June 19, 2024

Odia Express

News For Public

ଏହି ରାଶିର ଝିଅମାନେ ନିଜ ସ୍ଵାମୀଙ୍କୁ ଜୀବନଠାରୁ ଅଧିକ ପ୍ରେମ କରନ୍ତି, ସାରା ଜୀବନ ସୁଖ ଦୁଃଖରେ ଭାଗିଦାର ହୁଅନ୍ତି..

ଆପଣମାନେ ଏହି ଗୀତ ତ ନିଶ୍ଚିତ ଶୁଣିଥିବେ ,‘ଜବ ପ୍ୟାର କିୟା ତୋ ଡରନା କ୍ୟା’॥ ଏହି ଗୀତ ଉପରେ ଯଦି ଲକ୍ଷ୍ୟ କରାଯାଏ ତେବେ ଏହି ଗୀତ ଆମକୁ ସ୍ପଷ୍ଟ ଶବ୍ଦରେ ବୁହେଇ ଦେଇଥାଏ ଯେ ପ୍ରେମ କରୁଥିବା ଲୋକ କେବେ କାହାକୁ ଭୟ କରନ୍ତି ନାହିଁ ଓ ବିନା କାହାକୁ ଡରିକି ନିଜର ସମ୍ପର୍କକୁ ପ୍ରେମର ନାମ ଦିଅନ୍ତି ଓ ଏହାକୁ ଆଗକୁ ବଢାନ୍ତି , କିନ୍ତୁ ତଥାପି ଗୋଟିଏ କଥା ଅଛି ଯାହାକୁ ଏମାନଙ୍କୁ ଭୟ ଲାଗେ ଓ ତାହା ହେଲା ପ୍ରେମରେ ଧୋକା ପାଇବାର କଥା। ଯଦି ପ୍ରେମ କରୁଥିବା ଯୋଡି ପରସ୍ପର ପ୍ରତି ସଚ୍ଚୋଟ ଅଛନ୍ତି, ଜଣେ ଅନ୍ୟକୁ ପ୍ରେମ କରନ୍ତି ଓ କେବେ ଧୋକା ଦେବାକୁ ଭାବିବେ ନାହିଁ ତେବେ ତ ସବୁ ଠିକ ରହିଥାଏ କିନ୍ତୁ ଯଦି ଅନ୍ୟ ପକ୍ଷରେ ଯଦି କୌଣସି ଧୋକାବଜ ସାଥି ମିଳିଯିବ ତେବେ ଏହା ସାରା ଜୀବନର ନିମନ୍ତେ ଅସହ୍ୟ ହୋଇଯାଏ। ଏଭଳି ସମ୍ପର୍କ ଯେବେ ଭାଙ୍ଗେ ତେବେ ତାର ପୀଡାର କୌଣସି ସୀମା ନଥାଏ ।

କିନ୍ତୁ ତାପରେ କିପରି ଜାଣିବେ ଯେ ସାଥି ଧୋକାବଜ ଅଟେ କିମ୍ବା ନୁହେଁ? ଏମିତିରେ ତ ସାଥିଙ୍କର କିଛି ଆଚରଣରୁ ଅନୁମାନ ଲଗାଯାଇ ପାରିବ ଯେ ସେ ଧୋକା ଦେଉଛି କିମ୍ବା ନାହିଁ କିନ୍ତୁ ଆମେ ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଆପଣଙ୍କର କିଛି ସାହାଯ୍ୟ କରିପାରୁ। ଜ୍ୟୋତିଷ ଶାସ୍ତ୍ରରେ ଝିଅଙ୍କର ତିନି ଏପରି ରାଶିଙ୍କ ବିଷୟରେ କୁହାଯାଇଛି ଯେଉଁମାନେ ବହୁତ ସ୍ଵତନ୍ତ୍ର ହୋଇଥାନ୍ତି ଓ ଏମାନଙ୍କ ବିଷୟରେ କୁହାଯାଇଛି ଯେ ଏହି ରାଶିର ଝିଅମାନେ ପ୍ରେମରେ କେବେ ନିଜର ସାଥିଙ୍କୁ ଧୋକା ଦିଅନ୍ତି ନାହିଁ। ତେବେ ଆସନ୍ତୁ ବିଳମ୍ବ ନକରି ଜାଣିନେବା ସେହି ରାଶି ଗୁଡିକ କିଏ ।

ମେଷ ରାଶି: ମେଷରାଶିଙ୍କ ବିଷୟରେ ଜଣେଇଦେବୁ କି ଏହି ରାଶିର ଝିଅମାନେ ହୃଦୟ ଓ ବଚନର ମାମଲାରେ ଏକାଭଳି ହୋଇଥାନ୍ତି । ଓ ଏହି କାରଣରୁ ପୁଅ ଏମାନକ ଆଡକୁ ଅଧିକ ଆକର୍ଷିତ ହୋଇଥାନ୍ତି । ମାନେ ଏହି ରାଶିର ଝିଅମାନେ ବିବାହ ନିମନ୍ତେ ଏକଦମ ସଠିକ ହୋଇଥାନ୍ତି ଓ ଯେଉଁଠାରେ ନିଜ ସାଥି ନିମନ୍ତେ କିଛି କରିବାର କଥା ଆସେ ତ ଏମାନଙ୍କ ଠାରୁ ଉତ୍ତମ ସାଥି ଆପଣଙ୍କୁ ମିଳିବ ନାହିଁ ।

ବୃଷଭ ରାଶି: ବୃଷଭ ରାଶିର ଲୋକ ଶାନ୍ତ ଓ ସୌମ୍ୟ ସ୍ଵଭାବର ହୋଇଥାନ୍ତି, କିଛି ଏହିଭଳି ହୋଇଥାନ୍ତି ଏହି ରାଶିର ମହିଳା ମାନେ ମଧ୍ୟ । ଜ୍ୟୋତିଷ ଶାସ୍ତ୍ରର ମାନିବା ତ ଏହି ରାଶିର ଝିଅମାନେ ସବୁଠାରୁ ଅଧିକ ବିଶ୍ଵସ୍ତ ହୋଇଥାନ୍ତି , ଏମାନଙ୍କ ଉପରେ ସହଜରେ ବିଶ୍ବାସ କରାଯାଇ ପରେ। ସ୍ଵଭାବରେ କିଛି ସିରିଅସ ହୋଇଥାନ୍ତି କିନ୍ତୁ ଏମାନଙ୍କ ସ୍ଵାତନ୍ତ୍ର୍ୟ ଏହା ଯେ ଏମାନେ ଯାହାକୁ ଥରେ ହୃଦୟରେ ସ୍ଥାନ ଦିଅନ୍ତି ତ ତାଙ୍କୁ କେବେ ବାହାର କରନ୍ତି ନାହିଁ ।

କର୍କଟ ରାଶି: ଏହି ରାଶିର ଲୋକ ଭାବୁକ ହୋଇଥାନ୍ତି, ଏଥିପାଇଁ ଧୋକା ଦେବା ଏମାନଙ୍କୁ ଆସେ ନାହିଁ। ଏହି ରାଶିର ଝିଅମାନେ ନିଜର ସାଥିଙ୍କୁ ବହୁତ ପ୍ରେମ କରନ୍ତି, ତାଙ୍କର ଛୋଟ ଛୋଟ ଆବଶ୍ୟକତା ଓ ଇଚ୍ଛାର ଧ୍ୟାନ ରଖନ୍ତି ଓ ଏମାନେ ତାହା ପୂରଣ କରିବା ନିମନ୍ତେ ଜତ୍ପରୋନାସ୍ତି ପ୍ରଚେଷ୍ଟା କରନ୍ତି । ଏମାନେ ଯାହାଙ୍କୁ ପ୍ରେମ କରନ୍ତି ଓ ଯିଏ ଏମାନଙ୍କୁ ଭଲ ପାଏ ତାହା ଏମାନଙ୍କୁ ପୂର୍ଣ୍ଣ ପ୍ରାଣରେ ପ୍ରେମ କରନ୍ତି ଓ ତାଙ୍କର ଖୁସି ନିମନ୍ତେ ଏମାନେ ନିଜକୁ ମଧ୍ୟ ଭୁଲିଯାଆନ୍ତି ଓ ଏମାନେ ଭାବୁକ ହେବା ସହ ବହୁତ ଆକର୍ଷକ ମଧ୍ୟ ହୋଇଥାନ୍ତି । ଏମାନଙ୍କ ନିମନ୍ତେ ନିଜ ପରିବାରର ଖୁସି ବହୁତ ଅଧିକ ହୋଇଥାଏ ।

କନ୍ୟା ରାଶି: ବୁଦ୍ଧିମାନ ଲୋକଙ୍କ ଶ୍ରେଣୀରେ ସବୁଠାରୁ ଉପରେ କନ୍ୟାରାଶି କୁ ମାନ୍ୟତା ପ୍ରାପ୍ତ ହୋଇଛି ଓ ଯଦି ଏହି ରାଶିର ଝିଅଙ୍କ କଥା କହିବା ତେବେ ଏମାନେ ନିଜର ସମ୍ପର୍କକୁ ବହୁତ ବୁଦ୍ଧିମାନି ପୂର୍ବକ ସଞ୍ଚଳିତ କରନ୍ତି । ଏମାନେ ନିଜର ସାଥିଙ୍କୁ କେବେ ଧୋକା ଦିଅନ୍ତି ନାହିଁ କିନ୍ତୁ କାହାର ଦ୍ଵାରା ଦିଆଯାଇଥିବା ଧୋକା ସହନ ମଧ୍ୟ କରନ୍ତି ନାହିଁ ।

ମକର ରାଶି: ଏହି ଶୃଙ୍ଖଳର ଶେଷରେ ରହିଛି ମକର ରାଶି। ହଁ ଆଜ୍ଞା ଯଦି ଆପଣଙ୍କ ବାନ୍ଧବୀ ମକର ରାଶିର ହୋଇଥାନ୍ତି ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ମକର ରାଶିର ଝିଅମାନେ ନିଜ ସାଥିଙ୍କୁ କେବେ ଦୁଃଖ ଦେବା କଥା ଚିନ୍ତା ମଧ୍ୟ କରନ୍ତି ନାହିଁ । ଥରେ ପ୍ରେମରେ ପଡିଯିବା ପରେ ଏହାଙ୍କର ସାଥିଙ୍କର ଏହାଙ୍କ ଜୀବନର ସବୁଠାରୁ ବଡ ପ୍ରଥମିକତା ହୋଇଥାଏ ।

Leave a Reply

Your email address will not be published. Required fields are marked *