February 26, 2024

Odia Express

News For Public

ଗୋଟିଏ ମାସ ପର୍ଯ୍ୟନ୍ତ ୨ ଟି ଲେଖା କଦଳୀ ଖାଇଲେ ଏହାର ପ୍ରଭାବ ଶରୀରରେ କଣ ହୋଇଥାଏ- ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ..

ବନ୍ଧୁଗଣ ଅଧିକାଂଶ ଲୋକ ଓଜନ କୁ ବଢ଼େଇବା ପାଇଁ କିମ୍ବା କମେଇବା ପାଇଁ କଦଳିର ବ୍ୟବହାର କରିଥାନ୍ତି। ହେଲା ଯେଉଁ ବ୍ୟକ୍ତି ନିଜ ପ୍ରତିଦିନ ଖାଦ୍ୟ ରେ କଦଳୀ କୁ ମିସେଇବାକୁ ଚାହୁଁଛନ୍ତି ସେମାନଙ୍କୁ ଏହି କଥା ଜଣା ନାହିଁ ଯେ କଦଳୀ କୁ କେତେବେଳେ ,କେମିତି ଏବଂ କେଉଁ ପରିମାଣ ରେ ଖାଇବା ଆବଶ୍ୟକ ଅଟେ। ଆମେ ଭୁଲ ଭଲ ଖାଇବା ଦ୍ଵାରା ଏହା ଆମ ଶରୀରରେ ଓଲଟା ପ୍ରତିକ୍ରିୟା ପକେଇଥାଏ। ତେବେ ସେହି ବିଷୟରେ ଆମେ ଆଜି ଆପଣଂକୁ ଏହି ଆର୍ଟିକିଲ ମଧ୍ୟରେ କହିବୁ କି ଗୋଟିଏ ଦିନରେ ଅଧିକ ରୁ ଅଧିକ କେତୋଟି କଦଳୀ ଖାଇବା ଆବଶ୍ୟକ ଅଟେ ଏବଂ କଦଳୀ କେଉଁ କେଉଁ ଲୋକ ଖାଇ ପାରିବେ। ଓଜନ କୁ ବଢେଇବା ପାଇଁ କେତୋଟି କଦଳୀ ଖାଇବା ଆବଶ୍ୟକ ଏବଂ କମେଇବା ପାଇଁ କେମିତି ଖାଇବା ଆବଶ୍ୟକ ତେବେ ଡେରି ନକରି ଆସନ୍ତୁ ଜାଣିବା।

କଦଳୀ କୁ ସୁପର ଫୁଡ଼ ତାଲିକାରେ ଅନ୍ତର୍ଭୁକ୍ତ କରା ଯାଇଛି। ଏହାକୁ ପ୍ରତିଦିନ ଖାଇବା ଦ୍ଵାରା ଏହା ଓଜନ ବଢେଇବାର,ହାଇ ବ୍ଲଡ଼ ପ୍ରେସର ,ରକ୍ତର କମି, ଅଧିକ କମଜୋରି,ବଦ ହଜମିରେ ଏବଂ ନିଦ ନାସିବା ରୋଗ ଠାରୁ ମଧ୍ୟ ଏହା ସହାୟକ ହୋଇଥାଏ। କଦଳୀ ରେ ପୋଟାସିୟମ ଏବଂ ଫାଇବର ଅଧିକ ମାତ୍ରାରେ ଥାଏ। ଆମ ଶରୀରକୁ ପ୍ରତିଦିନ ୩୫୦୦ ମିଳି ଗ୍ରାମ ପୋଟାସିୟମ ଏବଂ ୧୫ ଗ୍ରାମ ର ଫାଇବର ଦରକାର ହୋଇଥାଏ। ଏକ ମିଡିୟମ କଦଳୀ ରେ ପୋଟାସିୟମ ୪୫୦ ମିଲି ଗ୍ରାମ ପୋଟାସିୟମ ଏବଂ ୩ ଗ୍ରାମ ଫାଇବାର ମିଳିଥାଏ। ଏଥିପାଇଁ ଗୋଟେ ଲୋକକୁ ପ୍ରତିଦିନ ୫ କିମ୍ବା ୬ ରୁ ଅଧିକ କଦଳୀ ଖାଇବା ଆବଶ୍ୟକ ନୁହେଁ। ନହେଲେ ଶରୀରରେ ପୋଟାସିୟମ ଏବଂ ଫାଇବର ଅଧିକ ହେବା କାରଣରୁ ଆମକୁ ସାଇଡ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିପାରେ।

କଦଳୀ କୁ ସବୁ ବୟସ ର ଲୋକ ଖାଇପାରିବେ। ଯେମିତିକି ଛୁଆ ,ଯବାନ ,ବୁଢା ହେଲେ ଯେଉଁ ମାନଙ୍କୁ କାଶର ସମସ୍ୟା ଅଛି ସେହିମାନେ କେବେବି କଦଳୀ କୁ ରାତିରେ ଖାଇବା ଉଚିତ ନୁହେଁ। ଏହା ଛଡା ଡାଇବେଟିସ ଲୋକମାନେ ମଧ୍ୟ କଦଳୀ ଖାଇପାରିବେ ହେଲେ ତାଙ୍କୁ ଗୋଟେ ଦିନରେ କେତେ କଦଳୀ ଖାଇବା ଆବଶ୍ୟକ ସେଇଟା ତାଙ୍କ ବ୍ଲଡ଼ ସୁଗାର ଉପରେ ନିର୍ଭର କରେ ଏବଂ ଆପଣ ଡାକ୍ତର ଙ୍କର ପରାମର୍ଶ ନେଇ କଦଳୀ ଖାଆନ୍ତୁ ।

ଏମିତି ରେ ଆପଣ କଦଳୀ ରୁ ସବୁ ସମୟରେ ଖାଇ ପାରିବେ ହେଲେ ସବୁଠାରୁ ଭଲ ହେବ ଯେ ଆପଣ ବ୍ୟାୟମ ପୂର୍ବରୁ କିମ୍ବା ପରେ କଦଳୀ ଖାଇପାରିବେ। ଏହା ଛଡା ଖାଦ୍ୟ ଖାଇବାର ୧ ଘଣ୍ଟା ପରେ ମଧ୍ୟ ଏହାକୁ ଖାଇବା ଅଧିକ ଲାଭ ଦାୟକ ମାନାଯାଏ। ଆମେ ଖାଦ୍ୟ ଖାଇସାରିବା ପରେ ୧ ଘଣ୍ଟା ପରେ କଦଳୀ ଖାଇଲେ ଆମେ ଖାଇଥିବା ଖାଦ୍ୟ ହଜମ ହେବାର ପ୍ରକ୍ରିୟା ଶିଘ୍ର ହୋଇଥାଏ ,ଏହା ଫଳରେ ଭୋକ ବଢେ ଏବଂ ଓଜନ ମଧ୍ୟ ବଢ଼ିବାରେ ସହାୟକ ହୋଇଥାଏ। ରାତିରେ ଆପଣ କଦଳୀ ଖାଇପାରିବେ ହେଲେ ଅଧିକ ରାତ୍ରି ରେ କୋୖଣସି ବି ଫଳ କୁ ଖାଆନ୍ତୁ ନାହିଁ।

ଯେଉଁମାନେ ଓଜନ କମେଇବା ପାଇଁ କଦଳୀ ଖାଉଛନ୍ତି ସେମାନେ ଏହି କଥାର ଧ୍ୟାନ ଦେବା ଆବଶ୍ୟକ ଯେ କଦଳୀ ରେ ଫାଇବର ସହିତ ସୁଗାର ମଧ୍ୟ ଥାଏ। ଏଥିପାଇଁ ଓଜନ କମେଇବା ପାଇଁ କଦଳୀ ଖାଇବା ବିଲକୁଲ ବି ଠିକ ପ୍ରକ୍ରିୟା ନୁହେଁ। ହେଲେ ଯଦି ଆପଣ ଙ୍କୁ କଦଳୀ ଭଲ ଲାଗେ ତେବେ ୧ ରୁ ୨ କଦଳୀ ଖାଆନ୍ତୁ ଅଧିକ ନୁହେଁ।

କ୍ଷୀର ସହିତ କଦଳୀ ଖାଇଲେ ଏହା ଫାଇଦାମାନ ହୋଇଥାଏ। କଦଳୀ ଖାଇବା ସମୟରେ ଅଧିକ ଥଣ୍ଡା ପାଣି ପିଅନ୍ତୁ ନାହିଁ। ଏହା କରିବା ଦ୍ୱାରା କାଶ ହେବାର ସମ୍ଭାବନା ଅଧିକ ଥାଏ।

Leave a Reply

Your email address will not be published. Required fields are marked *