December 5, 2023

Odia Express

News For Public

ଏହି ଦୋକାନରେ କୌଣସି ମାଲିକ ବସିନାହାନ୍ତି, ତଥାପି ବିକ୍ରି ହେଉଛି , କୌଣସି ଗଡବଡ ହେଉନାହିଁ – ଦେଖନ୍ତୁ ଏହା ପଛର କାରଣ କଣ..

1 min read

କୌଣସି ମଲ କିମ୍ବା ଦୋକାନରେ ପାଦ ରଖିବା ଠାରୁ ଆରମ୍ଭ କରି ବାହାରକୁ ବାହାରିବା ପର୍ଯ୍ୟନ୍ତ ସମସ୍ତ ଲୋକଙ୍କ ପ୍ରତି କଡା ନଜର ରଖାଯାଏ, କାରଣ ଦୁନିଆରେ କାହାକୁ କାହା ଉପରେ ବିଶ୍ଵାସ ନାହିଁ । ଏଥିପାଇଁ ଏଭଳି ବ୍ୟବସ୍ଥା ରହିବା ଭୁଲ ନୁହେଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି ଦୋକାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କୌଣସି ଦୋକାନୀ ବସୁନାହାନ୍ତି । ହଁ ଆଜ୍ଞା କେରଳର ଏକ ଗ୍ରାମରେ ଲୋକଙ୍କୁ ପରସ୍ପର ପ୍ରତି ଏତେ ବିଶ୍ଵାସ ରହିଛି ଯେ ଗୋଟିଏ ଦୋକାନ ବିନା ଦୋକାନୀରେ ଖୋଲୁଚି ଓ ବନ୍ଦ ହେଉଛି । ତଥାପି ସେଠାରେ ଚୋରୀ ହେଉନାହିଁ । କେରଳର କନ୍ନୁର ଠାରେ ଏକ ଏପରି ଦୋକାନ ଅଛି ଯେଉଁଠି କେହି ଦୋକାନୀ ନାହାନ୍ତି ତଥାପି ଆଜି ପର୍ଯ୍ୟନ୍ତ ସେଠାରେ ଚୋରୀ ହୋଇନାହିଁ । ଗ୍ରାହକ ଏହି ଦୋକାନରୁ ନିଜର ଇଚ୍ଛାରେ ଜିନିଷ କିଣନ୍ତି ଓ ପଇସା ରଖାହୋଇଥିବା ବାକ୍ସରେ ପକେଇ ଚାଲିଯାନ୍ତି ।

ଆପଣ ଭାବୁଥିବେ ଯେ ଏପରି କୌଣସି ଦୋକାନ ଖୋଲିବା ପଛରେ କାରଣ କଣ? ଏହି ଦୋକାନ କୁ ଜନଶକ୍ତି ନାମକ ଟ୍ରଷ୍ଟ ସେହି ଲୋକମାନଙ୍କ ନିମନ୍ତେ ଖୋଲିଥିଲା ଯେଉଁମାନେ ଶାରୀରିକ ରୂପେ ଅକ୍ଷମ ଅଟନ୍ତି ଓ କାମ କରିବାରେ ଇଚ୍ଛା ରଖନ୍ତି । ଏହି ଦୋକାନରେ ତାଙ୍କ ଦ୍ଵାରା ନିର୍ମିତ ଜିନିଷ ବିକ୍ରି ହୋଇଥାଏ, ଯେପରିକି ଡିଟରଜେଣ୍ଟ ଓ ସାବୁନ ଆଦି ।

ଏହି ବର୍ଷ 1ଜାନୁଆରୀଦିନ କେରଳର କନ୍ନୁର ସ୍ଥିତ Vankulathuvayal ଅଞ୍ଚଳରେ ଏହି ଦୋକାନ ଖୋଲା ଯାଇଥିଲା। ଏହି ଦୋକାନ ଆଖପାଖରେ କିଛି ପରିବାବାଲା ନିଜର ଠେଲା ଲଗାଉଥିଲେ , ତାଙ୍କ ଉପରେ ହିଁ ଏହାଉ ସକାଳେ ଖୋଲିବାର ଦାୟିତ୍ଵ ଦିଆଯାଇଛି ଓ ଯିବା ସମୟରେ ଏହାକୁ ସେମାନେ ହିଁ ବନ୍ଦ କରନ୍ତି ।

ଏହି ଦୋକାନ ସକଳ 6ଟା ସମୟରୁ ରାତ୍ର 10ଟା ପର୍ଯ୍ୟନ୍ତ ଖୋଲା ରହେ । ଏହି ଦୋକାନରେ ସିସିଟିଭି ମଧ୍ୟ ଲାଗିଛି ଏଥିପାଇଁ ଯେ କୌଣସି ଗଡବଡ ନହେବ । ଦୋକାନର ଆଗରେ ଲେଖାଯାଇଛି ଯେ ଏହି ଦୋକାନରେ କୌଣସି ଦୋକାନୀ ନାହାନ୍ତି ନା କୌଣସି ବିକ୍ରେତା, ଆପଣ ଏଠାରୁ କିଛି ବି କିଣିପାରିବେ ଓ ଜିନିଷ ଉପରେ ଲେଖାଯାଇଥିବା ମୂଲ୍ୟ ବାକ୍ସରେ ପକେଇ ଦିଅନ୍ତୁ ।

ଆରମ୍ଭ ସମୟରେ ଦୋକାନରେ ପ୍ରାୟ 1000ଟଙ୍କା ପ୍ରତ୍ୟହ ବିକ୍ରି ହେଉଥିଲା, କିନ୍ତୁ ପରେ ଏହା କମିଯାଇ 750ପାଖାପାଖି ହୋଇଛି। ଏହି ଦୋକାନର ସଫଳତାକୁ ଦେଖି ଜନଶକ୍ତି ଟ୍ରଷ୍ଟର ସଂସ୍ଥାପକ ଶୁଗୁଣନ ପିଏମ କହିଲେ ଯେ ସେ ଆଗକୁ ଏଭଳି ଅଧିକ ଦୋକାନ ଖୋଲିବା ନିମନ୍ତେ ବିଚାର କରୁଛନ୍ତି ।

Leave a Reply

Your email address will not be published. Required fields are marked *