December 8, 2023

Odia Express

News For Public

ଜାଣନ୍ତୁ ଶିବଲିଙ୍ଗ ଉପରେ କଣ ଅର୍ପଣ କରିବା ଦ୍ଵାରା ତାହାର କି ଫଳ ମିଳିଥାଏ?

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ଦେବ ଙ୍କ ଦେବ ମହାଦେବଙ୍କ ଉପରେ କଣ ଅର୍ପଣ କଲେ ତାହାର କିପ୍ରକାର ଫଳ ମିଳିଥାଏ । ମନ୍ତ୍ରର ଉଚ୍ଚାରଣ ପୂର୍ବକ ଶିବଲିଙ୍ଗ ଉପରେ ଜଳ ଚଢେଇଲେ ଆମର ସ୍ଵଭାବ ଶାନ୍ତ ଓ ସ୍ନେହମୟ ହୋଇଥାଏ। ଭୋଳାନାଥଙ୍କୁ ମହୁ ଚଢେଇଲେ ଆମର ବାଣୀରେ ମଧୁରତା ଆସେ । ଶିବଶଙ୍କରଙ୍କୁ କ୍ଷୀର ଅର୍ପଣ କଲେ ସ୍ୱାସ୍ଥ୍ୟ ସବୁବେଳେ ଭଲ ରହେ ଓ ରୋଗ ଦୂର ହୁଏ । ଶିବଲିଙ୍ଗ ଉପରେ ଅତର ଚଢେଇଲେ ବିଚାର ପବିତ୍ର ଓ ଶୁଦ୍ଧ ହୁଏ ଏହାଦ୍ୱାରା ଆମେ ଜୀବନରେ ଭୁଲ କର୍ମର ରାସ୍ତାରେ ଯିବାରୁ ରକ୍ଷା ପାଇଥାଉ ।

ଭଗବାନ ଶଙ୍କରଙ୍କ ଉପରେ ଘିଅ ଅର୍ପଣ କରିବା ଦ୍ଵାରା ଆମର ଶକ୍ତି ବୃଦ୍ଧି ହୁଏ। ଶିବଙ୍କୁ ଚନ୍ଦନ ଚଢେଇଲେ ଆମର ବ୍ୟକ୍ତିତ୍ବ ଆକର୍ଷକ ହୋଇଥାଏ ଓ ସମାଜରେ ସମ୍ମାନ ମିଳିଥାଏ। ଭଗବାନ ଶିବଙ୍କୁ ଭାଙ୍ଗ ଚଢେଇଲେ ଆମର ଅଭାବ ଓ ଖରାପ ଗୁଣ ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *