ଏହି ଗୁମ୍ପାରେଭଗବାନ ଶ୍ରୀଗଣେଷଙ୍କ କଟା ହୋଇଥିବା ମସ୍ତକର ଦର୍ଶନ ହୋଇଥାଏ ,ଏଠାକୁ ଯିଏ ଆସିଲା ତାର ଧନ ସମ୍ପତି ଅଭାବ ରହେ ନାହିଁ..

ଭଗବାନ ଶ୍ରୀ ଗଣେଷଙ୍କ ଭକ୍ତଙ୍କ ପାଇଁ ଉତ୍ତରାଖଣ୍ତର ପିଥୋରଗଢ ସ୍ଥିତ ପାତାଳ ଭୁବନେଶ୍ୱର ଗୁମ୍ପା ଆସ୍ଥାର ଅଦ୍ଭୁତ କେନ୍ଦ୍ର ପାଲଟିଛି, ଏହି ଗୁମ୍ପାରେ ପହାଡରୁ ୯୦ ଫୁଟ୍ ଭିତରେ ଅଟେ , ଏହା ଉତ୍ତରାଖଣ୍ତ କୁମାଉ ରେ ଅଲମୋଡା ରୁ ଶେରାଘାଟ ହୋଇକରି ୧୬୦ କିମି , ଦୂରତା ଯିବାପରେ ପାହାଡ ମଧ୍ୟରେ ଗଙ୍ଗୋଲି ହାଟ ରାସ୍ତାରେ ପଡେ , ପାତାଲ ଭୁବନେଶ୍ୱର ଗୁମ୍ପା କେଉଁ ଆଶ୍ଚର୍ଯ୍ୟରୁ କମ୍ ନୁହେଁ । ହିନ୍ଦୁ ଧର୍ମରେ ଭଗବାନ ଶ୍ରୀ ଗଣେଷଙ୍କୁ ସର୍ବ ପ୍ରଥମ ପୂଜ୍ୟନୀୟ ବୋଲି ମାନାଯାଇଛି , ଗଣେଷଜୀଙ୍କ ଜନ୍ମ ବିଷୟରେ ବହୁତ କଥାଗୁଡିକ ପ୍ରଚଳୀତ ଅଛି , କୁହାଯାଏ କି ଥରେ ଭଗବାନ ଶିବ କ୍ରୋଧର ବଶବର୍ତ୍ତି ହୋଇ ଗଣେଷଙ୍କ ମୁଣ୍ତ ଅଲଗା କରିଦେଇଥିଲେ । ପରେ ମାତା ପାର୍ବତୀ ଙ୍କ କହିବା ଅନୁଯାୟୀ ଭଗବାନ ଶ୍ରୀ ଗଣେଷଙ୍କ ମସ୍ତକକୁ ଏକ ହାତୀର ମସ୍ତକ ସହ ଯୋଡାଯାଇଥିଲା , କିନ୍ତୁ ଯେଉଁ ମସ୍ତକ ଶରୀରରୁ ଅଲଗା ହୋଇଥିଲା , ତାହା ଶିବ ଏହି ଗୁମ୍ପାରେ ରଖିଦେଇଥିଲେ ।
ପାତାଳ ଭୁବନେଶ୍ୱର ଗୁମ୍ପାରେ ଭଗବାନ ଗଣେଷଙ୍କ ଶିଳାରୁପୀ ମୁର୍ତ୍ତୀର ଠିକ୍ ଉପରେ ୧୦୮ ଟି ପଙ୍ଖୁଡିଆ ବାଲା ଶାବାଷ୍ଟକ ଦଳ ବ୍ରହ୍ମ କମଳ ଶୁଶୋଭିତ ଅଟେ ,ଏଥିରେ ବ୍ରହ୍ମ କମଳ ପାଣୀ ଭଗବାନ ଶ୍ରୀଗଣେଷଙ୍କ ଶିଳାରୁପୀ ମସ୍ତକ ଉପରେ ଦିବ୍ୟ ବୁନ୍ଦା ପଡିଥାଏ , ମାନ୍ୟତା ଅଛି ଯେଉଁ ଭକ୍ତ ଏହାର ଦର୍ଶନ କରିବାକୁ ଆସେ , ସେ କେବେ ଦାରିଦ୍ରତାର କସାଘାତରେ ପଡେନାହିଁ ।
ମୁଖ୍ୟ ବୁନ୍ଦା ଆଦି ଗଣେଷଙ୍କ ମୁଖରୁ ପଡୁଥିବାର ଦେଖାଯାଏ , ମାନ୍ୟତା ଅଛି କି ଏହି ବ୍ରହ୍ମ କମଳ ଭଗବାନ ଶିବ ଏଠାରେ ସ୍ଥାପିତ କରାଇଥିଲେ ।ଏହି ଗୁମ୍ପାରେ ଚାରି ଯୁଗରୁ ପ୍ରତୀକ ରୁପେ ଚାରୋଟି ପଥର ସ୍ଥାପିତ ଅଛି । ଏହି ପଥରରୁ ଗୋଟିଏ ପଥରକୁ କଳିଯୁଗର ପ୍ରତୀକ ବୋଲି ମାନାଯାଏ , ସେ ଧୀରେ ଧୀରେ ଉପରକୁ ବଢୁଛି , ମାନାଯାଏ କି ଯେଉଁ ଦିନ ଏହି କଳିଯୁଗର ପ୍ରତୀକ ପଥର ଦ୍ୱାର ଦେଶର କବାଟ ସହ ଲାଗିଯିବ , ସେହି ଦିନ କଳିଯୁଗର ଅନ୍ତ ଘଟିବ ।
ଏଠାରେ କେଦାରନାଥ, ବଦ୍ରୀନାଥ, ଓ ଅମରନାଥଙ୍କର ବି ଦର୍ଶନ ହୋଇଥାଏ , ବଦ୍ରୀନାଥର ବଦ୍ରୀ ପଞ୍ଚାୟତ ଶିଳାରୁପ ମୁର୍ତ୍ତି ଅଛି ଯେଉଁଥିରେ ଯମ କୁବେର, ବରୁଣ, ଲକ୍ଷ୍ମୀ ଗଣେଷ ଓ ଗରୁଡ ବି ସାମିଲ୍ ଅଛନ୍ତି , ତକ୍ଷକ ନାଗ ଆକୃତି ବି ଗୁମ୍ପାରେ ବନାହୋଇଛି ଯାହାକି ଚଟାଣ ସ୍ୱରୁପ ନଜର ଆସେ ।