May 26, 2024

Odia Express

News For Public

କ’ଣ ଆପଣଙ୍କ ହାଡରୁ ମଧ୍ୟ ଆସୁଛି କଟ-କଟ ର ଶବ୍ଦ, ତ ଆଜିଠାରୁ ଏହି ଜିନିଷ ଖାଇବା ଆରମ୍ଭ କରନ୍ତୁ …

ଆପଣଙ୍କୁ କେବେ ଚାଲିବାରେ, ଉଠିବାରେ କିମ୍ବା ବସିବା ସମୟରେ ଅଣ୍ଟା, ଜଙ୍ଘ, ଆଣ୍ଠୁ କିମ୍ବା କହୁଣିର ହାଡରୁ କଟକଟର ଶବ୍ଦ ଆସେ ତ ଏହି ଜିନିଷକୁ ନଜର ଅନ୍ଦାଜ କରନ୍ତୁ ନାହିଁ କାରଣ ଏହା ଅସ୍ଥିଜନିତ ସମସ୍ୟା ହୋଇଥାଇପାରେ । ଏହି ସମସ୍ୟାରୁ ରକ୍ଷାପାଇବା ନିମନ୍ତେ ଆପଣ ଏହି ତିନୋଟି ଜିନିଷର ସେବନ କରନ୍ତୁ କାରଣ ଏହି ଜିନିଷର ସେବନ କରିବା ଦ୍ଵାରା ଆପଣଙ୍କ ଅସ୍ଥିରୁ ଆସୁଥିବା କଟକଟ ଶବ୍ଦ ଧୀରେ ଧୀରେ କମିବାରେ ଲାଗିବ, ତାସହ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନିଅନ୍ତୁ । ଅସ୍ଥିରୁ କଟକଟଶବ୍ଦ ଆସିବାର ଅର୍ଥ ଏହା ମଧ୍ୟ ହୋଇପାରେ ଯେ ସନ୍ଧିରେ ପିଚ୍ଛିଳତାର ଅଭାବ ହୋଇଯାଇଛି । ପ୍ରକୃତରେ ବୟସ ବୃଦ୍ଧି ହେବାସହିତ ଅସ୍ଥି ଦୁର୍ବଳ ହେବାରେ ଲାଗନ୍ତି। ଏମିତିରେ ଆପଣ ନିଜର ଅସ୍ଥିର ଏହି ସଂକେତର ଅଣଦେଖା ନକରି ଏହାର ଚିକିତ୍ସା କରାନ୍ତୁ ଯଦ୍ୱାରା ଭବିଷ୍ୟରେ କୌଣସି ଗମ୍ଭୀର ସମସ୍ୟା ନହେବ ।

ଅସ୍ଥି ର କଟକଟ ଶବ୍ଦକୁ ଦୂର କରିବାପାଇଁ କରାନ୍ତୁ ଏହି ଜିନିଷର ସେବନ

(୧) ଭଜା ହୋଇଥିବା ଚଣା: ଯଦି ଆପଣ ଭଜା ହୋଇଥିବା ଚଣାର ସେବନ ପ୍ରତିଦିନ କରନ୍ତି ତେବେ ଆପଣଙ୍କ ଅସ୍ଥିରୁ କଟକଟ ଶବ୍ଦ ଆସିବାନାହିଁ କାରଣ ଏହା ଭିତରେ ବହୁତ ସାରା ପୋଷକ ପଦାର୍ଥ ମହଜୁଦ ରହିଛି । ଏଥିପାଇଁ ଏହି ସମସ୍ତ ଜିନିଷକୁ ନିଜର ଖାଦ୍ୟ ଶୃଙ୍ଖଳରେ ସାମିଲ କରନ୍ତୁ ଓ ନିଜର ଅସ୍ଥିକୁ ମଜବୁତ କରନ୍ତୁ।

(୨) କ୍ଷୀର: ଯଦି ଆପଣ ନିଜର ଅସ୍ଥି ସନ୍ଧିର କଟକଟ ଶବ୍ଦରୁ ମୁକ୍ତି ପାଇବାକୁ ଚାହାନ୍ତି ତେବେ ପ୍ରତିଦିନ କ୍ଷୀର ସେବନ କରନ୍ତୁ। କ୍ଷୀର ସେବନ ଦ୍ଵାରା ଅସ୍ଥି ମଜବୁତ ହୋଇଥାଏ କାରଣ କ୍ଷୀରରେ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ। ଏତିକି ନୁହେଁ ଯଦି ଆପଣ କ୍ଷୀରରେ ହଳଦୀ ମିଶେଇ ପିଇବେ ତେବେ ଏହାର ଲାଭ ଦୁଇଗୁଣ ହୋଇଯିବ ।

(୩) ମେଥି ଦାନା: ଯେଉଁ ଲୋକଙ୍କର ଅସ୍ଥିର ଜୋଡରୁ କଟକଟ ଶବ୍ଦ ଆସୁଛି ସେହି ଲୋକମାନେ ମେଥିଦାନା ଖାଇବ ଆରମ୍ଭ କରିଦିଅନ୍ତୁ କାରଣ ଏଥିରେ ଅନେକ ପ୍ରକାର ଗୁଣ ମିଳିଥାଏ । ଏହାର ବ୍ୟବହାର କରିବା ପାଇଁ ଆପଣ ନିଜର ବୟସ ସମାନ ମେଥି ଦାନା ନିଅନ୍ତୁ ମାନେ ଆପଣଙ୍କ ବୟସ ଯେତିକି ବୟସ ଅଟେ , ସେତିକି ଦାନା ମେଥି ନିଅନ୍ତୁ । ଏହାକୁ ରାତି ସମୟରେ ଏକ ଗ୍ଳାସ ପାଣିରେ ଭିଜେଇ ଦିଅନ୍ତୁ ଓ ତାପରେ ସକାଳେ ଏହାକୁ ଗରମ କରି ଛାଣି ନିଅନ୍ତୁ, ଛାଣିବା ପରେ ମେଥି ପାଣି ପିଇଦିଅନ୍ତୁ ଓ ମେଥି ଚୋବେଇ ଚୋବେଇ ଖାଆନ୍ତୁ ।

ଆରମ୍ଭର ଦିନେ ଦୁଇଦିନ ଆପଣଙ୍କୁ ଏହାର ସେବନ କରିବାରେ ଅଳ୍ପ ଅସୁବିଧା ହୋଇପାରେ କିନ୍ତୁ ତାପରେ ଏହାର ଅଭ୍ୟାସ ହୋଇଯିବ । କିନ୍ତୁ ଗୋଟିଏ କଥାର ଧ୍ୟାନ ରଖିବେ ଯେ ଏହାର ସେବନ ଗର୍ଭବତୀ ମହିଳା ଓ ସେହି ଲୋକମାନେ କରିବେ ନାହିଁ ଯେଉଁମାନଙ୍କୁ ଗରମ ଜିନିଷ ଖାଇବାରେ ଅସୁବିଧା ହୋଇଥାଏ କାରଣ ମେଥିର ଦାନାର ଗୁଣ ଏହା ଗରମ ହୋଇଥାଏ ।

Leave a Reply

Your email address will not be published. Required fields are marked *