September 30, 2023

Odia Express

News For Public

ଏହି ୭ଟି ଖାଦ୍ୟ ସମ୍ପୂର୍ଣ ରୂପେ ଆପଣଙ୍କ ମୁହାଣର ବ୍ରଣ କୁ ସଫା କରିଥାଏ – ମୁହଁ ର ସତେଜ ଆସିଯାଏ…

ଆପଣ ତ ଜାଣନ୍ତି କି ପିଂପଲ ଏକ ଅତ୍ୟନ୍ତ ବଡ ସମସ୍ୟା ନ ହେଲେ ବି ଏକ ସମସ୍ୟା ଅଟେ ଯାହା କି ଏକ ଗମ୍ଭୀର ସମସ୍ୟା ଅଟେ। ଏହାର ଚିକିତ୍ସା କରିବା ପାଇଁ ଆମେ ବହୁତ ଔଷଧ ତଥା କ୍ରିମ ମାନଙ୍କ ଉପରେ ଭରସା କରିଥାଉ ମାତ୍ର ଆଜି ଆମେ ଜାଣିବା କିଛି ଏପରି ଖାଦ୍ୟ ବାବଦରେ ଯାହା କି ଆମ ଶରୀର ର ଭିତର ଆଡୁ ପିଂପଲ କୁ ଦୂର କରିଥାଏ ତଥା ଏହାର ପ୍ରଭାବ ଦ୍ୱାରା ଆମର ପିଂପଲ ଦୂର ହେଇଯାଏ।

୧: ପ୍ରଥମ ଅଛି ପ୍ରୋବାୟୋଟିକସ। ଏହା ସେହିପରି ଖାଦ୍ୟ ମାନଙ୍କୁ କୁହାଯାଇଥାଏ ଯେଉଁମାନଙ୍କରେ ଭଲ ବ୍ୟାକ୍ଟେରିଆ ମାନଙ୍କର ମାତ୍ରା ଅଧିଲ ଥାଏ। ଏହିପରି ଖାଦ୍ୟ ଆମ ଶରୀର ଭିତରେ ପଶି ଆମର ହଜମ ପ୍ରଣାଳୀ କୁ ମଜବୁତ କରିଥାଏ ଯାହା କି ଆମ ତ୍ୱଚା ରୁ ପିଂପଲ ଦୂର କରିଥାଏ। ଆପଲ ସାଇଡ଼ର ଯୁସ ଆପଣ ଖାଦ୍ୟ ପୂର୍ବରୁ ଯଦି ଗ୍ରହଣ କରିବେ ତ ତାହା ଏକ ପ୍ରୋ ବାୟୋଟିକ୍ସ ଭାବେ କାମ କରିଥାଏ।

୨: ଭିଟାମିନ ଏ: ପିଂପଲ ହେଉଥିବା ଲୋକମାନଙ୍କୁ ଭିଟାମିନ ଏ ର ଆବଶ୍ୟକତା ଅଧିକ ଥାଏ କାରଣ ଏହା ଆମର ପିଂପଲ କୁ ଦୂର କରିବା ସହ ଆମର ଖରାପ ସ୍କିନ କୁ ଭଲ କରିଥାଏ। ଏହାର ଖାଦ୍ୟ ମାନଙ୍କ ଭିତରେ ଆଳୁ, ଗାଜର ତଥା ବ୍ରୋକ୍ଲି ବହୁତ ଉନ୍ନତ ଥାଏ। ପ୍ରତିଦିନ ଏହାର ସେବନ କରିବା ଉଚିତ।

୩: ଅମେଗା ଏସିଡ: ଆମର ଶରୀର ରେ ଅମେଗା ୬ ଆଉ ଅମେଗା ୩ ର ହାରାହାରି ଭାଗ କୁ ବଜାୟ ରଖିବା ପାଇଁ ଆମକୁ ଅମେଗା ୩ ଥିବା ଖାଦ୍ୟ ଖାଇବା ଦରକାର। ଏହା ଆମ ଶରୀର ର ଗର୍ମୀ କୁ କମେଇଥାଏ ଆଉ ପିଂପଲ ଦୂର କରିଥାଏ। ଭାରତୀୟ ଶ୍ୟାମନ, ହେରିଂ ଭଳି ମାଛ ଖାଇବା ଦ୍ୱାରା ସେଥିରେ ଅମେଗା ୩ ଥାଏ।

୪: ପାଣି:  ଏହି ସବୁ ଖାଦ୍ୟ ସହ ଆପଣ ଗୋଟେ ଦିନରେ ୩ରୁ ୪ ଲିଟର ପାଣି ନିଶ୍ଚୟ ପିଅନ୍ତୁ କାରଣ ଏହା ଆମ ଶରୀର ର ଅନେକ ବିଷାକ୍ତ ପଦାର୍ଥ କୁ ଦୂର କରେ ଆଉ ରକ୍ତ କୁ ସ୍ଵଛ ରଖିଥାଏ।

୫:” ଆଣ୍ଟି ଅକ୍ସିଡାଣ୍ଟ:  ଆଣ୍ଟି ଅକ୍ସିଡାଂଟ ଆମ ଶରୀର ର ସେଲ କୁ ଉନ୍ନତ କରେ ଆଉ ତାକୁ ଡ୍ୟାମେଜ କରିବାରୁ ବଂଚାଏ। ଗାଜର, ମୂଳା, ଅଙ୍ଗୁରୁ , ଜାମୁ ତଥା ବ୍ରୋକ୍ଲି ରେ ଆଣ୍ଟି ଅକ୍ସିଡାଂଟ ଭରପୁର ମାତ୍ରା ରେ ଥାଏ।

୬: ହାଇ ଫାଇବର:  ଫାଇବର ଯୁକ୍ତ ଖାଦ୍ୟ ଆମ ଶରୀର ର ଶୀରା ତଥା ଧମନୀ ମାନଙ୍କୁ ସଫା କରିଥାଏ ଆଉ ଏହାକୁ ସୁସ୍ଥ ରଖିଥାଏ। ଆପଣ ଗହମ, ଫୁଲକୋବି, ବ୍ରୋକ୍ଲି ତଥା ଗାଜର ରେ ଫାଇବର ପାଇପାରିବେ।

୭: ଜୀଙ୍କ:  ଜୀଙ୍କ ଆମ ଶରୀର ରେ ପିଂପଲ ପାଇଁ ଏକ ଆଣ୍ଟି ଅକ୍ସିଦାନ୍ତ ଭାବେ କାମ କରିଥାଏ। ଏହାକୁ ଗ୍ରହଣ କରିବା ଦ୍ୱାରା ପିଂପଲ ଆଗେ ଆଗେ ସମାପ୍ତ ହେଇଯାଏ। ଆପଣ ବାଦାମ, କାଜୁ ଅଥବା ଅନ୍ୟ ଶୁଖିଲା ଫଳ ରେ ଅନେକ ମାତ୍ରା ରେ ଜୀଙ୍କ ପାଇବେ। ମାତ୍ର ବୋଇତାଳୁ ମଞ୍ଜି ଏହାର ଏକ ବଡ଼ ଉତ୍ସ ଅଟେ।

Leave a Reply

Your email address will not be published. Required fields are marked *