December 10, 2023

Odia Express

News For Public

ପୁଅ କ୍ରିକେଟ୍ ଖେଳି ରୋଜଗାର କରୁଛି କୋଟି କୋଟି ଟଙ୍କା… କିନ୍ତୁ ବାପା ଆଜି ବି ରେଲୱେ ଷ୍ଟେସନରେ ବିସ୍କୁଟ୍ ବିକ୍ରି କରୁଛନ୍ତି

କୁହନ୍ତି ନା ଜଣେ ବାପାଙ୍କ ପାଇଁ ତାର ସନ୍ତାନ ସେହିସ୍କିମ୍ ପରି ହୋଇଥାଏ ଯାହାକୁ ଥରେ ନିବେଶ କଲେ ପ୍ରଫିଟ୍ ମିଳୁ କିମ୍ବା ନ ମିଳୁ ସେଥିରେ କିଛିଗ୍ୟାରେଣ୍ଟି ନାହିଁ , ବାପା ଅଧାରୁ ଅଧିକ ଜୀବନ କଟାଇଦେଇଥାଏ , କି ତାର ପୁଅ କି ଝିଅ ନିଜଗୋଡରେ ଠିଆ ହେଉ , ଯାହା ଦୁଃଖ ଆଜି ସେ ଦେଖୁଛି , ଛୁଆମାନଙ୍କର ପାଠପଢାଠାରୁ ନେଇକରି କଲେଜ୍ ଓପକେଟ୍ ମନି ପର୍ଯ୍ୟନ୍ତ , ବାପା ସବୁ ବ୍ୟବସ୍ଥା ସମୟର ପୂର୍ବରୁ କରିଦେଇଥାଏ , ଓ କିଛି ଛୁଆଏପରି ହୋଇଥାନ୍ତି ଯିଏକି ବୃଦ୍ଧାବସ୍ଥାରେ ତାଙ୍କୁ ଭୂଲି ଯାଆନ୍ତି ,

 

ଏହି ବ୍ୟକ୍ତିଙ୍କ ନାଁ ହେଲା ସିନ୍ନା ସ୍ୱାମୀ , ଏହିବ୍ୟକ୍ତି କ୍ରିକେଟିୟରଙ୍କ ବାପା ଅଟନ୍ତି , ଯାହାଙ୍କୁ ବହୁତ ଲୋକେ ବୋଲିଙ୍ଗ୍ ରେ ଭଗବାନ ବୋଲିମାନିଛନ୍ତି , ଆମେ କଥା ହେଉଛୁ , ଦୁନିଆଁର ସବୁଠାରୁ ଅଧିକା ଟେଷ୍ଟ ଓ ୱାନ୍ ଡେ ରେ ୱିକେଟ୍ନେଇଥିବା ଶ୍ରୀଲଙ୍କାର ସ୍ପିନର୍ ମୁଥୈୟା ମୁରଲିଧରନ୍ ଙ୍କର ବିଷୟରେ , ମୁରଲୀଧରନ୍ ସେମିତି କୋଟିକୋଟି ଟଙ୍କାର ମାଲିକ ଅଟନ୍ତି , କିନ୍ତୁ ତାଙ୍କ ବାପା ଆଜି ବି ରେଲୱେ ଷ୍ଟେସନରେ ବିସ୍କୁଟ୍ ବିକ୍ରିକରୁଛନ୍ତି ,

ଗୋଟେ ଶ୍ରୀଲଙ୍କାର ପ୍ରସାରିତ ଇଣ୍ଟରଭ୍ୟୁରେ ସିନ୍ନାସ୍ୱାମୀ ନିଜେ କହିଲେ କି ଆଜି ବି ସେ ବିସ୍କୁଟ୍ ବିକ୍ରି କରୁଛନ୍ତି , ଓ ସେ ବିସ୍କୁଟ୍ | ବିକ୍ରି କରୁଥିବା ସମୟରେ ମୁରଲୀଧରନ୍ ଙ୍କ ନାଁ କେବେ ନେଇ ନାହାନ୍ତି , ସେ ତାଙ୍କ ନାଁ ନେଇ ବିଜନେସ୍ କୁ ଆହୁରି ବଢାଇପାରିଥାନ୍ତେ କିନ୍ତୁ ସେ ତାହା କଲେ ନାହିଁ , ସିନ୍ନାସ୍ୱାମୀ କହିଲେ ମୁଁ ମୋର ପୁଅର ନାଁ ନେବାକୁ ଚାହୁଁନି , ନିଜ ଫାଇଦା ପାଇଁ ତାର କ୍ଷତି କରିପାରିବି ନାହିଁ , ସେ କହିଲେ କି ମୁରଲୀଧରନଙ୍କ ପାଖରେ ଶ୍ରୀଲଙ୍କାର ଏକ ବଡ ବ୍ରାଣ୍ତର ବିସ୍କୁଟର ଅଣ୍ତୋସମେଣ୍ଟ ଅଛି | ଯାହା ସେ ଚାହନ୍ତି ନାହିଁ କି ମୁରଲୀଧରନଙ୍କୁ ଏଥିରୁ ମିଳୁଥିବା ଆୟରେ ବାଧା ଆସୁ , ପୁଅ ଦ୍ୱାରା | ଆଲିଶାନ୍ ଘର ଓ ସବୁ ସୁଖ ସୁବିଧା ମିଳିବା ସତ୍ତ୍ୱେ ମୁରଲିଧରନଙ୍କ ବାପା ବହୁତ ସାଧାରଣ ଲୋକ ଅଟନ୍ତି , ସେ ସବୁବେଳେ ଧଳା ରଙ୍ଗର ଲୁଙ୍ଗି ପିନ୍ଧନ୍ତି ।

Leave a Reply

Your email address will not be published. Required fields are marked *