March 2, 2024

Odia Express

News For Public

୩୮୮ଟଙ୍କାର ନେଲପଲିସ ନିମନ୍ତେ ୯୨୦୦୦ ସୁଝିଲେ ମାଡାମ, କାରଣ ଜାଣିଲେ ଆପଣ ମଧ୍ୟ ଚମକି ପଡିବେ …

1 min read

ଜଣେ ୨୫ବର୍ଷୀୟ ସଫ୍ଟୱେର ଇଞ୍ଜିନିଅର ସାଇବର ଫ୍ରଡର ଶିକାର ହୋଇଗଲେ। ତାଙ୍କୁ ଏକ ଇ-କମର୍ସ ୱେବସାଇଟରେ ୩୮୮ଟଙ୍କାର ନେଲପଲିସ ବୋତଲ କିଣିବାକୁ ଯାଇ ୯୨୪୪୬ଟଙ୍କାର କ୍ଷତି ସହିବାକୁ ହେଲା। ଏହି ଘଟଣା ୧୭ରୁ ୩୦ ଡିସେମ୍ବରର ମଧ୍ୟର ଅଟେ । ମହିଳା ୱାକଡ ପୋଲିସ ଷ୍ଟେସନରେ ଏହାକୁ ନେଇ ଏଫଆଇଆର ଦେଇଛନ୍ତି । ପୋଲିସ ଦୁଇଜଣଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (IPC) ଓ ଇନଫରମେସନ ଆଣ୍ଡ ଟେକ୍ନୋଲୋଜି ଆଇନ ସମ୍ବନ୍ଧିତ ଧାରା ଅନୁଯାୟୀ ମାମଲା ଦାୟର କରିଛି ।ପୋଲିସର ଜଣେ ଅଧିକାରୀ କହିଲେ ଯେ,’୧୭ ଡିସେମ୍ବର ଦିନ, ମହିଳା ନିଜର ସେଲଫୋନରେ ଗୋଟିଏ ଇ-କମର୍ସ କମ୍ପାନୀର ଆପ୍ଲିକେସନରେ ନେଲପଲିସର ଅର୍ଡର ଦେଇଥିଲେ। ସେ ନିଜର ବ୍ୟାଙ୍କ ଖାତାରୁ ୩୮୮ଟଙ୍କା ଏକ ଘରୋଇ ବ୍ୟାଙ୍କକୁ ଟ୍ରାନ୍ସଫର କରିଦେଲେ। ଅଧିକାରୀ କହିଲେ ଯେ ଯେବେ ମହିଳାଙ୍କୁ ସମୟରେ ଅର୍ଡର ମିଳିଲା ନାହିଁ ତ ସେ କଷ୍ଟମର କେୟାରକୁ ସମ୍ପର୍କ କଲେ’।

କଷ୍ଟମର କେୟାର ମହିଳାଙ୍କୁ ଜଣେଇଲେ ଯେ ତାଙ୍କର ପ୍ରାଡ଼କ୍ଟ ଏବେ ଯାଏଁ ଡେଲିଭର ହୋଇନାହିଁ ଏଥିପାଇଁ ଯେ ସେମାନଙ୍କୁ ଏବେ ଯାଏଁ ପେମେଣ୍ଟ ମିଳିନାହିଁ । ସେହି ବ୍ୟକ୍ତି ଯଦିଓ ମହିଳାଙ୍କୁ ତାଙ୍କର ଟଙ୍କା ଫେରାଇବାର ଆଶ୍ଵାସନା ଦେଲେ ଓ ତାଙ୍କୁ ତାଙ୍କର ମୋବାଇଲ ନମ୍ବର ପଚାରିଲେ ।

ମହିଳା ଯେମିତି ନିଜର ମୋବାଇଲ ନମ୍ବର ସେୟାର କଲେ ତାହାର କିଛି ମିନିଟ ମଧ୍ୟରେ , ପାଞ୍ଚଟି କାରବାର ମାଧ୍ୟମରେ ତାଙ୍କର ଦୁଇଟି ବ୍ୟକ୍ତିଗତ ଆକାଉଣ୍ଟରୁ ୯୦୪୯୬ ଟଙ୍କା ଡେବିଟ ହୋଇଗଲା। ମଜାର କଥା ଏହା ଯେ ପବ୍ଲିକ ସେକ୍ଟରର ବ୍ୟାଙ୍କରେ ଉପସ୍ଥିତ ଟଙ୍କାର ଖାତାରୁ ମଧ୍ୟ ୧୫୦୦ଟଙ୍କା ଡେବିଟ ହୋଇଗଲା ।

ମହିଳା କହିଲେ ଯେ ଟଙ୍କାର ବ୍ୟାଙ୍କ ଖାତାରୁ ମୋଟ ୯୨୪୪୬ଟଙ୍କା ନିଆଯାଇଛି ଓ ଅନ୍ୟ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର ହୋଇଛି। ମହିଳା ଦାବି କରିଛନ୍ତି ଯେ ସେ ନିଜର ବ୍ୟାଙ୍କ ଖାତାର କୌଣସି ଡିଟେଲ ସେୟାର କରିନଥିଲେ । ପୋଲିସ ବର୍ତ୍ତମାନ ଘଟଣାର ଯାଞ୍ଚ କରୁଛି ।

 

Leave a Reply

Your email address will not be published. Required fields are marked *