December 5, 2023

Odia Express

News For Public

ଗୋଟିଏ ରୁମ ଥିବା ଭଡାଘରେ ରହୁଥିଲେ ନେହା କକ୍କଡ, ଏବେ ନିର୍ମାଣ କଲେ ନିଜର ୧୦୦ କୋଟିର ଘର – ଏବେ ଦେଖିନିୟନ୍ତୁ ….

1 min read

କଣ ଆପଣ ଜାଣନ୍ତି ଯେ ଆଜିର ସମୟରେ ସୁପର ହିଟ ଗୀତ ଯେପରିକି ‘ଓ ସାକୀ-ସାକୀ’,‘ୟାଦ ପିୟା କି ଆନେ ଲଗି’, କିମ୍ବା ‘ଲଡକି ଆଙ୍ଖ ମାରେ’ ଏ ସମସ୍ତ ଗୀତରେ ଯେଉଁ ମହିଳା ସ୍ଵରରହିଛି ତାହା ନେହା କକ୍କଡଙ୍କର ଅଟେ, ହଁ ଆଜ୍ଞା ସେ ହିଁ ନେହା ଅଟନ୍ତି ଯିଏ ଛୋଟବେଳେ ମାତାଙ୍କ ଜାଗରଣରେ ଭଜନ ଗଉଥିଲେ ଓ ଆଜି ସେ ନେହା ବଲିଉଡର ସବୁଠାରୁ ପ୍ରସିଦ୍ଧ ଗାୟିକାଙ୍କ ମଧ୍ୟରୁ ଏକ ଅଟନ୍ତି। ଜିରୋ ରୁ ହିରୋ ହେବାର କେବଳ ଗୋଟିଏ କାରଣ ଅଛି ଓ ତାହା ହେଲା ତାଙ୍କର ପରିଶ୍ରମ, ନେହା ନିଜର କଠିନ ପରିଶ୍ରମ ଯୋଗୁ ଆଜି ଏହି ସ୍ଥାନ ହାସଲ କରିଛନ୍ତି ।

ନେହା କକ୍କଡ – ନେହାଙ୍କର ଜନ୍ମ ଏକ ଭାରତୀୟ ମଧ୍ୟବିତ୍ତ ପରିବାରରେ ହୋଇଥିଲା, ତାଙ୍କୁ ପ୍ରାରମ୍ଭରେ ଅନେକ କଷ୍ଟର ସମ୍ମୁଖୀନ ହେବାକୁ ପଡିଥିଲା, କେବଳ 4ବର୍ଷର ବୟସରୁ ସେ ମାତାଙ୍କ ଭଜନ ଗାଇବା ଆରମ୍ଭ କରିଦେଇଥିଲେ। ସେ ସଙ୍ଗୀତକୁ ନେଇ ବହୁତ ରୁଚି ରଖୁଥିଲେ ଏହି କାରଣରୁ ସେ ଇଣ୍ଡିଆନ ଆଇଡଲ ରେ ଭାଗ ନେଇଥିଲେ କିନ୍ତୁ ସେ ସେଠାରେ ବିଜେତା ହୋଇପାରିନଥିଲେ ।

କିନ୍ତୁ ସେ ନିଜର ଗାଇବାର ସଉକକୁ ଜାରି ରଖିଲେ ଓ ତାପରେ ଧୀରେଧିରେ ପରିଶ୍ରମ କରି ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି । ଇଣ୍ଡିଆନ ଆଇଡଲରେ ଏକ ଭାତିଭାଗୀ ରୂପରେ ପାଦ ରଖିଥିବା ନେହା କକ୍କଡ ଆଜି ସେହି ଇଣ୍ଡିଆନ ଆଇଡଲର ଜଜ ଅଟନ୍ତି। ତେଣୁ ତାଙ୍କର ପରିଶ୍ରମର ଅନୁମାନ ଏହି କଥାରୁ ଲଗାଯାଇ ପାରିବ।

ଗୋଟିଏ ରୁମର ଭଡାଘରରୁ ବଙ୍ଗଳା ପର୍ଯ୍ୟନ୍ତ ର ଯାତ୍ରା –  ଉତ୍ତରାଖଣ୍ଡର ଋଷିକେଶରେ ଜନ୍ମିଥିବା ବଲିଉଡର ପ୍ରସିଦ୍ଧ ଗାୟିକା ହେବା ପୂର୍ବରୁ ପ୍ରଥମେ ନେହା ଭଡା ନେଇ ଗୋଟିଏ ରୁମଥିବା ଘରେ ରହୁଥିଲେ, ସେ କୁହନ୍ତି ଯେ ସେ ସେହି ଘରେ ନିଜର ମାଆ ବାପା ଓ ବଡ ଭଉଣୀ ସହିତ ରହୁଥିଲେ। ନେହା କୁହନ୍ତି ଯେ ସେହି ବଖରାରେ ଏକ ମେଜ ଥିଲା ଯାହା ସେହି ସମୟରେ ତାଙ୍କ ପାଇଁ ରୋଷେଇର କାମ କରୁଥିଲା।

ଏବେ ନିଜର ପରିଶ୍ରମ ସହାୟତାରେ ନେହା ନିଜର ଏକ ବଙ୍ଗଳା ନେଇଛନ୍ତି ତାହା ମଧ୍ୟ ଋଷିକେଶ ଠାରେ, ସେ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ନିଜର ଦୁଇଟି ଘରର ବାହାରେ ଦେଖାଯାଉଛନ୍ତି। ଏହାଛଡା ସେ ଏହା ମଧ୍ୟ ଲେଖିଛନ୍ତି ଯେ ସେ ଯେବେ ମଧ୍ୟ ନିଜର ଏହି ବଙ୍ଗଳାକୁ ଦେଖନ୍ତି ତ ବହୁତ ଭାବୁକ ହୋଇଯାନ୍ତି ଓ ସେ ନିଜର ସଫଳତା ନିମନ୍ତେ ନିଜର ପରିବାର ମଧ୍ୟ ଧନ୍ୟବାଦ କରନ୍ତି ।

ସାଥି କଳାକାର ମାନେ ମଧ୍ୟ ପ୍ରଶଂସା କରିଛନ୍ତି – ଗାୟକ ବିଶାଳ ଡଡଲାନି, ଗାୟକ ଓ ହୋଷ୍ଟ ଆଦିତ୍ୟ ନାରାୟଣ, ଟେଲି ଅଭିନେତା ଜୟ ଭାନୁଶାଳୀ, ଟେଲି ଓ ସିନେ ଅଭିନେତା ମନୀଷ ପଲ, ଗୌହର ଖାନ ମଧ୍ୟ ନେହାଙ୍କର ବହୁତ ପ୍ରଶଂସା କରିଛନ୍ତି ଲୋ ସେମାନେ ତାଙ୍କର ନୂତନ ଘର ନିମନ୍ତେ ବଧାଇ ଜଣେଇଛନ୍ତି ।

Leave a Reply

Your email address will not be published. Required fields are marked *