March 3, 2024

Odia Express

News For Public

ବଲିଉଡର ଏହି ଚାରି ଅଭିନେତ୍ରୀଙ୍କ ପାଖରେ ଅଛି ନିଜର ବ୍ୟକ୍ତିଗତ ଜେଟ, ଚତୁର୍ଥ ଜଣକ ନାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

1 min read

ପ୍ରତ୍ୟେକ ମନୁଷ୍ୟ ବଡ ହେବାକୁ ଏବଂ ଧନ ଆୟ କରିବାକୁ ଚାହାନ୍ତି। ସେ ଚାହାନ୍ତି ଯେ ତାଙ୍କ ପାଖରେ ଏତେ ଟଙ୍କା ହେବ ଯାହାଦ୍ୱାରା ସେ ନିଜର ଏବଂ ନିଜ ପରିବାରର ଆବଶ୍ୟକତା ପୂରଣ କରିପାରିବେ। କିନ୍ତୁ କିଛି ବି ପାଇବାକୁ ପରିଶ୍ରମ କରିବାକୁ ହୋଇଥାଏ । ଏପରି ବହୁତ କମ ଲୋକ ଅଛନ୍ତି ଯେଉଁମାନେ ବିନା ପରିଶ୍ରମ କରି ନାମ କମେଇଥାନ୍ତି । ଏପରି ଲୋକଙ୍କର ଭାଗ୍ୟ ତାଙ୍କ ସାଥିରେ ଥାଏ । କିନ୍ତୁ ସମସ୍ତଙ୍କ ସହିତ ଏପରି ହୋଇନଥାଏ । ସମଯରେ ଏକ ଧନୀ ଏବଂ ସଫଳ ବ୍ୟକ୍ତି ହେବା ନିମନ୍ତେ କଠିନ ପରିଶ୍ରମର ଆବଶ୍ୟକତା ରହିଛ। କଣ ଆପଣ ବିନା ପରିଶ୍ରମ କରି କାହାକୁ ଧନୀ ହେବାର ଦେଖିଛନ୍ତି ? ବୋଧହୁଏ ନା, କାରଣ ଏପରି ହୋଇନଥାଏ । ବୟସ୍କ ମାନେ କୁହନ୍ତି ଯେ ବିନା ପରିଶ୍ରମ ଫଳ ମିଳେ ନାହିଁ ।

ଗ୍ଲାମର ଇଣ୍ଡଷ୍ଟ୍ରି ଏକ ଏପରି ଇଣ୍ଡଷ୍ଟ୍ରି ଅଟେ ଯେଉଁଠାରେ ପରିଚୟ ବନେଇବାକୁ ଲୋକଙ୍କୁ ବହୁତ ପରିଶ୍ରମ କରିବାକୁ ହୋଇଥାଏ। ବଲିଉଡରେ ଏପରି ଅନେକ ଅଭିନେତ୍ରୀ ଉପସ୍ଥିତ ଅଛନ୍ତି ଯେଉଁମାନେ କଠିନ ସଂଘର୍ଷ ପରେ ଏକ ସ୍ଥାନ ହାସିଲ କରିଛନ୍ତି । ଆଜି ସେମାନଙ୍କ ପାଖରେ ନାମ ଏବଂ ସମୃଦ୍ଧିର କୌଣସି ଅଭାବ ନାହିଁ । ସେମାନେ ଏତେ ଧନୀ ଅଟନ୍ତି ଯେ ତାଙ୍କ ପାଖରେ ନିଜର ପ୍ରାଇଭେଟ ଜେଟ ମଧ୍ୟ ଅଛି। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ବଲିଉଡର ଏପରି ଅଭିନେତ୍ରୀଙ୍କ ବିଷୟରେ ଜଣେଇବୁ ଯିଏ ଏକ ପ୍ରାଇଭେଟ ଜେଟର ମାଲିକ ଅଟନ୍ତି ।

ଶିଲ୍ପା ସେଟ୍ଟୀ କୁନ୍ଦ୍ରା: ସେ 2009ମସିହାରେ ପ୍ରସିଦ୍ଧ ଉଦ୍ୟୋଗପତି ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ। ଜଣେଇଦେବୁ ଯେ ରାଜ କୁନ୍ଦ୍ରା ଜଣେ ସଫଳ ଏବଂ ଧନୀ ବ୍ୟବସାୟୀ ଅଟନ୍ତି। 2004ରେ ରାଜ କୁନ୍ଦ୍ରାଙ୍କୁ ବ୍ରିଟେନର ସବୁଠାରୁ ଧନୀ 198ଲୋକଙ୍କ ମଧ୍ୟରେ ସ୍ଥାନ ମିଳିଥିଲା। ରାଜ ଲଣ୍ଡନରେ ସ୍ଥିତ ଭାରତୀୟ ମୂଳର ପ୍ରମୁଖ ବ୍ୟବସାୟୀ ଅଟନ୍ତି। ରାଜ କୁନ୍ଦ୍ରାଙ୍କୁ ବିବାହ ପରେ ଶିଲ୍ପା ବଲିଉଡର ସବୁଠାରୁ ଧନୀ ହିରୋଇନ ହୋଇଗଲେ । ଆଜି ତାଙ୍କ ପାଖରେ ଧନ-ଦୌଲତର ଅଭାବ ନାହିଁ । ସେ ଏକ ପ୍ରାଇଭେଟ ଜେଟର ମାଲିକାଣୀ ଅଟନ୍ତି ।

ପ୍ରିୟଙ୍କା ଚୋପ୍ରା: ପ୍ରିୟଙ୍କା ଆଜି ବଲିଉଡର ଟପ ହିରୋଇନଙ୍କ ମଧ୍ୟରୁ ଜଣେ ଅଟନ୍ତି । କେବଳ ବଲିଉଡ ନୁହେଁ ପ୍ରିୟଙ୍କା ଙ୍କ ନାମ ଏବେ ହଲିଉଡରେ ମଧ୍ୟ ପରିଚିତ ଅଟେ । ପ୍ରିୟଙ୍କାଙ୍କ ଯୋଗୁ ଏବେ ଭାରତର ନାମ ଆନ୍ତର୍ଜାତୀୟ ସ୍ତରରେ ଉଚ୍ଚ ହୋଇଛି । ପ୍ରିୟଙ୍କା ଭ୍ରାରତର ସବୁଠାରୁ ପ୍ରସିଦ୍ଧ ହିରୋଇନ ଅଟନ୍ତି । ପ୍ରିୟଙ୍କା ଯାଇ ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ପହଞ୍ଚିବାକୁ ତାଙ୍କୁ କଠିନ ପରିଶ୍ରମ କରିବାକୁ ହୋଇଛି। ତାଙ୍କର କଠିନ ପରିଶ୍ରମର ଫଳ ଅଟେ ଯେ ସେ ଆଜି ଗୋଟିଏ ପ୍ରାଇଭେଟ ଜେଟର ମାଲିକାଣୀ ଅଟନ୍ତି ।

ଐଶ୍ଵର୍ଯ୍ୟା ରାୟ ବଚ୍ଚନ: ସୌନ୍ଦର୍ଜ୍ୟର ମଲ୍ଲିକା ଐଶ୍ଵର୍ଯ୍ୟା ରାୟ ବଚ୍ଚନଙ୍କୁ କିଏ ନଜାଣେ? ଐଶ୍ଵର୍ଯ୍ୟା ଏକ ଏପରି ହିରୋଇନ ଅଟନ୍ତି ଯିଏ କେବଳ ସୁନ୍ଦରତା ହିଁ ନୁହେଁ ପରନ୍ତୁ ନିଜର ଦମଦାର ଅଭିନୟ ନିମନ୍ତେ ମଧ୍ୟ ପରିଚିତ ଅଟନ୍ତି। ହୁଏତ ଆଜି ପ୍ରିୟଙ୍କା ଏବଂ ଦୀପିକା ହଲିଉଡରେ ବହୁତ ନାମ କରିଛନ୍ତି, କିନ୍ତୁ ପ୍ରକୃତରେ ଭାରତକୁ ସାରା ବିଶ୍ଵରେ ପରିଚୟ ଐଶ୍ଵର୍ଯ୍ୟା ହିଁ ଦେଇଛନ୍ତି। ଜଣେଇଦେବୁ ଯେ ବଚ୍ଚନ ପରିବାରରେ 3ଟି ପ୍ରାଇଭେଟ ଜେଟ ରହିଛି । ଅମିତାଭ ବଚ୍ଚନଙ୍କର ତ ପ୍ରାଇଭେଟ ଜେଟ ରହିଛି। ତାଙ୍କ ବ୍ୟତୀତ ଅଭିଷେକ ଏବଂ ଐଶ୍ଵର୍ଯ୍ୟାଙ୍କର ମଧ୍ୟ ନିଜ ନିଜର ପ୍ରାଇଭେଟ ଜେଟ ଅଛି ।

ମଲ୍ଲିକା ସେରାୱତ: ମଲ୍ଲିକା ସେରାୱତଙ୍କ ନାମ ବଲିଉଡର ସବୁଠାରୁ ହଟ ଅଭିନେତ୍ରୀ ନାମରେ ଆସେ। ଯଦିଓ, ସେ ଆଜିକାଲି ବଲିଉଡରୁ ଦୂରରେ ଅଛନ୍ତି କିନ୍ତୁ ତାଙ୍କ ସ୍ଥାନ ଆଜି ପର୍ଯ୍ୟନ୍ତ କୌଣସି ହିରୋଇନ ନେଇପାରି ନାହାନ୍ତି । ମଲ୍ଲିକା ବଲିଉଡର ପ୍ରଥମ ଏପରି ଅଭିନେତ୍ରୀ ଅଟନ୍ତି ଯିଏ ଫିଲ୍ମରେ ସବୁଠାରୁ ବୋଲ୍ଡ ସିନ କରିଛନ୍ତି । ମଲ୍ଲିକାଙ୍କର ନାମ ମଧ୍ୟ ଆନ୍ତର୍ଜାତୀୟ ସ୍ତରରେ ପରିଚିତ ଅଟେ । ହୁଏତ ସେ ଅଧିକ ଫିଲ୍ମ କରିନାହାନ୍ତି କିନ୍ତୁ ତାଙ୍କ ନାମ ବଲିଉଡର ସବୁଠାରୁ ଧନୀ ଅଭିନେତ୍ରୀଙ୍କ ମଧ୍ୟରେ ଆସିଥାଏ। ମଲ୍ଲିକାଙ୍କ ପାଖରେ ମଧ୍ୟ ନିଜର ପ୍ରାଇଭେଟ ଜେଟ ରହିଛି ।

Leave a Reply

Your email address will not be published. Required fields are marked *