September 25, 2023

Odia Express

News For Public

ଭୁଲ ରେ ମଧ୍ୟ ଏକାଠି ଖାଆନ୍ତୁ ନାହିଁ ଏହି ଜିନିଷ – ପେଟ ମଧ୍ୟରେ ଏହା ହୋଇଯାଏ ବିଷ…

ଖାଦ୍ୟପେୟ ର ଯତ୍ନ ନନେଲେ ଏହା ଆମ ଶରୀର ସହ ଅନ୍ୟାୟ ହୋଇଥାଏ। ବେଳେ ବେଳେ ଆମେ ଅତ୍ୟନ୍ତ ଗାରିସ୍ତ ଖାଦ୍ୟ ଖାଉ ଯାହା କି ହଜମ ହେବାପାଇଁ ବହୁତ ଅଧିକ ସମୟ ନେଇଥାଏ। ଆଉ କେବେ ତ ଆମେ ଗୋଟିଏ ଜିନିଷ ସହ ମିଶାଇ ଆଉ ହଟିଏ ଜିନିଷ ସ୍ୱାଦ ପାଇଁ ଖାଇଥାଉ କିନ୍ତୁ ପରେ ଆମକୁ ପସତେଇବା କୁ ପଡିଥାଏ। ଏଭଳି ଅନେକ ଜିନିଷ ଅଛି ଯାହା ଆମେ ସାଧାରଣତଃ ମିଶାଇ ଗୋଳେଇ ଘାଣ୍ଟି ଖାଇଥାଉ କିନ୍ତୁ ଏହା ସମ୍ପୂର୍ଣ୍ଣ ଅନୁଚିତ ଅଟେ। ଏହା ଦ୍ୱାରା ଫୁଡ଼ ପୋଇଜନ ହୋଇଥାଏ। ଗ୍ୟାସ ସମସ୍ୟା ବୃଦ୍ଧି ହୁଏ। କିଛି ଜିନିଷ ତ ଏଭଳି ଥାଏ ଯାହା ଆମ ପେଟ ମଧ୍ୟରେ ବିଷ ହୋଇ ଯାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଏପରି କିଛି ଖାଦ୍ୟପେୟ ବିଷୟରେ କି ଯାହାକୁ ଆପଣ ଯଦି କୌଣସି ପ୍ରକାରେ ମିକ୍ସ କରି ଖାଇବେ ତେବେ ହାନି ସୁନିଶ୍ଚିତ। ତେବେ ଆସନ୍ତୁ ସେହି ଖାଦ୍ୟ ବିଷୟରେ ସବୁ ଜାଣିବା।

କ୍ଷୀର ସହ ଫଳ ମୂଳ – ଅନେକ ଲୋକ ମାନେ ସାଧାରଣତଃ ଫଳ ଖାଇସାରି ହୃଷ୍ଟ ପୃଷ୍ଠ ହେବା ପାଇଁ କ୍ଷୀର ପିଅନ୍ତି କିନ୍ତୁ ଏହା ମାରାତ୍ମକ ଅଟେ। ଏହା ଦ୍ୱାରା ଫଳ ସହଜରେ ହଜମ ହୁଏ ନାହିଁ।ଆସିଡିଟି ହେବାର ବେଶୀ ସମ୍ଭାବନା ମଧ୍ୟ ଥାଏ। ଅଙ୍ଗୁରୁ, କମଳା,ସେଓ,ପିଜୁଳି,ଖଜୁରି,ଆମ୍ଭ ଆଦି ଖାଇ ସାରିବା ପରେ ଭୁଲରେ ମଧ୍ୟ ଖାନ୍ତୁ ନାହିଁ।

ବାଇଗଣ ଖାଇସାରିବା ପରେ କ୍ଷୀର ପିଇବା ଏବଂ ପିଆଜ ଖାଇବା ପରେ କ୍ଷୀର ପିଇବା ଦ୍ୱାରା ଚର୍ମ ଇଂଫକ୍ସନ ବଢିବାର ଆଶଙ୍କା ଥାଏ।

ସଲାଡ଼ରେ ଟମାଟୋ ଆଉ କାକୁଡି ଖାଇବା। ନିକଟରେ ଏକ ରିସର୍ଚ୍ଚ ରୁ ଏହା ଜଣା ପଡ଼ିଛି ଯେ କାକୁଡ଼ି ଏବଂ ଟମାଟୋ ର କେମିକାଲ ଗୁଣ ଗୋଟିଏ ଅନ୍ୟଟିର ବିରୋଧ ଏବଂ ବିପରୀତ ଏହାକୁ ଏକା ସାଙ୍ଗେ ଖାଇବା ଦେହ ପ୍ରତି ହିତକର ନୁହେଁ।

ପିଆଜ ସହ କ୍ଷୀର ପିଇବା ଦ୍ୱାରା ଆଲର୍ଜି ହୁଏ। ଯେମିତି ଚର୍ମ ନାଲି ପଡ଼ିଗଲା ପରି , ଯାଦୁ କାଛୁ ଆଲର୍ଜି ଆଦି ର ସମ୍ଭାବନା ବଢ଼ିଯାଏ।

ମଇଦା ରୁଟି ସହ ମାଂସ ଖାଇବା। ସାଧାରଣତଃ ବାହାରେ ରେଷ୍ଟୁରାଣ୍ଟ ରେ ମଇଦା ରୁଟି ସହ ଚିଲି ଚିକେନ୍ , ପନିର ତରକାରୀ ଆଦି ଦିଆଯାଏ। ସୂଚନା ଯୋଗ୍ୟ ଏହା ଯେ ଏଗୁଡିକ ରେ ମେଟାଡ୍ସ ଅଧିକ ଥିବାରୁ ହଜମ ପାଇଁ ଅଧିକ ସମୟ ଲାଗେ। ସେମିତିରେ ମାଂସ ହଜମ ହବା ପାଇଁ ଆମ ପାଚନ ତନ୍ତ୍ର କୁ 5 ରୁ 6 ଘଣ୍ଟା ଲାଗିଥାଏ। ତେଣୁ ଏଗୁଡିକ ମଧ୍ୟ ବେଳେ ବେଳେ ଫୁଡ଼ ପଇଜନ କଟିଥାନ୍ତି। ଏମିତି ଅଧିକ ଝାଡା ହେବା, ଘିମିରି, କାଛୁ କୁଣ୍ଡିଆ ଆଦି ହେବାର ସମ୍ଭାବନା ଥାଏ।

ଚାହା ଖାଇ ସାରିବା ପରେ ଫଳ ମୂଳ ଖାଇବା ଏହା ମଧ୍ୟ ଅନୁଚିତ ଅଟେ। ସାଧାରଣତଃ ଗରମ ଚାହା ସେମିତିରେ ଆମ ଶରୀର ପାଇଁ ଉପକାରୀ ନୁହେଁ। ଫଳ ଖାଇବା ଦ୍ୱାରା ଆସିଡିଟି ର ସମ୍ଭାବନା ବଢ଼ିଯାଏ।

ଘିଅ ସହ ମହୁ ଖାଇବା, ଆୟୁର୍ବେଦ ଶାସ୍ତ୍ର ରେ ଏହାକୁ ବିଷ ସହ ତୁଳନା କର ଯାଇଛି। ଏହା ଗରିଷ୍ଠ ଏବଂ ହଜମ ଶକ୍ତି କୁ ହ୍ରାସ କରିଥାଏ।

 

Leave a Reply

Your email address will not be published. Required fields are marked *