June 20, 2024

Odia Express

Here, There and Everywhere

ଘରର ଲଢେଇ-ଝଗଡା କିମ୍ବା ଆର୍ଥିକ ଦୁରବସ୍ଥା କାରଣରୁ ଚିନ୍ତିତ ଅଟନ୍ତି? ଏହି ଜିନିଷ ଦେବ ସମସ୍ତ ଚିନ୍ତାରୁ ମୁକ୍ତି

1 min read

ଆମ ଆଖପାଖରେ ଏଭଳି ଅନେକ ଜିନିଷ ଉପସ୍ଥିତ ଅଛି ଯାହା ଦେଖିବାରେ ତ ସାମାନ୍ୟ ଲାଗେ କିନ୍ତୁ ତାହାର ଲାଭ ଅନେକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏଭଳି ଏକ ପଦାର୍ଥ ବିଷୟରେ ଜଣେଇବାକୁ ଯାଉଛୁ ଯାହା ସମ୍ବନ୍ଧିତ ଶାସ୍ତ୍ରୀୟ ଉପାୟ କରିବା ଦ୍ଵାରା ଆପଣଙ୍କର ଭାଗ୍ୟ ବଦଳି ଯାଇପାରେ ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ ଅସୁବିଧା ଛୁମନ୍ତର ହୋଇଯିବ । ଆମେ ଯେଉଁ ପଦାର୍ଥ କଥା କହୁଛୁ ତାହା ଏକ ବୀଜ ଅଟେ। ଏହି ବୀଜର ଯଦି ଶାସ୍ତ୍ର ଅନୁଯାୟୀ ଉପଯୋଗ କରାଯାଏ ତେବେ ଆପଣଙ୍କୁ ନିଜର ଜୀବନରେ ଫରକ ଦେଖାଯିବ। ଅନେକ ପ୍ରକାରର ଗୁଣରେ ଭରପୁର ଏଇ ବୀଜ ସହଜରେ ମିଳେ ନାହିଁ । କିନ୍ତୁ ଯଦି କୌଣସି ପ୍ରକାର ମିଳିଯାଏ ତେବେ ଜାଣନ୍ତୁ ଯେ ଆପଣଙ୍କ ଉପରେ ଧନର ବର୍ଷା ହେବ ।

କଣ ଅଟେ ସେହି ଚମତ୍କାରୀ ବୀଜ – ଏହି ଚମତ୍କାରୀ ବୀଜକୁ ନାଗକେଶର ନାମରେ ଜଣାଯାଏ। ଏହି ବୀଜ ସହଜରେ ମିଳେ ନାହିଁ । ଦେଖିବାକୁ ଏହା ଗୋଲମରୀଚ ଭଳି ଗୋଲ ଆକାରର ହୋଇଥାଏ। ପୂଜା-ପାଠରେ ମଧ୍ୟ ଏହି ବୀଜର ବ୍ୟବହାର କରାଯାଇଥାଏ। ମାନ୍ୟତା ଅନୁସାରେ ଯଦି ଗୃହରେ କେହି ରୋଗରେ ପଡିଛି କିମ୍ବା ଅଧିକାଂଶ ଦିନ ଲଢେଇ-ଝଗଡା ହେଉଛି ତେବେ ଏହି ବୀଜର ଲେପ ବନେଇକି ପ୍ରତିଦିନ ମଥାରେ ଲଗେଇବା ଉଚିତ। କୁହନ୍ତି ଯେ ଏପରି କରିବା ଦ୍ଵାରା ସମସ୍ତ ଅସୁବିଧା ଖୁବ ଶୀଘ୍ର ଦୂର ହୋଇଯାଏ ।

ଅନେକ ଥର କଠିନ ପରିଶ୍ରମ ପରେ ମଧ୍ୟ ଧନର ପ୍ରାପ୍ତି ହୁଏ ନାହିଁ । ଯଦି ଆପଣଙ୍କ ସହିତ ମଧ୍ୟ କିଛି ଏପରି ଘଟୁଛି , ଚେଷ୍ଟା କରିବା ପରେ ମଧ୍ୟ ଧନ ହାତକୁ ଆସୁ ନାହିଁ  କିମ୍ବା ଘରେ ଆର୍ଥିକ ଦୂରାବସ୍ଥା ଚାଲୁଅଛି , ତେବେ କୌଣସି ଶୁଭ ମୂହୁର୍ତ୍ତ ଦେଖି ନାଗକେଶର ଏବଂ ପାଞ୍ଚଟି ମୁଦ୍ରା ନେଇ ତାଙ୍କର ପୂଜା କରନ୍ତୁ ।

ପୂଜା କରିବା ପରେ ସେମାନଙ୍କୁ ଏକ କପଡାରେ ଗୁଡେଇ ଦିଅନ୍ତୁ ଏବଂ ନିଜର ଦୋକାନ କିମ୍ବା ଘରର ସିଂଦୁକରେ ରଖିଦିଅନ୍ତୁ। ଧ୍ୟାନ ରଖିବେ ଯେ ଏହି କପଡା ସେଠାରେ ରଖିବେ ଯେଉଁଠାରେ ଆପଣ ନିଜର ପଇସା ରଖୁଛନ୍ତି। ଏପରି କରିବା ଦ୍ଵାରା ଆପଣଙ୍କୁ କେବେ ଧନର ଅଭାବ ହେବ ନାହିଁ ଏବଂ କେବେ ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

Leave a Reply

Your email address will not be published. Required fields are marked *