମଧ୍ୟ ଖୁସି ମିଳିବ, ଏହି ଦିନ ଗୁଡ଼ିକରେ ଆପଣଙ୍କ ଜୀବନ ସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ମଧୁର ଅଟେ । ଶାରୀରିକ ଏବଂ ମାନସିକ ସତେଜତାର ସହିତ ଘରେ ମଧ୍ୟ ଆନନ୍ଦର ବାତାବରଣ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସାଥିରେ ସାକ୍ଷାତକରି ହେବ। ସାଥିମାନଙ୍କଠାରୁ ଲାଭ ହେବ। ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜିର ଦିନ ଅନୁକୂଳ ଅଟେ। କାର୍ଯ୍ୟର ସଫଳତା ଏବଂ ପ୍ରିୟ ବ୍ୟକ୍ତିଙ୍କ ସାଥି ମିଳିବାରୁ ଆପଣ ଆନନ୍ଦିତ ରହିବେ। ଆର୍ଥିକ ଲାଭ ଏବଂ ଭାଗ୍ୟ ବୃଦ୍ଧିର ସମ୍ଭାବନା ଅଛି। ଛୋଟ ଯାତ୍ରା ହେବ। ମାନ- ସମ୍ମାନରେ ବୃଦ୍ଧି ହେବ।ପ୍ରତିକାର : ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ

ମକର : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ । ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ । ଆଜିର ଦିନ ଶୁଭ ଫଳ ପ୍ରଦାନ କରିବ। ଗୃହସ୍ଥଜୀବନ ଆନନ୍ଦପ୍ରଦ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଉପର ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ପିତା ଏବଂ ବଡ଼ମାନଙ୍କଠାରୁ ଲାଭ ହେବାର ସମ୍ଭାବନା ଅଛି। ବ୍ୟବସାୟ କ୍ଷେତ୍ରରେ ଯାତ୍ରା ହୋଇପାରେ। କାର୍ଯ୍ୟଭାରରେ ବୃଦ୍ଧି ହେବ। ତଥାପି ମଧ୍ୟ ଆର୍ଥିକ ଯୋଜନା ବହୁତ ଭଲ ଭାବରେ କରି ପାରିବେ।ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ

କୁମ୍ଭ : ଆଜି କିଛି ନୂଆ ଦାୟୀତ୍ତ୍ୱ ଆପଣ ନେଇ ପାରନ୍ତି ,ଯାହାକି ଆପଣଙ୍କୁ ପୁରସ୍କାର ଆଣିଦେଇପାରେ ଆପଣ ନିଜର ମାନ,ଯଶର ପୁରା ମଜ୍ଜା ନେଇ ପାରନ୍ତି,ମାତ୍ର ମନେ ରଖନ୍ତୁ ଯେ କୌଣସି ପ୍ରକାରରେ ମଧ୍ୟ ନିଜର ପ୍ରତିଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ । ପାରିବାରିକ ସଦସ୍ୟମାନଙ୍କ ସହିତ ସୁଖ- ଶାନ୍ତିରେ ଦିନ କଟିବ। ତାଙ୍କର ସହଯୋଗ ମିଳିବ। ମହିଳା ମିତ୍ରମାନଙ୍କଠାରୁ ବିଶେଷ ସହାୟତା ପ୍ରାପ୍ତ କରିପାରିବେ। ଦୂରସ୍ଥ ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ସଂପର୍କ କିମ୍ବା ସନ୍ଦେଶ ବ୍ୟବହାର ଲାଭଦାୟକ ପ୍ରମାଣିତ ହେବ। ନିଜର ପ୍ରଭାବଶାଳୀ ବାଣୀରେ ଅନ୍ୟ ଲୋକମାନଙ୍କର ଧ୍ୟାନ କେନ୍ଦ୍ରିତ କରି ପାରିବେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଉତ୍ତମ ଭୋଜନ ପ୍ରାପ୍ତି ହେବ। ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକରେ କମ ସଫଳତା ମିଳିବ।ପ୍ରତିକାର :- ଗୋଟାମୁଗ ମନ୍ଦିରରେ ଦାନ କରନ୍ତୁ।

ମୀନ : ଆଜି ଆପଣଙ୍କର ପ୍ରସିଦ୍ଧିରେ ଯାହା ଜାରୀରହିବ , ଆଗାମୀ ଦିନରେ ଆପଣଙ୍କୁ ମଉଜ ମସ୍ତି କରିବାର ସୁଯୋଗ ମିଳିବ । ସବୁ କିଛି ଆପଣଙ୍କର ଆପ୍ରାଣ ଉଦ୍ୟମର ଫଳ । ଆପଣଙ୍କର ସ୍ୱପ୍ନ ସାର୍ଥକ ହେବାପାଇଁ ଯେଉଁ କାର୍ଯ୍ୟ କରି ଆସୁଛନ୍ତି ତାହାର ସୁଫଳ ମିଳୁ ନଥିବାରୁ ଆପଣଙ୍କ ମନରେ ନିରାଶ ସୃଷ୍ଟିହୋଇପାରେ । କିନ୍ତୁ ସେଥିପାଇଁ ବିବ୍ରତ ହୁଅନ୍ତୁନି । ଲମ୍ବା ସମୟର ଆର୍ଥିକ ଯୋଜନା ପାଇଁ ଅନୁକୂଳ ଦିନ ଅଟେ। ଆର୍ଥିକ ଏବଂ ବ୍ୟବସାୟ ଦୃଷ୍ଟିରୁ ଦିନ ଲାଭଦାୟକ ଅଟେ। ଶାରୀରିକ ଏବଂ ମାନସିକ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ। ମିତ୍ର ତଥା ସ୍ଵଜନମାନଙ୍କ ତରଫରୁ ଉପହାର ମିଳିବ। ତାଙ୍କ ସହିତ ସମୟ ଆନନ୍ଦରେ ବ୍ୟତୀତ ହେବ। ତାଙ୍କ ସହିତ କୌଣସି ସମାରୋହ କିମ୍ବା ପର୍ଯ୍ୟଟନରେ ଯିବାର ସମ୍ଭାବନା ଦେଖାଯାଉଛି। ସଦଭାବନା ସହିତ କରାଯାଇଥିବା ପରୋପକାରୀ କାର୍ଯ୍ୟ ଆପଣଙ୍କୁ ଆନ୍ତରିକ ଖୁସି ଦେବ।ପ୍ରତିକାର : ଅସହାୟ ଓ ବିଧବାଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ।

Leave a Reply

Your email address will not be published. Required fields are marked *