December 8, 2023

Odia Express

News For Public

ଯଦି ସିଲିଣ୍ଡର ଲିକ କରୁଛି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ତାବଦଳରେ ଏହି କାମ କରନ୍ତୁ , ଟିକିଏ ଭୁଲ ଘର ଧ୍ଵଂସ କରିପାରେ….

ଏଲପିଜି ସିଲିଣ୍ଡର ବିସ୍ଫୋରଣର ଖବର ପ୍ରାୟ ସମୟରେ ଶୁଣିବାକୁ ମିଳୁଛି । ସିଲିଣ୍ଡରରେ ନିଆଁ ଲାଗିବାରୁ ଆଜିପର୍ଯ୍ୟନ୍ତ ନଜାଣେ କେତେ ଘର ଧ୍ଵଂସ ହୋଇଗଲେଣି । ନିକଟରେ ଗ୍ଵାଲିଆର ରେ ମଧ୍ୟ ସିଲିଣ୍ଡର ବିସ୍ଫୋରଣ ହେବାରୁ ଏକ ଦୁଃଖଦାୟକ ଘଟଣା ହୋଇଛି । ଗ୍ଵାଲିଆରର ପରିବାରରେ ଭୟଙ୍କର ନିଆଁ ଲାଗିଯାଉଛି ନିଆଁ ଏତେ ଭୟଙ୍କର ଲାଗିଲା ଯେ ଘର ଭିତରୁ ଲୋକମାନେ ବାହାରି ପାରିଲେ ନାହିଁ ଓ ଦେଖୁଦେଖୁ ଘରଭିତରେ ତିନିଜଣ ଲୋକ ଜୀବନ୍ତ ଜଳିଗଲେ। ଆଜି ଆମେ ଆପଣଙ୍କୁ ଏହି ଦୁର୍ଘଟଣା ବିଷୟରେ ନୁହେଁ ତାବଦଳରେ ଏପରି ଦୁର୍ଘଟଣାରୁ ରକ୍ଷା ପାଇବାର ଉପାୟ ଜଣେଇବାକୁ ଯାଉଛୁ । ଯାହା ଜାଣିବା ପରେ ହୁଏତ ଆପଣ ଏପରି ଏପରି ଦୁର୍ଘଟଣାରୁ କାହାର ଜୀବନ ବଞ୍ଚେଇ ପାରିବେ ।

ସିଲିଣ୍ଡର ବିସ୍ଫୋରଣ ଅଧିକତଃ ସେତେବେଳେ ହୁଏ ଯେବେ ସିଲିଣ୍ଡରରେ ଉପକରଣ ନଥାଏ । ଗ୍ୟାସସିଲିଣ୍ଡର ବ୍ୟବହାର କରିବା ପୂର୍ବରୁ ଉପକରଣ ନିଶ୍ଚିତ କିଣନ୍ତୁ। ସବୁବେଳେ ବିଆଇଏସ ପ୍ରମାଣିତ ଉପକରଣ ବ୍ୟବହାର କରିବା ଉଚିତ । ବିଆଇଏସ ପ୍ରମାଣିତ ଉପକରଣ ଗୁଡିକ ପୂର୍ଣ୍ଣ ରୂପେ ଯାଞ୍ଚ କରାଯାଇଥାଏ ଓ ଏହା ମାନକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି , ଏହି କାରଣରୁ ଏହାର ଉପଯୋଗ ଅଧିକ ସୁରକ୍ଷିତ ହୋଇଥାଏ ।

ଗ୍ୟାସ ଉପକରଣର ସମୟ ସମୟରେ ଯାଞ୍ଚ କରେଇବାରେ ହେଳା କରିବା ଉଚିତ ନୁହେଁ । କାରଣ ଅନେକଥର ଆମେ ନିଜେ ଜାଣିପାରି ନଥାଉ ଯେ କେଉଁ ଉପକରଣ ଖରାପ ଅଛି । ଏହାଛଡା ସିଲିଣ୍ଡର ନେବାସମୟରେ ତନଖି କରନ୍ତୁ ଯେ ତାହାର କ୍ୟାପ ଭଲରୂପେ ବନ୍ଦ ଅଛି କି ନାହିଁ , ତାସହ ଯେବେ ସିଲିଣ୍ଡର ଖାଲି ହୋଇଯାଏ ତେବେ ତାହାକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ତାକୁ ପବନ ଆସୁଥିବ ଓ ସେ ସ୍ଥାନ ଥଣ୍ଡା ଥିବ ।

ଗ୍ୟାସର ବ୍ୟବହାର କରିବାପରେ ତାର ରେଗୁଲେଟରର ନବ ବନ୍ଦ କରିଦିଅନ୍ତୁ ଓ କବାଟ ଝରକା ଖୋଲି ଦିଅନ୍ତୁ । ଏହାଛଡା ଘରର ମୁଖ୍ୟ ଏଲେକ୍ଟ୍ରିକ ସ୍ଵିଚ ବନ୍ଦ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *