June 19, 2024

Odia Express

News For Public

ତମାଖୁ ଦ୍ୱାରା ଖରାପ ଦାନ୍ତ ପାଇଁ ଲଜ୍ଜିତ ହୁଅନ୍ତୁ ନାହିଁ , ଆପଣଙ୍କ ପାଇଁ ଏହା ହେଲା ଚମତ୍କାରୀ ପ୍ରକିୟା…..

ତମାଖୁ ଓ ସିଗାରେଟ୍ ଆଜି କାଲି ସମସ୍ତେ ସେବନ କରୁଛନ୍ତି , କିଛି ଲୋକ ତ ସିଗାରେଟ୍ ଏଥିପାଇଁ ପିଅନ୍ତି କାରଣ ତାଙ୍କୁ ଲାଗିଥାଏ କି ଏହାକୁ ପିଇବା ଦ୍ୱାରା ସେମାନେ ନିଜର ଏକ ଅଲଗା ପରିଚୟ ଦେଖାଇପାରିବେ , କିନ୍ତୁ ସେମାନେ ଜାଣିପାରନ୍ତି ନାହିଁ କି ଏହାକୁ ପିଇଲେ କି ଏହା ମୃତ୍ୟୁର କେତେ ପାଖକୁ ନେଇଯାଏ ।ସିଗାରେଟ୍ ଓ ତମାଖୁ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ , ଏହାର ଅଧିକା ସେବନ ଦ୍ୱାରା ଫୁସ୍ ଫୁସ୍ ଖରାପ ହୋଇଯାଏ ତାହା ସହ ଦାନ୍ତ ଗୁଡିକ ନଷ୍ଠ ହୋଇଯାଏ , ସିଗାରେଟ୍ ଓ ତମାଖୁର ବ୍ୟବହାରରେ ସେଥିରେ ଥିବା ନିକୋଟିନ୍ ଦାନ୍ତର ଆଖପାଖରେ ଜମା ହୋଇଯାଏ , ନିକୋଟିନ୍ ରେ ଜମା ହୋଇଥିବା ଦାନ୍ତରେ ହଳଦିଆ ବର୍ଣ୍ଣ ଆସିଯାଏ , ଓ ଦାନ୍ତଗୁଡିକ ବହୁତ ଅସୁନ୍ଦର ଦେଖାଯାଏ । ଯେବେ ଆପଣ କେବେ କାହା ସହ କଥାବାର୍ତ୍ତା କରନ୍ତି ତେବେ ଆପଣଙ୍କୁ ବହୁତ ଲଜ୍ଜିତ ହେବାକୁ ପଡିଥାଏ ।

ଯଦି ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ କିଛି ଘରୋଇ ଉପାୟମାନ କରିବାକୁ ହେବ ,ଯଦି ଦାନ୍ତଗୁଡିକ ହଳଦିଆ ପଡିଯାଇଛି  ତେବେ ଏଥିପାଇଁ ଦରକାର ପଡିଥାଏ କି ଦାନ୍ତକୁ ସଫା ରଖିବା , ଏଥିପାଇଁ ଦିନକୁ ଦୁଇ କିମ୍ବା ତିନିଥର ସଫାକରିବା ଉଚିତ୍ , ଏହା ଦ୍ୱାରା ଆପଣଙ୍କ ହଳଦିଆ ଦାନ୍ତ ଧୀରେ ଧୀରେ ସଫା ହୋଇଯିବ ।କିନ୍ତୁ ଉପର ପ୍ରସ୍ତର ସଫା କଲେ କିଛି ହୁଏ ନାହିଁ , ଏଥିପାଇଁ ଆପଣଙ୍କ ଦାନ୍ତରେ କ୍ୟାବିଟିକୁ ଦେଖନ୍ତୁ କାରଣ ଏହା ଦ୍ୱାରା ଅଧିକା ଦାନ୍ତ ଖରାପ ହୋଇଥାଏ , ଓ ମୁହଁରୁ ଦୁର୍ଗନ୍ଧ ହୋଇଥାଏ , ଏଥିପାଇଁ ଦାନ୍ତରେ କ୍ୟାବିଟି ନ ଲାଗୁ ଏଥିପାଇଁ ସବୁଦିନ ବ୍ରଶ୍ କରିବା ପରେ ବେକିଙ୍ଗ୍ ସୋଢା ନେଇକରି ଦାନ୍ତରେ ହାଲକା ହାତରେ ରଗଡନ୍ତୁ , ଓ ଦାନ୍ତରୁ ଏହା ହଳଦିଆ ଦାଗ ଦୂର ହୋଇଯିବ ,

ଏହି ଉପାୟ ସହ ଆଉ ଏକ ଉପାୟ ଅଛି ଯାହା କି ଏକ କଞ୍ଚା ଗାଜର ନେଇକରି ନିଜ ଦାନ୍ତକୁ କାଟିକରି ଭଲ ଭାବରେ ଚୋବାଇକରି ଖାଆନ୍ତୁ , ଯାହା ଦ୍ୱାରା ଦାନ୍ତଗୁଡିକ ସଫା ହୋଇଯିବ , ସବୁ ଦିନ ଯଦି ଗୋଟିଏ ଗାଜର ହୋଇଥାଏ , ତେବେ ଦାନ୍ତରେ କୋଣରେ ମଇଳା ସବୁ ସଫା ହୋଇଯିବ , ଓ ଯଦି ଦାନ୍ତରେ ଅଧିକା ହଳଦିଆ ହୋଇଯାଇଛି , ତେବେ ଟିକିଏ ସୋରିଷ ତେଲରେ ଲୁଣ ମିଶାଇ ମଞ୍ଜନ ପରି ବ୍ୟବହାର କରନ୍ତୁ , ଏମିତି କରିଲେ ଦାନ୍ତଗୁଡିକ ହଳଦିଆ ଦାଗ ଦୂର ହୋଇଯିବ , ଓ ମଜବୁତ୍ ହୋଇଯିବ ।

Leave a Reply

Your email address will not be published. Required fields are marked *