June 19, 2024

Odia Express

News For Public

ସ୍ଵାମୀଙ୍କ ଆଗରେ ବୁଢୀ ଦେଖାଯାନ୍ତି ବଲିଉଡର ଏହି ସୁନ୍ଦରୀ ମାନେ, ଜଣେ ତ ଅଟନ୍ତି ନିଜର ସ୍ଵାମୀଙ୍କ ଠାରୁ 10 ବର୍ଷ ବଡ….

‘ନା ବୟସର କୌଣସି ସୀମା ଥିବ, ନା ଜନ୍ମର କୌଣସି ବନ୍ଧନ’ ଗୀତର ଏହି ଲାଇନ କିଛି ଲୋକଙ୍କ ଉପରେ ବିଲକୁଲ ଠିକ ରହିଥାଏ। ଯେବେ ମନୁଷ୍ୟକୁ ପ୍ରେମ ହୋଇଯାଏ ତ ସେ ଜାତି ଧର୍ମ ଛୋଟ ବଡ କିଛି ଦେଖେ ନାହିଁ ଓ ନା ହିଁ ତାକୁ ଏହି କଥାରେ କୌଣସି ଫରକ ପଡିଥାଏ ଯେ ସାମ୍ନା ବାଲାଙ୍କ ବୟସ କେତେ। ଏମିତିରେ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ବଲିଉଡର କିଛି ଏପରି ଅଭିନେତ୍ରୀଙ୍କ ସହିତ ସାକ୍ଷାତ କରେଇବାକୁ ଯାଉଛୁ, ଯେଉଁମାନେ ନିଜ ଠାରୁ କମ ବୟସର ପୁଅଙ୍କୁ ନିଜର ଜୀବନସାଥି ଚୟନ କରିଛନ୍ତି।

ପ୍ରିୟଙ୍କା ଚୋପ୍ରା: ନିକଟରେ ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ଆମେରିକାନ ଗାୟକ ନିକ ଜୋନ୍ସଙ୍କୁ ବିବାହ କରିଛନ୍ତି। ଗତବର୍ଷ ଦୁହିଁଙ୍କ ବିବାହ ଖୁବ ଶିରୋନାମାରେ ରହିଥିଲା। ଜଣେଇଦେବୁ ଯେ ନିକ ଜୋନ୍ସ ବୟସରେ ପ୍ରିୟଙ୍କାଙ୍କ ଠାରୁ 10ବର୍ଷ ସାନ ଅଟନ୍ତି। ଯେଉଁଠାରେ ପ୍ରିୟଙ୍କାଙ୍କ ବୟସ 36ବର୍ଷ ଅଟେ ସେଠାରେ ନିକ 26ବର୍ଷର ଅଟନ୍ତି। ଯେବେ ଦୁହିଁଙ୍କ ବିବାହ ହୋଇଥିଲା ସେତେବେଳେ ଲୋକମାନେ ତାଙ୍କର ବୟସ ତାରତମ୍ୟକୁ ନେଇ ବହୁତ ଥଟ୍ଟା କରିଥିଲେ। କିନ୍ତୁ ଦୁହିଁଙ୍କ ଉପରେ ଏକଥାର କୌଣସି ପ୍ରଭାବ ପଡିନଥିଲା ଓ ଆଜି ସେମାନେ ଏକ ଆନନ୍ଦପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି ।

ଅମୃତା ସିଂହ: ସାଇଫ ଅଲି ଖାନ ବଲିଉଡରେ ଛୋଟେ ନବାବ ନାମରେ ପରିଚିତ ଅଟନ୍ତି। ଯାହାକି ଆମେ ସମସ୍ତେ ଜାଣିଛୁ ଯେ ସଇଫଙ୍କ ପ୍ରଥମ ବିବାହ ଅଭିନେତ୍ରୀ ଅମୃତା ସିଂହଙ୍କ ସହିତ ହୋଇଥିଲା। ସେ ଏହି ବିବାହ ସମସ୍ତଙ୍କ ଅଗୋଚରରେ କରିଥିଲେ। ତାଙ୍କର ଏହି ବିବାହ ଦ୍ଵାରା ଘରଲୋକେ ବହୁତ ଅସୁଖୀ ଥିଲେ କାରଣ ଅମୃତା ବୟସରେ ସଇଫଙ୍କ ଠାରୁ ବହୁତ ବଡ ଥିଲେ। ଜଣେଇଦେବୁ ଯେ ଅମୃତାଙ୍କୁ ବିବାହ କରିବା ସମୟରେ ସଇଫ କେବଳ 21ବର୍ଷର ଥିଲେ। ଅମୃତା ବୟସରେ ସଇଫଙ୍କ ଠାରୁ 13ବର୍ଷ ବଡ ଥିଲେ ମାନେ ଯେବେ ତାଙ୍କର ବିବାହ ହୋଇଥିଲା ସେତେବେଳେ ଅମୃତାଙ୍କ ବୟସ 34ବର୍ଷ ଥିଲା। କିନ୍ତୁ ଏବେ ଏହି ଦୁଇଜଣଙ୍କ ମଧ୍ୟରେ ଛାଡପତ୍ର ହୋଇସାରିଛି।

ଐଶ୍ଵର୍ଯ୍ୟା ରାୟ : 2007ମସିହାରେ ଅଭିଷେକ ବଚ୍ଚନ ଓ ଐଶ୍ଵର୍ଯ୍ୟାରାୟ ଙ୍କର ବିବାହ ହୋଇଥିଲା। ଐଶ୍ଵର୍ଯ୍ୟା ଅଭିଷେକଙ୍କ ଠାରୁ ବୟସରେ ଦୁଇବର୍ଷ ବଡ ଅଟନ୍ତି। ଐଶ୍ଵର୍ଯ୍ୟାଙ୍କ ବୟସ 45ବର୍ଷ ଅଟେ ଓ ଅଭିଷେକଙ୍କ ବୟସ 43ବର୍ଷ ଅଟେ। ଏହାସତ୍ବେ ଦୁଇଜଣଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଅଛି ଓ ଦୁହେଁ ଏକ ଆନନ୍ଦମୟ ଜୀବନ ବିତାଉଛନ୍ତି । ଯଦିଓ ଦୁଇଜଣଙ୍କ ବୟସରେ ଅଧିକ ତାରତମ୍ୟ ନାହିଁ କିନ୍ତୁ ତଥାପି କିଛି ଲୋକ ବିବାହ ସମୟରେ ଏମାନଙ୍କର ଥଟ୍ଟା କରିଥିଲେ ।

ଅର୍ଚନା ପୂରଣ ସିଂହ: ଅର୍ଚନା ପୂରଣ ସିଂହ ବଲିଉଡର ଜଣାଶୁଣା ଅଭିନେତ୍ରୀ ଅଟନ୍ତି ଯିଏ ଅନେକ ହିଟ ଫିଲ୍ମରେ ଉଚ୍ଚକୋଟିର ଅଭିନୟ କରିଛନ୍ତି ଓ ନିଜର କଳା ଦ୍ଵାରା ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିଛନ୍ତି। ଆପଣଙ୍କ ସୂଚନା ନିମନ୍ତେ ଜଣେଇ ଦେବୁ ଯେ ଅର୍ଚନା ନିଜଠାରୁ 7ବର୍ଷ ସାନ ପରମିତ ଶେଠୀଙ୍କୁ ବିବାହ କରିଛନ୍ତି। ବୟସର ଏହି ଦୂରତା କିଛି ଅଧିକ ନିଶ୍ଚିତ କିନ୍ତୁ ଦୁହିଁଙ୍କ ମଧ୍ୟରେ ପ୍ରେମ ବହୁତ ଗଭୀର ଅଟେ।

ନମ୍ରତା ଶିରୋଦକର: ନମ୍ରତା ଶିରୋଦକର ଏକ ସମୟରେ ବଲିଉଡର ହିଟ ଅଭିନେତ୍ରୀ ଥିଲେ। ନମ୍ରତା ‘କଚ୍ଚେ ଧାଗେ’ ଓ ‘ବାସ୍ତବ’ ଭଳି ସୁପରହିଟ ଫିଲ୍ମ ରେ ଅଭିନୟ କରିଛନ୍ତି। ମିସ ଇଣ୍ଡିଆ ରହି ସାରିଥିବା ନମ୍ରତା ଶିରୋଦକର ଫିଲମି କ୍ୟାରିଆରର ପ୍ରାରମ୍ଭ 1998ରେ ଆସିଥିବା ଫିଲ୍ମ ‘ଜବ ପ୍ୟାର କିସି ସେ ହୋତା ହୈ’ ରୁ ଆରମ୍ଭ କରିଥିଲେ। ଶେଷଥର ସେ 2004ରେ ଆସିଥିବା ଫିଲ୍ମ ‘ରୋକ ସକୋ ତୋ ରୋକ ଲୋ’ରେ ସୂତ୍ରଧରର ଭୂମିକାରେ ଦୃଷ୍ଟିଗୋଚର ହୋଇଥିଲେ। ଜଣେଇଦେବୁ ଯେ ନମ୍ରତା ସାଉଥର ସୁପରଷ୍ଟାର ମହେଶ ବାବୁଙ୍କୁ ବିବାହ କରିଛନ୍ତି ଜିଏକି ବୟସରେ ତାଙ୍କଠାରୁ 4ବର୍ଷ ସାନ ଅଟନ୍ତି।

Leave a Reply

Your email address will not be published. Required fields are marked *