December 5, 2023

Odia Express

News For Public

୮୦ ହଜାର ଟଙ୍କା ଭର୍ତ୍ତି ବ୍ୟାଗ ଅଟୋରେ ଭୁଲି ଯାଇଥିଲେ ମହିଳା, ତାପରେ ଯାହା ହେଲା ତାହା ଦେଖିଲେ ଆପଣ ଠିଆ ହୋଇ ସାଲ୍ୟୁଟ କରିବେ

ଏକହତା କାହାକୁ ଅଛପା ନୁହେଁ ଯେ ଏହି ଦୁନିଆରେ ଏକରୁ ବଳି ଆରେକ ଖରାପ ଲୋକ ଅଛନ୍ତି। ଖାସ କରି ଯେବେ କଥା ଟଙ୍କା ପଇସାର ଆସେ ତେବେ ପ୍ରତ୍ୟେକଙ୍କର ସାଧୁତା ଟଳମଳ ହୋଇଯାଏ। ଏମିତିରେ ଆମେ କହି ପାରିବୁ ଯେ ଦେଶରେ ସାଧୁତା ଓ ମାନବିକତା ନଥିବା ଭଳି ପ୍ରତୀୟମାନ ହେଉଛି। ଏମିତିରେ ଟିକେ ଭାବନ୍ତୁ ଯଦି ଆପଣଙ୍କୁ କେଉଁଠାରୁ ଟଙ୍କା ଭର୍ତ୍ତି ଏକ ବ୍ୟାଗ ମିଳିଯିବ ତେବେ ଆପଣ ତାହାକୁ କଣ କରିବେ? ନିଶ୍ଚିତ କଥା ଏହା ଯେ ଏତେ ସବୁ ଟଙ୍କା କୁ ଦେଖି ଅନେକ ଲୋକଙ୍କର ସାଧୁତା ଟଳମଳ ହେଇଯିବ କିନ୍ତୁ କଣ ଆପଣ ବିଶ୍ବାସ କରିବେ ଯେ ମୁମ୍ବାଇର ନିବାସୀ ଏକ ଗରିବ ଅଟୋ ବାଲାଙ୍କର ସାଧୁତା ଟିକେ ମଧ୍ୟ ହଲଚଲ ହେଲାନାହିଁ। ତା ବଦଳରେ ସେ ସେହି ଟଙ୍କାଭର୍ତ୍ତି ବ୍ୟାଗ ସହିତ କିଛି ଏପରି କଲା ଯାହାକୁ ପାଢୀ ଆପଣ ଠିଆ ହୋଇ ସାଲ୍ୟୁଟ କରିବେ । ଆସନ୍ତୁ ବିସ୍ତାର ପୂର୍ବକ ଜାଣିବା କଣ ଅଟେ ପୁରା ମାମଲା

ସୂଚନା ଅନୁଯାୟୀ ମୁମ୍ବାଇର ସଡକରେ ଅଟୋ ଚଲାଉଥିବା ଅମିତ ଗୁପ୍ତା ନିକଟରେ ନିଜର ପାସେଞ୍ଜର ଅଟୋରେ ଭୁଲିଯାଇଥିବା ଗୋଟିଏ ବ୍ୟାଗ ଫେରାଇଛନ୍ତି । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ ଯେ ଏହି ବ୍ୟାଗ ଭିତରେ ମୋଟ 80ହଜାର ଓ ବହୁତ ଦରକାରୀ କାଗଜପତ୍ର ଥିଲା ।

ପ୍ରକୃତରେ ସରଲା ନମ୍ବୁଦୁରି ନାମକ ଜଣେ ମହିଳା ମୁମ୍ବାଇର ଚେମବୁର ଅଞ୍ଚଳରେ ଅରୁଣୋଦୟ ନାମକ ଏକ ଇଂଲିଶ ସ୍କୁଲ ଚଳଉଛନ୍ତି। ନିକଟରେ ସେ ନିଜର ସ୍କୁଲରୁ କିଛି ଦୂର ପାର୍କ କରାଯାଇଥିବା କର ପର୍ଯ୍ୟନ୍ତ ଯିବାକୁ ଗୋଟିଏ ଅଟୋ କରିଥିଲେ। ଏହି ଅଟୋ କୁ ଅମିତ ଗୁପ୍ତା ନାମକ ବ୍ୟକ୍ତି ଚଳଉଥିଲେ। ଯେବେ ସରଲା ଅଟୋ ରୁ ଓହ୍ଲେଇଲେ ଓ ବ୍ୟସ୍ତତା କାରଣରୁ ସେ ନିଜର ଟଙ୍କା ଓ ଦସ୍ତାବେଜ ଭର୍ତ୍ତି ବ୍ୟାଗ ଅଟୋରେ ହିଁ ଭୁଲିଗଲେ। ଏହି ବ୍ୟାଗରେ ତାଙ୍କର କେବଳ ସ୍କୁଲ ପିଲାଙ୍କ ଫିସ ପଇସା ନଥିଲା ତାସହ ତାଙ୍କର କ୍ରେଡିଟ କାର୍ଡ, ଡେବିଟ କାର୍ଡ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ, କାର ରେଜିଷ୍ଟ୍ରେଶନ ଡକ୍ୟୁମେଣ୍ଟ, ଦୁଇଟି ମୋବାଇଲ ଫୋନ ଏ ଏପରିକି ତାଙ୍କର ଘରର ଚାବି ମଧ୍ୟ ଥିଲା।

ବ୍ୟାଗ ହଜେଇ ଦେବା ପରେ ସେ ପୋଲିସକୁ ଫୋନ କରିବାକୁ ଯାଉଥିଲେ କିନ୍ତୁ କେବଳ ଦେଢଘଣ୍ଟା ଭିତରେ ଅଟୋ ବାଲା ଅମିତ ଗୁପ୍ତା ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଫେରାଇବାକୁ ସ୍କୁଲରେ ପହଞ୍ଚିଗଲା। ସେ କହିଲା ଯେ ଯେବେ ଜଣେ ପାସେଞ୍ଜର ଅଟୋରେ ବସଥିଲେ ତ ସେ ପଛ ସିଟରେ ପଡିଥିବା ଏହି ବ୍ୟାଗ ଦେଖିଲେ ଯାହାପରେ ମୋତେ ମନେପଡିଗଲା ଯେ ୟା ପୂର୍ବରୁ ଅଟୋରେ ବସିଥିବା ମହିଳା ଜଣକ ସରଲା ଥିଲେ।

ସରଲାଙ୍କର କହିବା ଅଟେ ଯେ “ଯେମିତି ଅଟୋ ବାଲା ବ୍ୟାଗ ଫେରେଇ ସେଠାରୁ ଗଲେ ସେତେବେଳେ ମୋତେ ଅନୁଭବ ହେଲା ଯେ ମୋତେ ତାଙ୍କର ସାଧୁତା ବଦଳରେ ତାଙ୍କ ନିମନ୍ତେ କିଛି କରିବା ଉଚିତ “।

ଏବଂ ସରଲା ଠିକ ସେପରି କରିଥିଲେ ମଧ୍ୟ। ସେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ସେହି ଅଟୋ ବାଲା ଙ୍କୁ  ଖୋଜିଲେ ଏ ଯେବେ ସେ ମିଳିଗଲା ତ ତାହାର ସାଧୁତାର ବହୁତ ଭଲ ପୁରସ୍କାର ମଧ୍ୟ ଦେଲେ। ପ୍ରକୃତରେ ଅଟୋ ବାଲା ସହିତ କଥା ହୋଇ ସରଲାଙ୍କୁ ସୂଚନା ମିଳିଲା ଯେ ସେ ବହୁତ ଗରିବ ପରିବାରର ଅଟେ। ତାହାର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ ଆର୍ଥିକ ଦୁରବସ୍ଥା କାରଣରୁ ସେ ସେମାନଙ୍କୁ ସ୍କୁଲରେ ପଢେଇ ପାରୁନାହିଁ ।

ଏହି କଥାକୁ ଧୟାନରେ ରଖି ସରଲା ତାହାର ସନ୍ତାନଙ୍କୁ ମାଗଣାରେ ଶିକ୍ଷା ଦେବାର କଥା କହିଲେ। ତାସହ ଅମିତକୁ ତାହାର ସାଧୁତା ନିମନ୍ତେ 10ହଜାର ଟଙ୍କାର ପୁରସ୍କାର ମଧ୍ୟ ଦିଆଗଲା। ସରଲା କୁହନ୍ତି ଯେ ଯେହେତୁ ମୁଁ ନିଜେ ଜଣେ ଶିକ୍ଷକ ରହିଛି ଓ ଶିକ୍ଷାର କ୍ଷେତ୍ରରେ ମୋର ଅନୁଭବ ବହୁତ ଅଧିକ ଅଟେ ଏଥିପାଇଁ ମୁଁ ସେହି ଅଟୋବାଲାର ଦୁଇଟି ସନ୍ତାନଙ୍କୁ ମାଗଣାରେ ଶିକ୍ଷାଦାନର ପୁରସ୍କାର ଦେଇଛି।

ଏହିପ୍ରକାରର ଘଟଣା ପ୍ରମାଣିତ କରୁଛି ଯେ ଦେଶରେ ଆଜି ମଧ୍ୟ କିଛି ସଚ୍ଚୋଟତା ଓ ମାନବିକତା ବାକି ରହିଛି ।

କୃପାକରି ଏହି ଖବରକୁ ବହୁତ ସେୟାର କରନ୍ତୁ ଯଦ୍ୱାରା ଅନ୍ୟ ଲୋକ ମଧ୍ୟ ଏହି ଅଟୋବାଲାର ସାଧୁତା ଦ୍ଵାରା ପ୍ରେରିତ ହେବେ। ତାପରେ କଣ ଜଣା ଆଗାମୀ ସମୟରେ କିଏ ଆପଣଙ୍କ ହଜିଯାଇଥିବା ବ୍ୟାଗ, ପର୍ସ କିମ୍ବା ମୋବାଇଲ ମଧ୍ୟ ଫେରେଇ ଦେବ ।

Leave a Reply

Your email address will not be published. Required fields are marked *