March 3, 2024

Odia Express

News For Public

ଏହି ହିରୋଇନ୍ଙ୍କ ପ୍ରେମରେ ପାଗଳ ହୋଇଥିଲେ ସୁନିଲ୍ ସେଟ୍ଟି – ବାହାଘର ହେବାକୁ ପାଗଳ ହେଉଥିଲେ କିନ୍ତୁ ଅଧୁରା ରହିଗଲା ଲଭ୍ ଷ୍ଟୋରୀ..

ବଲିଉଡ୍ ରେ ୯୦ ଦଶକରୁ ଦୁଇ ଆକ୍ସନ୍ ଖେଳାଳୀ ଅଧିକା ପପୁଲାର୍ ହୋଇଥିଲେ , ପ୍ରଥମେ ଥିଲେ ଅକ୍ଷୟ କୁମାର ଓ ଦ୍ୱିତୀୟ ଜଣଙ୍କ ହେଲେ ସୁନିଲ୍ ସେଟ୍ଟି , ସୁନିଲ୍ ସେଟ୍ଟିଙ୍କୁ ଲୋକେ ଅନ୍ନା ନାଁ ରେ ଜାଣିଛନ୍ତି , ଆଜିର ତାରିଖରେ ଏକ ଜଣାଶୁଣା ଚେହେରା ହୋଇଛନ୍ତି , ସେ ୧୯୯୨ ରେ ବଳବାନ ଫିଲ୍ମରେ ବଲିଉଡ୍ ଏଣ୍ଟ୍ରି କରିଥିଲେ , ଏହାପରେ ସେ ଗୋଟେ ପରେ ଗୋଟେ ସୁପରହିଟ୍ ଫିଲ୍ମ ଦେଇଥିଲେ,  ଯାହା ଦ୍ୱାରା ସେ ପପୁଲାର୍ ହୋଇଗଲେ , ସୁନିଲ୍ ଙ୍କ ବିଷୟରେ ଗୋଟେ ମଜାଦାର୍ କଥା ଏହା କି ସେ ଯେବେ ଫିଲ୍ମକୁ ଆସିଥିଲେ ତା ପୁର୍ବରୁ ବକ୍ସିଙ୍ଗ୍ ବ୍ଲାକ୍ ବେଲ୍ଟ୍ ଥିଲେ , ତାଙ୍କର ଏହି ଦକ୍ଷତା କାରଣରୁ ଡାଇରେକ୍ଟର ତାଙ୍କୁ ଫିଲ୍ମ ଅଫର୍ କରିଥିଲେ , ଏହାପରେ ସୁନିଲ୍ ଡ୍ରାମା, ଲଭ୍ ଷ୍ଟୋରୀ, କମେଡି ଫିଲ୍ମ ଦେଇଥିଲେ , ଅଭିନେତା ହେବା ଛଡା ସୁନିଲ୍ ଏକ ବିଜନେସ୍ ମ୍ୟାନ୍ ଓ ପ୍ରଡୁସର୍ ବି ଅଟନ୍ତି ।

୧୧ ଅଗଷ୍ଟ ୧୯୬୧ କୁ ଜନ୍ମ ନେଇଥିବା ସୁନିଲ୍ ସେଟ୍ଟି ବର୍ତ୍ତମାନ ୫୬ ବର୍ଷୀୟ ହୋଇସାରିଛନ୍ତି , କିନ୍ତୁ ବୟସ ହିସାବରେ ବହୁତ ଫିଟ୍ ଦେଖାଯାଆନ୍ତି , ସୁନିଲ୍ ଙ୍କ ସ୍ତ୍ରୀ ମାନ୍ୟାଙ୍କୁ ସେ ୧୯୯୧ ରେ ବିବାହ କରିଥିଲେ , ଏହାପରେ ସୁନିଲ୍ ଙ୍କ ଦୁଇଟି ଛୁଆ ହୋଇଥିଲା,  ଯେଉଁଥିରେ ପୁଅ ଅହାନ ସେଟ୍ଟି ଓ ଝିଅ ଆଥିଆ ସେଟ୍ଟି ଅଛନ୍ତି , ତାଙ୍କର ଝିଅ ଆଥିଆ ସେଟ୍ଟି ବଲିଉଡ୍ ରେ ନିଜର ପ୍ରଥମ ଡେବ୍ୟୁ କରିଥିଲେ । ସୁନିଲ୍ ସେଟ୍ଟି ବଲିଉଡ୍ ରେ ଯାହା କମାଇଛନ୍ତି ତାହା ନିଜ ଦମ୍ ରେ କମାଇଛନ୍ତି , ଆଜି ଆମେ ସୁନିଲ୍ ଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାକି ବହୁତ କମ୍ ଲୋକ ଜାଣିଛନ୍ତି , କହିଦେବୁ କି ସୁନିଲ୍ ଫିଲ୍ମରୁ ଆସିବା ପୁର୍ବରୁ ବିବାହିତ ଥିଲେ , କିନ୍ତୁ ଏହାପରେ ସେ ଏକ ହିରୋଇନ୍ ଙ୍କୁ ଭଲ ପାଇବସିଥିଲେ , ଏହି ଝିଅ ଆଉ କେହି ନୁହେଁ ବରଂ ବଲିଉଡ୍ ଲୋକପ୍ରିୟ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଅଟନ୍ତି ।

ସୁନିଲ୍ ଓ ସୋନାଲି ୯୦ ଦଶକରେ ବହୁତ ସାରା ଫିଲ୍ମ କରିଥିଲେ । ଯେଉଁଥିରେ ଟକ୍କର, ସପୁତ୍ , କହର୍ , ଓ ଭାଇ ପରି ଫିଲ୍ମ ସାମିଲ୍ ଅଛି , ଏତେ ସାରା ଫିଲ୍ମରେ ଏକା ସାଙ୍ଗେ କାମ କରିବାପରେ ସୁନିଲ୍ ସୋନାଲିଙ୍କୁ ନିଜ ହୃଦୟ ଦେଇବସିଥିଲେ , ଖାସକରି ଭାଇ ଫିଲ୍ମର ସୁଟିଙ୍ଗ୍ ସମୟରେ ଦୁହେଁ ପାଖାପାଖି ହୋଇଗଲେ , ସୁନିଲ୍ ସୋନାଲିଙ୍କୁ ବହୁତ ଭଲ ପାଉଥିଲେ । ସେମିତି ସୁନିଲ୍ ନିଜ ସ୍ତ୍ରୀଙ୍କ ସହ ଖୁସିଥିଲେ , କିନ୍ତୁ ଏକ ଇଣ୍ଟରଭ୍ୟୁରେ ଫିଲ୍ମ ଷ୍ଟାର୍ ଗୋବିନ୍ଦା ଏହା କହିଦେଲେ କି ସେହି ସମୟରେ ଯଦି ସୁନିଲ୍ ବିବାହିତ ହୋଇନଥାନ୍ତେ ତେବେ ସେ ସୋନାଲିଙ୍କୁ ବିବାହ କରିଦେଇଥାନ୍ତେ , ଆପଣଙ୍କୁ କହିଦେବୁ କି ଗୋବିନ୍ଦା ଓ ସୁନିଲ୍ ପରସ୍ପର ଭଲ ବନ୍ଧୁ ଅଟନ୍ତି ,

ଖାଲି ଏହି କାରଣରୁ ସୁନିଲ୍ ସେଟ୍ଟିଙ୍କ ଲଭ୍ ଷ୍ଟୋରୀ ପୁରା ହୋଇପାରିଲା ନାହିଁ , ସୁନିଲ୍ ତାଙ୍କୁ ଦୁରେଇଦେଲେ , ଯେଉଁଠି ଗୋଟେ ପଟେ ସୁନିଲ୍ ମାନ୍ୟାଙ୍କ ସହ ବିବାହିତ ଜୀବନ ଅତିବାହିତ କରୁଥିଲେ,  ସେମିତି ସୋନାଲି ୨୦୦୨ ରେ ଗୋଲଡି ବେହେଲ୍ ଙ୍କୁ ବିବାହ କରିଦେଲେ , ସେମିତି ଆପଣଙ୍କୁ କହିଦେବୁ କି ବର୍ତ୍ତମାନ ସୋନାଲି ଓ ସୁନିଲ୍ ନିଜ ପାରିବାରିକ ଜୀବନରେ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *