March 3, 2024

Odia Express

News For Public

ଝରକା ପାଖରେ ପଲଙ୍କ ରଖିବା ଭାରି କ୍ଷତି ହୋଇଥାଏ , ଜାଣନ୍ତୁ ଉପାୟ ଓ ବେଡରୁମ୍ ବାସ୍ତୁଶାସ୍ତ୍ର ବିଷୟରେ…

ଯଦି ଆପଣଙ୍କ ଘରେ ଝରକା ପାଖରେ ପଲଙ୍କ ରହୁଛନ୍ତି ତେବେ ଆଜି ହିଁ ହଟାଇଦିଅନ୍ତୁ , ଝରକା ପାଖରେ ପଲଙ୍କ ରଖିବା ବହୁତ ହିଁ କ୍ଷତିର କାରଣ ହୋଇଥାଏ । ଝରକା ପାଖରେ କିମ୍ବା ପଲଙ୍କ କିମ୍ବା ବିଛଣା ଲଗାଇଲେ ସଂମ୍ପର୍କରେ ଦ୍ୱନ୍ଦ ଆସିଥାଏ , ଓ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇପାରେ । ଝରକା ପାଖରେ ପଲଙ୍କ ରହିଲେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିଶ୍ୱାସ କମ୍ ହେବାକୁ ଲାଗେ , ତାଙ୍କ ମଧ୍ୟରେ ଲଢେଇ ଝଗଡା ଆହୁରି ବୃଦ୍ଧି ପାଏ , ଏହା ଛଡା ଆପଣ ଚାହିଁଲେ ନିଜ ବେଡ୍ ରେ କିଛି ପ୍ରକାରର ଜମା କରିପାରିବେ , ଯାହା ପଛ ଭାଗ ବହୁତ ଉଚ୍ଚା ହୋଇପାରିବ , ମାନେ ନିଜ ବେଡ୍ ପଛ ଭାଗରେ ତଳେ କିଛି ଲଗାଇ ତାହାକୁ ଉଚ୍ଚା କରିଦିଅନ୍ତୁ , ଏହି ପରି ଝରକା ଓ ବିଛଣା ମଧ୍ୟରେ ଏକ କାଠର କବାଟ ହୋଇଯିବ ।

ଝରକା ପଲଙ୍କ ମଧ୍ୟରେ ଦୂରତା ଛଡା ବେଡରୁମ୍ ର କିଛି କଥା ଅଛି ଯାହା ବିଷୟରେ ଆପଣଙ୍କୁ ଜାଣିବା ଦରକାର , ନିଜ ବେଡ୍ ଉପରେ ଭୁଲ୍ ରେ ବି  ଫଟା ଚାଦର ପକାନ୍ତୁ ନାହିଁ , ଫଟା ଚାଦର ବିଛାଇଲେ ଦାରିଦ୍ରତା ଆସିଥାଏ , ଏହା ସହ ଯଦି ପୁରୁଣା କିମ୍ବା ମଇଳା ଚାଦର ଓ ତକିଆ ର କଭର ବେଡ୍ ରେ ରଖନ୍ତୁ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ସହ ବାସ୍ତୁ ହିସାବରେ କ୍ଷତିକାରକ ଅଟେ ।

ପଲଙ୍କ ତଳ ଜାଗା ପୁରା ଖାଲି ରହିବା ଉଚିତ୍ , ବହୁତ ଲୋକ ପଲଙ୍କ ତଳେ ଜିନିଷ୍ ରଖିଦିଅନ୍ତି , କିନ୍ତୁ ଏପରି କରିବା ଦ୍ୱାରା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଉପୁଜିଥାଏ , ପଲଙ୍କ ତଳେ ଜୋତା ଚପଲ ଇତ୍ୟାଦି ରଖିବା ଅଶୁଭ ହୋଇଥାଏ , ପଲଙ୍କ ତଳ ଖାଲି ରଖିଲେ ବେଡରୁମ୍ ରେ ସକରାତ୍ମକ ଉର୍ଜା ଆସିଥାଏ ।

ବେଡରୁମ୍ ମଧ୍ୟରେ ଟିଭି କମ୍ୟୁଟର ଇତ୍ୟାଦି ଅଧିକା ସମୟ ଯାଏଁ ଦେଖିବା ଉଚିତ୍ ନୁହେଁ , ଏଥିରୁ ବାହାରୁଥିବା ତରଙ୍ଗ ନେଗେଟିଭ୍ ଏନର୍ଜି ସଂଚାର କରିଥାଏ , ଯଦି ହୋଇପାରିବ ତେବେ ରାତିରେ ଶୋଇବା ପୁର୍ବରୁ କମ୍ୟୁଟରର କ୍ୟାବିନେଟ୍ ରେ ରଖିଦିଅନ୍ତୁ , ଓ ଟିଭିକୁ ଘୋଡାଇଦିଅନ୍ତୁ , ଏମିତିରେ ସବୁ ଆଡେ ସକରାତ୍ମକ ମାହୋଲ୍ ଚାଲି ଆସିବ , ଯଦି ଆପଣ ବାସ୍ତୁର ଏହି ନିୟମକୁ ଆପଣାଇବେ ତେବେ ଆପଣଙ୍କ ଘରେ ସୁଖ ଶାନ୍ତି , ଓ ସମୃଦ୍ଧି ରହିବ ।

Leave a Reply

Your email address will not be published. Required fields are marked *