February 27, 2024

Odia Express

News For Public

ଘିଅ ଖାଇବା ପସନ୍ଦ ଅଟେ କି ? ଜାଣନ୍ତୁ କାହାକୁ ଖାଇବା ଉଚିତ ଗାଈର ଘିଅ କାହା ପାଇଁ ଏବଂ କାହାର ମଇଁଷି ଘିଅ ଖାଇବା ଉଚିତ…

ଗାଈ ଘିଅ ଏବଂ ମଇଁଷି ଘିଅ ମଧ୍ୟରେ ଅନ୍ତର: ସାଧାରଣତଃ ଘିଅର ବ୍ୟବହାର ଖାଇବା ନିମନ୍ତେ କରାଯାଏ। ଘିଅ ରେ ଖାଦ୍ୟ ପ୍ରସ୍ତୁତ କରିବାରେ କିମ୍ବା ଖାଇବାରେ ଘିଅ ପକେଇବା ଦ୍ଵାରା ଖାଦ୍ୟର ସ୍ଵାଦ ଅଧିକ ହୋଇଥାଏ। ମିଷ୍ଟାନ୍ନ ତିଆରିରେ ମଧ୍ୟ ଲୋକେ ଘିଅର ବ୍ୟବହାର କରନ୍ତି ଏବଂ ପୂଜା ପାଠ ସମୟରେ ମଧ୍ୟ ଘିଅର ବ୍ୟବହାର କରାଯାଏ। କିଛି ଲୋକେ ଘିଅ ବିନା ଖାଇପାରନ୍ତି ନାହିଁ ତ କିଛି ଲୋକେ ଘିଅ କୁ ମଧ୍ୟ ହାତ ଲଗାନ୍ତି ନାହିଁ । ତାଙ୍କର କହିବା ଏହା ଯେ ଘିଅରେ ଚର୍ବି ଥାଏ ଏବଂ ଏହାଦ୍ୱାରା ମେଦବହୁଳତା ଆସିଥାଏ। କିନ୍ତୁ ଆମେ ଆପଣଙ୍କୁ ଜଣେଇଦେବୁ ଯେ ଯେଉଁ ଲୋକମାନେ ଏହା ଭାବୁଛନ୍ତି ଯେ ଘିଅ ଖାଇବା ଦ୍ଵାରା ମେଦବହୁଳତା ଆସିଥାଏ ସେମାନେ ବିଲକୁଲ ଭୁଲ କୁହନ୍ତି। ଏହ କେବଳ ଏକ କାହାଣୀ ଅଟେ ଯେ ଘିଅ ଖାଇଲେ ଓଜନ ବୃଦ୍ଧିପାଏ । ପ୍ରକୃତରେ ତ ଏହାର ନିୟମିତ ସେବନ ଦ୍ଵାରା ବ୍ୟକ୍ତିଙ୍କର ଓଜନ ନିୟନ୍ତ୍ରଣରେ ରହିଥାଏ। ଘିଅରେ ଅନେକ ଗୁଡିଏ ପୋଷକତତ୍ଵ ମହଜୁଦ ଥାଏ ଯାହା ମର ଶରୀର ନିମନ୍ତେ ବହୁତ ଲାଭକାରୀ ହୋଇଥାଏ।

ଏଥିପାଇଁ ଆଜି ଆମେ ଆପଣଙ୍କ ନିମନ୍ତେ ଘିଅ ସହିତ ଜଡିତ କିଛି ବହୁତ ମହତ୍ଵପୂର୍ଣ୍ଣ ସୂଚନା ନେଇଆସିଛୁ । ଅଧିକତର ଲୋକଙ୍କର ଯୌବନାବସ୍ଥାରେ ପିତ୍ତ ରୋଗ ହୁଏ । ସେମାନଙ୍କ ଛାତି , ପେଟ ଏବଂ ଗଳାରେ ଜ୍ଵଳନ, ରକ୍ତର ଏସିଡିଟିରେ ବୃଦ୍ଧି, ହାର୍ଟ ଆଟାକ, ଖଟା ହାକୁଟି ଏବଂ ଆଖିରେ ଜ୍ଵଳନ ଭଳି ସମସ୍ୟା ହୋଇଥାଏ। ଏହି ରୋଗ ସବୁକୁ ପିତ୍ତରୋଗ କୁହାଯାଏ। ପିତ୍ତର ରୋଗ ସବୁ ଦ୍ଵାରା ନିଜକୁ ରକ୍ଷା କରିବା ବହୁତ ସରଳ ହୋଇଥାଏ। ଏହାକୁ ଆୟୁର୍ବେଦିକ ଉପାୟରେ ଠିକ କରାଯାଇପାରିବ । ଏହି ଉପାୟ ସାଢେ ତିନିଶହ ବର୍ଷ ପୂର୍ବେ ବାଗଭଟ୍ଟ ମହାଶୟ ନିଜର ପୁସ୍ତକରେ ଲେଖିଛନ୍ତି ।

ଯଦି ଆପଣ ଚାହାନ୍ତି ଯେ ଆପଣଙ୍କ ପିତ୍ତ ସାରା ଜୀବନ ଠିକ ରହିବ ଏବଂ ଆପଣଙ୍କୁ କୌଣସି ପ୍ରକାରର ଅସୁବିଧା ନହେବ ତେବେ ସେଥିପାଇଁ ଆଜିଠାରୁ ଦେଶୀ ଗାଈର ଶୁଦ୍ଧ ଘିଅ ସେବନ ଆରମ୍ଭ କରିଦିଅନ୍ତୁ। ସେମାନେ କହିଛନ୍ତି ଯେ ନିୟମିତ ଯଦି ବ୍ୟକ୍ତି ଦେଶୀ ଗାଈର ଶୁଦ୍ଧ ଘିଅ ଖାଇବା ଆରମ୍ଭ କରିଦେବେ ତେବେ ତାଙ୍କୁ କେବେ ପିତ୍ତ ଦୋଷର ସମସ୍ୟା କଷ୍ଟ ଦେବ ନାହିଁ । ଏମିତିରେ ତ ସେ ଅନେକ ଜିନିଷର ଅବତାରଣା କରିଛନ୍ତି କିନ୍ତୁ ତାଙ୍କର ତାଲିକାରେ ସର୍ବାଗ୍ରେ ଗାଈ ଘିଅ ଅଛି। ବହୁତ ଲୋକଙ୍କୁ ଗାଈ ଏବଂ ମଇଁଷିର ଘିଅରେ ଅନ୍ତର ଜଣା ନଥାଏ । ସେମାନେ ବୁଝିପାରନ୍ତି ନାହିଁ ଯେ କେଉଁ ଘିଅର ସେବନ ତାଙ୍କ ନିମନ୍ତେ ଉତ୍ତମ ଅଟେ। ତେବେ ଆସନ୍ତୁ ଆପଣଙ୍କୁ ଜଣେଇଦେବୁ ଯେ ଗାଈ ଏବଂ ମଇଁଷିର ଘିଅ ମଧ୍ୟରେ ଅନ୍ତର ।

ଗାଈ ଏବଂ ମଇଁଷିର ଘିଅ ମଧ୍ୟରେ ଅନ୍ତର: ମଇଁଷିର ଘିଅ ଯେଉଁ ବିଭାଗର ଲୋକଙ୍କୁ ସବୁଠାରୁ ଅଧିକ ଖାଇବା ଉଚିତ ସେମାନେ ହେଲେ ପହିଲିମାନ। ଯେଉଁ ଲୋକମାନେ ପହିଲିମାନି କରୁଛନ୍ତି, ଦଣ୍ଡ ବୈଠକ ଲଗାଉଛନ୍ତି ତାଙ୍କ ନିମନ୍ତେ ମଇଁଷିର ଘିଅ ବହୁତ ଲାଭଜନକ ହୋଇଥାଏ। ସେମାନଙ୍କୁ ଗାଈର ଘିଅ ଖାଇବା ମନା ହୋଇଥାଏ। ଭାରି ଶରୀର ଥିବା କାରଣରୁ ତାଙ୍କ ନିମନ୍ତେ ମଇଁଷିର ଘିଅ ଲାଭଜନକ ଅଟେ। ଗାଈର ଘିଅ ଖାଇବା ଦ୍ଵାରା ସେମାନେ ରୋଗରେ ପଡ଼ିପାରନ୍ତି। ଏହାର ବିପରୀତ ଯେଉଁମାନେ ସିଧା ସାଧା ଗୃହସ୍ଥ ଜୀବନ ବ୍ୟତୀତ କରୁଛନ୍ତି ଏବଂ ସେମାନଙ୍କୁ ପହିଲିମାନି କରିବାର ନାହିଁ, ଏପରି ଲୋକମାନଙ୍କୁ ଗାଈର ଘିଅର ସେବନ କରିବା ଉଚିତ। ଏହା ପିତ୍ତର ରୋଗରୁ ତାଙ୍କର ରକ୍ଷା କରିବ ।

ବନ୍ଧୁଗଣ ଏବେ ଆପଣମାନେ ଜାଣିଯାଇଥିବେ ଯେ କେଉଁ ଘିଅ ଖାଇବା ଆପଣଙ୍କ ନିମନ୍ତେ ଲାଭଜନକ ଅଟେ। ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ପୋଷ୍ଟ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *