June 19, 2024

Odia Express

News For Public

ଯଦି ଜୀବନ ଠାରୁ ହାର ମାନିସାରିଛନ୍ତି, ତେବେ ପଢାନ୍ତୁ ଆଇନଷ୍ଟାଇନଙ୍କର ଏହି ଖୁସିମିଜାଜ ଏବଂ ସତ୍ୟ କଥା!

1 min read

ଦୁନିଆରେ ଏଭଳି ବହୁତ ଲୋକ ଅଛନ୍ତି ଯାହାଙ୍କୁ ସେମାନଙ୍କ ମୃତ୍ୟୁ ପରେ ମଧ୍ୟ ସ୍ମରଣ କରାଯାଏ। ସେମାନଙ୍କ ମଧ୍ୟରେ ମହାନ ବୈଜ୍ଞାନିକ ଆଇନଷ୍ଟାଇନ ମଧ୍ୟ ଜଣେ ଥିଲେ। ଆଇନଷ୍ଟାଇନଙ୍କର ପୁରା ନାମ ଆଲବର୍ଟ ଆଇନଷ୍ଟାଇନ ଅଟେ। ଆଇନଷ୍ଟାଇନ ନିଜ ଜୀବନ କାଳରେ ବିଜ୍ଞାନ ସହ ଜଡିତ ଅନେକ ପ୍ରକାରର ଉଦ୍ଭାବନ କରିଛନ୍ତି ଏବଂ ଦୁନିଆକୁ ଏକ ଭିନ୍ନ ପରିଭାଷା ପ୍ରଦାନ କରିଛନ୍ତି। ଆଲବର୍ଟ ଆଇନଷ୍ଟାଇନ ଆପେକ୍ଷିକତାର ସିଦ୍ଧାନ୍ତ ମାନେ TheoryofRelativity ନିମନ୍ତେ ସୁପରଚିତ ଅଟନ୍ତି । ନିଜର ଗବେଷଣା ଦ୍ଵାରା ଆଇନଷ୍ଟାଇନ ବ୍ରହ୍ମାଣ୍ଡର ନିୟମ ସବୁ ବୁଝାଇଛନ୍ତି । ଥିଓରୀ ଅଫ ରିଲେଟିଭିଟି ନାମକ ସିଦ୍ଧହନ୍ତ ଦ୍ଵାରା ବିଜ୍ଞାନ ଦୁନିଆକୁ ବଦଳେଇ ରଖିଦେଲେ । ଆପଣଙ୍କ ସୂଚନା ନିମନ୍ତେ ଜଣେଇ ଦେବୁ ଯେ ଆଇନଷ୍ଟାଇନ କେବଳ ଜଣେ ବୈଜ୍ଞାନିକ ନଥିଲେ ପରନ୍ତୁ ଜଣେ ବହୁତ ବଡ ଦାର୍ଶନିକ ମଧ୍ୟ ଥିଲେ ।

ତାଙ୍କ ସିଦ୍ଧାନ୍ତ ବିଜ୍ଞାନ ଦୁନିଆ ବ୍ୟତିତ ସାଧାରଣ ଜୀବନରେ ମଧ୍ୟ ଅନେକ ସ୍ଥାନରେ ସଠିକ ପ୍ରମାଣିତ ହୋଇଛି । ନିଜର ସିଦ୍ଧାନ୍ତ ଦ୍ଵାରା ଆଇନଷ୍ଟାଇନ ବିଜ୍ଞାନର ନିୟମ ଗୁଡିକୁ ବୁଝେଇବାକୁ ଯାଇ ଅନେକ ଥର ମହତ୍ଵପୂର୍ଣ୍ଣ ସଫଳତା , ଅସଫଳତା, କଳ୍ପନା ଏବଂ ଜ୍ଞାନ ସହ ଜଡିତ କଠୋର କିନ୍ତୁ ସତ୍ୟ କଥା ବିଷୟରେ ଜଣେଇଛନ୍ତି । ଆଇନଷ୍ଟାଇନ ଏପରି ଅନେକ କଥା କହିଛନ୍ତି ଯାହାର ଆଧାରରେ ସାଧାରଣ ମନୁଷ୍ୟ କଠିନ ସମୟକୁ ପାର କରି ସହଜରେ ସଫଳତାର ସିଡି ଚଢିପାରିବେ।

ଆଜିର ଏହି ବିଶେଷ ଆଲେଖୀରେ ଆମେ ଆପଣଙ୍କୁ ଆଇନଷ୍ଟାଇନଙ୍କ ଦ୍ଵାରା କୁହାଯାଇଥିବା ଏଭଳି 10ଟି କଥା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଆପଣଙ୍କ ନିମନ୍ତେ ସଫଳତାର ଦରଜା ଖୋଲିଦେବ। ଏକଥା ଆପଣଙ୍କୁ ବଞ୍ଚିବାର ଏକ ନୂତନ ଇଚ୍ଛା ସ୍ତୃଷ୍ଟି କରିବ ତାସହ ଆପଣଙ୍କ ଜୀବନକୁ ଦେଖିବାର ଦୃଷ୍ଟିକୋଣ ବଦଳେଇଦେବ ।

ଏହା ଅଟେ ଆଇନଷ୍ଟାଇନଙ୍କ ଦ୍ଵାରା କୁହାଯାଇଥିବା ସତ୍ୟ କଥା

– ଆପଣଙ୍କ ତର୍କ ଆପଣଙ୍କୁ “ଏ” ରୁ “ବି” ପର୍ଯ୍ୟନ୍ତ ନେଇଯିବ ଏବଂ ଆପଣଙ୍କର କଳ୍ପନା ଆପଣଙ୍କୁ କେଉଁଠାକୁ ମଧ୍ୟ ନେଇଯାଇପାରିବ ।

– ବୁଦ୍ଧିମାନ ବ୍ୟକ୍ତିଙ୍କର ପ୍ରକୃତ ପରିଚୟ ତାଙ୍କର ଜ୍ଞାନ ଦ୍ଵାରା ନୁହେଁ ପରନ୍ତୁ ତାଙ୍କର କଳ୍ପନା କରିବାର କ୍ଷମତା ଦ୍ଵାରା ହୋଇଥାଏ ।

– ଯେବେ ଆପଣ ସୁନ୍ଦର ଝିଅ ସହିତ କଥା ହୁଅନ୍ତି ତ ଏକ ଘଣ୍ଟା 1 ସେକଣ୍ଡ ପରି ଲାଗେ । ପରନ୍ତୁ ଯଦି ଆପଣ ଏକ ଗରମ ସିଲିଣ୍ଡର ଉପରେ ବସିଯିବେ ତ ଏକ ସେକଣ୍ଡ ଏକ ଘଣ୍ଟା ପରି ଲାଗିବ। ଏହାକୁ ରିଲେଟିଭୀଟି ଅଫ ଥିଓରୀ କୁହାଯାଏ ।

– ମନୁଷ୍ୟର ସାଧାରଣ ଜ୍ଞାନ ତାହାର 18ବର୍ଷର ବୟସ ପର୍ଯ୍ୟନ୍ତ ଜମା କରାଯାଇଥିବା ପୂର୍ବଗ୍ରହଙ୍କର ବଣ୍ଡଲ ହୋଇଥାଏ।

– ଯଦି ଆପଣ ତୁରନ୍ତ ରେଜଲ୍ଟ ଚାହୁଁଛନ୍ତି ତ କାଠ କାଟନ୍ତୁ ।

– ସ୍କୁଲ ଛାଡିବା ପରେ ଆପଣଙ୍କୁ ଯାହା ସ୍ମରଣ ଅଛି ତାହା ହିଁ ଅସଲି ଶିକ୍ଷା ଅଟେ ।

– ଗତକାଲି ଠାରୁ ଶିକ୍ଷା ପାଆନ୍ତୁ , ଆଜି ପାଇଁ ବଞ୍ଚନ୍ତୁ, ଏବଂ ଆସନ୍ତା କାଲି ପାଇଁ ଆଶା କରନ୍ତୁ ଏବଂ ସବୁଠାରୁ ବଡ କଥା ଏହା ଯେ ପ୍ରଶ୍ନ କରିବାର ଅଭ୍ୟାସ କେବେ ତ୍ୟାଗ କରନ୍ତୁ ନାହିଁ ।

– ସଫଳତାର ସବୁଠାରୁ ବଡ ସ୍ରୋତ ଅନୁଭବ ଅଟେ ।

– ଯିଏ ନିଜର ସୀମା ଜାଣିଛି ସେ ତାହାଠାରୁ ଆଗକୁ ଯାଇପାରିବ ।

– ଜୀବନ ବଞ୍ଚିବାର ଦୁଇଟି ଉପାୟ ଅଛି ପ୍ରଥମ ଏହା ଯେ କିଛି ବି ଚମତ୍କାର ନୁହେଁ ଏବଂ ଦ୍ଵିତୀୟ ଏହା ଯେ ସବୁ କିଛି ଏକ ଚମତ୍କାର ଅଟେ ।

– ସର୍ବପ୍ରଥମେ ଆପଣଙ୍କୁ ଖେଳର ନିୟମ ସବୁ ଜାଣିବା ଉଚିତ ତାପରେ ହିଁ ଆପଣ ଅନ୍ୟମାନଙ୍କ ଠାରୁ ଉନ୍ନତ ଖେଳ ପ୍ରଦର୍ଶନ କରିପାରିବେ ।

କୌଣସି ଗୋଟିଏ ଜିନିଷକୁ ବାରମ୍ବାର କରିବା ଏବଂ ପ୍ରତି ଥର ଭିନ୍ନ ପରିଣାମ ଆଶା କରିବା ମୂର୍ଖତା ଅଟେ ।

– ଦ୍ରୁତ ହେବାର ପରିଚୟ ଅଧିକ ଜ୍ଞାନବାନ ଏବଂ ବୁଦ୍ଧିମାନ ହେବା ନୁହେଁ ପରନ୍ତୁ ଏହାର ଅର୍ଥ ଆପଣଙ୍କ ଉନ୍ନତ କଳ୍ପନା ଏବଂ ସ୍ଵପ୍ନ ଦେଖିବାର ଶକ୍ତି ଅଟେ ।

ଯଦି କିଛି ବି ବୁଝିହେଉ ନାହିଁ ତେବେ ଆଖପାଖର ପ୍ରକୃତିକୁ ଲକ୍ଷ୍ୟ କରନ୍ତୁ, ଏପରି କରିବା ଦ୍ଵାରା ଆପଣ ସବୁ ଜିନିଷକୁ ଉନ୍ନତ ଉପାୟରେ ବୁଝି ପାରିବେ ।

Leave a Reply

Your email address will not be published. Required fields are marked *