November 30, 2023

Odia Express

News For Public

୧ ଜାନୁୟାରୀରୁ ୨୦୨୦ରୁ ବଦଳିଯିବ ଏହି ୬ ଟି ବଡ ନିୟମ , ଏବେ ହିଁ ଜାଣିନିଅନ୍ତୁ ନହେଲେ ହୋଇପାରନ୍ତି ହଇରାଣ…

1 min read

ବର୍ଷ ୨୦୧୯ ଏବେ ଶେଷ ହେବାକୁ ଯାଉଛି , ସବୁ ଲୋକ ନୁଆ ବର୍ଷର ସ୍ୱାଗତ କରିବାକୁ ଯାଉଛନ୍ତି , କିନ୍ତୁ ନୁଆ ବର୍ଷର ସ୍ୱାଗତ କରିବା ସହ କିଛି କିଛି ଜିନିଷ ଜାଣିବା ବି ଦରକାର , ଆସୁଥିବା ବର୍ଷରେ ବହୁତ କିଛି ନିୟମର ପରିବର୍ତ୍ତନ ହୋଇପାରେ,  ଯଦି ଆପଣଙ୍କୁ ଏହି ବଦଲୁଥିବା ନିୟମ ବିଷୟରେ ଜଣାନାହିଁ ତେବେ ଆପଣଙ୍କୁ ହଇରାଣ ହେବାକୁ ପଡିପାରେ,  ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ୍ ରେ ସେହି ବଦଳୁଥିବା ନିୟମ ବିଷୟରେ ସୁଚେଇ ଦେବୁ , ଯାହା ଆପଣଙ୍କୁ ଜାଣିବା ବହୁତ ଜରୁରୀ ।

ଆପଣଙ୍କ ପ୍ୟାନ୍ କାର୍ଡକୁ ଆଧାର ଲିଙ୍କ୍ କରିବାର ଶେଷ ତାରିଖ ଡିସେମ୍ବର ମାସ ଯାଏଁ ରଖାଯାଇଛି , ୩୧ ଡିସେମ୍ବର ପୂର୍ବରୁ ଆଧାର ଲିଙ୍କ୍ କରାଇନଥିଲେ ପ୍ୟାନ୍ କାର୍ଡ ଅଚଳ ହୋଇଜିବ , ମାନେ ଭବିଷ୍ୟତରେ ଆପଣ ପ୍ୟାନ୍ କାର୍ଡ ଦ୍ୱାରା କୌଣସି ବିତ୍ତିୟ ଲେଣଦେଣ କରିପାରିବେ ନାହିଁ , ପୁର୍ବରୁ ପ୍ୟାନ୍ କାର୍ଡ ଆଧାରରେ ଲିଙ୍କ୍ କରିବାର ଡେଡ୍ ଲାଇନ୍ ୩୦ ଡିସେମ୍ବରକୁ ଥିଲା,  ପ୍ୟାନ୍ କାର୍ଡରେ ୧୦ ଆଲଫା ନ୍ୟୁମେରିକାଲ୍ କ୍ୟାରେକ୍ଟର୍ ବାଲା ପରିଚୟ ସଂଖ୍ୟା ରହୁଥିଲା, ଯେଉଁଠି ଇନକମ୍ ଟ୍ୟାକ୍ସ ବିଭାଗ ଦ୍ୱାରା ଜାରି କରାଯାଉଥିଲା , ପ୍ୟାନ୍ କାର୍ଡ ନଥିଲେ ଟ୍ୟାକ୍ସ ଫାଇଲ୍ କରାଯାଈପାରୁନଥିଲା,

ବିତ୍ତ ବର୍ଷରେ ୨୦୧୮-୧୯ ପାଇଁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଫାଇଲ୍ କରିପାରିବେ , କିନ୍ତୁ ଯଦି ଆପଣ ୩୧ ଡିସେମ୍ବର ପର୍ଯ୍ୟନ୍ତ ରିଟର୍ଣ୍ଣ କରାଉଛନ୍ତି ତେବେ କମ୍ ଲେଟ୍ ଫିସ୍ ରେ କେଉଁ ପ୍ରକାରର ଫାଇନ୍ ଲାଗୁ ହେବ ନାହିଁ ଯଦି ଆପଣ ୩୧ ଅଗଷ୍ଟରୁ ୩୧ ଡିସେମ୍ବର ମଧ୍ୟରେ ରିଟର୍ଣ୍ଣ ଫାଇଲ୍ କରାଉଛନ୍ତି ତେବେ ଆପଣଙ୍କୁ ୫୦୦୦ ଟଙ୍କା ଜୋରିମାନା ଜମା କରିବାକୁ ପଡିବ , ୧ ଜାନୁୟାରୀରୁ ଜୋରିମାନା ରାଶି ବଢିକରି ୧୦୦୦୦ ହଜାର ହୋଇଯିବ , ଯେଉଁ ଲୋକଙ୍କର  ଆୟ ୫ ଲକ୍ଷ ରୁ କମ୍ ଅଛି , ସେମାନଙ୍କୁ କେବଳ ୧ ହଜାର ଟଙ୍କା ଜୋରିମାନା ଦେବାକୁ ହେବ ।

ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ତିଆର ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ ବାଲା କାର୍ଡ ଚେଞ୍ଜ କରିବାର ଶେଷ ତାରିଖ ୧ ଜାନୁୟାରି ୨୦୨୦ ପର୍ଯ୍ୟନ୍ତ ତୟ କରାଯାଇଛ୍ , ଏହି କାର୍ଡ ତାପରେ ବେକାର୍ ହୋଇଯିବ , ଯାହା ଦ୍ୱାରା ଆପଣଙ୍କୁ ଅସୁବିଧା ହୋଇପାଏ,  ଷ୍ଟେଟ୍ ବ୍ୟାଙ୍କ୍ ନିଜର ଗ୍ରାହକଙ୍କୁ ଲଗାତାର କହୁଛନ୍ତି କି ସେ ପୁରୁଣା କାର୍ଡ ବଦଳାଇ ନୁଆ କାର୍ଡ ନିଅନ୍ତୁ , କାର୍ଡ ବଦଳାଇବାପିଆଁ କେଉଁ ପ୍ରକାରର ଧନ ରାଶି ଲାଗିବ ନାହୀଁ । ସର୍ଭିସ୍ ଟ୍ୟାକ୍ସ ଓ ଏକ୍ସସାଇଜ୍ ଡ୍ୟୁଟି ସହ୍ ଯୋଡିହୋଇଥିବା ପୁରୁଣା ବିବାଦିତ ମାମଲାରେ ସମସ୍ୟାର ସମାଧାନ କରିବାପାଇଁ ହୋଇଥିବା ସବକା ବିଶ୍ୱାସ ଯୋଜନା ୩୧ ଡିସେମ୍ବରକୁ ଶେଷ ହୋଇଯିବ , ଏହି ଯୋଜନାକୁ ଆଗକୁ ବଢାଈବାକୁ ନଜର ଆସୁନାହିଁ ,

ବିତ୍ତ ମନ୍ତ୍ରୀ ନିର୍ମଳା ସିତାରମଣ ସର୍ଭିସ୍ ଟ୍ୟାକ ଓ ଏକ୍ସସାଇଜ୍ ଡ୍ୟୁଟି ସହ ବିବାଦିତ ମାମଳାକୁ ସମାଧାନ କରିବାପାଇଁ ଚାଲୁ ବିତ୍ତ ବର୍ଷରେ ବଜେଟ୍ ରେ ଏହି ଯୋଜନାର ଘୋଷଣା କରିଥିଲେ,  ଏହି ଯୋଜନାର ନାଁ ସବକା ବିଶ୍ୱାସ ଯୋଜନା , ସବକା ବିଶ୍ୱାସ ଯୋଜନାରେବ୍ୟକ୍ତିଙ୍କୁ ପୁରୁଣା ବିବାଦିତ ମାମଲାରେ ନିଜକୁ ବକାୟା ଘୋଷଣା କରି ତାକୁ ସୁଝିବାକୁ ନିୟମ ରଖାଯାଇଥିଲା ।

୧ ଜାନୁୟାରୀ ୨୦୨୦ ରୁ କଷ୍ଟମରଙ୍କୁ ବ୍ୟାଙ୍କ୍ ରେ ଏନ୍ ଇ ଏଫ୍ ଟି ଦ୍ୱାରାକରାଯାଇଥିବା ଲେଣଦେଣରେ କୌଣସି ଶୁଳ୍କ ଦେବାକୁ ପଡିବ ନାହୀଁ , ନୋଟବନ୍ଦୀର ତୃତିୟ ବର୍ଷରେ ଡିଜିଟାଲ୍ ଲେଣଦେଣକୁ  ଆଗକୁ ବଢାଇବାପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏହି ସଂବନ୍ଧରେ ଏକ ପ୍ରସ୍ତାବ ରଖିଥିଲେ,  ୧୬ ଡିସେମ୍ବର ୨୪ ଘଣ୍ଟା ନେଫ୍ଟ ଟ୍ରାଞ୍ଜାକ୍ସନ୍ ସେବା ଆରମ୍ଭ ହୋଇସାରିଛି ।

ଜିଏସ୍ ଟି ରେଜିଷ୍ଟ୍ରେସନ୍ ପ୍ରକିୟାକୁ ସହଜ ବନାଇବାପାଇଁ ଆଧାର ଦ୍ୱାରା ଜିଏସ୍ ଟି ରେଜିଷ୍ଟ୍ରେସନ୍ କରିବାର ନିର୍ଣ୍ଣୟ କରାଯାଇଛି , ଆନୁଆଲ୍ ରିଟର୍ଣ୍ଣ ଫାଈଲ୍ କରିବାର ତାରିଖ ୨ ମାସରୁ ବଢାଇକରି ୩୦ ଅଗଷ୍ଟ ୨୦୧୯ ଯାଏଁ କରାଯାଇଥିଲା,  ଯେବେ ନୁଆ ରିଟର୍ଣ୍ଣ ସିଷ୍ଟମ୍ ୧ ଜାନୁୟାରୀ ୨୦୨୦ ରୁ ଆରମ୍ଭ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *