February 26, 2024

Odia Express

News For Public

ଘର, ଅଫିସ୍, ଓ ଦୋକାନର ପ୍ରବେଶ ଦ୍ୱାର ନିକଟରେ ରଖିଦିଅନ୍ତୁ ଏହି ୭ ଟି ଜିନିଷ, ଜୀବନରେ କେବେ ଧାନ ର ଅଭାବ ରହିବ ନାହିଁ..

1 min read

ବନ୍ଧୁଗଣ, ଆପଣଙ୍କ ଘର, ଅଫିସ୍, ଓ ଦୋକାନର ଉନ୍ନତିରେ ସେଠାକାର ମୁଖ୍ୟ ପ୍ରବେଶ ଦ୍ୱାର ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଇଥାଏ , ଆଜି ଆମେ ଆପଣଙ୍କୁ କହିବୁ ବାସ୍ତୁର ହିସାବରେ ପ୍ରବେଶ ଦ୍ୱାରରେ କେଉଁ କେଉଁ ଜିନିଷ ରଖିଲେ ଧନ, ସୁଖ, ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ ।

୧) କାଚର ବାସନ- ଘର କିମ୍ବା ଅଫିସର ପ୍ରବେଶ ଦ୍ୱାରରେ କାଚର ବାସନ ରଖିବା ଶୁଭ ହୋଇଥାଏ । ଏହି ବାସନ କିମ୍ବା କାଚର ଫୁଲର ପଟ୍ ରେ ପାଣି ଭରି କରି ଭିତରୁ ବାସ୍ନା ଦେଉଥିବା ତାଜା ଫୁଲ ରଖନ୍ତୁ , ଏମିତି କରିଲେ ଘରେ ସକରାତ୍ମକ ଉର୍ଜା ପ୍ରବେଶ କରିଥାଏ , ଏହି ସକରାତ୍ମକ ଉର୍ଜା ଦେଖି ମା ଲକ୍ଷ୍ମୀ ଅଧିକା ସମୟ ଯାଏଁ ରହିବା ପସନ୍ଦ କରିବେ ।

୨)ମାଳା- ଘରର ପ୍ରବେଶ ଦ୍ୱାରରେ ମାଳ ଟଙ୍ଗାଇବା ଅତ୍ୟାଧିକ ଶୁଭ ବୋଲି ମାନାଯାଏ , ଆପଣ ନିଜ କବାଟରେ ଆମ୍ବ, କିମ୍ବା ଅଶ୍ୱତଥ କିମ୍ବା ଅଶୋକ ପତ୍ରର ମାଳା ଟଙ୍ଗାଇପାରିବେ , ଏହି ମାଳାକୁ କବାଟରେ ଲଗାଇଲେ ଭିତରୁ ନକରାତ୍ମକ ଉର୍ଜା ପ୍ରବେଶକରିପାରିନଥାଏ,  ଏହି ପ୍ରକାରର ଆପଣଙ୍କ ଘର ସୁଖମୟ ହେବ , ଖାଲି ଏହି କଥାକୁ ଧ୍ୟାନ ରଖିବେ କି ଯେବେ ଏହି ପତ୍ରର ମାଳା ସୁଖୀଯିବ , ଏମାନଙ୍କୁ ସଠିକ୍ ସମୟରେ ବଦଳାଇଦେବେ ।

୩) ଲକ୍ଷ୍ମୀଙ୍କର ପାଦୁକା –ଘର କିମ୍ବା ଅଫିସ୍ ର ପ୍ରବେଶ ଦ୍ୱାରରେ ଲକ୍ଷ୍ମୀଙ୍କ ପାଦ ଅବଶ୍ୟ ରଖିବେ , ଆପଣ ଚାହିଁଲେ ସବୁଦିନ ଲକ୍ଷ୍ମୀଙ୍କର ପାଦ ବନାଇପାରିବେ , କିମ୍ବା ବଜାରରୁ ଲକ୍ଷ୍ମୀ ମାଙ୍କ ରେଡିମେଡ୍ ପାଦର ଷ୍ଟିକର୍ ଆଣି ଲଗାଇପାରିବେ , ଯେଉଁ ଘରେ କିମ୍ବା ଅଫିସ୍ ର ପ୍ରବେଶ ଦ୍ୱାରରେ ଲକ୍ଷ୍ମୀଙ୍କର ପାଦ ହୋଇଥାଏ, ସେଠାରେ କେବେ ବି ଧନର ଅଭାବ ହୁଏ ନାହିଁ , ଓ ତାଙ୍କର ବ୍ୟାଙ୍କ୍ ବାଲାନ୍ସ ବି ଲଗାତାର ବଢିବାକୁ ଲାଗିଥାଏ ।

୪) ଶୁଭ ଲାଭ- ଘର ଦୋକାନ କିମ୍ବା ଅଫିସର ପ୍ରବେଶ ଦ୍ୱାରରେ ଶୁଭ ଲାଭ ଚିହ୍ନ ନିଶ୍ଚିତ ଲଗାନ୍ତୁ , ଏମିତି କରିଲେ କେବେ ପଇସାର ହାନି ହୋଇନଥାଏ,  ଓଆପଣଙ୍କ ଅଫିସ୍ କିମ୍ବା ଦୋକାନରେ ଫାଇଦା ଆସିଥାଏ , ତାହା ସହ ଘର ବାହାରରେ ଏହାକୁ ବନାଇଲେ ରୋଗ ଓ ଶୋକ ଆସିନଥାଏ ।

୫) ସ୍ୱସ୍ତିକ- ପ୍ରବେଶ ଦ୍ୱାରର ସେଣ୍ଟରରେ ସ୍ୱସ୍ତିକ ଚିହ୍ନ ବନାଇଲେ ଆପଣଙ୍କ ଭାଗ୍ୟ ଦଶଗୁଣା ପ୍ରବଳ ହୋଇଯାଏ , ତାହା ସହ ଧନ ଆଗମନର ନୁଆ ନୁଆ ରାସ୍ତା ଖୋଲିଯାଏ ।

୬) ବଡ କବାଟ- ବାସ୍ତୁର ହିସାବରେ ଘର କିମ୍ବା ଅଫିସରେ ପ୍ରବେଶଦ୍ୱାର ବାକି କବାଟ ତୁଳନାରେ ବଡ ହେବା ଦରକାର,  ତାହା ସହ ଏହା ଧ୍ୟାନ ରଖିବେ କି କ୍ଲକ୍ ୱାଇଜ୍ ମାନେ ଘଡିର ବୁଲିବା ଦିଗରେ ଖୋଲୁଥିବ, ଏମିତି କରିଲେ ଘରେ ସମୃଦ୍ଧି ଆସିଥାଏ , ଆପଣଙ୍କ ମୁଖ୍ୟ ଦ୍ୱାର ମାଟିରୁ ଟିକିଏ ଉପରକୁ ରଖିବା ଉଚିତ୍ ।

୭) ଘରର ଏରୁଣ୍ତି ବନ୍ଧ- ନିଜ ଘରର ମୁଖ୍ୟଦ୍ୱାରରେ ଏକ ଏରୁଣ୍ତି ବନ୍ଧ ନିଶ୍ଚିତ କରନ୍ତୁ , ଏମିତି କରିଲେ କେବେ ଘରେ ପଇସାର ଅଭାବ ହୁଏ ନାହିଁ, ଓ ତାହା ସହ ସଂନ୍ଧ୍ୟା ସମୟରେ କବାଟର ଏରୁଣ୍ତି ବନ୍ଧରେ ଦୀପ ଲଗାଇବା ଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *