April 16, 2024

Odia Express

News For Public

ଏହି ଉପଚାର ଆପଣଙ୍କ କୁଞ୍ଚିତ ଚର୍ମ କୁ ଭଲ କରିଦେବ – ଆପଣଙ୍କ ଚର୍ମ ଏତେ ଶକ୍ତ ହେଇଯିବ ଯେ ଆପଣ ବିସ୍ମିତ ହୋଇଯିବେ..

ଏହି ଦୁନିଆର କଠୋର ସତ୍ୟ ଏହା ଯେ ମନୁଷ୍ୟ ଯେପରି ଯେପରି ବଡ ହୋଇ ଚାଲେ ତାହାର ଚେହେରା ଉପରେ ବୟସ୍କ ହେବାର ଲକ୍ଷଣ ପ୍ରକାଶ ପାଇଥାଏ। ଏହି ବୟସ୍କକୁ ଉଜାଗର କରିବା ନିମନ୍ତେ ଆପଣଙ୍କ ଚେହେରାର କୁଞ୍ଚିତ ରେଖା ସବୁଠାରୁ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସାଧାରଣତଃ ଏହି କୁଞ୍ଚିତ ରେଖା ବୟସ୍କ ହେବାରେ ଦୃଷ୍ଟିଗୋଚର ହୋଇଥାଏ। କିନ୍ତୁ ଆଜିକାଲି ଖରାପ ଖାଦ୍ୟପେୟ କାରଣରୁ ଓ ଅପମିଶ୍ରିତ ଖାଦ୍ୟ ପଦାର୍ଥର ସେବନ କାରଣରୁ ଏହି କୁଞ୍ଚିତ ରେଖା ବୟସ ହେବା ପୂର୍ବରୁ ସୃଷ୍ଟି ହେବାରେ ଲାଗେ। ଯଦି ଆପଣଙ୍କ ଚେହେରାରେ ଏହା ଥରେ ଆସିଯାଏ ତେବେ ଦ୍ରୁତ ଗତିରେ ବଢିଚାଲେ ଓ ଆପଣ ସମୟ ପୂର୍ବରୁ ଅଧିକ ବୁଢା ଦେଖାଯାନ୍ତି । ଅନେକଥର ଖରାର ଅଧିକ ସଂସ୍ପର୍ଶରେ ଆସିବା ଦ୍ଵାରା ମଧ୍ୟ ଚର୍ମ କୁଞ୍ଚିତ ହୋଇଥାଏ।

କିଛି ଲୋକଙ୍କର ତ୍ଵଚା ବହୁତ ଢିଲା ହୋଇଥାଏ ଯେଉଁଥି ପାଇଁ କୁଞ୍ଚନ ହେବାରେ ଓ ବୃଦ୍ଧି ଘଟିବାରେ ସହଜ ହୋଇଥାଏ। ସେତେବେଳେ ଆପଣଙ୍କ ତ୍ଵଚା ଯେତିକି ଦୃଢ ଥିବ କୁଞ୍ଚନର ଆପଣଙ୍କ ଚେହେରା ଉପରେ ଆସିବା ମଧ୍ୟ ସେତିକି କଷ୍ଟ ହେବ । କେବଳ ଚେହେରା ଉପରେ ନୁହେଁ ତାସହ ଆପଣଙ୍କ ହାତ, ବେକର ଆଖପାଖ ଓ ପିଠିର ତ୍ଵଚା ଉପରେ ମଧ୍ୟ କୁଞ୍ଚନ ନିଜର ଘର ବନେଇଡିଏ। ଏମିତିରେ ଯଦି ଆପଣ ଏହି ସମସ୍ୟାରୁ ରକ୍ଷା ପାଇବାକୁ ଚାହାନ୍ତି କିମ୍ବା ଏହାକୁ ନିଜର ଚର୍ମ ଉପରକୁ ଆସିବା ଆଗରୁ ରୋକିବାକୁ ଚାହାନ୍ତି ତ ଆଜି ଆପଣଙ୍କ ନିମନ୍ତେ ଦିନ ଭଲ ଅଛି। ଆଜି ଆମେ ଆପଣଙ୍କୁ ଏହି କୁଞ୍ଚିତ ଚର୍ମ ସମସ୍ୟାରୁ ରକ୍ଷା ପାଇବାର ଏକ ଏପରି ରାମବାଣ ଚିକିତ୍ସା ଜଣେଇବୁ ଯାହାର ଲାଭ ଦେଖି ଆପଣଙ୍କୁ ନିଜର ଆଖି ଉପରେ ବିଶ୍ଵାସ ହେବନାହିଁ।

ବଳିରେଖାରୁ ରକ୍ଷା ପାଇବାର ଘରୋଇ ଉପଚାର

ପ୍ରସ୍ତୁତ କରିବାର ବିଧି: ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ଅଧ ଚାମଚ ମହୁ ନିଅନ୍ତୁ, ମହୁ ଆମ ତ୍ଵଚା ନିମନ୍ତେ ବହୁତ ଉତ୍ତମ ହୋଇଥାଏ। ଏହା ଆମର ଚେହେରାରେ ଉପସ୍ଥିତ ବ୍ୟାକ୍ଟେରିଆକୁ ନିପାତ କରିଦିଏ ଓ ତାସହ ଆମର ତ୍ଵଚାକୁ ମଶ୍ଚରାଇଜ ମଧ୍ୟ କରିଥାଏ। ମହୁ ପରେ ଆପଣ ପାତ୍ରରେ ଏକ ଚାମଚ ଗ୍ଲିସେରିନ ମିଶେଇ ଦିଅନ୍ତୁ। ଏହାପରେ ଏକ ଚାମଚ ଅଣ୍ଡାର ଧଳା ଭାଗ ଓ ଏକ ଚାମଚ ବାଦାମ ତେଲ ମଧ୍ୟ ଏଥିରେ ମିଶେଇ ଦିଅନ୍ତୁ। ଏହି ସବୁ ମିଶ୍ରଣକୁ ଚାମଚ ସାହାଯ୍ୟରେ ଭଲଭାବରେ ଫେଣ୍ଟି ଦିଅନ୍ତୁ।

ପ୍ରୟୋଗ ବିଧି: ଆସନ୍ତୁ ଏବେ ଆମେ ଆପଣଙ୍କୁ ଜଣେଇବୁ ଯେ ଏହି ଉପଚାରର ପ୍ରୟୋଗ କେଉଁ ପ୍ରକାର କରିବାକୁ ହେବ । ସର୍ବପ୍ରଥମେ ନିଜର ଚେହେରାକୁ ଉଷୁମ ପାଣିରେ ଧୋଇ ନିଅନ୍ତୁ । ଏପରି କରିବା ଦ୍ଵାରା ଆପଣନାଙ୍କ ତ୍ଵଚାର ଲୋମ ଛିଦ୍ର ଭଲ ଭାବରେ ଖୋଲିଯାଏ ଓ ଏହି ଉପଚାର ଠିକ ଭାବରେ କାମ କରିବ । ଏବେ ନିଜର ଚେହେରାକୁ ପରିଷ୍କାର ଟାୱେଲ ଦ୍ଵାରା ପୋଛି ଦିଅନ୍ତୁ। ଏହାପରେ ଏହି ଉପଚାରକୁ ନିଜର ଅଙ୍ଗୁଳି ଦ୍ଵାରା ଚେହେରା ଉପରେ ଲଗେଇ ଦିଅନ୍ତୁ । ଆପଣଙ୍କୁ ଏହି ଉପଚାରକୁ ଲଗେଇବା ସମୟରେ ନିଜର ଚେହେରାର ପ୍ରାୟ 15ରୁ 20 ମିନିଟ ପର୍ଯ୍ୟନ୍ତ ମାଲିଶ କରିବାକୁ ହେବ। ଏହାପରେ ଏହାକୁ 15ମିନିଟ ଚେହେରା ଉପରେ ଲାଗିରହିବାକୁ ଦିଅନ୍ତୁ ଓ ତାପରେ ଥଣ୍ଡା ପାଇନିରେ ଚେହେରା ଧୋଇ ନିଅନ୍ତୁ। ଏହା କିଛି ସପ୍ତାହ ପର୍ଯ୍ୟନ୍ତ ଲଗାତାର କରି ଚାଲିବା ଦ୍ଵାରା ଆପଣଙ୍କ ଚେହେରାର କୁଞ୍ଚନ କମ ହେବାରେ ଲାଗିବ ଓ ସ୍କିନ ମଧ୍ୟ ଟାଇଟ ହୋଇଯିବ ।ଆବଶ୍ୟକ ହେଲେ ଯଦି ଡାକ୍ତରଙ୍କ ପରାମର୍ଶ ନେବାକୁ ମଧ୍ୟ ଅନୁରୋଧ

Leave a Reply

Your email address will not be published. Required fields are marked *