September 28, 2023

Odia Express

News For Public

ଏହାକୁ ଜଳେଇବା କ୍ଷଣି ହିଁ ମଶା କାମୁଡିବା ତ ଦୂରର କଥା ଆପଣଙ୍କୁ ଛୁଇଁ ବି ପାରିବେନି…

ଗରମ ପାଗ ହେଇଥିବ ଆଉ ଆମେ ଗରମ ରୁ ମୁକ୍ତି ପାଇବା ପାଇଁ ଭଗବାନ ଙ୍କ ପାଖରେ ବର୍ଷା ପାଇଁ କାମନା କରି ଥାଉ। ମାତ୍ର ବର୍ଷା ହେଇଯିବା ପରେ ଆମକୁ ମଶା ମାନଙ୍କ ପାଖରୁ ଆଉ ମୁକ୍ତି ମିଳି ନଥାଏ। ତେଣିକି ଆମେ କେଉଁ କାମ କରିଥାଉ ଅଥବା ଆମେ ଘରେ ଆରାମ କରିଥାଉ, ଆମକୁ ମଶା ଚାରି ଆଡ଼େ କାମୁଡନ୍ତି। ଆମେ ବଜାର କୁ କିଛି କିଣିବା ପାଇଁ ଯିବା ବାଟରେ ବି ଆମକୁ ମଶା କାମୁଡନ୍ତି। ଏହାର ସମାପ୍ତି ପାଇଁ ଅନେକ ଲୋକ ଆମକୁ ମଶାରୀ ଲଗେଇବା କୁ କୁହନ୍ତି ମାତ୍ର ଅନେକ ଲୋକଙ୍କୁ ମଶାରୀ ଲଗେଇବା ଜମା ବି ପସନ୍ଦ ନଥାଏ।

ଆଉ ଆପଣଙ୍କୁ ଜଣା ଥିବ କି ମଶା ଭଗେଇବା ପାଇଁ ବଜାର ରେ ଅନେକ ପ୍ରକାର ର କଏଲ ତଥା ମଶା ଧୂପ ମିଳିଥାଏ। ମାତ୍ର ଏହାର ଗୋଟେ କଏଲ କୁ ଜଳେଇବା ୧୦୦ ସିଗାରେଟ ଜଳେଇବା ବରାବର ହେଇଥାଏ ଯାହା କି ଆମ ପାଇଁ ବହୁତ ସମସ୍ୟା ସୃଷ୍ଟି କରେ। ତେଣୁ ଛୋଟ ଛୁଆ ଙ୍କ ଶୋଇବା ଘର ତ ମଶାଧୂପ ଜଳେଇବା କଥା ହି ନୁହଁ। ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି ଉପାୟ ନେଇକି ଆସିଛୁ ଯାହା କି ଆପଣ ଜଳେଇବା ପରେ ଆପଣଙ୍କ ଘରେ ମଶା ଆଉ ରହିବେନି।

ଆପଣ ଏହାକୁ ଜଳେଇବା ପାଇଁ ଏକ ମାଟି ର ପାତ୍ର ନିଅନ୍ତୁ। ତା ପରେ ଆପଣ ମାଟିର ପାତ୍ର ରେ ଚାରି ରୁ ପାଞ୍ଚ ଟି ରସୁଣ ପାଖୁଡା ନେଇକି ତାକୁ ପେଷି ଦିଅନ୍ତୁ। ପେଷିବା ପରେ ଆପଣ ସେଥିରେ କିଛି ଲିମ୍ବ ର ତେଲ ପକାନ୍ତୁ। ଲିମ୍ବ ତେଲ ଆମ ପାଇଁ ଅତ୍ୟନ୍ତ ଶୁଭ ହେଇଥାଏ ଆଉ ମଶା ମାନଙ୍କ ପାଇଁ ହାନିକାରକ ହେଇଥାଏ। ଆଉ ମାଟିର ପାତ୍ର କେବେ ବି ଜଳି ନଥାଏ ଆଉ ତାହା ଅତ୍ୟନ୍ତ ଭଲ ଭାବେ ଜିନିଷ କୁ ଜଳିବାକୁ ଦେଇଥାଏ।

ତା ପରେ ଆପଣ ସେଥିରେ କିଛି ସୋରିଷ ତେଲ ପକାନ୍ତୁ ଯାହା କି ମଶା ମାନଙ୍କ ପାଇଁ ହାନିକାରକ ହେଇଥାଏ ଆଉ ତା ପରେ ଆପଣ ସେଥିରେ କର୍ପୂର ର ଦୁଇଟି କି ତିନୋଟି ଦାନା ପକାନ୍ତୁ ଯାହାଦ୍ୱାରା କି ତାହା ଜଲଦି ଜଳିବ। ତାକୁ ଆପଣ ଭଲ ଭାବରେ ଭାଙ୍ଗିକି ପେଷି ଦିଅନ୍ତୁ ଆଉ ସେହି ମିଶ୍ରଣ ରେ ଗୋଳେଇ ଦିଅନ୍ତୁ।

ତା ପରେ ଆପଣ ଏକ ତୁଳା ନେଇକି ତାକୁ ବୁଡାନ୍ତୁ ଆଉ ତାକୁ ଦୀପ ଜ୍ୟୋତି ଭାବରେ ଜଳାନ୍ତୁ। ଜଳେଇବା ପରେ ଆପଣ ନିଜ ଘର କବାଟ ତଥା ଝରକା ବନ୍ଦ କରନ୍ତୁ ଆଉ କିଛି ସମୟ ଜଳିବା ପରେ ଆପଣ ତାକୁ ଖୋଲି ଦିଅନ୍ତୁ ଯାହାଦ୍ୱାରା କି ମଶା ମାନେ ଘରୁ ବାହାରି ଯିବେ। ତ ଏହା ଥିଲା ଆପଣଙ୍କର ଜଣା ଶୁଣା ଜିନିଷ।

Leave a Reply

Your email address will not be published. Required fields are marked *