March 28, 2024

Odia Express

News For Public

ଗ୍ୟାସ ଏସିଡିଟି ରୋଗକୁ ଦୂର କରନ୍ତୁ ଏବଂ ପାଚନ ଶକ୍ତି କୁ ବଢ଼ାନ୍ତୁ ଏହି ସରଳ ଉପାୟରେ..

1 min read

ଶରୀର ଆମ ଘର ହୋଇ ଥାଏ। ଏହାର ଅସୁବିଧା କୁ ଅଣଦେଖା କରିବା ଉଚିତ ନୁହେଁ। କାରଣ ଏହା ପରେ ଭୟଙ୍କର ରୁପ ନେଇ ପାରେ। ଆମ ଶରୀର କୁ ମଜବୁତ କରେ ଖାଦ୍ୟ ଏବଂ ଖାଦ୍ୟ ରୁ ଶକ୍ତି ସଂଗ୍ରହ କରିବାରେ ଆମକୁ ସହାୟକ କରେ ଆମ ପାଚନ କ୍ରିୟା। ତେବେ ଯଦି ଆମ ପାଚନ କ୍ରିୟା ମଜବୁତ ହୋଇନଥାଏ ତେବେ ଖାଦ୍ୟ ମଧ୍ୟ ଠିକରେ ହଜମ ହୁଏ ନାହିଁ। ଆଉ ଖାଦ୍ୟ ଠିକ ରେ ହଜମ ନହେବା ଦ୍ୱାରା, କବିଜ, କୋଷ୍ଟ କାଠିନ୍ୟ, ଅପେଣ୍ଡିକ୍ସ, ଲିଭର ଯନ୍ତ୍ରଣା, ମାଲକାନଟକ ଆଦି ରୋଗ ଶରୀର ରେ ଦେଖାଯାଏ। ତେବେ ଆମେ ଆଜି ଆପଣଙ୍କୁ କହିବୁ ଏପରି କିଛି ଉପାୟ ଯାହାଦ୍ୱାରା ଆପଣ ଙ୍କ ପାଚନ ସମସ୍ୟା ସମ୍ପୂର୍ଣ୍ଣ ରୂପେ ଠିକ ହୋଇଯିବ। ତେବେ ଆର୍ଟିକିଲ ଟିକୁ ସମ୍ପୂର୍ଣ୍ଣ ଭାବେ ପଢ଼ନ୍ତୁ।

କେଉଁ ଜିନିଷ ଆମ ପାଚନ ତନ୍ତ୍ର ପାଇଁ ହାନିକାରକ ;-

1 –  ପ୍ୟାକେଟ ଜିନିଷ ଅଧିକ ଖାନ୍ତୁ ନାହିଁ। କାରଣ ଖାଦ୍ୟ କିପରି ଅଧିକ ଦିନ ରହିବ ଏଥିରେ କେମିକାଲ ଦିଆଯାଇଥାଏ।ଏଗୁଡିକ ଆମ ଶରୀର ପାଇଁ ହାନିକାରକ ଅଟେ।

2 –  ବଜାର ରେ ମିଳୁଥିବା ତେଲ ଜିନିଷ ଛଣା ଛାଣି ଜିନିଷ କମ ଖାନ୍ତୁ କାରଣ ଏଥିରେ ପୁରୁଣା ତେଲ ବ୍ୟବହୃତ ହୋଇଥାଏ। ଏହା ଆମ ପେଟରେ ଗୋଳମାଳ କରେ ଏବଂ ରକ୍ତ କୁ ଅଶୁଦ୍ଧ କରେ।

3 – ଅଧିକ ଫାଷ୍ଟ ଫୁଡ଼ ଖାନ୍ତୁ ନାହିଁ। ଏହା ଆମ ଲିଭର ପାଇଁ ହାନିକାରକ ହୋଇଥାଏ ଏବଂ ଚାଇନା ସଲଟ ଆଉ ସୋୟା ସଚ ରେ ଥିବା କେମିକାଲ ଆମ କିଡ଼ିନୀ ପାଇଁ କ୍ଷତିକର ହୋଇଥାଏ।

4 –  ମଇଦା ରେ ତିଆରି ଜିନିଷ କମ ଖାନ୍ତୁ ଏହା ହଜମ ହେବାକୁ ଅଧିକ ସମୟ ନିଏ ଏବଂ ପାଚନ କ୍ରିୟା କୁ ଦୁର୍ବଳ କରେ

ପାଚନ ତନ୍ତ୍ର କୁ ଠିକ କରିବାର ଉପାୟ ;-

1 – ତ୍ରିଫଳା ଚୁର୍ଣ – ଏହାକୁ ବ୍ୟବହାର ଆପଣଙ୍କ ହଜମ ପ୍ରକ୍ରିୟା ପାଇଁ ଅମୃତ ଭାବରେ ବିବେଚନା କରାଯାଏ କାରଣ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଆଣ୍ଟିଅକ୍ସିଡାଣ୍ଟ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଫାଇବରରେ ଅଧିକ ଥାଏ ଯାହା ଆପଣଙ୍କ ହଜମ ପ୍ରକ୍ରିୟାକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ, ଏହା ମଧ୍ୟ ରାତିରେ ଆପଣଙ୍କ ପେଟକୁ ସଫା ରଖେ | ଶୋଇବା ପୂର୍ବରୁ ଏକ ଗ୍ଲାସ୍ କ୍ଷୀର ସହିତ ଏକ ଚାମଚ ତ୍ରିଫଳା ଚୁର୍ଣ ପାଉଡର ନିଅନ୍ତୁ, ଏହା ଆପଣଙ୍କ ପେଟ ସହିତ ଜଡିତ ସମସ୍ତ ଅସୁବିଧା ଦୂର କରିବ |

2 – ୧୦ ଗ୍ରାମ ଅଦା ନିଅନ୍ତୁ ଭଲଭାବେ ଧୋଇ ଏହାର ଚୋପା କୁ ନଛଡାଇ ଭଲକରି ଛେଚି ଦିଅନ୍ତୁ। ଏହାର 3, 4 ଚାମଚ ରସକୁ ନେଇ ହାଲୁକା ଉଷୁମ ପାଣିରେ ମିଶାଇ ପ୍ରତିଦିନ ସକାଳୁ ସେବନ କରନ୍ତୁ ଏହା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହେବ। ଏବଂ ପେଟ ଜନିତ ସମସ୍ୟା ରୁ ମୁକ୍ତି ମିଳିବ।

3 – ମୂଳା ରସ, ଏହା ପାଟି ପାଇଁ ଟିକେ ଖରାପ ସ୍ୱାଦ ହେଇଥାଏ କିନ୍ତୁ ମୂଳା ରସ ଯଦି ଅଧ ଗ୍ଲାସ ଦୁଇ ତିନି ଦିନରେ ଥରେ ପିଆଯାଏ ତେବେ ସମସ୍ତ ପେଟ ରୋଗ ଦୂର ହୁଏ।

4 – ଘୋଳ ଦହି ପିଅନ୍ତୁ, ହଁ ଆଜ୍ଞା ଘୋଲ ଦହିରେ ବିଟ ଲୁଣ ଏକ ଚାମଚ ପକେଇ ଏହାକୁ ପିଇବା ଦ୍ୱାରା ଅନେକ ପେଟ ସମସ୍ୟା ରୁ ମୁକ୍ତି ମିଳିଥାଏ। ଏହା ପେଟ କୁ ସଫା କରି ଥାଏ।

Leave a Reply

Your email address will not be published. Required fields are marked *