June 20, 2024

Odia Express

Here, There and Everywhere

ଯଦି ଆପଣଙ୍କ ନିଦ ରାତି ୩ ଟା ରୁ ୪ ଟା ବେଳେ ଭାଙ୍ଗି ଯାଉଛି ତେବେ ଏହା ନିଶ୍ଚୟ ପଢନ୍ତୁ..

ଦିନରେ କାମ କାର୍ଯ୍ୟ କରିବ ପରେ ରାତିରେ ବିଶ୍ରାମ ନେବା ପାଇଁ ଆମେ ସୋଇ ଥାଉ। ତେବେ ଜଣେ ମଣିଷ ନିଜ ଜୀବନର 32 ବର୍ଷ ଶୋଇବାରେ ବିତାଇ ଦେଇ ଥାଏ। ତେବେ ଶାସ୍ତ୍ର ରେ ମଧ୍ୟ ଶୟନ ବିଷୟରେ ଅନେକ ତଥ୍ୟ ଦେଖିବାକୁ ମିଳେ ଯେପରି ଉତ୍ତର ଦିଗ କୁ ମୁଣ୍ଡ ନକରି ଶୋଇବା। ଗୋଡ଼ ହାତ ମୁହଁ ଧୋଇ ସାରି ଶୋଇବା, ଖାଦ୍ୟ ଗ୍ରହଣ ର ଏକ ଘଣ୍ଟା ପରେ ଶୋଇବା ମାତ୍ରାଧିକ ଜଳ ନ ପିଇ ଶୋଇବା ଇତ୍ୟାଦି ଇତ୍ୟାଦି। ଆଜି ଆମେ ଆପଣଙ୍କୁ କହିବୁ ଯଦି ଆପଣଙ୍କ ନିଦ ରାତି 3 ଟା 4ଟା ବେଳକୁ ଖୋଲି ଯାଉଛି ତେବେ ଭଗବାନ ଦେଇଥାନ୍ତି ଏହି ସଂକେତ ଜୀବନ ରେ ଆସେ ଏଭଳି କିଛି ଘଟଣା ତେବେ ଆର୍ଟିକେଲ ଟିକୁ ସମ୍ପୂର୍ଣ୍ଣ ପଢ଼ନ୍ତୁ।

ରାତି ସାଢ଼େ ୩ଟାରୁ ରୁ ସାଢ଼େ ପାଞ୍ଚଟା ପର୍ଯ୍ୟନ୍ତ ସମୟକୁ ଶାସ୍ତ୍ରରେ ବ୍ରାହ୍ମ ମୁହୂର୍ତ୍ତ ବୋଲି କୁହାଯାଏ। ସେଭଳି ବ୍ରହ୍ମ ମୁହୂର୍ତ ପୂର୍ବ ସମୟରେ ଭୁତ ପିଶାଚ, ଅତୃପ୍ତ ଆତ୍ମା ଆଦି ବିଚରଣ କରିଥାନ୍ତି। କିନ୍ତୁ ଏହି ବ୍ରହ୍ମ ମୁହୂର୍ତ୍ତରେ ଦେବତା ମାନେ ପୃଥିବୀ ପୃଷ୍ଟ ରେ ବିଚରଣ କରିଥାନ୍ତି ଏହାକୁ ଅତ୍ୟନ୍ତ ପବିତ୍ର ସମୟ ବୋଲି ମଧ୍ୟ କୁହାଯାଏ। ଏହି ସମୟରେ ଯଦି ଆପଣଙ୍କ ଆଖି ଖୋଲିଯାଏ ତେବେ ଜାଣିନିଅନ୍ତୁ ଭଗବାନ ଆପଣଙ୍କୁ ଏହି ସଂକେତ ଦେଉଛନ୍ତି। ଶୀଘ୍ର ଆପଣ ଙ୍କ ଭବିଷ୍ୟତ ଚମକିବାକୁ ଯାଉଛି। ଧନ ର ବର୍ଷା ହେବାକୁ ଯାଉଛି। କିନ୍ତୁ ଏଗୁଡିକ ପାଇଁ ମଧ୍ୟ କର୍ମ କରିବାକୁ ହେବ। ଅଳ୍ପ କିଛି ଆପଣ କରନ୍ତୁ ଆଉ ବାକି ଭଗବାନଙ୍କ ଉପରେ ଛାଡି ଦିଅନ୍ତୁ।

ବ୍ରହ୍ମ ମୁହୂର୍ତ୍ତରେ ଉଠୁଥିବା ବ୍ୟକ୍ତି ;ଏପରି ବ୍ୟକ୍ତି ଅତ୍ୟନ୍ତ ବିଜ୍ଞ ସ୍ଵଭାଵ ର ହୋଇଥାନ୍ତି। ଏମାନେ ଚରିତ୍ର ଵାନ ଅଟନ୍ତି। ଅତ୍ୟନ୍ତ ଦାନୀ ସ୍ଵଭାଵ ର ହୋଇଥାନ୍ତି। ସକାଳୁ ଶୀଘ୍ର ଉଠି ଭଗବାନ ଙ୍କୁ ପୂଜା କରୁଥିବା ବ୍ୟକ୍ତି ମାନେ କର୍ମଠ ଅଟନ୍ତି। ସେମାନଙ୍କ ଭାଗ୍ୟ ଶତ ପ୍ରତିଶତ ସେମାନଙ୍କ ସାଥ ଦେଇଥାଏ। ଏପରି ଲୋକ ଙ୍କ ଉପରେ ଶନିଦେଵ ମଧ୍ୟ ବହୁତ ପ୍ରସନ ରହିଥାନ୍ତି। ଏହି ପରି ବ୍ୟକ୍ତି ପ୍ରତ୍ୟକ କ୍ଷେତ୍ର ରେ ସଫଳତା ପାଆନ୍ତି। କୁହାଯାଏ କି ଏହି ସମୟରେ ମା ଲକ୍ଷ୍ମୀ ନଗର ପରି ଦର୍ଶନ ରେ ନିଜ ଭକ୍ତଙ୍କ ଘରକୁ ଆସିଥାନ୍ତି।

ଏହି ସମୟରେ ଶଯ୍ୟା ତ୍ୟାଗ କରୁଥିବା ବ୍ୟକ୍ତି ଙ୍କ ଭାଗ୍ୟ ଉଜ୍ବଳ ହୋଇଥାଏ। ଏମାନଙ୍କ ଉପରେ ଧନ ର ଦେବୀ ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ରହିଥାନ୍ତି, ଧନର ଅଭାବ କେବେ ମଧ୍ୟ ହୁଏ ନାହିଁ। ପୂର୍ବ କାଳେ ଗ୍ରାମ ଦେବୀ ପାଉଁଜି ଅଳତା ପିନ୍ଧି ବ୍ରହ୍ମ ମୁହୂର୍ତ୍ତ ସମୟରେ ଗ୍ରାମ ପରିଦର୍ଶନ କରନ୍ତି ଏହା ମଧ୍ୟ ଅନେକ ବୃଦ୍ଧ ଲୋକ ଦେଖିଥିବାର କୁହନ୍ତି । ଆପଣ ବ୍ରହ୍ମ ମୁହୂର୍ତ୍ତରେ କିମ୍ବା ସୂର୍ଯ୍ୟ ଉଦୟ ପୂର୍ବରୁ ଉଠନ୍ତୁ ନିଜ ଭାଗ୍ୟ ବଦଳାଇପାରିବେ।

Leave a Reply

Your email address will not be published. Required fields are marked *