March 3, 2024

Odia Express

News For Public

କିଡନୀ ଷ୍ଟୋନର ସମସ୍ୟା ବେଳେ ହୋଇପାରୁନି ଏହାର ନିରାକରଣ ? ତେବେ କରନ୍ତୁ ଏହି ରାମବାଣ ଘରୋଇ ଉପାୟ ହେବ ଚମତ୍କାରୀ ଫାଇଦା..

1 min read

ବର୍ତ୍ତମାନ ସମୟରେ ମନୁଷ୍ୟର ଜୀବନଶୈଳୀ ପୁରା ବଦଳିଯାଇଛି, ବ୍ୟସ୍ତ ଜୀବନଶୈଳୀକୁ ନେଇ ମନୁଷ୍ୟ ନିଜ ଶରୀରକୁ ବିଲକୁଲ୍ ଧ୍ୟାନ ଦେବା ଭୁଲିଯାଇଛି, ଯାହାର କାରଣରୁ କେଉଁ ନା କେଉଁ ରୋଗକୁ ନେଇ ସେ ଚିନ୍ତିତ ହୋଇଥାଏ , ବହୁତ ଲୋକ ଷ୍ଟୋନ୍ ହେବାର ସମସ୍ୟା ଯୋଗୁଁ ବେଶୀ ଚିନ୍ତିତ ରୁହନ୍ତି , ଏଠାରେ ସେହି ଅସୁବିଧାକୁ ନେଇ ସେମାନେ ସର୍ଜରୀ କରିବାକୁ ଦରକାର କରନ୍ତି , କମ୍ ପାଣି ପିଇବା ଓ ଅଧିକା ମସଲାଦାର୍ ଖାଦ୍ୟର୍ ସେବନ କରିବା ହେତୁ କିଡନୀ ଷ୍ଟୋନ୍ ହେବାର ସମସ୍ୟା ଦେଖାଦିଏ । କିଡନୀ ଷ୍ଟୋନ୍ କିଡନୀରେ ଏକ ଛୋଟ ପଥର ହୋଇଯାଏ , ଯାହା ବହୁତଥର ଅତ୍ୟାଧିକ ପୀଡା ଉତ୍ପନ୍ନ କରିଥାଏ,  ଯାହାକୁ ସହିବା ପ୍ରାୟ କଠିନ ହୋଇଥାଏ , କେବେ ପରିଶ୍ରା କଲାବେଳେ ଏହା କଷ୍ଟଦାୟକ ହୋଇଥାଏ , ଯଦି ଏହି ଚିକିତ୍ସାକୁ ସଠିକ୍ ସମୟରେ ଚିକିତ୍ସା ନ କରାଯାଏ ତେବେ ଏହା କିଡନୀକୁ ଆଘାତ ଦେଇପାରେ , ଆଜି ଆମେ ଆପଣଙ୍କୁ କିଡନୀ ଷ୍ଟୋନ୍ ବିଷୟରେ ଓ ତାହାର ଉପଚାର କିପରି କରିବା ତାହାର ଘରୋଇ ଉପାୟ କହିବାକୁ ଯାଉଛୁ , ଯାହାର ସହାୟତାରେ ଆପଣଙ୍କ ଷ୍ଟୋନ୍ ରୋଗ ଦୂର ହୋଇଯିବ ।

ଏହା ହେଲା କିଡନୀ ଷ୍ଟୋନ୍ ସମସ୍ୟାର ଘରୋଇ ଉପାୟ –

୧) ପିଆଜ ରସ :- ଗରମ ଦିନରେ ଯଦି ପିଆଜ ରସ କୁ ପିଆଯାଏ ତେବେ ଏଥିରୁ ଲୁ ରୁ ବଞ୍ଚିପାରିବେ , କଞ୍ଚା ପିଆଜରେ ପାଣିର ମାତ୍ରା ଅଧିକା ହୋଇଥାଏ , ଯାହା ଆମକୁ ନାନାଦି ରୋଗରୁ ରକ୍ଷା କରେ , ଯଦି କେଉଁ ବ୍ୟକ୍ତିକୁ ଷ୍ଟୌନ୍ ହୋଇଛି ତେବେ ପିଆଜ ରସ ନିଶ୍ଚିତ ପିଆନ୍ତୁ , ଏହା ଛଡା ଯେଉଁ ଲୋକଙ୍କର ବାରମ୍ବାର ଷ୍ଟୋନ୍ ହେଉଛି , ତାଙ୍କୁ ଅଧିକାରୁ ଅଧିକା କଞ୍ଚା ପିଆଜ ଆହାରରେ ସାମିଲ୍ କରିବାକୁ ହେବ , ଏଥିରେ ଆପଣଙ୍କ ଶରୀରରେ ପାଣିର ମାତ୍ରା ଅଧିକା ରହିବ , ଓ ଏହା ଆପଣଙ୍କ ଶରୀରରୁ ଷ୍ଟୋନ୍ କୁ ବାହାର କରିଦେବ ।

୨) ଗାଜରର ରସ- ଯେଉଁ ଲୋକଙ୍କୁ ବହୁ ବର୍ଷ ଧରି କିଡନି ଷ୍ଟୋନ୍ ହେଉଛି ସେମାନେ ଗାଜରର ରସ ସେବନ କରିବା ଉଚିତ୍ , ଏହା ଷ୍ଟୋନ୍ ଚିକିତ୍ସା ପାଇଁ ଘରୋଇ ପ୍ରକିୟା ଅଟେ, ଯଦି ଆପଣ ଲଗାତାର ଗାଜରର ରସ ପିଅନ୍ତି ତେବେ ଷ୍ଟୋନ୍ ଆଉ ତିଆରି ହେବା ବନ୍ଦ ହୋଇଯିବ , ଗାଜର ରସରେ ଭିଟାମିନ୍ ଏ ଓ ଫାଇବର୍ ବହୁତ ଅଧିକା ଥାଏ, ଯାହା କିଡନୀରୁ ଷ୍ଟୌନ୍ ବାହାର୍ କରିବାରେ ସହାୟକ ହୋଇଥାଏ ।

୩) ସପୁରୀ ର ରସ- ଏମିତି ମାନାଯାଏ କି ସପୁରୀର ରସ ସେବନ କରିଲେ ଏହା କିଡନୀକୁ ସଫା କରିଦିଏ , ଓ କିଡନୀରୁ ବହୁତ ଅନାବଶ୍ୟକ ତତ୍ତ୍ୱ ବାହାରିଯାଏ , ଯାହା ଦ୍ୱାରା ଆମର ସ୍ୱାସ୍ଥ୍ୟ ଭଲ ହୋଇଯାଏ , ଯେଉଁ ଲୋକଙ୍କୁ ଷ୍ଟୋନ୍ ର ସମସ୍ୟା ଅଛି ସେମାନେ ସପୁରୀର ରସ ସେବନ କରିବା ଉଚିତ୍ , ଏଥିରେ କିଛି ଦିନରେ ଫାଇଦା ପାଇପାରିବେ , ସପୁରୀରେ ଫାଇବର୍ ବହୁତ ମାତ୍ରା ଅଧିକା ମିଳିଥାଏ ।

୪) ପଥରଚଟ୍ଟାର ପତ୍ର- ଯଦି କେଉଁ ବ୍ୟକ୍ତିକୁ ଷ୍ଟୋନ୍ ହୋଇଛି, ଏହି ଗଂମ୍ଭୀର ରୋଗକୁ ଲଢିବାପାଇଁସବୁଠାରୁ ସହଜ ଓ କାରଗର ଉପାୟ ହେଲା ପଥରଚଟ୍ଟା ପତ୍ର , ହଁ ଆଜ୍ଞା, ଆପଣ ସବୁଦିନ ପ୍ରାତଃ କାଳରେ ଖାଲିପେଟରେ ପଥରଚଟ୍ଟାର ପାଞ୍ଚଟି କିମ୍ବା ୫-୬ ଟି ପତ୍ର ଚୋବାଇକରି ଖାଇଲେ କିଛି ଦିନରେ ଆପଣଙ୍କ ଷ୍ଟୋନ୍ ବାହାରିଯିବ , ଷ୍ଟୋନ୍ ସମସ୍ୟାରୁ ମୁକ୍ତିପାଇବା ସହ ଏହି ଉପାୟ କାରଗର ବୋଲି ମାନାଯାଏ , ପଥରଚଟ୍ଟାର ପତ୍ରରେ ଷ୍ଟୋନ୍ ଭାଙ୍ଗିବାର କ୍ଷମତା ହୋଇଥାଏ, ଏଥିପାଇଁ ଏହାର ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *