October 1, 2023

Odia Express

News For Public

ଗୋଇଠି ଫାଟିଥିଲେ ଏହାର ସମ୍ପୁର୍ଣ୍ଣ ରୂପେ ସ୍ଥାୟି ଭାବେ ନିବାରଣ ର ଉପାୟ – ଏବେ ଜାଣିରଖନ୍ତୁ…

ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ଅଙ୍ଗ ଥାଏ ଯାହା ଆମକୁ ବିଭିନ୍ନ ପ୍ରକାର କାର୍ଯ୍ୟ କରିବାରେ ସାହାର୍ଯ୍ୟ କରିଥାଏ।ଏହା ନୀତିଦିନ ବିଭିନ୍ନ ପ୍ରକାର କାର୍ଯ୍ୟରେ ବ୍ୟସ୍ତ ଥାଏ ଯାହା ଫଳରେ କେତେକ ଅଙ୍ଗ ଅତ୍ୟନ୍ତ ସମ୍ବେଦନସିଳ ହୋଇଥାଏ ଯାହାର ଯତ୍ନ ନେବା ଆମର ମୁଖ୍ୟ କର୍ତ୍ତବ୍ୟ ଅଟେ।ଆମ ଶରୀରର ସବୁଠୁ ଅଣଦେଖା ଅଙ୍ଗ ହେଉଛି ଗୋଇଠି ଏ ଗୋଇଠି ବହୁତ ପ୍ରକାର କଷ୍ଟ ସହିଥାଏ କିନ୍ତୁ ଆମେ କେବେ ତାର ଯତ୍ନ ନେଇ ନଥାଉ ଯାହା ଫଳରେ ଏହା କଳା ପଡ଼ିଯାଏ ଓ ପ୍ରାୟ କେତେ ବେଳେ ଫାଟି ଯାଏ। ଗୋଇଠି ଫାଟିବାର ବିଭିନ୍ନ କାରଣ ରହିଛି ଯେପରିକି ଘରର ଗୃହଣୀ ଓ ମହିଳାମାନେ ଯେଉଁମାନେ ତାଙ୍କର ଅଧିକାଂଶ ସମୟ ରୋଷେଇ ଘରେ କଟେଇ ଥାଆନ୍ତି ବାର ବାର ପାଣି ସଂସ୍ପର୍ଶରେ ଆସିଲେ ଗୋଇଠି ଫାଟିଥାଏ ଓ ଅନ୍ୟ ପ୍ରାୟଙ୍କ କ୍ଷେତ୍ରରେ ଶରୀରରେ ଭିଟାମିନର କମ ରହିବା ଦ୍ୱାରା ଆମ ଗୋଇଠି ଫାଟିଥାଏ ଯାହା ଆମକୁ ଚାଳିବାରେ ଅତ୍ୟନ୍ତ କଷ୍ଟ ଦେଈ ଥାଏ।ତଥାପି ଗୋଇଠି ଫାଟିବା ଆମ ମଣିଷ ମାନଙ୍କ ମଧ୍ୟରେ ଗୋଟେ ସାଧାରଣ ଅସୁବିଧା ହୋଇଥାଏ।


ଗୋଟେ ପରୀକ୍ଷା ବା ଅନୁଧ୍ୟାନରୁ ଜଣାପଡିଛିକି ଏ ଗୋଇଠି ଫାଟିବା ଅସୁବିଧାଟି ପ୍ରାୟ ଜନସାଧାରଣ ମଧ୍ୟରେ ୨୦% ବୟସ୍କ ବ୍ୟକ୍ତି ବା ମହିଳା ମାନଙ୍କ ପାଖରେ ଦେଖାଯାଏ। ଯୁକ୍ତ ରାଷ୍ଟ୍ରୀୟ ସେମାନଙ୍କ ପାଦରେ ଫାଟିଯାଇଥିବା ଚର୍ମକୁ ମଧ୍ୟ ଅନୁଭବ କରନ୍ତି । ଏହା ଉଭୟ ଛୋଟପିଲା ଓ ବୟସ୍କ ବ୍ୟକ୍ତି ମାନଙ୍କ ମଧ୍ୟରେ ହୋଇଥାଏ ଓ ଏହି ଅସୁବିଧାଟି ବେଶୀରୁ ବେଶୀ ପୁଅ ପିଲାଙ୍କ ଅପେକ୍ଷା ଝିଅ ପିଲାଙ୍କ ଭିତରେ ହୋଇଥାଏ।

ବନ୍ଧୁଗଣ ଆଜି ଆମେ ଏଠି ଏ ବିଷୟରେ ବିସ୍ତାର ଭାବରେ ଆଲୋଚନା କରିବା ଓ ଜାଣିବା କି କିପରି ଆମେ ଏ ଅସୁବିଧାରୁ ସବୁଦିନ ପାଇଁ ସ୍ଥାୟୀଭାବେ ରକ୍ଷା ପାଇବା ପାଇଁ କଣ କରିବା।

ପ୍ରଥମେ ଗୋଟେ ସଫା ଗିନା ନେବା ସେଥିରେ ଗୋଟେ ଚାମୁଚ ସାହାଯ୍ୟରେ ଦାନ୍ତ ଘସା ପେଷ୍ଟ ନେବା ଏହାପରେ ଗୋଟେ ନାଲି ଟମାଟର କୁ ଭଲ ଭାବରେ ଚୁପୁଡି ତାର ରସକୁ ସେ ପେଷ୍ଟରେ ପକାଇବା ଓ ତାକୁ ଚାମୁଚ ସାହାର୍ଯ୍ୟରେ ଭଲଭାବରେ ମିଶାଇବା। ତାପରେ ସେଥିରେ ଅଳ୍ପ ଭେସଲିନ ମିଶାଇବା କଣ ପାଇଁନା ଭେସଲିନ ସାଧାରଣତ ଗୋଡ଼ ମୁହଁ ଓଠ ଆଦି ଫାଟିଲେ ବ୍ୟବହାର କରାଯାଏ,ଏଥିରେ ପେଟ୍ରୋଲିୟମ ଓ ଗ୍ରୀସ ଭଳି ତତ୍ୱ ଥାଏ।ସେ ଭେସଲିନ କୁ ଚାମୁଚ ସାହାଯ୍ୟରେ ଭଲଭାବରେ ମିସେଇବା ତାପରେ ଗୋଟେ ଲେମ୍ବୁ ନେବା ତାକୁ ଫାଳେ କାଟି ସେ ମିଶ୍ରଣରେ ଚୁପୁଡିବା ଓ ସେ ଚାମୁଚ ସାହାର୍ଯ୍ୟ ରେ ସେ ମିଶ୍ରଣରେ ଭଲଭାବରେ ମିସେଇବା।

ଏ ମିଶ୍ରଣଟି ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ।ତାପରେ ଆସନ୍ତୁ ଜାଣିବା କି କିପରି ଏ ମିଶ୍ରଣର ବ୍ୟବହାର କରିବା,ଏ ମିଶ୍ରଣ କୁ କେବଳ ରାତିରେ ଶୋଇବା ବେଳେ ବ୍ୟବହାର କରିବା କାରଣ ଆପଣ ଦିନ ସାରା ବୁଲାବୁଲି କରନ୍ତି ରାତିରେ କେବଳ ଆପଣଙ୍କ ଗୋଡ଼କୁ ଆରମ ମିଳେ ତେଣୁ ଏହାକୁ ରାତିରେ ସୋଇବା ବେଳେ ବ୍ୟବହାର କରିବା।ଏହାକୁ ବ୍ୟବହାର କରିବାର ପ୍ରଥମ ଦିନରୁ ହିଁ ଆମକୁ ଫଳ ମିଲିଯିବ ଏହାକୁ ଆପଣ ସେପର୍ଯ୍ୟନ୍ତ ବ୍ୟବହାର କରିବେ ଯେପର୍ଯ୍ୟନ୍ତ ଆପଣଙ୍କର ସମ୍ପୂର୍ଣ୍ଣ ରୂପେ ଭଲ ନ ହୋଇଯାଇଛି।ଏହି ଉପାୟ ଅତ୍ୟନ୍ତ ସହଜ ଓ ସମୟ ସାପେକ୍ଷ ଅଟେ ଯାହା ଅଳ୍ପ ଖର୍ଚ୍ଚରେ ହୋଇ ପାରିଥାଏ।

Leave a Reply

Your email address will not be published. Required fields are marked *