June 20, 2024

Odia Express

Here, There and Everywhere

୩୧ ମାର୍ଚ୍ଚ ମଧ୍ୟରେ ପ୍ରତି ଜିଲ୍ଲାରେ ପହଞ୍ଚିବ ଏହି ସରକାରୀ ଯୋଜନା, ପ୍ରାୟ ୯୦%ପର୍ଯ୍ୟନ୍ତ ମିଳିବ ଶସ୍ତା ଔଷଧ – ଦେଖନ୍ତୁ କିପରି ଏହାର ଲାଭ ଉଠେଇ ପାରିବେ…

1 min read

ଏହା ତ ଆପଣ ସମସ୍ତେ ଜାଣିଥିବେ ଯେ ସରକାରଙ୍କ ଦ୍ଵାରା ମୂଲ୍ୟବୃଦ୍ଧି ଉପରେ ରୋକ ଲଗେଇବା ପାଇଁ ଓ ଲୋକଙ୍କୁ ସୁବିଧା ସବୁ ପୂର୍ବାପେକ୍ଷା ଅଧିକ ବଢେଇବା ପାଇଁ ଅନେକ କାର୍ଯ୍ୟ କରାଯାଇଛି । ଏହିଭଳି ଏକ ଯୋଜନା ଜନ ଔଷଧ କେନ୍ଦ୍ର ଅଟେ, ଯାହା ଦ୍ଵାରା ଲୋକଙ୍କୁ ରୋଜଗାର ମଧ୍ୟ ଉପଲବ୍ଧ ହେବ ଓ ଶସ୍ତାରେ ଔଷଧ ମଧ୍ୟ ମିଳିବ। ପ୍ରଧାନମନ୍ତ୍ରୀ ଜନ ଅଉଷଧି ଯୋଜନା ମୋଦୀ ସରକାରଙ୍କର ଡେକ ଏପରି ଯୋଜନା ଅଟେ ଯାହାର ଅନ୍ତର୍ଗତ ରୋଗୀ ମାନଙ୍କୁ ୫୦ ରୁ ୯୦% ଶସ୍ତାରେ ଔଷଧ ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦୀ ୨୦୧୫ରେ ଏହି ଯୋଜନାର ପ୍ରାରମ୍ଭ କରିଥିଲେ, ଯାହାର ଉଦ୍ଦେଶ୍ୟ ଦାମୀ ଔଷଧର ବିତ୍ତୀୟ ବୋଝ ସାହୁଥିବା ଗରିବଙ୍କୁ ଶସ୍ତାରେ ଔଷଧ ଯୋଗେଇଦେବା ଅଟେ ।

କିପରି ବ୍ୟବହାର କରିବେ ଜନ ଅଉଷଧି ଯୋଜନା: ଆଜିକାଲି ବହୁତ ଯୁବକ ୨୫-୩୦ହଜାର ଟଙ୍କାର ବେତନ ନିମନ୍ତେ ନିଜ ସହର ବା ଗ୍ରାମ ଛାଡି ବଡ ସହରକୁ କାମ କରିବା ନିମନ୍ତେ ଚାଲି ଯାଉଛନ୍ତି । ସେମାନଙ୍କ ପାଇଁ ସରକାରଙ୍କର ଏହି ସ୍କିମ ବହୁତ ଲାଭଜନକ ରହିବ । ଯଦି ଆପଣ ମଧ୍ୟ ନିଜ ସହର ବା ଗ୍ରାମ ଆଖପାଖରେ ରହି ରୋଜଗାର କରିବାକୁ ଚାହୁଁଛନ୍ତି , ତେବେ ସରକାର ଦ୍ଵାରା ଦିଆଯାଇଥିବା ଜନ ଅଉଷଧି ସ୍କିମର ଲାଭ ଉଠେଇବା ଉଚିତ । ସରକାର ୨୦୧୯-୨୦ବିତ୍ତୀୟ ବର୍ଷର ଶେଷ ପୂର୍ବରୁ ଏହି ଜନ ଅଉଷଧି ସ୍କିମକୁ ଦେଶର ସମସ୍ତ ଜିଲ୍ଲାରେ ପହଞ୍ଚେଇବାର ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି । ଏହି ସମୟ ମଧ୍ୟରେ ଦେଶରେ ଆହୁରି ୧୦୦୦ସରକାରୀ ଔଷଧ ଦୋକାନ ଖୋଲାଯିବ । ଯେଉଁଥି ପାଇଁ ଆପଣ ଆବେଦନ କରିପାରିବେ । ଦେଶରେ ୧୧ନଭେମ୍ବର ପର୍ଯ୍ୟନ୍ତ ୫୭୫୪ ଜଣ ଅଉଷଧି ଦୋକାନ ଖୋଲି ସାରିଛି । କେମିକାଲ ଆଣ୍ଡ ଫର୍ଟିଲାଇଜର ମିନିଷ୍ଟର ଡ଼ିବି ସଦାନନ୍ଦ ଗୌଡ ଏହି ସୂଚନା ଉପଲବ୍ଧ କରେଇଛନ୍ତି ।

ଜନ ଅଉଷଧି କେନ୍ଦ୍ର ଖୋଲିବା ନିମନ୍ତେ କ୍ଷମତା ଜନ ଅଉଷଧି କେନ୍ଦ୍ର ଖୋଲିବା ପାଇଁ ପ୍ରଥମ କ୍ୟାଟେଗୋରୀ ଅନ୍ତର୍ଗତ ଯେକୌଣସି ବ୍ୟକ୍ତି ବୋରୋଜଗାର ଫର୍ମଶିଷ୍ଟ ଡାକ୍ତର ରେଜିଷ୍ଟାର୍ଡ ମେଡିକାଲ ପ୍ରାକ୍ଟିସନର ଏହି କେନ୍ଦ୍ର ଖୋଲିପାରିବା ନିମନ୍ତେ ଆବେଦନ କରିପାରିବେ । ଦ୍ଵିତୀୟ କ୍ୟାଟେଗୋରୀରେ ଟ୍ରଷ୍ଟ, ଏନଜିଓ, ପ୍ରାଇଭେଟ ହସ୍ପିଟାଲ , ସୋସିଏଟି ଓ ଏସଏଚଜି କୁ ଜନ ଅଉଷଧି କେନ୍ଦ୍ର ଖୋଲିବାର ଅବସର ପ୍ରାପ୍ତ ହେବ । ତୃତୀୟ ଓ ଅନ୍ତିମ କ୍ୟାଟେଗୋରୀ ରେ ରାଜ୍ୟ ସରକାରଙ୍କ ତରଫରୁ ଚୟନ ହୋଇଥିବା ଏଜେନ୍ସି ଆସିବେ । ଜନ ଅଉଷଧି କେନ୍ଦ୍ର ଖୋଲିବା ପାଇଁ ୨୫ଟଙ୍କାର ସହାୟତା ମିଳିବ ।

ଜନ ଅଉଷଧି କେନ୍ଦ୍ର ଖୋଲିବାର ସକ୍ଷମ ସଂସ୍ଥାକୁ ୨.୫ଟଙ୍କାର ସହାୟତା ଯୋଗାଇ ଦିଆଯିବ । ଯେଉଁଥିରେ ଔଷଧ ବିକ୍ରି କରୁଥିବାରେ ମିଳୁଥିବା ୨୦ପ୍ରତିଶତ ମାର୍ଜିନ ବ୍ୟତୀତ, ପ୍ରତି ମାସର ବିକ୍ରି ଉପରେ ଅତିରିକ୍ତ ୧୫ପ୍ରତିଶତ ଇନସେନଟିଭ ମିଳିବ। ଭତ୍ତା ର ଅଧିକତମ ସୀମା ୧୦୦୦୦ଟଙ୍କା ପ୍ରତି ମାସ ରହିବ। ଏହା ସେତେବେଳ ପର୍ଯ୍ୟନ୍ତ ମିଳିବ ଯେଉଁ ପର୍ଯ୍ୟନ୍ତ ୨.୫ଲକ୍ଷ ଟଙ୍କା ପୂରଣ ନହୋଇଛି । ଉତ୍ତର ପୂର୍ବ ଓ ନକ୍ସଲ ପ୍ରଭାବିତ ରାଜ୍ୟରେ ଇନସେନଟିଭ ଅଧିକତମ ସୀମା ୧୫୦୦୦ଟଙ୍କା ପ୍ରତି ମାସ ରହିବ ।

ଏତିକି ନୁହେଁ, ଦୁର୍ବଳ ଜାତି ବର୍ଗର ଲୋକଙ୍କୁ ୫୦ହଜାର ଟଙ୍କା ଅଗ୍ରୀମ ବିକ୍ରି ନିମନ୍ତେ ଦିଆଯିବ । ଲାଭ କିପରି ହେବ ଜନ ଅଉଷଧି କେନ୍ଦ୍ର ମାଧ୍ୟମରେ ମାସକୁ ଯେତିକି ଔଷଧ ବିକ୍ରି ହେବ ତାଙ୍କର ୨୦% କମିଶନ ବିକ୍ରି କରୁଥିବା ଦୋକାନୀଙ୍କୁ ମିଳିବ । ତେଣୁ ଯଦି ଆପଣ ମାସରେ ଏକଲକ୍ଷ ଟଙ୍କାର ବିକ୍ରି କରୁଛନ୍ତି ତେବେ ଆପଣଙ୍କୁ ସେହି ମାସରେ ୨୦ହଜାରଟଙ୍କାର ଆୟ ହେବ । ଟ୍ରେଡ ମାର୍ଜିନ ଛାଡି ସରକାର ପ୍ରତି ମାସର ସେଲ୍ସ ଉପରେ ୧୫% ଇନସେନଟିଭ ଦେବେ ଯାହା ଆପଣଙ୍କ ବ୍ୟାଙ୍କ ଖାତାକୁ ଯିବ।

ଆପଣଙ୍କ ନିମନ୍ତେ ଲାଭର କଥା ଏହା ଯେ ଆପଣାକୁ ଏଠାରେ ୯୦%ପର୍ଯ୍ୟନ୍ତ ଶସ୍ତା ଔଷଧ ପ୍ରାପ୍ତ ହେବ । ସମସ୍ତ ଲୋକଙ୍କୁ ଏହି ଶସ୍ତା ଔଷଧ ପହଞ୍ଚେଇବା ଲକ୍ଷରେ ସରକାର ଜନ ଅଉଷଧି କେନ୍ଦ୍ର ଖୋଲିଛନ୍ତି । ଏହା ଦ୍ଵାରା ଲୋକଙ୍କୁ ଶସ୍ତା ଔଷଧ ମିଳିପାରିବ । ଆପଣଙ୍କ ଗ୍ରାମ କିମ୍ବା ସାହି ପର୍ଯ୍ୟନ୍ତ ଏହି ଯୋଜନାକୁ ପହଞ୍ଚେଇବା ସମ୍ଭବ ହେବ। ବିପିପିଆଇ ଅନୁଯାୟୀ ଏହି କେନ୍ଦ୍ରରେ ଏପର୍ଯ୍ୟନ୍ତ ୮୦୦ରୁ ଅଧିକ ଔଷଧ ଓ ୧୫୦ରୁ ଅଧିକ ମେଡିକାଲ ସାମଗ୍ରୀ ଉପଲବ୍ଧ ରହିଛି । ଏହା ପ୍ରାୟ ୭୦୦ଜିଲ୍ଲାରେ ଏଯାଏଁ ୬୨୦୦ ଜନ ଅଉଷଧି କେନ୍ଦ୍ର ଖୋଲିସରିଛି ।

Leave a Reply

Your email address will not be published. Required fields are marked *