February 26, 2024

Odia Express

News For Public

ରାଶି ଅନୁଯାୟୀ ଜାଣନ୍ତୁ କିପରି ହେବ ଆପଣଙ୍କ ଭାବି ପତ୍ନୀଙ୍କର ସ୍ଵଭାବ…

ବନ୍ଧୁଗଣ ପ୍ରତ୍ୟେକ ପୁଅ ଚାହାନ୍ତି ଯେ ଜୀବନରେ ଥରେ ସେଟଲ ହେବାପରେ ଫଟାଫଟ ବିବାହ କରିନେବେ। ଏମିତିରେ ସେମାନେ ନିଜର ବିବାହର ସ୍ଵପ୍ନ ଦେଖିବା ଆରମ୍ଭ କରିଦିଅନ୍ତି। ଏଥିମଧ୍ୟରେ ତାଙ୍କ ମନରେ ପ୍ରକାର ପ୍ରକାରର ଖିଆଲ ଆସିଥାଏ। ଯେପରିକି ମୋର ଭାବିପତ୍ନୀ କିପରି ହୋଇଥିବ? ତାହାର ମୋର ସହିତ ପଡିବ କି ନାହିଁ? ପ୍ରଭୁତି। ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ରାଶି ଆଧାରରେ ଜଣେଇବୁ ଯେ ଆପଣଙ୍କ ହେବାକୁ ଥିବା ପତ୍ନୀଙ୍କର ସ୍ଵଭାବ କିପରି ହେବ।

ମେଷରାଶି: ଏହି ରାଶିର ଅଧିକତର ଲୋକଙ୍କୁ ଶାନ୍ତ ସ୍ଵଭାବର ପତ୍ନୀ ମିଳିଥାଏ। ଏହି କାରଣ ଅଟେ ଯେ ଏମାନଙ୍କ ମଧ୍ୟରେ ଲଢେଇ ଝଗଡା କମ ହୋଇଥାଏ। ଏମାନଙ୍କ ପତ୍ନୀ ଦେଖିବାକୁ ବହୁତ ଆକର୍ଷକ ହୋଇଥାନ୍ତି।

ବୃଷଭ ରାଶି: ଏହି ରାଶିର ଜାତକଙ୍କୁ କ୍ରୋଧ କରୁଥିବା ପତ୍ନୀ ମିଳିଥାନ୍ତି। ଆପଣଙ୍କ ଭାବିପତ୍ନୀଙ୍କର କ୍ରୋଧ ସବୁବେଳେ ନାକ ଉପରେ ବସିକି ରହିବ । ଏପରି ସ୍ଥିତିରେ ଆପଣଙ୍କୁ ତାଙ୍କ ଅନୁଯାୟୀ ସ୍ଥିର କରାଯାଇଥିବା ରାସ୍ତାରେ ଚଳିବାକୁ ହେବ। ଯଦି ଆପଣ ଏପରି କରନ୍ତି ନାହିଁ ତେବେ ଆପଣ ଦୁହିଁଙ୍କ ମଧ୍ୟରେ ଲଢେଇ ଝଗଡା ହେବା ନିଶ୍ଚିତ ଅଟେ।

ମିଥୁନ ରାଶି: ଗପୁଡି ସ୍ଵଭାବବାଲି ଝିଅମାନେ ପ୍ରାୟତଃ ଏହି ରାଶି ଲୋକଙ୍କ ପତ୍ନୀ ହୋଇଥାନ୍ତି। ଏମାନଙ୍କୁ କଥାବାର୍ତ୍ତା କରିବାର ବହୁତ ସଉକ ଥାଏ। ଏମାନେ ଏତେ ଅଧିକ ଗପୁଡି ହେବେ ଯେ ଆପଣଙ୍କୁ କହିବାର ଅଧିକ ସୁଯୋଗ ଦେବେ ନାହିଁ। ଏବେ ଏହା ଆପଣଙ୍କ ଉପରେ ଯେ ଆପଣ ତାଙ୍କର କଥାବାର୍ତ୍ତା ଦ୍ଵାରା ଆନନ୍ଦିତ ହେବେ କିମ୍ବା ଦୁଃଖୀ।

କର୍କଟ ରାଶି: ଏହି ରାଶିର ଲୋକଙ୍କୁ ବହୁତ ମିଳନପ୍ରିୟ ପତ୍ନୀ ମିଳିଥାଏ। ଏମାନଙ୍କ ପତ୍ନୀ ଘରର ସମସ୍ତ ଲୋକଙ୍କୁ ଓ ଅନ୍ୟ ସମ୍ପର୍କୀୟ ମାନଙ୍କ ସହିତ ସହଜରେ ମିଶିଯାନ୍ତି । ଏମାନଙ୍କ କହିବାର ଭଙ୍ଗୀ ସମସ୍ତଙ୍କର ପସନ୍ଦ ହୋଇଥାଏ।

ସିଂହ ରାଶି: ଏହି ରାଶିର ଲୋକଙ୍କୁ ଝଗଡାଳୁ ପତ୍ନୀ ପ୍ରାପ୍ତ ହୋଇଥାନ୍ତି। ଏମାନେ ପ୍ରତି କଥାରେ ଲଢିବା ନିମନ୍ତେ ପ୍ରସ୍ତୁତ ହୋଇଥାନ୍ତି। କେହି ବି ଏମାନଙ୍କ ସହିତ ଲାଗିବା ପୂର୍ବରୁ ଦଶଥର ଭାବିଥାଏ। ଯଦିଓ ଆପଣଙ୍କ ଏକ ଲାଭ ଏହା ହୋଇଥାଏ ଯେ ଏମାନେ ଆପଣଙ୍କ ନିମନ୍ତେ ଅନ୍ୟ ମାନଙ୍କ ସହିତ ମୁହାଁମୁହିଁ ହୋଇଯିବେ ଓ ଆପଣଙ୍କୁ ଅଧିକ କିଛି କରିବାର ଆବଶ୍ୟକତା ହେବ ନାହିଁ ।

କନ୍ୟା ରାଶି: ଏହି ରାଶିର ଜାତକଙ୍କ ଜୀବନରେ ବହୁତ ବୁଦ୍ଧିମାନ ଚିନ୍ତାଧାରା ଥିବା ପତ୍ନୀ ଆସିଥାଏ। ଏମାନଙ୍କ ପତ୍ନୀଙ୍କର ଖାସ କଥା ଏହା ଯେ ଏମାନେ ଘରର ସମସ୍ତ ସଦସ୍ୟଙ୍କୁ ସାଥିରେ ନେଇ ଚାଲନ୍ତି।

ତୁଳା ରାଶି: ଏହି ରାଶିର ଲୋକେ ବହୁତ ହସମୁଖ ବ୍ୟବହାର ଥିବା ପତ୍ନୀ ପ୍ରାପ୍ତ ହୋଇଥାନ୍ତି। ଏମାନେ ସର୍ବଦା କମ ଚାପ ନେବା ପସନ୍ଦ କରନ୍ତି । ଏମାନଙ୍କର ଏହି ଗୁଣ ଯୋଗୁ ଆପଣଙ୍କ ଜୀବନ ମଧ୍ୟ ଟେନସନ ଫ୍ରୀ ହୋଇଯିବ ।

ବୃଶ୍ଚିକ ରାଶି: ଏହି ରାଶିର ଲୋକଙ୍କୁ ଚାଲାକ ମିଜାଜର ପତ୍ନୀ ପ୍ରାପ୍ତ ହୋଇଥାନ୍ତି। କୌଣସି ସମସ୍ୟାକୁ ଚତୁରତାର ସହ ସମାଧାନ କରିବା ଏମାନଙ୍କ ରକ୍ତରେ ଥାଏ । ଏମାନଙ୍କୁ ବୋକା ବନେଇବା ଅସମ୍ଭବ ହୋଇଥାଏ।

ଧନୁରାଶି: ଏମାନଙ୍କ ପତ୍ନୀ ବହୁତ ଖର୍ଚ୍ଚୀ ସ୍ଵଭାବର ହୋଇଥାନ୍ତି। ଅର୍ଥାତ ଏମାନଙ୍କୁ ଖର୍ଚ୍ଚ କରିବା, ସପିଙ୍ଗ କରିବା ଓ ନୂଆ ନୂଆ ସ୍ଥାନକୁ ଭ୍ରମଣ କରିବା ପସନ୍ଦ ହୋଇଥାଏ। ଏମାନେ ପଇସାର ମୂଲ୍ୟ କମ ଆଙ୍କିଥାନ୍ତି।

ମକର ରାଶି: ଏମାନଙ୍କୁ ଖୋଲା ବିଚାର ଥିବା ପତ୍ନୀ ମିଳନ୍ତି। ଏମାନେ ବନ୍ଧନ ରେ ରହିବା ପସନ୍ଦ କରନ୍ତି ନାହିଁ। ଏମାନେ ସମସ୍ତ କାର୍ଯ୍ୟ ନିଜର ଇଚ୍ଛାନୁଯାୟୀ କରନ୍ତି।

କୁମ୍ଭ ରାଶି: ଏମାନେ ବିଲକୁଲ ଫିଲମି ଓ ନାଟକ କରୁଥିବା ପତ୍ନୀ ପ୍ରାପ୍ତ ହୋଇଥାନ୍ତି। ଏମାନେ ନିଜର କ୍ରିୟକଳାପ ଦ୍ଵାରା ସମସ୍ତଙ୍କ ମନୋରଞ୍ଜନ କରନ୍ତି। ଏମାନଙ୍କର ଏହି ଅଭ୍ୟାସ ଯୋଗୁ ଏମାନଙ୍କ ସ୍ଵାମୀ ସବୁବେଳେ ଖୁସିରେ ରହନ୍ତି।

ମୀନ ରାଶି: ଏମାନଙ୍କ ପତ୍ନୀ ବହୁତ ଲାଜକୁଳା ସ୍ଵଭାବର ହୋଇଥାନ୍ତି। ଏମାନେ ଅଧିକ କାହା ସହିତ କଥାବାର୍ତ୍ତା କରିବା ପସନ୍ଦ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *