May 24, 2024

Odia Express

News For Public

ରାଶି ଅନୁସାରେ ଜାଣନ୍ତୁ କେଉଁ ଭଗବାନଙ୍କ ପୁଜା କରିବା ଆପଣଙ୍କ ପାଇଁ ଶୁଭ ରହିବ..

ଆମର ହିନ୍ଦୁ ଧର୍ମରେ ୩୩ କୋଟି ଦେବୀ ଦେବତା ଅଛନ୍ତି , ଏମିତିରେ ଏହି ସମସ୍ତଙ୍କ ପୁଜା ଆରଧନା ଓ ଏମାନଙ୍କୁ ପ୍ରସନ୍ନ କରିବା ଟିକିଏ ମୁସକିଲ୍ ହୋଇଯାଏ , ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ ଆପଣ କେଉଁ ଭଗବାନଙ୍କୁ ଅଧିକା ପୁଜା ଆରଧନା କରିବେ , ତେବେ ଆପଣଙ୍କୁ କଣ ଲାଭ ହେବ , ସବୁ ରାଶିର ଗ୍ରହ ନକ୍ଷତ୍ର ଅନୁସାରେ ଜ୍ୟୋତିଷ୍ୟଶାସ୍ତ୍ରରେ ଗୋଟେ ଭଗବାନଙ୍କ ବିଷୟରେ କୁହାଯାଇଛି , ଯାହା ସେହି ରାଶିର ଜାତକରେ ଜଲଦି ପ୍ରସନ୍ନ ହୋଇଥାନ୍ତି , ଆଜି ଆମେ ସେହି ବିଷୟରେ ବିସ୍ତାରରେ କହିବାକୁ ଯାଊଛୁ ।

ମେଷ ରାଶି : ଏହି ରାଶିର ଜାତକ ପାଈଁ ବୁଧବାରକୁ ଗଣେଷଜୀ ଓ ମଙ୍ଗଳବାରଙ୍କୁ ହନୁମାନଜୀଙ୍କ ପୁଜା ଆରଧନା କରିବା ଶୁଭ ହୋଇଥାଏ । ଏହି ଦିନ ସକାଳୁ ସଂନ୍ଧ୍ୟାରେ ଦୀପ ଲଗାନ୍ତୁ । ଓ ଗଣେଷଙ୍କ ଚାଳିଶା ଏବଂ ହନୁମାନ ଚାଳିଶା ପାଠ କରିବା ।

ବୃଷ ରାଶି : ଏହି ରାଶିର ବାଲା ସବୁ ସୋମବାର ଶିବଙ୍କୁ ମନାଇବାରେ ପ୍ରୟତ୍ନ କରିବା ଉଚିତ୍ , ଶିବଜୀ ଏହି ରାଶି ବାଲା ବିଶେଷ ମେହେରବାନ ଅଛନ୍ତି , ଏମାନଙ୍କୁ ପ୍ରତ୍ୟେକ ସୋମବାର ଶିବଲିଙ୍ଗ ଉପରେ କ୍ଷୀର ଓ ଜଳ ଅର୍ପିତ କରିବା ଦରକାର ।

ମିଥୁନ ରାଶି : ଏହି ରାଶି ଲୋକଙ୍କୁ ସରସ୍ୱତୀ ଜୀ ଓ ଗଣେଷଜୀ ଆରଧନା କରିବା ଦରକାର , ଏହି ଦୁହେଁ ଦେବତା ସତ ବୁଦ୍ଧି ଦେଇଥାନ୍ତି , ଯିଏ ଆପଣଙ୍କୁ ଜୀବନରେ ସଫଳତାର ରାସ୍ତାରେ ନେଇ ଯାଇଥାନ୍ତି ।

କର୍କଟ ରାଶି : ଏହି ରାଶିବାଲାଙ୍କର ଉପରେ ଶନିଦେବ ପ୍ରସନ୍ନ କରିବା ଦରକାର , ସବୁ ଶନିବାର ତାଙ୍କୁ ରାଶିର ତେଲ ଅର୍ପଣ କରନ୍ତୁ , ଓ ତାଙ୍କ ନାଁରେ ଉପବାସ ବି ରଖନ୍ତୁ ।

ସିଂହ ରାଶି : ଏହି ରାଶିର ଲୋକ ମା ଦୁର୍ଗାଙ୍କ ଆରଧନା କରିବା ଦରକାର , ମାତାରାଣୀ ଓ ସିଂହ ରାଶିବାଲାଙ୍କ ବିଶେଷ କନେକ୍ସନ୍ ହୋଇଥାଏ , ମାତାଙ୍କ ଫରିଆଦ୍ କେବେ ଅଣଦେଖା କରନ୍ତି ନାହିଁ  ,ମାସର ଥରେ ମାତାରାଣୀ ଚୁନରୀ ଚଢାଇବା ଏହି ରାଶିର ଶୁଭ ହୋଇଥାଏ ।

କନ୍ୟା ରାଶି : ଏହି ରାଶି ବାଲା ସବୁ ବୁଧବାର ଗଣେଷଜୀଙ୍କ ଗୋଲାପ ଫୁଲ ଚଢାଇବା ତାଙ୍କ ନାଁର ଆରତୀ କରିବାରେ ଓ ବ୍ରତ ରଖିଲେ କେବେ ଧନର ଅଭାବ ହେବ ନାହିଁ ।

ବିଛା ରାଶି : ଏହି ରାଶିର ଲୋକେ ଭୈରବ ବାବା ଖୁସ୍ କରିବର ପ୍ରୟାସ କରିବା ଉଚିତ୍ , ଭୈରବ ବାବାଙ୍କ ମନ୍ଦିରରେ ଏକ ନଡିଆ ପ୍ରତି ସପ୍ତାହ ଚଢାଇଲେ ତାଙ୍କ ଉପରେ କୌଣସି ବିପଦ ଆସିପାରେ ନାହିଁ ।

ଧନୁ ରାଶି : ଏହି ରାଶିର ଲୋକେ ରାମ ଓ କୃଷ୍ଣଙ୍କ ଜପ କରିବା ଉଚିତ୍ , ରୁଦ୍ରାକ୍ଷ ମାଳା ନେଇକରି ୧୦୮ ଥର ହରେ କୃଷ୍ଣା ହରେ ରାମା ଜପ କରନ୍ତୁ , ଆପଣଙ୍କୁ ଅଧିକା ଫାଈଦା ହେବ , ତାହା ସହ କୃଷ୍ଣଙ୍କ ଭଗବାନ ଙ୍କୁ ଲହୁଣି ପ୍ରସାଦ ଚଢାନ୍ତୁ , ଓ ଆପଣ ଜଲଦି ପ୍ରସନ୍ନ ହେବେ ।

ମକର ରାଶି : ଏହି ରାଶିର ଲୋକେ ବିଷ୍ଣୁ ଭଗବାନଙ୍କ ପୁଜା କରିବା ଉଚିତ୍ , ଘରେ ତିନି ମାସ କମ୍ ସେ କମ୍ ସତ୍ୟ ନାରାୟଣ କଥା ଅବଶ୍ୟ କରନ୍ତୁ , ଏତିକି ନୁହେଁ ଘରେ ପଜେଟିଭ୍ ଏନର୍ଜୀ ଆସିବ , ବରଂ ଆପଣଙ୍କ ଘରେ କେବେ ଧନର କମି ହେବ ନାହିଁ ।

କୁମ୍ଭ ରାଶି : ଏହି ରାଶିର ଲୋକେ କୃଷ୍ଣ ଭଗବାନଙ୍କ ପୁଜା ପାଠ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ତାହା ସହ୍ ତୁଳସୀକୁ ସବୁଦିନ ଜଳ ଦେବାର ବହୁତ ଅଧିକା ଲାଭ ହୋଇଥାଏ ।

ମୀନ ରାଶି : ଏହି ରାଶିର ଲୋକେ ଲକ୍ଷ୍ମୀଜୀ ଓ ବିଷ୍ଣୁ ଭଗବାନ ଆରଧନା କରିବା ଉଚିତ୍ , ଏହି ଦୁହେଁ ଦେବୀ ଦେବତା ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିପାରିବ ।

 

Leave a Reply

Your email address will not be published. Required fields are marked *