December 8, 2023

Odia Express

News For Public

ଏହି ୫ ଜଣ ଖେଳାଳୀ ଯିଏକି ଟି ବିଶ୍ୱକପ୍ ୨୦୧୯ ରେ ଭାରତୀୟ ଦଳରେ ଥିଲେ , କିନ୍ତୁ T20 ବିଶ୍ୱକପ୍ ୨୦୨୦ ରେ ଜାଗା ମିଳିବ ନାହିଁ…

ଭାରତୀୟ ଟିମ୍ ଙ୍କୁ ବିଶ୍ୱକପ୍ ୨୦୧୯ ଜିତିବା ସ୍ୱପ୍ନ ପୁରା ହୋଇପାରିଲା ନାହିଁ , କିନ୍ତୁ ଏବେ ଭାରତୀୟ ସମର୍ଥକ ଆଶା ରଖିଛନ୍ତି ଆମର ଟିମ୍ ୨୦୨୦ ବିଶ୍ୱକପ୍ ଜିତିବ , ଆଜି ଆମେ ଆପଣଙ୍କୁ ଏମିତି ପାଞ୍ଚ ଜଣ ଭାରତୀୟ ଖେଳାଳୀଙ୍କ ବିଷୟରେ କହିବୁ , ଯିଏ ବିଶ୍ୱକପ୍ ୨୦୧୯ ରେ ଭାରତୀୟ ଟିମ୍ ରେ ଥିଲେ , କିନ୍ତୁ ୨୦୨୦ ଟି ଟ୍ୱେଣ୍ଟି ବିଶ୍ୱକପର୍ ଏହି ପାଞ୍ଚ ଜଣ ଖେଳାଳୀଙ୍କୁ ଜାଗା ମିଳିବା ମୁସକିଲ୍ ଅଛି ।

୧) କେଦାର ଯାଦବ : କେଦାର୍ ଯାଦବ ୱାନ୍ ଡେ ଟିମ୍ ର ସାଥିରେ ଅଛନ୍ତି , କିନ୍ତୁ କେଦାର୍ ଯାଦବଙ୍କୁ ଚୟନକର୍ତ୍ତା ଟି ଟ୍ୱେଣ୍ଟି ଟୀମ୍ ରେ ସାମିଲ୍ କରିନାହାନ୍ତି , ବିଶ୍ୱକପ୍ ୨୦୧୯ ସମୟରେ ସେ ଚଉକା ଛକା ଲଗାଇବାର ସଘର୍ଷ କରୁଥିବାର ନଜର ଆସିଥିଲେ , ଏହି କାରଣରୁ ତାଙ୍କୁ ଇଂଲଣ୍ତ ବିପକ୍ଷର ମ୍ୟାଚ୍ ପରେ ପ୍ଲେଇଙ୍ଗ୍ ଇଲେଭେନ୍ ରୁ ବାହାର କରିଥିଲେ,  ଚୟନକର୍ତ୍ତା ତାଙ୍କୁ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ୱାନ୍ ଡେ ଟିମ୍ ରୁ ବି ବାହାର ରାସ୍ତା ଦେଖାଇବେ , କିନ୍ତୁ ଏମିତି ହେଲା ନାହିଁ , ଭାରତୀୟ ଟୀମ୍ ଚୟନକର୍ତ୍ତା ତାଙ୍କୁ ୱାନ୍ ଡେ ଟିମ୍ ରେ ଜାଗା ଦେଲେ,  ୱେଷ୍ଟଈଣ୍ତିଜ୍ ବିପକ୍ଷରେ ଟି ଟ୍ୱେଣ୍ଟିରେ ଚୟନକର୍ତ୍ତା ତାଙ୍କୁ ମଉକା ଦେଲେ ନାହିଁ , ଯାହା ଦ୍ୱାରା ଜଣା ପଡୁଛି କି ସେ ବିଶ୍ୱକପ୍ ଟୀ ଟ୍ୱେଣ୍ଟିରେ ଟିମ୍ ରେ ସାମିଲ୍ ନାହାନ୍ତି ।

୨) ଦିନେଶ କାର୍ତ୍ତିକ : ଯଦି ଦିନେଶ କାର୍ତ୍ତିକଙ୍କ କଥା କହିବା ତେବେ ତାଙ୍କର ଅନ୍ତରାଷ୍ଟ୍ରିୟ କ୍ରିକେଟ୍ କାରିୟର ଶେଷ ହୋଇଯାଇଛି , ଏହି କଥାର ସଙ୍କେତ ନିଜେ ଭାରତୀୟ ଚୟନକର୍ତ୍ତା ଦେଇସାରିଛନ୍ତି , ଭାରତୀୟ ଟୀମ୍ ଚୟନକର୍ତ୍ତା ନା ହିଁ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ନା ଅନ୍ୟ କେଉଂଥିରେ ଜାଗା ଦେଇନଥିଲେ , ସେ ୨୦୨୦ ଟି ଟ୍ୱେଣ୍ଟି ବିଶ୍ୱକପ୍ ରେ ଭାରତୀୟ ଟିମ୍ ଯୋଜନାରେ ସାମିଲ୍ ନାହାନ୍ତି , ତାଙ୍କ ପାଇଁ ଅଷ୍ଟ୍ରେଲିଆରେ ହେବାକୁ ଥିବା ୨୦୨୦ ଟି ଟ୍ୱେଣ୍ଟି ବିଶ୍ୱକପ୍ ରେ ଖେଲିବା ମୁସକିଲ୍ ହୋଇଯାଇଛି  ।

୩) ମହେନ୍ଦ୍ର ସିଂ ଧୋନୀ : ୱିକେଟ୍ କିପର୍ ଓ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ଟିମ୍ ପାଇଁ ବିଶ୍ୱକପ୍ ୨୦୧୯ ରେ ଭଲ ପ୍ରଦର୍ଶନ କରିଥିଲେ,  ଏତେ ଭଲ ଖେଳ ଦେଖାଇ ବି ସେ ସନ୍ୟାସ ନେବାର ଅଛି , ୱେଷ୍ଟଇଣ୍ତିଜ୍ ଓ ସାଉଥ୍ ଆଫ୍ରିକା ବିପକ୍ଷରେ ସେ ନିଜେ ଚୟନକୁ ଅନୁଉପଲ୍ଲବ୍ଧ କରିଦେଇଥିଲେ କିଛି ମିଡିଆ ରିପୋର୍ଟଙ୍କ କହିବା ଅନୁଯାୟୀ ସେ କେବେ ବି ନିଜ୍ଜର ସନ୍ୟାସ ନେବା କଥା କହିପାରନ୍ତି , ରିଷଭ ପନ୍ଥ ଏହି ତିନୋଟି ଫର୍ମାଟରେ ଭାରତରେ ନମ୍ବର ୧ ପସନ୍ଦ ଅଛନ୍ତି ।ଏମିତିରେ ଟି ଟ୍ୱେଣ୍ଟି ବିଶ୍ୱକପ୍ ରେ ଏମ୍ ଏସ୍ ଧୋନୀ ନଜର ଆସିବା ମୁସକିଲ୍ ହୋଇଛି , ଭାରତୀୟ ଟିମ୍ ରିଷଭ ପନ୍ଥଙ୍କୁ ୨୦୨୦ ବିଶ୍ୱକପ୍ ଟି ଟ୍ୱେଣ୍ଟି ରେ ଖେଳାଇବାକୁ ପ୍ରସ୍ତୁତି ଜାରି ରଖିଛି ।

୪) ମୟଙ୍କ ଅଗ୍ରୱାଲ୍ : ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ୱକପ୍ ଟୀମ୍ ରେ ବିଜୟ ସଙ୍କରର ଆଘାତ ହେବା ଯୋଗୁଁ ମଉକା ମିଲିଥିଲା,  ବିଶ୍ୱକପ୍ ପ୍ଲେଇଙ୍ଗ୍ ଇଲେଭେନ୍ ରେ ସେ ଗୋଟିଏ ମ୍ୟାଚ୍ ଖେଳିନାହାନ୍ତି , ମୟଙ୍କ ଅଗ୍ରୱାଲ୍ ବିଶ୍ୱକପ୍ ଟୀମ୍ ରେ ବଛାଯିବାପରେ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ୱାନ୍ ଡେ ଓ ଟି ଟ୍ୱେଣ୍ଟି ରେ ଯାଗା ମିଳିନାହିଁ । ମୟଙ୍କ ଅଗ୍ରୱାଳ୍ ଏକ୍ ସ୍ପେସାଲିଷ୍ଟ ଓପରନର୍ ବ୍ୟାଟ୍ସମ୍ୟାନ୍ ଅଟନ୍ତି , କିନ୍ତୁ ଭାରତ ପାଖରେ ରୋହିତ୍ ଶର୍ମା, କେଏଲ୍ ରାହୁଲ୍ , ଶିଖର ଧବନ ରୁପରେ ତିନିଜଣ ସ୍ପେସାଲିଷ୍ଟ ଓପନର୍ ସାମିଲ୍ ଅଛନ୍ତି , ଏମିତିରେ ତାଙ୍କୁ ଟୀ ଟ୍ୱେଣ୍ଟି ବିଶ୍ୱକପ୍ ରେ ଜାଗା ମିଳିବା ଆଶା ନାହିଁ ।

୫) ବିଜୟ ଶଙ୍କର : ବିଶ୍ୱକପ୍ ୨୦୧୯ ରେ ଟୀମ୍ ଚୟନରେ ବହୁତ ପ୍ରଶ୍ନବାଚୀ ହୋଇଥିଲା,  ଅମ୍ବାତି ରାଇଡୁ ଜାଗାରେ ଚୟନକର୍ତ୍ତା ବିଜୟ ସଙ୍କରଙ୍କୁ ଟୀମ୍ ରେ ଖେଲିବାକୁ ମଉକା ଦେଲେ,  କିନ୍ତୁ ବିଶ୍ୱକପରେ  ଭଲ ପ୍ରଦର୍ଶନ କରାଇପାରିଲେ ନାହିଁ । ମଝିରେ ସେ ଆଘାତପ୍ରାପ୍ତ ହୋଇଥିଲେ,  ଓ ତାକୁ ଟିମ୍ ରୁ ବାହାର କରିବାକୁ ପଡିଲା,  ୱେଷ୍ଟଇଣ୍ତିଜ୍ ବିପକ୍ଷରେ ଚୟନକର୍ତ୍ତା ତାଙ୍କୁ ବାଛିନଥିଲେ,  ସେମିତି ସାଉଥ୍ ଆଫ୍ରିକା ବିପକ୍ଷରେ ଘରୋଇ ଟି ଟ୍ୱେଣ୍ଟିରେ ଚୟନ କର୍ତ୍ତା ତାଙ୍କୁ ବାଛିଲେ ନାହିଁ , ସେମିତି ଭାରତୀୟ ଟୀମ୍ ପାଖରେ ଟି ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ହାର୍ଦ୍ଧିକ ପାଣ୍ତିଆ , କୁର୍ଣ୍ଣାଳ୍ ପାଣ୍ତିଆ ରବିନ୍ଦ୍ର୍ ଜାଡେଜା ବହୁତ ଶାନ୍ନଦାର୍ ଅଲରାଉଣ୍ତର୍ ଅଛନ୍ତି , ଏମିତିରେ   ବିଜୟ ସଙ୍କରଙ୍କୁ ଟୀମ୍ ରେ ଓ ବିଶ୍ୱକପ୍ ୨୦୨୦ ରେ ଜାଗା ମିଳିବା ମୁସକିଲ୍ ହୋଇଯାଉଛି ।

Leave a Reply

Your email address will not be published. Required fields are marked *