September 25, 2023

Odia Express

News For Public

କେଉଁ ଭାରତୀୟ ରେଲୱେ ଷ୍ଟେସନରେ ସବୁ ଆଡକୁ ସିଧା ସଳଖ ଟ୍ରେନ ମହଜୁଦ ଥାଏ – ଏବେ ଜାଣିରଖନ୍ତୁ ପ୍ରାୟ ଲୋକ ଜାଣି ନଥିବେ…

ଆମ ଭାରତର ରେଲୱେ ନେଟୱର୍କ ଦୁନିଆ ର ଚତୁର୍ଥ ସର୍ବ ବୃହତ ରେଲୱେ ନେଟୱର୍କ ଅଟେ। ଏହାର ସମସ୍ତ ଷ୍ଟେସନ ର ଟ୍ରେନ ପ୍ରାୟ ଭାରତ ର କୋଣ ଅନୁକୋଣ ରେ ବ୍ୟାପିକି ରହିଛି। ମାତ୍ର ଆଜି ଆମେ ଏକ ଏପରି ଷ୍ଟେସନ ବାବଦରେ କହିବାକୁ ଯାଉଛୁ ଯାହା ଭିତରୁ କି ଆପଣଙ୍କୁ ଭାରତ ର କେଉଁଠିକୁ ବି ଯିବାକୁ ଡାଇରେକ୍ଟ ଟ୍ରେନ ମିଳି ଯାଇ ପାରିବ। ତ ସମୟ ନଷ୍ଟ ନ କରିକି ଆସନ୍ତୁ ଜାଣିବା।
ତ ପ୍ରଥମେ ଆମେ କିଛି ବଡ଼ ବଡ଼ ରେଲୱେ ଷ୍ଟେସନ ବାବଦରେ ଚର୍ଚା କରିବା। ପ୍ରଥମେ ଜାଣିବା ଆମେ ନୂଆ ଦିଲ୍ଲୀ ଏବଂ ହାୱାଡା ଭଳି ଷ୍ଟେସନ ବାବଦରେ। ଏଠାରୁ ପ୍ରାୟ ସମସ୍ତ ଜାଗା କୁ ଡାଇରେକ୍ଟ ଟ୍ରେନ ଥାଏ ମାତ୍ର ଆସାମ ର ମୁରୁକାନସାଲେକ ଷ୍ଟେସନ ରୁ ଏଠାକୁ କିଛି ବି ଡାଇରେକ୍ଟ ଟ୍ରେନ ନାହିଁ। ଏଠାକୁ ଯିବାପାଇଁ ଆପଣଙ୍କୁ ଗୌହାଟୀ ଆସିବାକୁ ହି ହେବ।

ସେହିପରି ଲକ୍ଷନୌ ତଥା ପାଟଣା ଭଳି ଜାଗା ରୁ ବି କନ୍ୟା କୁମାରୀ ଭଳି ସହର କୁ କିଛି ବି ଡାଇରେକ୍ଟ ଟ୍ରେନ ନାହିଁ। ତ ଏହା ହେଇଗଲା ଭାରତ ର ମଝିରେ ଅବସ୍ଥିତ ସହର ରୁ ଦୂର ସହର ଆଡକୁ ରାସ୍ତା। ତ ଏବେ ଆମେ ଜାଣିବା ପାଇଁ ଅତ୍ୟନ୍ତ ବ୍ୟଗ୍ର ଥିବେ କି ଏପରି କେଉଁ ଷ୍ଟେସନ ଯାହା ବବିତରୁ କି ଭାରତ ର ସବୁ ଆଡକୁ ଡାଇରେକ୍ଟ ଟ୍ରେନ ଅଛି। ତ ଏହାର ଜବାବ ହେଉଛି କି ନା, ଏପରି କିଛି ବି ଷ୍ଟେସନ ହି ନାହିଁ ଯେଉଁଠାରୁ କି ଭାରତ ର କେଉଁ ବି କୋଣ କୁ ଟ୍ରେନ ଅଛି। ଏବେ ଆପଣଙ୍କ ମନ ରେ ପ୍ରଶ୍ନ ଆସୁଥିବ କି ଏପରି ଡାଇରେକ୍ଟ ଟ୍ରେନ କାହିଁକି ନାହିଁ?

ତ ଏହାର ଅନେକ କାରଣ ଅଛି। କାରଣ ଯଦି ଟ୍ରେନ ସବୁଠୁ ଲାଷ୍ଟ ଆଡକୁ ଚଲା ଯିବ ତ ଟ୍ରେନ ଆଉ ଭରି ହେଇକି ରହିବ ନାହିଁ ଯାହାଦ୍ୱାରା କି ବହୁତ କମ ଲୋକଙ୍କର ଯାତ୍ରା ହେବ ଆଉ ରେଲୱେ କୁ ବହୁତ କ୍ଷତି ଉଠେଇବା କୁ ପଡିବ। ଦ୍ୱିତୀୟ କାରଣ ହେଉଛି ଏହାର ମେଣ୍ଟେନାନ୍ସ ର ଖର୍ଚ୍ଚ। କାରଣ ମୁରୁକାଂଶ, ଗୋରପା ଭଳି ଦେଶର ଶେଷ ମୁଣ୍ଡ ଯାଏ ଯଦି ଟ୍ରେନ ଚଲା ଯିବ ତ ସେହି ଷ୍ଟେସନ ମାନଙ୍କରେ ଅନେକ ଷ୍ଟାଫ ତଥା ଅନେକ ଜିନିଷ ଏବଂ ଇଂଜିନିଅରିଂ ର ଆବଶ୍ୟକତା ପଡିବ ଯାହା କି ରେଲୱେ କୁ ବହୁତ କ୍ଷତି ପହଂଚାଇବ।

ଅଧିକ ଦୂରତା ଯିବା ପାଇଁ ଅଧିକ ରେକ ର ଆବଶ୍ୟକତା ପଡିବ। ଅର୍ଥାତ ଷ୍ଟେସନ ଭିତରେ ଯେତେ ଦୂରତା ହେବ ଅଧିକ ରେକ ଲାଗିବ। ଗୋଟେ ରେକ ର ଖର୍ଚ୍ଚ ପାଖା ପାଖି ୬୦ ରୁ ୭୦ କୋଟି ହେଇଥାଏ, ଅର୍ଥାତ ଯଦି ଚାରି ଦିନ ଗୋଟେ ଟ୍ରେନ ଚାଲିବ ତ ତାକୁ ଚାରିଟି ରେକ ର ଆବଶ୍ୟକତା ପଡିବ ଯାହାର ଲାଭ ସେହି ଟ୍ରେନ ରୁ ମିଳିବ ନାହିଁ। ଏହା ହିଁ କାରଣ ଯାହାପାଇଁ କି ଭାରତର ସମସ୍ତ କୋଣକୁ ଟ୍ରେନ ଚଲାଯାଏ ନାହିଁ।

Leave a Reply

Your email address will not be published. Required fields are marked *