December 2, 2023

Odia Express

News For Public

ରେଲଗାଡି ଚାଲୁଥିବା ଟ୍ରାକ ରେ ପଥର ରହିବାର କାରଣ କଣ ଅଟେ,ସ୍କୁଲ ବସ ରଙ୍ଗ ହଳଦିଆ,ଉଡାଜାହାଜର ରଙ୍ଗ ଧଳା ଓ ଟାୟାରର ରଙ୍ଗ କଳା କଣ ପାଇଁ..

1 min read

ରେଳଗାଡି ଚାଲୁଥିବା ଟ୍ରାକରେ ପଥର ରହିବାର କାରଣ ହେଉଛି ଦୁନିଆରେ ରେଲଗାଡି ଯେବେଠୁ ଚାଲିଛି ବା ରେଲଗାଡିର ଉଦ୍ଭାବନ ସମୟରୁ ତାର ଟ୍ରାକ ଉପରେ ମୁନିଆ ପଥର ଥାଏ । ରେଳଗାଡିର ଟ୍ରାକ ରେ କଂକ୍ରିଟର ସ୍ଲାବ୍ ବିଛା ହୋଇଥାଏ ଏବଂ ଏହି ସ୍ଲାବ୍ ତଳେ ଗୋଡି ବା ପଥର ବିଛା ହୋଇଥାଏ। ଏହି ପଥର ପାଇଁ ସେଠାରେ ପଡିଥିବା ସ୍ଲାବ୍ ଗୁଡିକ ଖସି ଯାଏ ନାହିଁ। ପଥର ତଳେ ଦୁଇଟି ପରସ୍ତର ମାଟି ଥାଏ ତାପରେ ସାଧାରଣ ମାଟି ଥାଏ ସାଧାରଣତଃ ଟ୍ରାକ ଭୂମିପୃଷ୍ଠ ଠାରୁ ଟିକେ ଉପରକୁ ଥାଏ।ଏହି ଲୁହାରେ ତିଆରି ଟ୍ରେନର ଓଜନ ୧ଲକ୍ଷ କିଲୋଗ୍ରାମ ଠୁ ବି ଅଧିକ ହୋଇଥାଏ କେବଳ ଟ୍ରାକ ଏହାର ଓଜନ ବହନ କରି ନଥାଏ ସେ ଛୋଟ ଛୋଟ ମୂନିଆ ପଥରର ଭୂମିକା ରହିଥାଏ ମଧ୍ୟ। ପଥର ମୂନିଆ କାରଣରୁ ତାଙ୍କ ଭିତରେ ଆକର୍ଷଣ ରହିଥାଏ ଓ ଟ୍ରାକ ରେ ଘାସ କି ଗଛ ଉଠି ନଥାଏ କି ଟ୍ରାକରେ ବର୍ଷା ହେଲେ ପାଣି ଜମି ନଥାଏ।

ଟ୍ରେନ ଯେତେବେଳେ ଚାଲି ଥାଏ ସେତେବେଳେ ବହୁତ ଜୋରରେ କମ୍ପନ ସୃଷ୍ଟି ହୋଇଥାଏ ଏହି କମ୍ପନ କମେଇବାରେ ପଥରର ମୁଖ୍ୟ ଭୂମିକା ରହିଥାଏ।

ବିଦ୍ୟାଳୟ ପାଇଁ ଚାଲୁଥିବା ବସର ରଙ୍ଗ ହଳଦିଆ ହେବାର କାରଣ ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରମାଣିତ କି ହଳଦିଆ ରଙ୍ଗ ଦିନ,ରାତି,ଖରା,ବର୍ଷାରେ ସ୍ପଷ୍ଟ ଦେଖାଯାଏ ଯାହା ଦ୍ୱାରା ଦୁର୍ଘଟଣାର ସମ୍ଭାବନା କମ ଥାଏ। ୧୯୩୦ ରେ ଆମେରିକାର ବୈଜ୍ଞାନିକମାନଙ୍କ ପରୀକ୍ଷାରୁ ଜଣା ପଡିଛି କି ସବୁ ରଙ୍ଗ ଠାରୁ ହଳଦିଆ ରଙ୍ଗ ପ୍ରଥମେ ଆଖିକୁ ଦେଖା ଯାଏ କାରଣ ଅନ୍ୟ ରଙ୍ଗ ତୁଳନାରେ ହଳଦିଆ ରଙ୍ଗରେ ୧.୨୪ ଗୁଣା ବେସି ଆକର୍ଷଣ ରହିଥାଏ ଅନ୍ୟ କୌଣସି ରଙ୍ଗ ଅପେକ୍ଷା ଏହା ଆଖିକୁ ଶୀଘ୍ର ଦେଖାଯାଏ । ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ସବୁ ବିଦ୍ୟାଳୟ ପାଇଁ ଛାଳୁଥିବା ବସ ଆଗ ଆଉ ପଛରେ “school bus” ଲେଖା ହେବା ଜରୁରୀ ।

ଉଡାଜାହାଜର ରଙ୍ଗ ଧଳା ହେବା ପଛରେ ବୈଜ୍ଞାନିକ କାରଣ ରହିଛି ଯେପରିକି ଉଡାଜାହାଜ ପୃଥିବୀ ପୃଷ୍ଠରୁ ଉପରେ ଉଡେ ଯାହା ଫଳରେ ସ୍ୱର୍ଯ୍ୟ ଙ୍କ କିରଣ ଆସି ସିଧାସଳଖ ଭାବେ ଉଡାଯାହାଜ ଉପରେ ପଡେ ଯାହାଫଳରେ ଧଳା ରଙ୍ଗ ସେ ଉତ୍ତାପକୁ ଗ୍ରହଣ କରି ନଥାଏ କାରଣ ଧଳାରଙ୍ଗ ହେଉଛି ତାପ ବିରୋଧୀ ରଙ୍ଗ ଓ ଉଡାଜାହାଜ ଗରମ ହେବାରୁ ରକ୍ଷା ପାଏ ଆଉ ମଧ୍ୟ ଅଲଗା ରଙ୍ଗ ତୁଳନାରେ ଧଳାରଙ୍ଗ ବହୁତ ହାଲୁକା ଅଟେ। ଧଳାରଙ୍ଗରେ ଯେତେବେଳେ ବି କୌଣସି ପ୍ରକାରର ସ୍କ୍ରାଚ୍ ହୋଇଥାଏ ଏହା ଶୀଘ୍ର ଦେଖାଯାଏ ଓ ଏହା ସବୁବେଳେ ଖରାରେ ରହିଥାଏ ଅଲଗା ରଙ୍ଗ ଖରାରେ ଶୀଘ୍ର ଖରାପ ହୋଇଯାଏ କିନ୍ତୁ ଧଳା ରଙ୍ଗ ଶୀଘ୍ର ଖରାପ ହୁଏ ନାହିଁ ଯାହା ଫଳରେ ବାରବାର ତାକୁ ରଙ୍ଗ କରିବାକୁ ପଡେନି।

ଆମେ ଜାଣିଛୁ ଟାୟାରର ଉଦ୍ଭାବନ ପ୍ରାଚୀନ କାଳରୁ ହୋଇ ସାରିଛି କିନ୍ତୁ ସେ ସମୟରେ ରବର ଭଳି କୌଣସି ଜିନିଷର ଉଦ୍ଭାବନ ହୋଇନଥିଲା। ତାପରେ ରବରର ଉଦ୍ଭାବନ ପରେ ସେଥିରୁ ଟାୟାର ପ୍ରସ୍ତୁତ କରାଗଲା କିନ୍ତୁ ସେ ଶୀଘ୍ର ଘୋରି ହୋଇଯାଉଥିଲା । ମଟରଗାଡିରେ ବ୍ୟବହାର ହେଉଥିବା ଟାୟାରର ରଙ୍ଗ କଳା ହୋଇଥାଏ କାରଣ ଏଥିରେ ରବର ସହିତ କାର୍ବୋନ ଓ ସଲଫର ମିଶାଯାଏ ।କାରଣ ସାଧାରଣ ରବର ମାତ୍ର ୧୦ କିଲୋମିଟର ଗଲା ପରେ ଏହା ଘୋରି ହୋଇଯାଏ ଆଉ ତାପରେ ବି ରବର ରଙ୍ଗ ଧୂସର ଅଟେ ।

ରବରରେ କାର୍ବୋନ ଓ ସଲଫର ମିଶିବା ପରେ ଏହା ୧୦ କିଲୋମିଟର ଜାଗାରେ ଏକ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଚାଲିଥାଏ। ଆଉ ଦେଖିଥିବେ ଟାୟାର କୁ ଜଳିଲେ ଏଥିରୁ କଳାରଙ୍ଗ ର ଧୂଆଁ ବାହାରେ ଏହା ପ୍ରମାଣ କରେ କି ସେଥିରେ କାର୍ବନ ମିଶିଛି ବୋଲି । ଯଦି ରଙ୍ଗୀନ ଟାୟାର ତିଆରି କରାଯାଏ ଏହା ଶୀଘ୍ର ଘୋରି ହୋଇଯିବା ଓ ନଷ୍ଟ ହୋଇଯିବ ଯେପରିକି ଆମେ ଦେଖିଥିବା ଛୋଟପିଲା ଙ୍କ ଗାଡି କିଛି ଦିନ ମଧ୍ୟରେ ଏହା ଘୋରି ହୋଇଯାଏ।ଏହି ଛୋଟପିଲା ଙ୍କ ରଂଗୀନ ଟାୟାର କଠିନ ହୋଇଥାଏ ଏଥିରେ ପବନ ଭରାଯାଇ ପାରିବ ନାହିଁ। ସେଥିପାଇଁ ଟାୟାରର ରଙ୍ଗ କଳା ହୋଇଥାଏ । ଏହେଉଛି କେତେକ ଜାଣିବା ତଥ୍ୟ ।

Leave a Reply

Your email address will not be published. Required fields are marked *