February 26, 2024

Odia Express

News For Public

ହେଲିକପ୍ଟର ମନି କଣ ଅଟେ ? କେଉଁ ପରିସ୍ଥିତିରେ ହୋଇଥାଏ ଏହାର ବ୍ୟବହାର – ଭାରତରେ ଲାଗୁ ହେଇପାରେ କି ଏହା…

1 min read

ଟିକେ ଭାବନ୍ତୁ ଆପଣ ଘରେ ବସିଥିବେ ଏବଂ ଅଚାନକ ଆପଣଙ୍କୁ ବାଲକୋନୀରୁ ଦେଖିବେ ଯେ ଏକ ହେଲିକପ୍ଟରରୁ ନୋଟ ବର୍ଷା କରାଯାଉକି। ତ ଆପଣଙ୍କର କଣ ପ୍ରତିକ୍ରିୟା ହେବ? ଆପଣ କହିଏବ ଯେ ଏହା ଏକ ଅସମ୍ଭବ କଥା ଅଟେ । ଏମିତି ହେଲିକପ୍ଟରରୁ ନୋଟ କିଏ କାହିଁକି ବର୍ଷା କରିବ? ଏହା ସତ ଯେ ହେଲିକପ୍ଟରରୁ ନୋଟ ବର୍ଷା କରାଯାଏ ନାହିଁ କିନ୍ତୁ ଅର୍ଥନୈତିକ ଦୁନିଆରେ ଏକ ଶବ୍ଦ ବ୍ୟବହାର ହୋଇଥାଏ ‘ହେଲିକପ୍ଟର ମନି’ ଯାହାକୁ ‘ମନେଟାରି ହେଲିକପ୍ଟର’ ମଧ୍ୟ କୁହନ୍ତି ।କୋରୋନା ଭାଇରସ କାରଣରୁ ପ୍ରାୟ ସଂପୂର୍ଣ୍ଣ ବିଶ୍ଵରେ ଲକଡାଉନ ହୋଇସାରିଛି। ବ୍ୟବସାୟ ସମ୍ବନ୍ଧୀୟ ବ୍ୟବସ୍ଥା ବନ୍ଦ ଅଛି। ଆଇଏମଏଫ ମଧ୍ୟ ଏପର୍ଯ୍ୟନ୍ତର ସବୁଠାରୁ ମନ୍ଦ ର ସମ୍ଭାବନା ଦର୍ଶାଇଛି । ଏମିତିରେ ଆମେରିକା ସହିତ କିଛି ଦେଶରେ ଅର୍ଥଶାସ୍ତ୍ରୀ ମାନଙ୍କ ଦ୍ଵାରା ହେଲିକପ୍ଟର ମନିର ସମ୍ଭାବନା କୁହାଯାଇଛି ।

କିନ୍ତୁ ନିଜ ଦେଶରେ ପ୍ରକୃତ ଚର୍ଚ୍ଚା ସେତେବେଳେ ଆରମ୍ଭ ହେଲା ଯେବେ ତେଲେଙ୍ଗାନାର ସିଏମ କେସିଆର ରିଜର୍ଭ ବ୍ୟାଙ୍କରୁ ହେଲିକପ୍ଟର ମନି ଜାରି କରିବାର ଦାବି କଲେ। ସାରା ଦେଶ ନିମନ୍ତେ ଏହା ଏକ ନୂତନ ଜିନିଷ ଥିଲା । ଆଜି ଆମେ ଆପଣଙ୍କୁ ଜଣେଇବୁ ଯେ ହେଲିକପ୍ଟର ମନି କଣ ଅଟେ ଏବଂ ଏହାର ଲାଭ ତଥା କ୍ଷତି କଣ କଣ ଅଟେ ।

ହେଲିକପ୍ଟର ମନି କଣ ଅଟେ? (WhatisHelicopterMoney)

ହେଲିକପ୍ଟର ମନି ଶବ୍ଦର ସର୍ବପ୍ରଥମ ପ୍ରୟୋଗ 1969ରେ ଅର୍ଥଶାସ୍ତ୍ରୀ ମିଲ୍ଟନ ଫ୍ରେଡିମ୍ୟାନ କରିଥିଲେ। ଫ୍ରେଡିମ୍ୟାନଙ୍କ ଅନୁଯାୟୀ , ଯେବେ କୌଣସି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସେହି ଦେଶରେ ଆସିଥିବା ମନ୍ଦ ଅବସ୍ଥାକୁ ଦୂର କରିବା ନିମନ୍ତେ ଅଧିକ ମାତ୍ରା ରେ ନୋଟ ଛାପି ସରକାରଙ୍କୁ ଦେଇଥାଏ ଯଦ୍ୱାରା ସରକାର ତାହାକୁ ସାଧାରଣ ଜନତାଙ୍କୁ ମାଗଣାରେ ବାଣ୍ଟି ପାରିବେ। ଏହାକୁ ହିଁ ହେଲିକପ୍ଟର ମନି କୁହାଯାଏ। ଏହି ପ୍ରକାର ଟଙ୍କା ର ଖାସ କଥା ଏହା ଯେ ସରକାର ନା ତ ସାଧାରଣ ଜନତାଙ୍କ ଠାରୁ ଏହି ପଇସା ଫେରେଇ ନିଏ ଓ ନା ହିଁ ଏହି ପଇସା ସେମାନଙ୍କୁ ରିଜର୍ଭ ବ୍ୟାଙ୍କକୁ ଫେରେଇବାର ହୋଇଥାଏ ।

ମାନେ ଏକ ପ୍ରକାରର ଏହା ପ୍ରତୀକାତ୍ମକ ରୂପରେ ହେଲିକପ୍ଟରରୁ ଟଙ୍କା ବର୍ଷା କରିବା ଭଳି ଅଟେ କାରଣ ଜନତାଙ୍କୁ ଏହି ଅପ୍ରତ୍ୟାଶିତ ଧନର ଆଶା ନଥାଏ ଏବଂ ସାଧାରଣ ଜନତାଙ୍କ ନିମନ୍ତେ ଭଲ କଥା ଏହା ଯେ ସେମାନଙ୍କୁ ଏହି ଟଙ୍କା ଫେରେଇବାର ଆବଶ୍ୟକତା ନଥାଏ । ଏବେ ପ୍ରଶ୍ନ ଏହା ଆସେ ଯେ –

ହେଲିକପ୍ଟର ମନିର ଆବଶ୍ୟକତା କାହିଁକି ପଡେ?

ଯେବେ ମଧ୍ୟ କୌଣସି ଦେଶର ଅର୍ଥ ବ୍ୟବସ୍ଥା ବହୁତ ମାନ୍ଦାବସ୍ଥା କବଳରେ ଆସେ ତ ଗଭୀର ଆର୍ଥିକ ସଙ୍କଟ ମଧ୍ୟରେ ସେଠାକାର ସରକାର ଲୋକଙ୍କୁ ଏହି ଆଶାରେ ମାଗଣାରେ ଟଙ୍କା ବାଣ୍ଟେ ଯଦ୍ୱାରା ଏହା ଟାକର ଖର୍ଚ୍ଚ ଏବଂ ଉପଭୋଗ ବୃଦ୍ଧି ହେବ ଏବଂ ଦେଶର ଅର୍ଥ ବ୍ୟବସ୍ଥା ସୁଧୁରିବ । ଅର୍ଥଶାସ୍ତ୍ର ର ସିଦ୍ଧାନ୍ତ ଏହା କହେ ଯେ ଯେବେ ଆର୍ଥିକ ସଙ୍କଟ ନିଜର ଚରମ ସୀମାରେ ପହଞ୍ଚେ ତ ଏହା ଶେଷ ବିକଳ୍ପ ହୋଇଥାଏ । ମାନେ ସରକାରଙ୍କ ଆଗରେ ଦେଶର ଅର୍ଥ ବ୍ୟବସ୍ଥାକୁ ରକ୍ଷା କରିବାର ଏହା ଏକମାତ୍ର ରାସ୍ତା ହୋଇଥାଏ ।

ହେଲିକପ୍ଟର ମନି ଦ୍ଵାରା କଣ ଲାଭ ହୋଇଥାଏ?

ହେଲିକପ୍ଟର ମନିର ଲାଭ କେବଳ ଏହା ଯେ ଏହାଦ୍ୱାରା କୌଣସି ଦେଶର ବୁଡିଯାଉଥିବା ଅର୍ଥ ବ୍ୟବସ୍ଥାକୁ ତତ୍କାଳିକ ଉପାୟରେ ରକ୍ଷା ମିଳିଯିବ । ଲୋକମାନେ ସରକାରଙ୍କ ଠାରୁ ମିଲିଥିବା ଟଙ୍କା ଖର୍ଚ୍ଚ କରିବା ଆରମ୍ଭ କରିଦେଇଥାନ୍ତି ଏବଂ ତାସହ ନିଜ ପାଖରେ ଥିବା ଟଙ୍କାକୁ ମଧ୍ୟ ଖର୍ଚ୍ଚ କରନ୍ତି। ଏହାଦ୍ୱାରା ବଜାରରେ ଟଙ୍କାର ପ୍ରବାହ ଆରମ୍ଭ ହୋଇଥାଏ ଏବଂ ଅର୍ଥବ୍ୟବସ୍ଥାକୁ ଗତି ପ୍ରାପ୍ତ ହୋଇଥାଏ। ଏହି ପ୍ରକାର ହେଲିକପ୍ଟର ମାହି ଦ୍ଵାରା ସରକାର ଦେଶର ବୁଡିଯାଉଥିବା ଅର୍ଥ ବ୍ୟବସ୍ଥାକୁ ବଞ୍ଚେଇବାର ଏକ ଶେଷ ପ୍ରୟାସ କରନ୍ତି ।

ହେଲିକପ୍ଟର ମନି ଦ୍ଵାରା କ୍ଷତି (DisadvantageofHelicopterMoney)

ତତ୍କାଳିକ ରୂପରେ ହେଲିକପ୍ଟର ମନି ଦ୍ଵାରା ହୁଏତ ଲାଭ ଦେଖିବାକୁ ମିଳେ କିନ୍ତୁ ଦୂରଗାମୀ ରୂପରେ ଏହାର କ୍ଷତି ହିଁ କ୍ଷତି ଅଟେ। ଏହି ବ୍ୟବସ୍ଥା ଅନ୍ତର୍ଗତ କେନ୍ଦ୍ରୀୟ ବ୍ୟାଙ୍କ ଅପର୍ଜ୍ୟାପ୍ତ ଟଙ୍କା ଛାପେ କିନ୍ତୁ ବଦଳରେ ତାଙ୍କୁ ସରକାରଙ୍କ ଠାରୁ କିଛି ହାସିଲ ହୋଇପାରେ ନାହିଁ ।

ଅର୍ଥଶାସ୍ତ୍ରୀଙ୍କ ଅନୁଯାୟୀ , ଏହା ଏକ ଦୁଇଧାରୀ ତରବାରୀ ଭଳି ହୋଇଥାଏ ମାନେ ଜନତା ସେହି ଟଙ୍କାକୁ ପୁରା ଖର୍ଚ୍ଚ କରିବେ ତେବେ ଯାଇ ଅର୍ଥବ୍ୟବସ୍ଥାରେ ସୁଧାର ହୋଇପାରିବ । କିନ୍ତୁ ଯଦି ଜନତା ସେହି ଟଙ୍କାକୁ ନିଜର ଭବିଷ୍ୟ ନିମନ୍ତେ ସଞ୍ଚିତ କରି ରଖିବେ ତେବେ ଏମିତିରେ ସେହି ଦେଶର ଅର୍ଥବ୍ୟବଷ୍ଟ ଡୁବିଯିବାରୁ କେହି ରକ୍ଷା କରିପାରିବେ ନାହିଁ ।

ଏବଂ ଯଦି ଅର୍ଥ ବ୍ୟବସ୍ଥାରେ କିଛି ସୁଧାର ହେବ ତେବେ ମଧ୍ୟ ସେହି ଦେଶର ମୁଦ୍ରାର ଅବମୂଲ୍ୟାୟନ ମାନେ ହାଇପରଇଂଫ୍ଲାସନ ହୋଇଯାଏ । ଏହାଦ୍ୱାରା ଅନ୍ତରାଷ୍ଟ୍ରୀୟ ବଜାରରେ ସେହି ମୁଦ୍ରାର ମୂଲ୍ୟ କମି ଯାଏ । ଏହି ସ୍ଥିତି କୁ ମୁଦ୍ରାସ୍ଫୀତି କୁହାଯାଏ । ଏହି ବ୍ୟବସ୍ଥାର ସବୁଠାରୁ ସଠିକ ଉଦାହରଣ ଜିମ୍ବାୱେ ଏବଂ ଭେନେଜୁଆଲା ଅଟେ। ଯେଉଁଠାରେ ଏହି ଭଳି ବେହିସାବ ନୋଟ ଛପା ହୋଇଥିଲା ଯେ ତାଙ୍କର ମୂଲ୍ୟ କଉଡି ବରାବର ମଧ୍ୟ ରହିଲା ନାହିଁ ।

ବିଶେଷଜ୍ଞ ମାନଙ୍କର ଏହା ମଧ୍ୟ କହିବା ଅଟେ ଯେ ସରକାରଙ୍କୁ ଏହି ଭଳି ମାଗଣା ଟଙ୍କା ବାଣ୍ଟିବା ବଦଳରେ ଜରୁରୀ ଜିନିଷ ଉପରେ ଟ୍ୟାକସରୁ ମୁକ୍ତି ଦେବା ଉଚିତ କିମ୍ବା ସେମାନଙ୍କୁ ଟ୍ୟାକସ ଫ୍ରୀ କରିଦେବା ଉଚିତ ଯାହାଦ୍ଵାରା ସିଷ୍ଟମକୁ ଟଙ୍କା ପ୍ରବାହ ବନ୍ଦ ହେବ ନାହିଁ । ଯଦିଓ ଏହା ମଧ୍ୟ ଏକ ପ୍ରକାର ହେଲିକପ୍ଟର ମନି ଭଳି ହୋଇଥାଏ । ଏହାଦ୍ୱାରା ହୁଏତ ସରକାର ଏବଂ ଉଦ୍ୟୋଗ ଗୁଡିକୁ କିଛି ସମୟ ନିମନ୍ତେ କ୍ଷତି ଉଠେଇବାକୁ ପଡେ କିନ୍ତୁ ସିଷ୍ଟମରେ ଟଙ୍କାର ଲିକ୍ୟୁଇଡିଟି ବନିରହିବ ।

ଯଦିଓ ଏପର୍ଯ୍ୟନ୍ତ ନିଜ ଦେଶରେ ଏହି ପ୍ରକାରର ପରିସ୍ଥିତି ଆସିନାହିଁ କିନ୍ତୁ ଯଦି ଲକଡାଉନ ମେ ରେ ପୁଣି ବଢେଇବାର ପରିସ୍ଥିତି ଆସିବ ତେବେ ସରକାର ଏବଂ ଆରବିଆଇ କୁ ଏହା ଉପରେ ଗମ୍ଭୀରତାର ସହ ଚିନ୍ତା କରିବାକୁ ହୋଇପାରେ ।

ସାରା ବିଶ୍ଵର ବିଶେଷଜ୍ଞ ମାନେ ଏହି କଥା ଉପରେ ଏକମତ ଅଟନ୍ତି ଯେ ଦୁନିଆରେ ଆସିଥିବା ଆର୍ଥିକ ସୁସ୍ଥି ଆହୁରି ଗଭୀର ହେବ ଏବଂ ବେରୋଜଗାରି ନିଜର ଚରମ ସୀମାରେ ରହିବ । ଏମିତିରେ ଦାରିଦ୍ର୍ୟ ଏବଂ ହତୋତ୍ସାହରେ ଜଡିତ ସରକାରଙ୍କ ପାଖରେ ଉପସ୍ଥିତ ସମସ୍ତ ବିକଳ୍ପକୁ ଆପଣେଇବା ବ୍ୟତିତ ଅନ୍ୟ କୌଣସି ଚାରା ନଥିବ।

Leave a Reply

Your email address will not be published. Required fields are marked *