December 10, 2023

Odia Express

News For Public

ମନ୍ଦିରରେ ମଧ୍ୟ ଏହି ଅଭିନେତାଙ୍କୁ ହନୁମାନ ଭାବି ପୁଜା କରିବାକୁ ଲାଗିଥିଲେ ଭକ୍ତ – ସତ କଥା ଯେବେ ଜଣା ପଡିଲା…

ଟିଭିରେ ରାମାୟଣ ଓ ମହାଭାରତ ଧାରାବାହିକ ବହୁତ ଲମ୍ବା ସମୟରୁ ପ୍ରଚଳନ ହୋଇଛି , ଆଜି ବି ରାମାୟଣ ଉପରେ ବହୁତ ନାଟକୀୟ ରୁପାନ୍ତର ଆସିସାରିଛି , କିନ୍ତୁ ଯେବେ କଥା ଆସେ ରାମାୟଣର ତେବେ ରାମାନନ୍ଦ ସାଗରଙ୍କ କୃତ ରାମାୟଣ ଯାହା ଇତିହାସ ସୃଷ୍ଟି କରିଥିଲା , ତାହାକୁ ଦର୍ଶକ ଭୁଲି ପାରିନାହାନ୍ତି , ପ୍ରଡୁସର୍ ଡାଇରେକ୍ଟର ରାମାନନ୍ଦ ସାଗରଙ୍କୁ ଖାସ୍ କରି ରାମାୟଣ ଧାରାବାହିକ ହିସାବରେ ଜଣାଯାଏ , ରାମାୟଣର ଏହି ଧାରାବାହିକରେ ସବୁ ଏକ ଭୁମିକା ଗୁରୁତ୍ୱପୁର୍ଣ୍ଣ ଥିଲା,  ସେ ପ୍ରଭୁ ରାମଙ୍କ ଭୁମିକାରେ ଅରୁଣ ଗୋବିଲ୍ ହୁଅନ୍ତୁ କି ରାମ ଭକ୍ତ ହନୁମାନଙ୍କ ଭୁମିକାରେ ଦାରା ସିଂ ହୁଅନ୍ତୁ , ପ୍ରସିଦ୍ଧ ପହଲିବାନ ଓ ଅଭିନେତା ଦାରା ସିଂଙ୍କ ଜନ୍ମ ୧୯ ନଭେମ୍ବର ୧୯୨୮ କୁ ହୋଇଥିଲା,

୮୪ ବର୍ଷ ବୟସରେ ମୁମ୍ବାଇରେ ୧୨ ଜୁଲାଇକୁ ଦାରା ସିଂଙ୍କ ନିଧନ ହୋଇଯାଇଥିଲା,  ଭଲ ଶରୀର ଥିବା ଦାରା ସିଂଙ୍କୁ ଛୁଆବେଳରୁ କୁସ୍ତି ଓ ଦଙ୍ଗଲ କରିବାର ସଉକ ଥିଲା ଯାହା ପାଇଁ ସେ ବଡ ହୋଇକରି ବହୁତ ନାଁ କମାଇଥିଲେ,  ଓ କୁସ୍ତିରେ ସେ ବିଶ୍ୱ ଚାମ୍ପିୟନ୍ ହୋଇଥିଲେ ।ନିଜ କୁସ୍ତି ଓ ଦାବପେଚ କାରଣ ଦ୍ୱାରା ଦାରା ସିଂ ବଲିଉଡ୍ ରେ ବହୁତ ଫିଲ୍ମରେ ଅଫର୍ ପାଇଥିଲେ,  ୫୦ ଦଶକରେ ସେ ଫିଲ୍ମରେ କାମ କରିବାକୁ ଲାଗିଲେ , ସେ ନିଜ ଶେଷ ଫିଲ୍ମ ୨୦୦୭ ରେ କରିଥିଲେ , ଯାହାର ନାଁ ଥିଲା ଜବ୍ ଉଇ ମେଟ୍ , ନିଜ ଫିଲ୍ମ ଜଗା ପାଈଁ ଦାରା ସିଂଙ୍କୁ ଭାରତ ସରକାର ସର୍ବଶ୍ରେଷ୍ଠ ଅଭିନେତା ହିସାବରେ ପୁରସ୍କୃତ କରିଥିଲେ, ଫିଲ୍ମରେ ନୁହେଁ ବରଂ ଟିଭି ସିରିଆଳ୍ ରେ ବି ସେ ବହୁତ କାମ କରିଥିଲେ ,

ଦାରା ସିଂ ବହୁତ ସୁପରହିଟ୍ ରାମାୟଣରେ ହନୁମାନଙ୍କ ଭୁମିକା ନିଭାଇଥିଲେ , ଏହି ଶୋରେ ତାଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା  ତାଙ୍କ ଯାଦୁ ଏପରି ଦର୍ଶକମାନଙ୍କ ମନରେ ଆସିଲା କି ଲୋକେ ତାଙ୍କୁ ହନୁମାନ ଭାବି ପୁଜା କରିବାକୁ ଲାଗିଲେ , ରାମାନନ୍ଦ ସାଗରଙ୍କ ଦାରା ସିଂଙ୍କ ହନୁମାନ ରୋଲ୍ ପାଇଁ ତାଙ୍କୁ ଫୋନ୍ କରାଯାଇଥିଲା,  ସେହି ସମୟରେ ଦାରା ସିଂଙ୍କ ବୟସ ୬୦ ବର୍ଷ ଥିଲା ।ରାମାୟଣ ସିରିଆଳ୍ କରିବାପରେ ତାଙ୍କ ଏମିତି ସମୟ ଆସିଲା , ଯେବେ ଲୋକେ ତାଙ୍କୁ ହନୁମାନ ଗେଟ୍ ଅଫ୍ ରେ ଫଟୋ ମନ୍ଦିରରେ ଲଗାଇବା ଆରମ୍ଭ କରିଥିଲେ,  ମନ୍ଦିରରେ ତାଙ୍କର ମୁର୍ତ୍ତି ଲାଗିବାକୁ ଲାଗିଲା , ଏହି ରୋଲ୍ ପାଇଁ ତାଙ୍କୁ ବହୁତ ଭଲ ରାଶି ବି ମିଳିଥିଲା,  ଆପଣଙ୍କୁ ବୋଧେ ମନେ ଥିବ ଦାରା ସିଂ ୧୦୦ ରୁ ଅଧିକା ହିନ୍ଦୀ ଓ ପଞ୍ଜାବୀ ଫିଲ୍ମରେ କାମ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *