June 20, 2024

Odia Express

News For Public

ଦହି ଓ ଚିନି ନୁହେଁ ତା ଛଡା ଏମାନଙ୍କ ମଧ୍ୟରୁ ଗୋଟିଏ ଜିନିଷ ଖାଇ ଘରୁ ବାହାରକୁ ଯାଆନ୍ତୁ , ନିଶ୍ଚିତ ସଫଳତା ମିଳିବ , ହୋଇଯିବ ସବୁ ବିଗିଡି ଯାଇଥିବା କାମ..

ଯେବେ ବି କୌଣସି ବ୍ୟକ୍ତି ନିଜ କାମରେ ଘରୁ ବାହାରକୁ ଯାଆନ୍ତି ତେବେ ସମସ୍ତଙ୍କର ଇଚ୍ଛା ଥାଏ ଯେ ସେ ସେହି କାମରେ ସଫଳ ହୁଅନ୍ତୁ । କିଛି ଲୋକ ଏପରି ହୋଇଥାନ୍ତି ଯେଉଁମାନେ ଘରୁ ବାହାରିବା ପୂର୍ବରୁ ଭଗବାନଙ୍କ ପୂଜା କରି ବାହାରନ୍ତି । ଏହାଫଳରେ କାମ ସଂପୂର୍ଣ୍ଣ ସଫଳ ହୋଇଯିବ  କିନ୍ତୁ ଅଧି ପରିଶ୍ରମ କରିବା ପରେ ମଧ୍ୟ କିଛି ଲୋକଙ୍କୁ ସଫଳତା ହାସିଲ ହୋଇପାରେ ନାହିଁ । ଏଥିନିମନ୍ତେ ଆଜି ଆମେ ଆପଣଙ୍କୁ ଜଣେଇଦେଉଛୁ ଯେ ଯେବେ ମଧ୍ୟ ଆପଣ ଘର ବାହାରକୁ ଯିବେ କେଉଁ କେଉଁ ଜିନିଷ ଖାଇ ଘରୁ ବାହାରକୁ ଯିବା ଉଚିତ ।

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଘରୁ ବାହାରକୁ ଯାଉଥିବା ବ୍ୟକ୍ତି କାଜୁ ଖାଇ ବାହାରିବା ଉଚିତ ଏହାଦ୍ୱାରା କାମରେ ମନ ଲାଗିବ ଓ କାର୍ଯ୍ୟ ସହଜରେ ସଫଳ ହେବ ।

ଏହାଛଡା ଆପଣ ଘରୁ ବାହାରିବା ପୂର୍ବରୁ ବାଦାମ ଖାଇ ବାହାରିବେ ତ ଏହାଦ୍ୱାରା ଆପଣଙ୍କ ମସ୍ତିସ୍କ ଦ୍ରୁତ ତ ଚାଲିବ ତାସହ ମନ ମଧ୍ୟ ଶାନ୍ତ ରହିବ ।

ଘରୁ ବାହାରିବା ସମୟରେ ଲକ୍ଷ୍ମୀଙ୍କୁ ମିଶ୍ରି ଭୋଗ ଲଗେଇ ଓ ସେହି ମିଶ୍ରି ଖାଇ ବାହାରକୁ ଯିବା ଉଚିତ ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପାରୁ ଧନର ଅଭାବ ହୋଇନଥାଏ ।

 

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଘରୁ ବାହାରିବା ପୂର୍ବରୁ ସବୁବେଳେ ଦହି କିମ୍ବା ଚିନି ଖାଇ ବାହାରକୁ ଯିବା ଉଚିତ । ଏପରି କରିବା ଦ୍ଵାରା ସବୁ କାର୍ଯ୍ୟ ସମ୍ପନ୍ନ ହୋଇଥାଏ ଓ ଏହାଦ୍ୱାରା ସଫଳତା ଆପଣଙ୍କ ପାଦ ଚୁମି ଥାଏ ।

ଘରୁ ବାହାରିବା ସମୟରେ ସବୁବେଳେ ମିଠା ପାନ ଖାଇ ବାହାରିଲେ ଲୋକଙ୍କ ସହ ସମ୍ପର୍କ ବଢିଥାଏ , ସମ୍ବନ୍ଧରେ ମଧୁରତା ଆସେ ।

କୌଣସି ନୂତନ କାର୍ଯ୍ୟଆରମ୍ଭ କରିବାକୁ ଯାଉଥିଲେ ଧନିଆ କହି ଘରୁ ବାହାରନ୍ତୁ , ଏପରି କରିବା ଦ୍ଵାରା ଆପଣଙ୍କ କାର୍ଯ୍ୟରେ ଦିନରେ ଦିଗୁଣ ରାତିରେ ଚାରିଗୁଣ ସଫଳତା ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *