୯ ଅଗଷ୍ଟ ୨୦୧୯ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମା ଲକ୍ଷ୍ମୀ ଏହି ଗୋଟିଏ ରାଶି ଉପରେ ସୁନା କଳସ ଢ଼ାଲିବେ
1 min read
ମେଷ : ଘରେ ଲାଗିରହିଥିବା ଅଶାନ୍ତି ଯୋଗୁଁ ଆପଣ ଚ଼ିନ୍ତିତ ହୋଇପାରନ୍ତି । ଯଦିଓ ଘରର ଅଶାନ୍ତିର କାରଣ ଆପଣ ନୁହଁନ୍ତି ତଥାପି ମାନସିକ ଶାନ୍ତି ପାଇଁ ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ଶିକ୍ଷାକ୍ଷେତ୍ରରେ ଆଜି ଆପଣଙ୍କୁ ସଫଳତା ମିଳିବ । ଯଦି ଆପଣ ଜଣେ ଛାତ୍ର ତାହେଲେ ଆଜି ପଢ଼ା କ୍ଷେତ୍ରରେ ଆପଣ ଆଗରେ ରହିବେ । ଆପଣଙ୍କୁ କୌଣସି ନୂଆ ଜାଗାରେ କିମ୍ବା ନୂଆ ପ୍ରଣାଳୀରେ ପଢ଼ିବା ପାଇଁ ସୁଯୋଗ ମିଳିପାରେ । ଆଜି ଆପଣ ରଣନୀତିରେ ଶତ୍ରୁମାନଙ୍କୁ ପରାସ୍ତ କରିବେ। ନୂଆ କାର୍ଯ୍ୟଗୁଡ଼ିକର ଆରମ୍ଭ ପାଇଁ ପ୍ରସ୍ତୁତ ରୁହନ୍ତୁ, ସଫଳତା ମିଳିବ। ଆପଣ ପ୍ରତ୍ୟେକ କାର୍ଯ୍ୟ ହୃଦୟ ଏବଂ ମନରେ ସୁସ୍ଥ ରହିକରି କରିବେ। ବ୍ୟାପାର ଧନ୍ଦାରେ ଲାଭ ହେବ। ଶେୟାରରେ ଲଗାଇଥିବା ଟଙ୍କା ଲାଭପ୍ରଦ ହେବ। ମିତ୍ର ତଥା ସ୍ଵଜନ ଏବଂ ଭାଇ-ଭଉଣୀମାନଙ୍କ ସହିତ ମିଳାମିଶା ରହିବ। ମନର ଦ୍ୱନ୍ଦ୍ୱ ଦୂର ହେବ। ବିଦ୍ୟାର୍ଥିମାନଙ୍କପାଇଁ ଜ୍ଵଳନ୍ତ ସିଦ୍ଧି ହାସଲ ହେବ।ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।
ବୃଷ : ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ ଘରର ଶାନ୍ତି ଭଙ୍ଗ ହବାକୁ ଦିଅନ୍ତୁ ନାହିଁ । ନିଜ କ୍ରୋଧକୁ ନିଜ ଭିତରେ ରଖିବା ହିଁ ମଙ୍ଗଳ ।ଏହି କଳହ ଦ୍ୱାରା ଆପଣ ଲାଭବାନ ହେବେ ନାହିଁ ବରଂ ଏହା ଆପଣଙ୍କର ଅଧିକ ଚ଼ିନ୍ତାର କାରଣ ହେବ । ବହୁତ ଗୁଡିଏ ସ୍ଥାନକୁ ଯାତ୍ରାକରିବାର ସୁଯୋଗ ଆସିପାରେ ଏବଂ ଏହା ମଧ୍ୟରୁ ଗୋଟିଏ ଆପଣ ବାଛିବେ । ଭିନ୍ନ ପ୍ରକାର ଦ୍ୱନ୍ଦ ମଧ୍ୟରେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଏବଂ ଆପଣଙ୍କ ସହ ଯାତ୍ରା ନିଷ୍ପତ୍ତି ବାହାରେ କିଛି ଯୋଜନା କରିପାରନ୍ତି । ଦାମ୍ପତ୍ୟଜୀବନର ସୁଖ କ୍ଷଣର ଅନୁଭବ କରିବେ। ସାମାଜିକ ଏବଂ ସାର୍ବଜନିକ କ୍ଷେତ୍ରରେ ଆପଣ ଖ୍ୟାତି ଏବଂ ପ୍ରତିଷ୍ଠା ପ୍ରାପ୍ତ କରିବେ। ବସ୍ତ୍ରାଭୂଷଣ ଏବଂ ବାହନର କ୍ରୟ କରିବେ। ବ୍ୟାପାରରେ ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ। ଧନ ଲାଭ ହେବ। ସରକାରୀ କାର୍ଯ୍ୟ ସରଳତାପୂର୍ବକ ସଂପନ୍ନ ହେବ।ପ୍ରତିକାର– ଗ୍ରାମ୍ୟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।
ମିଥୁନ : ନିଜ ସାଙ୍ଗ ସାଙ୍ଗରେ କୌଣସି ଯୁକ୍ତି କରନ୍ତୁ ନାହିଁ କାରଣ ମାନସିକ ଶାନ୍ତି ହରାଇ ବସିବେ ।ଯଦି ଆପଣ କୌଣସି ଅସୁବିଧାରେ ରହନ୍ତି ତଥାପି ନିଜକୁ ଶାନ୍ତି ରଖନ୍ତୁ ।ଏହି ସମୟରେ କୌଣସି ଯୁକ୍ତି ଆପଣଙ୍କର ସମ୍ପର୍କ ଓ ଶାନ୍ତି ପାଇଁ ଖରାପ ହୋଇପାରେ । ଆଜି ଆପଣ କୌଣସି ଜଣେ ମହତ୍ତ୍ୱପୁର୍ଣ୍ଣ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଡି ପାରନ୍ତି । ଧ୍ୟାନ ରଖନ୍ତୁ ଯେପରିକି ସେ ବ୍ୟକ୍ତିଙ୍କ ସାମ୍ନାରେ ଆପଣ ନିଜକୁ ଭଲଭାବେ ପ୍ରସ୍ତୁତ କରିପାରିବେ । ଆଜି ସ୍ଵାସ୍ଥ୍ୟ ଭଲ ରହିବ ଏବଂ ରୋଗଗ୍ରସ୍ତ ବ୍ୟକ୍ତିଙ୍କର ମଧ୍ୟ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଘରେ ସୁଖ-ଶାନ୍ତିର ବାତାବରଣରେ ଆପଣଙ୍କ ସମୟ କଟିବ। କାର୍ଯ୍ୟରେ ସଫଳତା ଏବଂ ଯଶ ମିଳିବାରରୁ ଉତ୍ସାହ ବଢ଼ିବ। ଚାକିରିରେ ଲାଭଦାୟକ ସମାଚାର ମିଳିବ ଏବଂ ସହକର୍ମିମାନଙ୍କ ସାଥି ମିଳିବ। ମହିଳା ମିତ୍ରମାନଙ୍କ ସହିତ ସାକ୍ଷାତ ହେବ।ପ୍ରତିକାର–ରୁଟିଗୁଡ ଗାଈକୁ ଖାଇବାକୁ ଦେବେ।
କର୍କଟ : ଘରେ ଲାଗିରହିଥିବା ଉଦାସ ଭାବ ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ଆପଣଙ୍କ ମଧ୍ୟରୁ ଯେଉଁମାନେ ପରିବାର ଠାରୁ ଦୂରରେ ଅଛନ୍ତି ସେମାନେ ନିଜ ପରିବାର ସହିତ ଭଲ ସମୟ କଟାଇପାରିବେ । ଆପଣ ଏହି ସମୟର ଉପଯୋଗ ପୁରୁଣା ସ୍ମୃତିକୁ ମନେ ପକାଇବାରେ ବ୍ୟବହାର କରିପାରିବେ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତିତ ହୋଇପାରନ୍ତି। ସନ୍ତାନମାନଙ୍କର ସମ୍ବନ୍ଧରେ ସମସ୍ୟା ଆସିପାରେ। ସ୍ଵାଭିମାନ ଭଙ୍ଗ ନହେଉ, ଏହାର ଧ୍ୟାନ ରଖିବେ। ଆର୍ଥିକ ଆୟୋଜନ ପାଇଁ ସମୟ ଭଲ। ଶେୟାର-ସଟ୍ଟାର ପ୍ରଲୋଭନ କ୍ଷତି ପହଁଚାଇପାରେ।ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରି ଆଶୀର୍ବାଦ ଭିକ୍ଷା କରନ୍ତୁ।
ସିଂହ : ଆଜି ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, କାରଣ କିଛି ଭୁଲ ବୁଝାମଣା ଯୋଗୁଁ ଆପଣ ଏବଂ ଆପଣଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ କଳି ହୋଇପାରେ । ସଂଦ୍ଧ୍ୟାରେ ଆପଣଙ୍କର କୌଣସି ମାନସିକ ସମାରୋହକୁ ଯିବାର ସଙ୍କେତ ଅଛି । ଆପଣ କାହାରି ଭୋଜିରେ ମଧ୍ୟ ଯାଇ ପାରନ୍ତି କିମ୍ବା ବନ୍ଧୁଙ୍କ ଘରେ ହେଉଥିବା ସମାରୋହରେ ଭାଗନେଇ ପାରନ୍ତି । ଯାହା ବି ହେଉନା କାହିଁକି ଆଜି ଦିନ ଖୁବ୍ ଭଲ । ମନରେ ଦ୍ୱନ୍ଦ୍ୱ ହେବାରୁ ଆପଣ କୌଣସି ଠୋସ୍ ନିର୍ଣ୍ଣୟ ନେଇପାରିବେ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ। ବାଣୀ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବାର ଆଶଂକା ଅଛି। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଅର୍ଥ ଖର୍ଚ୍ଚ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ ମଧ୍ୟମ ଧରଣର ସମୟ ଅଟେ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।ପ୍ରତିକାର:- କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ।
କନ୍ୟା : ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ଆଜି କୌଣସି ପାରିବାରିକ ଉତ୍ସବ ହେବାର ସମ୍ଭାବନା ଅଛି ତେଣୁ ଯିବାପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ, ଏହା ଆନନ୍ଦ କରିବାର ସମୟ ଅଟେ । ଏହି ପାରିବାରିକ ଉତ୍ସବ ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ବହୁତ ଖୁସି ଆଣିଦେବ । ଆଜିର ଦିନ ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ବିଶେଷ ରହିବେ। ମନରେ କୌଣସି ପକ୍କା ନିର୍ଣ୍ଣୟ ନିଅନ୍ତୁ ନାହିଁ। ଦ୍ୱନ୍ଦ୍ୱରେ ରହିବେ। ଟଙ୍କାର ଆଦାନ ପ୍ରଦାନ କିମ୍ବା ଆର୍ଥିକ କାରବାର ନ କରିବା ପାଇଁ ଉପଦେଶ। ଶାରୀରିକ ଏବଂ ମାନସିକ ଅଣନିଶ୍ୱାସୀ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଧନ ଖର୍ଚ୍ଚ ହେବ।ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।
ତୁଳା : ଆଜି କିଛି ଭୁଲବୁଝାବଣା ହୋଇ ପାରେ ଏଥି ପାଇଁ ସାବଧାନ ରହିବେ । ନିଜ ବିଚ଼ାରକୁ ସ୍ପଷ୍ଟଭାବରେ ଅଭିବ୍ୟକ୍ତ କରନ୍ତୁ ଏବଂ ତା ସହିତ ଅନ୍ୟ ବ୍ୟକ୍ତିର କଥାବାର୍ତ୍ତାକୁ ମଧ୍ୟ ମନଦେଇ ଶୁଣି ବୁଝିବାକୁ ଚ଼େଷ୍ଟା କରନ୍ତୁ । ଆଜି ଆପଣଙ୍କ ଭାଗ୍ୟରେ ହଠାତ୍ ପରିବର୍ତ୍ତନ ହେବ । ଆପଣଙ୍କ କାର୍ଯ୍ୟ ଆପଣଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଦେବ ।ଆପଣଙ୍କ ଭଲ ଗୁଣ ଯୋଗୁଁ ଆଜି ଆପଣଙ୍କର ନୂଆ ବନ୍ଧୁ ହେବ ଏବଂ କିଛି ବ୍ୟବସାୟୀଙ୍କ ସହ ମଧ୍ୟ ଆପଣଙ୍କର ଭଲ ସମ୍ବନ୍ଧ ହୋଇପାରିବ । ବ୍ୟାପାରରେ ଠିକ୍ ନିର୍ଣ୍ଣୟ ନେଲେ ଲାଭଦାୟକ ପ୍ରମାଣିତ ହେବ। ଆୟର ସାଧନରେ ବୃଦ୍ଧି ହେବ। ବୃଦ୍ଧ କିମ୍ବା ବରିଷ୍ଠ ନାଗରୀକମାନଙ୍କ ତଥା ମିତ୍ରମାନଙ୍କଠାରୁ ଲାଭ ଏବଂ ଆପଣ ସୁଖଦ କ୍ଷଣ ଅନୁଭବ କରିବେ। ଦାମ୍ପତ୍ୟଜୀବନ ସନ୍ତୋଷପୂର୍ଣ୍ଣ ଏବଂ ଆନନ୍ଦପୂର୍ଣ୍ଣ ରହିବ। ପର୍ଯ୍ୟଟନ ଆୟୋଜନ ହେବ। ମହିଳାବର୍ଗଙ୍କର ତରଫରୁ ଲାଭ ଏବଂ ମାନ-ସମ୍ମାନ ମିଳିବ। ବୈବାହିକ ଯୋଗ ଅଛି। ସନ୍ତାନମାନଙ୍କଠାରୁ ଶୁଭ ସମାଚାର ମିଳିବ।ପ୍ରତିକାର– ମୁଗଡାଲି ମନ୍ଦିରରେ ଦାନ କରନ୍ତୁ।
ବିଚ୍ଛା : ଆଜି ଆପଣ ନିଜ ରାଗଉପରେ ନିୟନ୍ତ୍ରଣ ରଖିବେ । ଏମିତି କରିଲେ ଆପଣ ସେ ଶାନ୍ତିକୁ ବଜାୟ ରଖିବେ ଯାହାର ଆନନ୍ଦ ଏବେ ପର୍ଯ୍ୟନ୍ତ ନେଉଥିଲେ । ଆପଣଙ୍କୁ ଯେଉଁ କଥା ଆଜି ବଡ଼ ଲାଗୁଛି ସେହିକଥା କାଲି ଛୋଟ ଲାଗିବ । ଆପଣ ମଧ୍ୟ ଫଳା ଫଳରେ ଆଶ୍ଚର୍ଯ୍ୟ ହୋଇପାରନ୍ତି ଏବଂ ନିଜ ଆଶାଠାରୁ ଅଧିକ ନମ୍ବର ପାଇ ପାରନ୍ତି କିମ୍ବା ନାମ ଲେଖା ପାଇଁ ଆଶା ନଥିବା ବିଷୟରେ ନାମ ଲେଖା ପାଇଁ ଅନୁମତି ମିଳିପାରେ , ଏଥିରେ ଆପଣ ଖୁସି ମନାନ୍ତୁ । ଶାରୀରିକ ଏବଂ ମାନସିକ ସୁଖ ରହିବ। ଚାକିରି-ବ୍ୟବସାୟରେ ଆପଣଙ୍କ ପରିଶ୍ରମର ଫଳ ମିଳିବା ପରି ପ୍ରତୀୟମାନ ହେବ। ଅଧିକାରୀ ବର୍ଗଙ୍କର ପ୍ରୋତ୍ସାହନରେ ଆପଣଙ୍କ ଉତ୍ସାହ ବଢ଼ିବ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ପିତାଙ୍କଠାରୁ ଲାଭ ହେବ। ସରକାରୀ କାର୍ଯ୍ୟ ପୂର୍ଣ୍ଣ ହେବାପାଇଁ ସରଳ ହେବ। ଦାମ୍ପତ୍ୟଜୀବନରେ ସୁଖ ଏବଂ ଆନନ୍ଦ ଅନୁଭବ କରିବେ।ପ୍ରତିକାର– ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ।
ଧନୁ : ଆଜି ଆପଣ ଶାନ୍ତି ପୂର୍ବକ ଘରେ କୌଣସି କଳିକୁ ସମାଧାନ କରିବାକୁ ଚେଷ୍ଟାକରିବେ । ଯଦି ଆପଣ ଏବଂ ଆପଣଙ୍କ ପରିବାର ଲୋକଙ୍କ ମଧ୍ୟରେ କଳି ହୋଇଯାଏ, ତେବେ ଆପଣ ନିଜକୁ ସେମାନଙ୍କ ମଧ୍ୟରେ ଫସିଯାଇଥିବାର ପାଇବେ । ବନ୍ଧୁବାନ୍ଧବ କିମ୍ବା ପରିବାରସହ ଆଜି ଦିନରେ ଯାତ୍ରାଟି ଉପଭୋଗ ହେବ । ଏହି ଭ୍ରମଣ ଅତ୍ୟନ୍ତ ସୁଖ ଦାୟକ ହେବ ଏବଂ ଯାତ୍ରାରୁ ଫେରିବା ପରେ ଘଟଣା ଗୁଡିକ ଅନ୍ୟମାନଙ୍କୁ ମଧ୍ୟ ଆନନ୍ଦିତ କରିବ । ଆଜି ଆପଣଙ୍କ ଭାଗ୍ୟ ବୃଦ୍ଧି ସହିତ ଅଚାନକ ଧନ ଲାଭ ହେବ। ବିଦେଶ ଯାତ୍ରାର ଇଚ୍ଛୁକ ଲୋକମାନଙ୍କର ପ୍ରୟାସ ସଫଳ ହେବ। ଧାର୍ମିକ କାର୍ଯ୍ୟ କିମ୍ବା ଯାତ୍ରା ପଛରେ ଧନ ଖର୍ଚ୍ଚ ହେବ। ପାରିବାରିକ ସଦସ୍ୟମାନଙ୍କ ଏବଂ ପଦାଧିକାରିମାନଙ୍କ ସହିତ ସୁଖମୟ ଦିନ କଟିବ। ଚାକିରି ପେଶାଙ୍କୁ ମଧ୍ୟ ଲାଭ ମିଳିବ।ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।
ମକର : କେବେ ଆପଣ ଭାବିଛନ୍ତି ଯେ କାହିଁକି ଆପଣଙ୍କ ଘରେ ଏତେ କଳି ହେଉଛି ? ବୋଧହୁଏ ଆପଣଙ୍କୁ ନିଜ କ୍ରୋଧ ସମ୍ବରଣ କରିବା ଉଚ଼ିତ୍ । ଆପଣ ନିଜ ପରିବାରବର୍ଗଙ୍କୁ ସମ୍ମାନ ପ୍ରଦର୍ଶନ କଲେ ସେମାନେ ମଧ୍ୟ ଆପଣଙ୍କୁ ପ୍ରତିଦାନରେ ଯଥୋଚ଼ିତ ସମ୍ମାନ ଦେବେ । କାର୍ଯ୍ୟ ସମ୍ପର୍କିତ ଭ୍ରମଣ କିମ୍ବା ଦର୍ଶନୀୟ ସ୍ଥାନ ବିତେଇବା ପାଇଁ କୋଉଁ ଆଡେ ଯାଇପାରନ୍ତି । ଏପ୍ରକାର ଭ୍ରମଣ ଫଳପ୍ରଦ ଏବଂ ଉପଭୋଗ କରିବେ । ଯଦି କାର୍ଯ୍ୟ ସମ୍ପର୍କିତ ଭ୍ରମଣ ହୋଇଥାଏ ସୁଫଳମିଳିବ । ଆନନ୍ଦ-ଉତ୍ସାହ ଏବଂ ହୃଦୟ ଏବଂ ମନର ପ୍ରସନ୍ନତା ଆପଣଙ୍କକୁ ଚେତନା ଏବଂ ଫୂର୍ତ୍ତିର ସଂଚାର କରିବ। ନୂଆ କାର୍ଯ୍ୟ ହାତକୁ ନେବେ। ସେଥିରେ ସଫଳତା ମିଳିବ। ଧାର୍ମିକ ମାଙ୍ଗଳିକ ପ୍ରସଙ୍ଗରେ ଯାଇପାରନ୍ତି। ମନରେ କୌଣସି ନିର୍ଣ୍ଣୟ ନେବାରେ ଦ୍ୱନ୍ଦ୍ୱ ଅନୁଭବ କରିପାରନ୍ତି। ପରିବାର ସହିତ ମିଷ୍ଟାନ୍ନ ଭୋଜନର ଆନନ୍ଦ ନେବେ। ଦାମ୍ପତ୍ୟଜୀବନ ଆନନ୍ଦମୟ ରହିବ।ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।
କୁମ୍ଭ : ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ । ଆଜି ଆପଣ ଅନ୍ୟମାନଙ୍କ ଆଗରେ ନିଜର ପରିଚ଼ୟ ଭଲ କରିବାକୁ ଚ଼ାହିଁବେ ଆପଣ ଅନ୍ୟକୁ ବଦଳାଇବାକୁ ଚ଼ାହିଁବା ଅପେକ୍ଷା ନିଜେ ବଦଳିଯିବା ଠିକ୍ ହେବ ଏବଂ ଏହି ବଦଳିବାର ଭାବନା ଆପଣଙ୍କ ମନରୁ ହେବା ଜରୁରୀ ଅଟେ । ଆଜି ଆପଣଙ୍କୁ ଅତ୍ୟଧିକ ସମ୍ବେଦନଶୀଳତାର କାରଣରୁ ଏବଂ ଘରର ମାମଲାକୁ ନେଇକରି ମାନସିକ ଚିନ୍ତା ଆସିବାର ସମ୍ଭାବନା ଅଛି। ମନରେ ଉଠୁଥିବା ଦ୍ୱନ୍ଦ୍ୱରେ ଆପଣ ମାନସିକ ଯନ୍ତ୍ରଣା ଅନୁଭବ କରିବେ। ମାତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଧ୍ୟାନ ରଖିବାକୁ ପଡ଼ିବ। ଅନିଦ୍ରା ଆପଣଙ୍କୁ ଚିନ୍ତାଗ୍ରସ୍ତ କରିବ। ଜଳାଶୟରୁ ଦୂରରେ ରହିବା ହିତକର।ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।
ମୀନ : ଗ୍ରହମାନଙ୍କର ଖରାପ ପ୍ରଭାବ ଯୋଗୁଁ ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ । ଆଜି ଆପଣଙ୍କର ନୂଆ ପରିଚୟ ଦ୍ୱାରା ନୂଆ ବନ୍ଧୁ କରିବେ ।ଭଲ ହେବ ଯଦି ଆପଣ ଏହି ଦିଗରେ ପ୍ରଥମେ ପାଦ ବଢାଇବେ ଏବଂ କଥା ଆରମ୍ଭ କରିବେ । ଆଜି ଆପଣଙ୍କୁ ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ରହିବ। ନିଷେଧାତ୍ମକ ବିଚାର ଆପଣଙ୍କୁ ଭୁଲ୍ ମାର୍ଗ ଉପରେ ନନେଇଯାଉ, ଏହାର ଧ୍ୟାନ ରଖିବେ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ। ଶାରୀରିକ ଏବଂ ମାନସିକ ପରିସ୍ଥିତି ମଧ୍ୟ ସୁଧାର ହେଲାପରି ଦେଖାଯିବ। ପରିବାରର ବାତାବରଣ ଆନନ୍ଦପ୍ରଦ ରହିବ। ପ୍ରତିକାର :- ଅଶ୍ୱସ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ।