February 26, 2024

Odia Express

News For Public

ଧନୀ ବା ସଫଳ ବ୍ୟକ୍ତି ବନିବାର ଉପାୟ – କେବଳ ପରିଶ୍ରମ କରିଲେ ନୁହଁ ଏହି କାମ ମଧ୍ୟ ମନେ ରଖନ୍ତୁ..

କଣ ଆପଣ ସଫଳ ହେବାକୁ ଚାହୁଁଛନ୍ତି, ବହୁତ ପଇସା କମେଇବା ଚାହୁଁଛନ୍ତି? ନିଶ୍ଚିତ ଭାବରେ ଏହାର ଉତ୍ତର ରେ ଆପଣ ହଁ ବୋଲି ହିଁ କହିବେ। କଣ ଆପଣ ନିଜ ପରିବାର ର ସଦସ୍ୟ ଓ ନିଜର ବନ୍ଧୁ ମାନଙ୍କୁ ଖୁସି ରଖିବାକୁ ଚାହୁଁଛନ୍ତି? ଏହାର ଉତ୍ତର ରେ ମଧ୍ୟ ଆପଣ ହଁ ହିଁ କହିବେ, କିନ୍ତୁ ଏହି ସବୁ କାର୍ଯ୍ୟ ରେ ସଫଳତା ହାସଲ କରିବା ପାଇଁ ଲୋକ ମାନେ ଆପଣଙ୍କୁ କଷ୍ଟ କରିବାକୁ କହିଥାନ୍ତି।ଆମେ ମାନେ ମଧ୍ୟ ଜାଣିଛେ ଯେ କଷ୍ଟ କଲେ ହିଁ ଆମକୁ ସଫଳତା ମିଳିଥାଏ, କିନ୍ତୁ ବାରମ୍ବାର ଯେତେ କଷ୍ଟ କଲେ ବା ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ସଫଳତା ହାସଲ କରି ପାରନ୍ତି ନାହିଁ। ଏହାର କାରଣ ହେଉଛି କଷ୍ଟ କରିବାର ବା କଠିନ ପରିଶ୍ରମ କରିବାର ଉପାୟ ଆପଣ ଜାଣିନାହାନ୍ତି। ତେବେ କିପରି କଠିନ ପରିଶ୍ରମ କରି ଆପଣ ମଧ୍ୟ ସଫଳତା ହାସଲ କରି ପାରିବେ, ସେଥିପାଇଁ ଆପଣଙ୍କୁ ଦୁଇଟି ଉପାୟ ଅବଲମ୍ବନ କରିବାକୁ ପଡ଼ିବ।

ତେବେ ଚାଲନ୍ତୁ ଜାଣିବା ସେହି ଦୁଇଟି ଉପାୟ କଣ? ଯେଉଁ ଉପାୟ ରେ ଆପଣ ପରିଶ୍ରମ କରି ସଫଳତା ହାସଲ କରି ପାରିବେ। ପ୍ରଥମ ଉପାୟ ହେଉଛି, ଶୀଘ୍ର କାର୍ଯ୍ୟ କରିବା। ଯଦି ଆପଣ ଭଲ କାମ ଠିକ୍ ସମୟରେ ନକରିବେ ତେବେ ଏହାର କୌଣସି ମଧ୍ୟ ମୂଲ୍ୟ ରହିବ ନାହିଁ, କିନ୍ତୁ ଯଦି ଆପଣ କୌଣସି କାମକୁ ନିଜ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରି ଦିଅନ୍ତି ତେବେ ଲୋକ ମାନେ ଆପଣଙ୍କୁ ଅନେକ ପ୍ରଶଂସା କରିଥାନ୍ତି।

ଆଜି କାଲି ପ୍ରତ୍ୟେକ ବ୍ୟକ୍ତି ନିଜ ବୁଦ୍ଧିରେ ଓ ନିଜ ପରିଶ୍ରମରେ ସଫଳତା ପାଇବା ପାଇଁ ଚେଷ୍ଟା କରୁଛନ୍ତି। ଯଦି ଆପଣଙ୍କୁ କିଛି କରିବାର ଅଛି ତେବେ ଆପଣ ସେହି କାମକୁ ନିଜ ସମୟ ପୂର୍ବରୁ ହିଁ କରନ୍ତୁ, କାରଣ ଯଦି ଆପଣ ନିଜର ଯୋଜନା ବିଷୟରେ ଭାବି ଭାବି ନିଜର ସମୟକୁ ନଷ୍ଟ କରନ୍ତି ତେବେ ଏହାର କିଛି ମୂଲ୍ୟ ରହିବ ନାହିଁ। ଜଣେ ସଫଳ ବ୍ୟକ୍ତି କେବେ ମଧ୍ୟ ନିଜ ସମୟକୁ ନଷ୍ଟ କରେ ନାହିଁ, ସେ ସର୍ବଦା ଯାହା ଭାବୁଥାଏ ବା ତାର ଯୋଜନା ଯାହା ଥାଏ ସେ ତାକୁ ଠିକ୍ ସମୟରେ କରି ସଫଳତା ହାସଲ କରିଥାଏ।

ଏହି ସବୁ ଦେଖି ଆପଣ ମଧ୍ୟ ଭାବୁଥିବେ କି ଏଇ ଯୋଜନା ମୋର ଥିଲା, ମୁଁ ବି କରିପାରିଥାନ୍ତି ହେଲେ ଏହାର କୌଣସି ବି ମୂଲ୍ୟ ରୁହେ ନାହିଁ। ସଫଳ ବ୍ୟକ୍ତି ମାନେ କେବେ ମଧ୍ୟ କୌଣସି ବାହାନା କରି ନିଜର କାମକୁ ଆଗକୁ ଘୁଞ୍ଚାନ୍ତି ନାହିଁ, ତେଣୁ ଯଦି ଆପଣ ମଧ୍ୟ ସଫଳତା ହାସଲ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ସର୍ବଦା ସମୟ ମଧ୍ୟରେ ନିଜର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରନ୍ତୁ।

ଦ୍ଵିତୀୟ ଉପାୟ ହେଉଛି, ପଛକୁ ନଫେରିବା। ଆପଣ ବାରମ୍ବାର କଠିନ ପରିଶ୍ରମ କରନ୍ତି କିନ୍ତୁ ଏହାର କୌଣସି ମଧ୍ୟ ମୂଲ୍ୟ ରୁହେ ନାହିଁ ବା ଆପଣ ସେଥିରେ ସଫଳତା ହାସଲ କରି ପାରନ୍ତି ନାହିଁ। ଯଦି ଆପଣ କୌଣସି ଏକ କାର୍ଯ୍ୟ କରିବାକୁ ଚେଷ୍ଟା କରିଥାନ୍ତି ଓ ସେଥିରେ ଅସଫଳ ହୋଇଯାନ୍ତି, ତେବେ ଆପଣଙ୍କୁ ଲୋକ ଅନେକ ପ୍ରକାର କଥା କହିଥାନ୍ତି କିନ୍ତୁ ଆପଣଙ୍କୁ ଲୋକଙ୍କ କଥା ନଶୁଣି ପୁଣି ଥରେ ସେହି କାର୍ଯ୍ୟ କୁ ସଫଳ କରିବା ପାଇଁ ଚେଷ୍ଟା କରନ୍ତୁ, ଯେତେଥର ହାରୁଛନ୍ତି ସେତେଥର ପୁଣି ଚେଷ୍ଟା କରନ୍ତୁ ଦେଖିବେ ନିଶ୍ଚିତ ସଫଳତା ପାଇବେ।

ଦୁନିଆ ରେ ଅନେକ ଧନୀ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କ ପାଖରେ ପ୍ରଚୁର ଧନ ଅଛି, ହେଲେ ସେହି ସବୁ ଧନ ସେ କଠିନ ପରିଶ୍ରମ କରି ଉପାର୍ଜନ କରିଛନ୍ତି, କିନ୍ତୁ ଲୋକ ମାନେ ଦେଖନ୍ତି କି ତାଙ୍କ ର ପରିବାର ଧନୀ ଥିଲେ, ତାଙ୍କ ପିତା ଧନୀ ଥିଲେ ହେଲେ ତାଙ୍କର ପରିଶ୍ରମ କୁ କେହି ମଧ୍ୟ ଦେଖନ୍ତି ନାହିଁ। ତେଣୁ ଯଦି ଆପଣଙ୍କୁ ସଫଳତା ହାସଲ କରିବାର ଅଛି ତେବେ ଆପଣ ଯେତେ ଥର ହାରନ୍ତୁ ପଛେ, ଯେଉଁ ପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖନ୍ତୁ, ଦେଖିବେ ଦିନେ ନା ଦିନେ ନିଶ୍ଚିତ ସଫଳତା ହାସଲ କରି ପାରିବେ।

Leave a Reply

Your email address will not be published. Required fields are marked *