December 8, 2023

Odia Express

News For Public

ସରକାରୀ ଚାକିରି: ଗ୍ରାମୀଣ ଡାକସେବକ ପାଇଁ ବାହାରିଲା ପ୍ରଚୁର ଭର୍ତ୍ତି, 10ମ ପାସ ଶୀଘ୍ର କରନ୍ତୁ ଆବେଦନ…

1 min read

ଆସାମ ପୋଷ୍ଟାଲ ସର୍କଲ ଗ୍ରାମୀଣ ଡାକସେବକ(ଜିଡ଼ିଏସ) ପଦ ନିମାନେ ସୂଚନା ଜାରି କରିଛନ୍ତି । ଏହି ପଦ ନିମନ୍ତେ ଆବେଦନ ପ୍ରକ୍ରିୟା 27ଜାନୁଆରୀ 2020ରୁ ଆରମ୍ଭ ହୋଇଛି । ଆବେଦନ କେବଳ ଅନଲାଇନରେ ସ୍ଵୀକାର କରାଯିବ। ଏହି ପଦ ନିମନ୍ତେ ଆବେଦନ କରିବା ପାଇଁ ଆସାମ ପୋଷ୍ଟାଲ ଜିଡ଼ିଏସ ଅନଲାଇନ ଆପ୍ଲିକେସନ ଲିଙ୍କ 9ଫେବୃଆରୀ 2020ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଅନ୍ତିମ ଦିନ ପରେ କୌଣସି ମାଧ୍ୟମରେ କରାଯାଇଥିବା ଆବେଦନ ସ୍ଵୀକାର କରାଯିବ ନାହିଁ।

ଭର୍ତ୍ତି ସୂଚନା ଅନୁଯାୟୀ ପ୍ରଥମେ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଯୋଗ୍ୟତା 10ମ ଶ୍ରେଣୀ ପର୍ଯ୍ୟନ୍ତ ଆସାମର ସ୍ଥାନୀୟ ଭାଷାରେ ଅଧ୍ୟୟନ କରିଥିବା ପ୍ରାର୍ଥୀଙ୍କ ନିମନ୍ତେ ସୂଚନା ଜାରି ହୋଇଥିଲା । କେବଳ ସେହିମାନେ ଆବେଦନ କରିପାରିଥାନ୍ତେ । କିନ୍ତୁ ଏବେ ଏହି ନିୟମକୁ କିଛି କୋହଳ କରି ପରିବର୍ତ୍ତନ କରାଯାଇଛି । ନୂତନ ଅଧିସୂଚନା ମୁତାବିକ 10ମ ଶ୍ରେଣୀ ପର୍ଯ୍ୟନ୍ତ ଆସାମୀ, ବଙ୍ଗାଳୀ କିମ୍ବା ବୋଡୋ ଭାଷା ଅଧ୍ୟୟନ କରିଥିବା ଆଶାୟୀ ପ୍ରାର୍ଥୀ ମଧ୍ୟ ଆସାମ ସର୍କଲରେ ଯେକୌଣସି ଜିଡ଼ିଏସ ପୋଷ୍ଟ ନିମନ୍ତେ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା – ପ୍ରାର୍ଥୀଙ୍କର 10ମ ଶ୍ରେଣୀ ପାସ ହୋଇଥିବା ଜରୁରୀ ଅଟେ । 10ମ ପର୍ଯ୍ୟନ୍ତ ଆସାମୀ, ବଙ୍ଗାଳୀ ଓ ବୋଡୋ ଭାଷା ମଧ୍ୟରୁ ଯେକୌଣସି ଗୋଟିଏ ଭାଷାରେ ଅଧ୍ୟୟନ କରିବା ଆବଶ୍ୟକ ଅଟେ ।

ଆୟୁ ସୀମା – ପ୍ରାର୍ଥୀଙ୍କର ଆୟୁ 18 ରୁ 40ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସଂରକ୍ଷଣ ନିୟମ ଅନୁଯାୟୀ ଆରକ୍ଷଣ ଶ୍ରେଣୀ ନିମନ୍ତେ ବୟସ କୋହଳ ହେବ ।

ଆବେଦନ କିପରି କରିବେ – ସମସ୍ତ ଇଚ୍ଛୁକ ଓ ଯୋଗ୍ୟ ଆଶାୟୀ ପ୍ରାର୍ଥୀ ଆସାମ ପୋଷ୍ଟାଲ ସର୍କଲ ଜିଡ଼ିଏସରେ ଭର୍ତ୍ତି 2020 ପାଇଁ ଅନଲାଇନରେ ହିଁ ଆବେଦନ କରିପାରିବେ । ଏଥିପାଇଁ ପ୍ରାର୍ଥୀଙ୍କୁ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । ୱେବସାଇଟର ଠିକଣା ହେଲା www.appost.in। ଏଥିରେ ଆବେଦନ ଅନ୍ତିମ ଦିନ ପୂର୍ବରୁ ପୂରଣ କରିବେ । ଅନ୍ତିମ ତିଥି ପରେ ଆବେଦନ ସ୍ଵୀକାର ହେବନାହିଁ ।

Leave a Reply

Your email address will not be published. Required fields are marked *