November 27, 2023

Odia Express

News For Public

ତୁଳସୀ ପାଣି ପିଇବା ଦ୍ଵାରା ନିର୍ମୂଳ ହୋଇଯାଇଥାଏ ଏହି ରୋଗ ଗୁଡିକ, ଅମୃତ ଅଟେ ତୁଳସୀ – ଏବେ ଜାଣିରଖନ୍ତୁ..

1 min read

ତୁଳସୀର ବୃକ୍ଷ ପବିତ୍ର ହେବା ସହିତ ଔଷଧୀୟ ଗୁଣରେ ଭରପୁର ହୋଇଥାଏ। ଏହି ବୃକ୍ଷରେ ଆଣ୍ଟି-ବ୍ୟାକ୍ଟେରିଆଲ, ଆଣ୍ଟି-ଭାଇରାଲ, ଆଣ୍ଟି- ଇନଫ୍ଲାମେଟୋରି ଓ ଯନ୍ତ୍ରଣା ନିବାରକ ଗୁଣ ମିଳିଥାଏ। ତୁଳସୀର ପାତ୍ରକୁ ଖାଇବା ଦ୍ଵାରା ଅନେକ ସମସ୍ଯାକୁ ଦୂର କରାଯାଇପାରେ। ଏତିକି ନୁହେଁ ଯେଉଁ ଲୋକମାନେ ପ୍ରତିଦିନ ତୁଳସୀର ପଣି ପିଆନ୍ତୁ ସେହି ଲୋକଙ୍କ ନିକଟରୁ ରୋଗ ଦୂରରେ ରହେ ।ତୁଳସୀ ପାଣି ପିଇବାର ଲାଭଶ୍ଵାସ ସମ୍ବନ୍ଧୀୟ ରୋଗ ହୁଏ ଠିକ – ଶ୍ଵାସ ସମ୍ବନ୍ଧୀୟ ରୋଗରୁ ମୁକ୍ତି ଦେବାରେ ତୁଳସୀ ଲାଭଜନକ ହୋଇଥାଏ। ତୁଳସୀର ଜଳ ପିଇବା ଦ୍ଵାରା ଶ୍ଵାସ ଓ ହୃତପିଣ୍ଡ ସହିତ ଜଡିତ ରୋଗ ଠିକ ହୋଇଯାଏ। ତୁଳସୀ ର ପାଣି ଛାତିରେ ଜମିଥିବା ଖଙ୍କାରକୁ ବାହାର କରିବାରେ ସହାୟକସିଦ୍ଧ ହୋଇଥାଏ। ଏହିପ୍ରକାରରେ ଗଳାର କଷ୍ଟ ଏବଂ ଅସ୍ଥମାର ରୋଗରେ ମଧ୍ୟ ତୁଳସୀର ପାଣି ରକ୍ଷା କରିଥାଏ ।

ଆଲର୍ଜିକୁ କରେ ଶେଷ – ଆଲର୍ଜି ହେବାରେ ତୁଳସୀର ପାଣି ପିଇ ନିଅନ୍ତୁ। ଏହି ପାଣି ପିଇବା ଦ୍ଵାରା ଆଲର୍ଜିରୁ ଆରାମ ମିଳିଯିବ । ତୁଳସୀରେ ଆଣ୍ଟି-ଆଲର୍ଜିକ ଗୁଣ ଥାଏ ଯାହାକି ଆଲର୍ଜି ଦୂର କରିଦେଇଥାଏ । ତାସହ ତୁଳସୀରେ ଉପସ୍ଥିତ ଆଣ୍ଟି-ଇନଫ୍ଲାମେଟୋରି ଗୁଣ ଫୁଲାରେ ମଧ୍ୟ ମୁକ୍ତି ଦେଇଥାଏ। ଫୁଲା ହେବାରେ କେବଳ ଏହାର ପାଣି ପିଇ ନିଅନ୍ତୁ ।

ଚାପ – ଚାପ ରୋଗଗ୍ରସ୍ତ ଲୋକମାନେ ତୁଳସୀର ପାଣି ନିଶ୍ଚିତ ପିଆନ୍ତୁ। ଏହି ପାଣି ପିଇଲେ ଚାପ ଦୂର ହୋଇଯାଏ ଓ ମସ୍ତିସ୍କକୁ ଶାନ୍ତି ମିଳିଯିବ । ଚାପ ବ୍ୟତୀତ ତୁଳସୀ ପାଣି ପିଇଲେ ମସ୍ତିସ୍କ ଉପରେ ଭଲ ପ୍ରଭାବ ପଡିଥାଏ ।

ଶରୀରକୁ କରେ ଭିତରୁ ସଫା – ଭୁଲ ଖାଦ୍ୟପେୟ ଦ୍ଵାରା ଶରୀରର ଭିତର ଅଂଶ ବିଷାକ୍ତ ପଦାର୍ଥ ଜମା ହୋଇଯାଇଥାଏ। ଯେଉଁ କାରଣରୁ ଅନ୍ତ, ରକ୍ତ ଓ କିଡ୍ନିକୁ କ୍ଷତି ହୋଇଥାଏ। ବିଷାକ୍ତ ପଦାର୍ଥ କାରଣରୁ ପେଟ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ ଓ ପେଟରେ ସଂକ୍ରମଣ ହେବାର ବିପଦ ବୃଦ୍ଧି ପାଏ। ଶରୀରରେ ଜମା ହୋଇଥିବା ଏହି ବିଷାକ୍ତ ପଦାର୍ଥକୁ ପରିଷ୍କାର କରିବାରେ ତୁଳସୀର ପାଣି ପିଇବା ଲାଭଦାୟକ ହୋଇଥାଏ ଓ ତୁଳସୀର ପାଣି ପିଇଲେ ଏହି ବିଷାକ୍ତ ପଦାର୍ଥ ଶରୀରରୁ ବାହାରି ଯାଆନ୍ତି । ତୁଳସୀ ରେ ଆଣ୍ଟି-ଅକସିଡାଣ୍ଟସ ଥାନ୍ତି ଯାହାକି ଶରୀରକୁ ବିଷମୁକ୍ତ କରିଦେଇଥାନ୍ତି ।

ଓଜନ କମ ହୋଇଥାଏ – ଓଜନକୁ କମ କରିବାରେ ମଧ୍ୟ ଏହି ପାଣି ଉତ୍ତମ ହୋଇଥାଏ ଓ ପ୍ରତିଦିନ ସକାଳେ ତୁଳସୀ ପତ୍ରର ପାଣି ପିଇଲେ ଓଜନ କମ ହୋଇଯାଏ। ଏହି ପାଣି ପିଇଲେ ଚର୍ବି କମ ହୋଇଯାଏ ଓ ପେଟ ଭିତରକୁ ଚାଲିଯାଏ ।

ବ୍ଲଡ ଗ୍ଳୁକୋଜ ଓ ବ୍ଲଡ ପ୍ରେସର ନିୟନ୍ତ୍ରଣରେ ରହେ – ତୁଳସୀ ପାଣି ପିଇବା ଦ୍ଵାରା ବ୍ଲଡ ଗ୍ଳୁକୋଜର ସ୍ତର ସଠିକ ରହିଥାଏ। ଏଥିପାଇଁ ସୁଗାରର ରୋଗୀ ଏହି ପାଣି କୁ ନିଶ୍ଚିତ ପିଆନ୍ତୁ। ବ୍ଲଡ ଗ୍ଳୁକୋଜ ବୁଅତିତ ଯେଉଁ ଲୋକଙ୍କୁ ଉଚ୍ଚ ରକ୍ତଚାପର ରୋଗ ଅଛି ସେମାନେ ଏହି ପାଣି କୁ ପିଅନ୍ତୁ ସେମାନଙ୍କର ବ୍ଲଡ ପ୍ରେସର ନିୟନ୍ତ୍ରଣରେ ରହିବ ।

ଏହି ପ୍ରକାର କରନ୍ତୁ ପ୍ରସ୍ତୁତ – ତୁଳସୀ ର ପାଣି ପ୍ରସ୍ତୁତ କରିବା ବହୁତ ସହଜ ଅଟେ। ଏକ ଗ୍ଲାସ ପାଣିକୁ ଗ୍ୟାସରେ ଗରମ କରିବାକୁ ରଖିଦିଅନ୍ତୁ ଓ ଏହି ପାଣିରେ କମସେ କମ 15 ତୁଳସୀ ପତ୍ର ପକେଇ ଦିଅନ୍ତୁ । ଏହି ପାଣିକୁ 2ମିନିଟ ଫୁଟେଇ ଦିଅନ୍ତୁ ଓ ଯେବେ ଏହା ଫୁଟିଯିବ ତ ଗ୍ୟାସ ବନ୍ଦ କରନ୍ତୁ । ଏହି ପାଣି ଛାଣି ରଖନ୍ତୁ ଓ ହାଲୁକା ଥଣ୍ଡା ହେବାପରେ ସେହି ପାଣିକୁ ପିଅନ୍ତୁ। ଏହି ପାଣି ପ୍ରତିଦିନ ସକାଳେ ଖାଲି ପେଟରେ ପିଅନ୍ତୁ ।

Leave a Reply

Your email address will not be published. Required fields are marked *