December 4, 2023

Odia Express

News For Public

ସକାଳେ ଉଠି ବସି ମୁହଁରେ ପାଣି ପିଇବାର ଲାଭ ଜାଣିଲେ ଆପଣଙ୍କ ହୋଶ ଉଡିଯିବ…

ଅନେକ ଘରେ ଆପଣ ଦେଖିଥିବେ ଯେ ଲୋକେ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ନିମନ୍ତେ ଔଷଧ ସେବନ କରନ୍ତି ଓ ଅନେକ ଉପାୟ ଆପଣେଇ ଥାଆନ୍ତି । କିନ୍ତୁ କଣ ଆପଣ ଜାଣନ୍ତି, କି ବହୁତ ଗୁଡିଏ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କେବଳ ପାଣିରେ ଲୁଚିରହିଛି । ହଁ ଆଜ୍ଞା କେବଳ ପାଇଁ ପିଇ ଆପଣ ନିଜକୁ ସ୍ଵସ୍ଥ ଓ ଶକ୍ତିବାନ ରଖିପାରିବେ। ଏହା ତ ସମସ୍ତେ ଜାଣନ୍ତି ଯେ ସକାଳେ ଖାଲି ପେଟରେ ସାଦା କିମ୍ବା ଗରମ ପାଣି ପିଇଲେ କେତେ ଲାଭ ହୋଇଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ ଖାଲି ପେଟ ପାଣି ପିଇବା ଯୋଗୁ ନୁହେଁ, ତାବଦଳେ ବାସୀ ମୁହଁ ପାଇଁ ପିଇବାର ଲାଭ ଜଣେଇବୁ ।

ହଁ ଆଜ୍ଞା ମାନେ ବିନା ବ୍ରସ ଓ ବିନା କୁଳି କରି ପାଣି ପିଇଲେ କେତେ ଲାଭ ଅଟେ, ଏବିଷୟରେ ଜାଣିଲେ ଆପଣ ମଧ୍ୟ ଚମକି ପଡିବେ। ଏଥିପାଇଁ ହୋଇପାରେ ତ ଆପଣ ସକାଳେ ପ୍ରଥମେ ଉଠି ବାସୀ ମୁହଁରେ ଏକ ଗ୍ଳାସ ପାଣି ପିଅନ୍ତୁ ଓ ତାପରେ ଅନ୍ୟ କାମ କରନ୍ତୁ । ଯଦି ଆପଣ ଏହି ଅଭ୍ୟାସକୁ ଆପଣେଇ ନିଅନ୍ତି ତେବେ ଏଥିରୁ ଅନେକ ପ୍ରକାର ରୋଗ ଉପରେ କାବୁ ପାଇପାରିବେ ।

ଜଣେଇଦେଉଛୁ ଯେ ଖାଲି ପେଟ ପାଣି ପିଇଲେ ଶରୀରର ସବୁ ବର୍ଜ୍ୟ ପରିଷ୍କାର ହୋଇଯାଇଥାଏ ଓ ରକ୍ତ ପରିଷ୍କାର ହୁଏ। ଜଣେ ବ୍ୟକ୍ତି ସକାଳେ ଉଠି ପ୍ରାୟ 4ରୁ 5ଗ୍ଳାସ ପାଣି ପିଇବା ଉଚିତ କିନ୍ତୁ ଆପଣ ଏହି ଅଭ୍ୟାସ କରିବାକୁ ଭାବୁଛନ୍ତି ତ ପ୍ରାରମ୍ଭରେ ଏକ କିମ୍ବା ଦୁଇ ଗ୍ଳାସରୁ କରିପାରିବେ ।

ସକାଳେ ସର୍ବପ୍ରଥମେ ପାଇଁ ପିଇଲେ ମାଂସପେଶୀ ଓ ନୂତନ କୋଷିକାର ନିର୍ମାଣ ହୋଇଥାଏ ।

ଯେବେ ଆପଣ ସକାଳେ ଥଣ୍ଡା ପାଣି ପିଅନ୍ତି ତେବେ ଆପଣଙ୍କ ଶରୀରର ମେଟାବୋଲିଜିମ 24%ପର୍ଯ୍ୟନ୍ତ ବୃଦ୍ଧି ଘଟିଥାଏ, ଯାହାଦ୍ଵାରା ଆପଣ ଶୀଘ୍ର ଓଜନ କମ କରି ପାରିବେ ।

ସକାଳେ ଖାଲି ପେଟ ପାଇଁ ପିଇଲେ ଆପଣଙ୍କ ପାଚନକ୍ରିୟା ତ ସଠିକ ରହେ, ତାସହ ଆପଣ ଅନେକ ଅନ୍ୟ ରୋଗରୁ ରକ୍ଷା ପାନ୍ତି । ଆମ ଶରୀରର ଅଧିକତର ଅଂଶ ପାଣି ଦ୍ଵାରା ହିଁ ନିର୍ମିତ ଏଥିପାଇଁ ସବୁବେଳେ ପ୍ରଚୁର ପାଣି ପିଇବାର ପରାମର୍ଶ ଦିଆଯାଏ ।

ସକଳେ ଉଠି ପିଉଥିବା ପାଣିକୁ ଆପଣ ଚାହିଁଲେ ରାତିରେ ତମ୍ବା ପାତ୍ରରେରଖିପାରିବେ। ସକାଳେ ଉଠି ଆପଣଙ୍କୁ ତିନି ଗ୍ଳାସ ପାଣି ପିଇବା ଉଚିତ ଓ ଏଥିରୁ ଅଧିକ ଯଦି ଆପଣ ପିଇ ପାରିବେ ନାହିଁ ତ ନିଜ ସହିତ ବିଲକୁଲ ଜବରଦସ୍ତି କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *