December 10, 2023

Odia Express

News For Public

ଅମ୍ବାତୀ ରାଇଡୁ ବିଶ୍ୱକପ୍ ସମୟରେ ଚୟନ ନହେବା କାରଣରୁ ଏମ୍ ଏସ୍ କେ ପ୍ରସାଦ ଭାଙ୍ଗିଲେ ନିଜର ନିରବତା , କହିଦେଲେ ଏହି ଆଶ୍ଚର୍ଯ୍ୟଜନକ ଖୁଲାସା…

ଇଂଲଣ୍ତ ଓ ୱେଲସ୍ କ୍ରିକେଟ୍ ବୋର୍ଡରେ ଖେଳାଯାଈଥିବା ଆଇସିସି କ୍ରିକେଟ୍ ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଟିମ୍ ଚୟନ ସମୟରେ ଏକ ବଡ ବିବାଦ ଆସିଯାଇଚିହି , ଭାରତୀୟ ଟୀମ୍ ଚୟନକର୍ତ୍ତା ଭାରତୀୟ ବିଶ୍ୱକପ୍ ପାଇଁ ଯେଉଁ ୧୫ ଜଣିଆ ସଦସ୍ୟଙ୍କ ଟୀମ୍ ବାଛିଥିଲେ,  ତାହା ଅଚାନକରୁ ଅନୁଭବି ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାଇଡୁଙ୍କୁ ବାହାର ରାସ୍ତା ଦେଖାଇଦେଇଛନ୍ତି । ଅମ୍ବାତୀ ରାଇଡୁ ବିଶ୍ୱକପ୍ ପୁର୍ବରୁ ପ୍ରାୟ ଏକ ବର୍ଷରୁ ଭାରତୀୟ ଟୀମ୍ ରେ ଥିଲେ,  ଓ ଖେଳୁ ବି ଥିଲେ,  କିନ୍ତୁ ଅଚାନକ ତାଙ୍କୁ ବିଶ୍ୱକପ୍ ଖେଳିବାର ଯୋଗ୍ୟ ବିବେଚିତ କରାଗଲା ନାହିଁ , ଓ ବିଶ୍ୱକପ୍ ପରି ବଡ ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ଅଣଦେଖ୍ କରିବା ସହ ବିଜୟ ଶଙ୍କରଙ୍କୁ ଟିମ୍ ରେ ସ୍ଥାନ ଦିଆଗଲା ।

ବିଶ୍ୱକପ୍ ଟିମ୍ ରେ ଅମ୍ବାତୀ ରାଇଡୁ , ବଦଳରେ ବିଜୟ ଶଙ୍କରରୁ ବାଛିବା କାରଣରୁ ଭାରତୀୟ କ୍ରିକେଟ୍ ଟିମ୍ ର ମୁଖ୍ୟ ଚୟନ୍ କର୍ତ୍ତା ଏମ୍ ଏସ୍ କେ ପ୍ରସାଦ ବିଜୟ ଶଙ୍କରଙ୍କୁ ଥ୍ରୀ ଡାଇମେନସନ୍ ପ୍ଲେୟାର୍ କହି ଟିମ୍ ରେ ବଛା ହୋଇଥିବାର କଥା କହିଥିଲେ,  କିନ୍ତୁ ସେମିତି ନିଜକୁ ଅଣଦେଖା କରାଯିବାପରେ ଅମ୍ବାତୀ ରାଇଡୁ ଏତେ ନିରାଶ ହୋଇଗଲେ କି ସେ ଭଡକି ଗଲେ , ଓ ମୁଖ୍ୟ ଚୟନ କର୍ତ୍ତା ଏମ୍ ଏସ୍ କେ ପ୍ରସାଦଙ୍କ ଉପରେ ପୁରା ରାଗ ବାହାର କରି ତାଙ୍କୁ ଥ୍ରୀ ଡି ଚଷମାରେ ବିଶ୍ୱକପ୍ ଖାସ୍ କରି ନଜର ରଖିବାର କମେଣ୍ଟ କରିଦେଲେ , ଯାହାକି ଏବେ ପୁରା ବିବାଦ ଘେରରେ ଅଛି ।

ଏହାପରେ ଅମ୍ବାତୀ ରାଇଡୁ ରାସ୍ତା ମୁସକିଲ୍ ହୋଇଗଲା , କିନ୍ତୁ କିଛି ମାସରେ ତାଙ୍କ ସନ୍ୟାସର ଫଇସଲା କୁ ବଦଳାଇ ରାଇଡୁଙ୍କୁ ଖେଳିବାର ମନ ବଳାଇଲେ , କିନ୍ତୁ ତାଙ୍କୁ ଭାରତୀୟ ଟିମ୍ ରେ ଫେରିବା ମୁସକିଲ୍ ହୋଇପାରେ , ଏହା ଥିଲା ପୁରା ମାମଲା , ଓ ଏହାକୁ ନେଇକରି ଏମ୍ ଏସ୍ କେ ପ୍ରସାଦ ନିଜ କଥାକୁ ପ୍ରକଟ୍ କରିଛନ୍ତି , ଷ୍ଟାର୍ ସ୍ପୋର୍ଟ୍ସକୁ ସାକ୍ଷାତକାରରେ ଏହି ମାମଲା ଉପରେ ଟିପ୍ପଣୀ ଦେଇକରି କହିଲେ କି ମୁଁ ରାଇଡୁ ପାଇଁ ଗମ୍ଭୀରତା ଅନୁଭବ କରିଛି , ମୁଁ ସ୍ପଷ୍ଟରୁପରେ କହିପାରିବି , ଏହା ଏକ ବହୁତ ସ୍ପର୍ଶ ବାଲା ମୁଦ୍ଧା ଥିଲା, ଆମର ସମିତି ଅନୁଭବ କଲା କି ସେ ୨୦୧୬ ରେ ଜିମ୍ବାୱେ ଗ୍ରସ୍ତ ପରେ ଟେଷ୍ଟରେ ଚୟନ ରାଡାର୍ ରେ ହେବା ଦରକାର ଥିଲା,  ମୁଁ ତାଙ୍କ ସହ କଥା ହେଲି ,

ସେ ଟେଷ୍ଟ କ୍ରିକେଟ୍ ଉପରେ ବେଶୀ ଧ୍ୟାନ ଦେଉନାହାନ୍ତି , ଯଦି ଆପଣଙ୍କୁ ମନେ ଅଛି ତେବେ ଆଇପିଏଲ୍ ପ୍ରଦର୍ଶନ ଆଧାରରେ ଆମେ ତାଙ୍କୁ ଏକଦିବସିୟ ମ୍ୟାଚ୍ ପାଇଁ ବାଛିଥିଲୁ,  ଯାହା କିଛି ଲୋକଙ୍କୁ ଉଚିତ୍ ଲାଗିଲା ନାହିଁ । ଆମେ ଏସିଏ ରେ ଏକ ମାସ ତାଙ୍କ ଫିଟନେସ୍ ଉପରେ ଧ୍ୟାନ ରଖିଲୁ, ତାଙ୍କୁ ସାହାଯ୍ୟ କଲୁ , ତାଙ୍କୁ ଏକ ଜାଗାରେ ପହଞ୍ଚାଇଲୁ , ଦୁର୍ଭାଗ୍ୟବଶତଃ ତାଙ୍କ ଉପରେ  ଆଘାତ କରୁଛି , ତାଙ୍କ ସହ୍ ଯାହା ହେଲା , ମୋତେ ବହୁତ ଖରାପ ଲାଗୁଛି ।

Leave a Reply

Your email address will not be published. Required fields are marked *